Posted inଜାତୀୟ

ଭାରତୀୟ ଶିକ୍ଷାର ଗୈରିକୀକରଣ

ନୂଆଦିଲ୍ଲୀ,୬ା୪: ଦେଶର ସାମ୍ପ୍ରଦାୟିକ ସ୍ଥିତି ଉପରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁର ଯାଦୁକରୀ ପ୍ରଭାବ ରହିଥିଲା, ହିନ୍ଦୁ-ମୁସଲମାନ ଏକତା ପାଇଁ ଗାନ୍ଧିଜୀଙ୍କ ଅଧ୍ୟବସାୟ ହିନ୍ଦୁ କଠୋରପନ୍ଥୀମାନଙ୍କୁ ଉତ୍ତେଜିତ କରିଥିଲା ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଭଳି ସଙ୍ଗଠନଗୁଡ଼ିକୁ ସାମୟିକ ଭାବେ ନିଷିଦ୍ଧ କରାଯାଇଥିଲା। ନୂଆ ଶିକ୍ଷାବର୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଦ୍ୱାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକରେ ଆଉ ଦେଖିବାକୁ ମିଳିବ ନାହିଁ। କାରଣ ନ୍ୟାଶନାଲ କାଉନ୍‌ସିଲ୍‌ ଅଫ୍‌ ଏଜୁକେଶନାଲ୍‌ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ (ଏନ୍‌ସିଇଆର୍‌ଟି) ଏହି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଅପ୍ରାସଙ୍ଗିକ ଦର୍ଶାଇ ହଟାଇଦେଇଛି।

ଗୁଜରାଟ ଦଙ୍ଗା, ମୋଗଲ ଅଦାଲତ, ଜରୁରିକାଳୀନ ପରିସ୍ଥିତି, ଶୀତଳଯୁଦ୍ଧ, ନକ୍ସଲ ଆନ୍ଦୋଳନ ସମ୍ପର୍କିତ ପାଠ ମଧ୍ୟ ବହିରୁ ହଟାଯାଇଛି। ଗୁଜରାଟ ଦଙ୍ଗା ସମ୍ପର୍କିତ ଏକ ଅଂଶକୁ ଏକାଦଶ ଶ୍ରେଣୀ ସୋସିଓଲୋଜି ପୁସ୍ତକରୁ ହଟାଇ ଦିଆଯାଇଛି। ଏହା ପୂର୍ବରୁ ୨୦୦୨ ସାମ୍ପ୍ରଦାୟିକ ହିଂସାକୁ ମଧ୍ୟ ଦ୍ୱାଦଶ ଶ୍ରେଣୀ ପୁସ୍ତକରୁ ବାଦ୍‌ ଦିଆଯାଇଥିଲା। ସମାଲୋଚକଙ୍କ ମତରେ ଏହା ହେଉଛି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଗୈରିକୀକରଣ।

ନିର୍ଦ୍ଦେଶକ ଦୀନେଶ ସାକ୍‌ଲାନି କହିଛନ୍ତି, ଏସବୁ ଗତବର୍ଷର ନିଷ୍ପତ୍ତି। ଚଳିବର୍ଷ ନୂଆ କିଛି କରାଯାଇନାହିଁ। ଏନ୍‌ସିଇଆର୍‌ଟି ଓ୍ବେବ୍‌ସାଇଟ୍‌ରେ ଦିଆଯାଇଥିବା ଏକ ବିବରଣୀ ଅନୁସାରେ କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ପାଠ ବୋଝକୁ ଲାଘବ କରିବା ନିମନ୍ତେ ଏହା ଜରୁରୀ ଥିଲା। ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ୨୦୨୦ରେ ମଧ୍ୟ ବିଷୟବସ୍ତୁର ବୋଝ ହ୍ରାସ ପାଇଁ ଗୁରୁତ୍ୱ ଦିଆଯାଇଛି। ସୃଜନଶୀଳ ମାନସିକତା ସହ ପ୍ରୟୋଗାମତ୍କ ଶିକ୍ଷା ପାଇଁ ଏହା ସୁଯୋଗ ପ୍ରଦାନ କରିବ। ଏହାକୁ ଧ୍ୟାନରେ ରଖି ସମସ୍ତ ଶ୍ରେଣୀର ସବୁ ବିଷୟବସ୍ତୁକୁ ସୁସଙ୍ଗତ କରାଯାଇଛି। ସାମ୍ପ୍ରତିକ ସଂସ୍କରଣ ହେଉଛି ପରିବର୍ତ୍ତନ କରାଯିବା ପରେ ଏକ ନୂଆ ଫର୍ମାଟ୍‌ର ଭର୍ସନ।

ବର୍ତ୍ତମାନର ଟେକ୍ସବୁକ୍ସ ହେଉଛି ଯୁକ୍ତିସିଦ୍ଧ ପୁସ୍ତକ। ୨୦୨୨-୨୩ ସେସନ୍‌ରେ ଏହି ନିଷ୍ପତ୍ତି ନିଆଯାଇଥିଲା, ଯାହାକି ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ ହେବ ବୋଲି ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି। ନୂଆ ପାଠ୍ୟ ପୁସ୍ତକରେ ଅଣାଯାଇଥିବା ପରିବର୍ତ୍ତନ ସମ୍ପର୍କରେ ଦିନେ ଦୁଇଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଏନ୍‌ସିଇଆର୍‌ଟି ନିର୍ଦ୍ଦେଶକ ସାଲ୍‌କାନି କହିଛନ୍ତି। ଅନ୍ୟପକ୍ଷେ ଏନ୍‌ସିଇଆର୍‌ଟି ପୁସ୍ତକଗୁଡ଼ିକରେ ପରିବର୍ତ୍ତନକୁ ବିରୋଧୀ କଂଗ୍ରେସ ନିନ୍ଦା କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କ ମତରେ ଇତିହାସର ପୁନର୍ଲିଖନ ଉଦ୍ୟମ କରୁଥିବା ଭାଜପା-ଆର୍‌ଏସ୍‌ଏସ୍‌ ଇତିହାସର ଡଷ୍ଟବିନ୍‌କୁ ଚାଲିଯିବେ।

କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ପ୍ରତିଶୋଧ ନେବା ପାଇଁ ଇତିହାସକୁ କଳଙ୍କିତ କରିବା ସହ ସେଥିରେ ଚୂନ ମାରିଛନ୍ତି। ସେମାନେ ଯେତେ ଅପଚେଷ୍ଟା କଲେ ବି ଇତିହାସକୁ ବଦଳାଇପାରିବେ ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ଭାରତୀୟ ଇତିହାସକୁ ନେଇ ସର୍ବାଧିକ ଚଞ୍ଚକତା କରିଥିଲା। ଅତୀତର ସେହି ଭୁଲ୍‌ଗୁଡ଼ିକୁ ଭାଜପା କେବଳ ସୁଧାରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?