ବୁନ୍ଦା ପାଣିରେ ବଗିଚା

ଭୁବନ, ୧୪।୧୨(ଡି.ଏନ.ଏ.) କୁଙ୍କୁମଠାରୁ କର୍ପୁର। ହେନାଠୁ ହରିଡ଼ା। ସେଓ, ନାସପାତି, ବେଲ ଭଳି ଜାତିଜାତିକା ଫଳଗଛ। ତା’ ସାଙ୍ଗକୁ ଜାଇଫଳ, ଲବଙ୍ଗ, ହେଙ୍ଗୁ ଭଳି ମସଲାଜାତୀୟ ଗଛ। ପରିତ୍ୟକ୍ତ ସାଲାଇନ ବୋତଲ, ଇଲେକ୍ଟ୍ରି ପାଇପ୍‌ରେ ହୋଇଛି ବୁନ୍ଦା ଜଳସେଚନ ବ୍ୟବସ୍ଥା। ଦେଢ଼ ଏକର ପରିମିତ ଜମିରେ ହୋଇଥିବା ଏହି ଔଷଧୀୟ ବଗିଚା ଭୁବନ ଅଞ୍ଚଳର ଜୟଗୁରୁ ପାତ୍ରଙ୍କୁ ଦେଇଛି ପରିଚୟ। ଉଚ୍ଚଶିକ୍ଷିତ ହେବା ପରେ ସାଧାରଣତଃ ଜଣେ ମୋଟାଅଙ୍କର ଚାକିରି ପଛରେ ଧାଉଁଥିବାବେଳେ ଏହି ଦୌଡ଼ରୁ ବାହାରି ଭିନ୍ନ କରି ଦେଖାଇଛନ୍ତି ଜୟଗୁରୁ। ଏଭଳି ଉଦ୍ୟମ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଥିବାବେଳେ ତାଙ୍କ ହାତ ତିଆରି ଔଷଧୀୟ ବଗିଚା ଏବେ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ।
ଭୁବନ ଏନ୍‌ଏସି ଅନ୍ତର୍ଗତ ଲତାବିଲ ନିକଟ ଟୋଲକବେରେଣୀରେ ରହିଛି ନିଗମାନନ୍ଦ ଔଷଧୀୟ ବଗିଚା। ଏହାର ଶୋଭା ବଢ଼ାଉଛି ରକ୍ତଚନ୍ଦନ, ଚନ୍ଦନ, ଖଇର, ଜାଇଫଳ, ହେଙ୍ଗୁ, ଲବଙ୍ଗ, ହରିଡ଼ା, ସେଓ, ନାସପାତି, କାଇଁଚ, ଚନ୍ଦନ ସମେତ ବିଭିନ୍ନ ଔଷଧୀୟ ଗଛ। ଏହା ପଛରେ ରହିଛି ଯୁବ ବ୍ୟବସାୟୀ ତଥା ସାମାଜିକ କର୍ମୀ ଜୟଗୁରୁଙ୍କ ନିଷ୍ଠାପର ଉଦ୍ୟମ। ଜୟଗୁରୁଙ୍କ ଏକ ଇଲେକ୍ଟ୍ରୋନିକ୍‌ ଦୋକାନ ଅଛି। ହେଲେ ଲକ୍‌ଡାଉନ୍‌ ସମୟରେ ଦୋକାନ ବନ୍ଦ ହୋଇଯିବା ଏବଂ କଟକଣା ଲାଗୁ ହେବା ପରେ ତାଙ୍କ ହାତରେ ଥିଲା ପର୍ଯ୍ୟାପ୍ତ ସମୟ। ସ୍ଥାନୀୟ ନିଗମାନନ୍ଦ ଆଶ୍ରମର ପରିତ୍ୟକ୍ତ ଜମିରେ ଔଷଧୀୟ ବଗିଚା କରିବାକୁ ମନ ବଳାଇଥିଲେ ସେ। ଏଥିଲାଗି ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଥିଲେ ଗଛ। ପାଣି ଖର୍ଚ୍ଚ କମାଇବାକୁ ଇଲେକ୍ଟ୍ରିକାଲ ଓ୍ବାୟାରିଂ ପାଇପ୍‌ ଏବଂ ସାଲାଇନ୍‌ ବୋତଲ ସହାୟତାରେ ବୁନ୍ଦା ଜଳସେଚନ ବ୍ୟବସ୍ଥା କରିଥିଲେ। ସାମାନ୍ୟ ଯତ୍ନରେ ଏବେ ବଗିଚା ହସିଉଠିଛି। ସୂଚନା ପାଇବା ପରେ ଜିଲା କୃଷି ବିଭାଗ, ଉଦ୍ୟାନ ବିଭାଗ ଏବଂ ଜଙ୍ଗଲ ବିଭାଗର ବୈଜ୍ଞାନିକମାନେ ନିଗମାନନ୍ଦ ଔଷଧୀୟ ବଗିଚା ପରିଦର୍ଶନ କରି ଜୟଗୁରୁଙ୍କ ମାର୍ଗଦର୍ଶନ କରିଛନ୍ତି। ଜିଲାରେ ପ୍ରଥମ କରି ବୁନ୍ଦା ଜଳସେଚନର ସଫଳ ପ୍ରୟୋଗ କରାଯାଇଥିବାରୁ ଉଚ୍ଚପ୍ରଶଂସା କରିଥିଲେ। ମନୁଷ୍ୟକୃତ କାରଣରୁ ଜୈବ ବିବିଧତା ଉପରେ ସଙ୍କଟ ଘନେଇବାରେ ଲାଗିଛି। ଜଙ୍ଗଲରୁ ମୂଲ୍ୟବାନ ବୃକ୍ଷଲତା ଲୋପ ପାଇବାକୁ ବସିଛି। ଜୟଗୁରୁଙ୍କ ଉଦ୍ୟମରେ ପ୍ରସ୍ତୁତ ବଗିଚା ଆଗାମୀ ଦିନରେ ପାଠପଢୁଆ ପିଲାଙ୍କ ଅଧ୍ୟୟନରେ କାମରେ ଆସିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଯୁବପିଢ଼ି ଚାହିଁଲେ ଗୁରୁତ୍ୱ ବଢ଼ିବ
ପରିବେଶ ସୁରକ୍ଷା ପାଇଁ ଚାରାରୋପଣ ଏକମାତ୍ର ବିକଳ୍ପ। ଘରବାଡ଼ିରେ ଔଷଧୀୟ ଗଛ ଲଗାଇଲେ ଆବଶ୍ୟକ ସମୟରେ କାମରେ ଆସିବ। ଯୁବପିଢ଼ି ଚାହିଁଲେ ଏଭଳି ଔଷଧୀୟ ବଗିଚାର ଗୁରୁତ୍ୱ ବଢ଼ିବ। ସରକାରୀସ୍ତରରେ ମଧ୍ୟ ଏଥିଲାଗି ପ୍ରୋତ୍ସାହନ ମିଳୁଛି। ଅବସର ସମୟର ସଦ୍‌ବିନିଯୋଗ କରିବାର ଏହା ଭଲ ବିକଳ୍ପ।
-ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି, ଢେଙ୍କାନାଳ ଜିଲା କୃଷି ବିଜ୍ଞାନ କେନ୍ଦ୍ର

ଆଗ୍ରହୀଙ୍କୁ ସହଯୋଗ କରାଯିବ
ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ମାଗଣା ଚାରା ଯୋଗାଇ ଦିଆଯାଉଛି। ଏଥିପ୍ରତି ସମସ୍ତେ ଅଧିକରୁ ଅଧିକ ସଚେତନ ହେବାକୁ ପଡ଼ିବ। ସାମାନ୍ୟ ଯତ୍ନନେଲେ ସୁନ୍ଦର ଔଷଧୀୟ ବଗିଚାଟିଏ ହୋଇପାରିବ। ଏହାର ସୁଫଳ ନିଶ୍ଚୟ ମିଳିବ। ଆଗ୍ରହୀ ବ୍ୟକ୍ତିଙ୍କୁ ସମସ୍ତ ସହଯୋଗ କରାଯିବ।
-ମନୋରଞ୍ଜନ ମହାନ୍ତି, ପରିବେଶ ବିଜ୍ଞାନୀ

ବିଲୁପ୍ତପ୍ରାୟ ଗଛକୁ ମିଳିବ ସୁରକ୍ଷା
ଅଳ୍ପ ଜମିରେ ଗୋଟିଏ ସୁନ୍ଦର ଔଷଧୀୟ ବଗିଚା କରାଯାଇ ପାରିବ। ସଘନ ପ୍ରଣାଳୀରେ ଅନ୍ୟ ଫୁଲ, ଫଳ ଚାଷ ମଧ୍ୟ ହୋଇପାରିବ। ବିଲୁପ୍ତ ହୋଇଯାଉଥିବା ଔଷଧୀୟ ଓ ଫଳ ଗଛଗୁଡ଼ିକୁ ସୁରକ୍ଷା ଦିଆଯାଇପାରିବ। ସ୍କୁଲ କଲେଜର ପିଲାମାନେ ଏହାକୁ ଦେଖି ଜ୍ଞାନ ଆହରଣ କରିବାର ସୁଯୋଗ ପାଇପାରିବେ। ଏଭଳି ବଗିଚା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ।
-ବୈଜ୍ଞାନିକ ଦିବ୍ୟସୁନ୍ଦର କର, ଉଦ୍ୟାନ ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?