ବୁନ୍ଦା ପାଣିରେ ବଗିଚା

ଭୁବନ, ୧୪।୧୨(ଡି.ଏନ.ଏ.) କୁଙ୍କୁମଠାରୁ କର୍ପୁର। ହେନାଠୁ ହରିଡ଼ା। ସେଓ, ନାସପାତି, ବେଲ ଭଳି ଜାତିଜାତିକା ଫଳଗଛ। ତା’ ସାଙ୍ଗକୁ ଜାଇଫଳ, ଲବଙ୍ଗ, ହେଙ୍ଗୁ ଭଳି ମସଲାଜାତୀୟ ଗଛ। ପରିତ୍ୟକ୍ତ ସାଲାଇନ ବୋତଲ, ଇଲେକ୍ଟ୍ରି ପାଇପ୍‌ରେ ହୋଇଛି ବୁନ୍ଦା ଜଳସେଚନ ବ୍ୟବସ୍ଥା। ଦେଢ଼ ଏକର ପରିମିତ ଜମିରେ ହୋଇଥିବା ଏହି ଔଷଧୀୟ ବଗିଚା ଭୁବନ ଅଞ୍ଚଳର ଜୟଗୁରୁ ପାତ୍ରଙ୍କୁ ଦେଇଛି ପରିଚୟ। ଉଚ୍ଚଶିକ୍ଷିତ ହେବା ପରେ ସାଧାରଣତଃ ଜଣେ ମୋଟାଅଙ୍କର ଚାକିରି ପଛରେ ଧାଉଁଥିବାବେଳେ ଏହି ଦୌଡ଼ରୁ ବାହାରି ଭିନ୍ନ କରି ଦେଖାଇଛନ୍ତି ଜୟଗୁରୁ। ଏଭଳି ଉଦ୍ୟମ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଥିବାବେଳେ ତାଙ୍କ ହାତ ତିଆରି ଔଷଧୀୟ ବଗିଚା ଏବେ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ।
ଭୁବନ ଏନ୍‌ଏସି ଅନ୍ତର୍ଗତ ଲତାବିଲ ନିକଟ ଟୋଲକବେରେଣୀରେ ରହିଛି ନିଗମାନନ୍ଦ ଔଷଧୀୟ ବଗିଚା। ଏହାର ଶୋଭା ବଢ଼ାଉଛି ରକ୍ତଚନ୍ଦନ, ଚନ୍ଦନ, ଖଇର, ଜାଇଫଳ, ହେଙ୍ଗୁ, ଲବଙ୍ଗ, ହରିଡ଼ା, ସେଓ, ନାସପାତି, କାଇଁଚ, ଚନ୍ଦନ ସମେତ ବିଭିନ୍ନ ଔଷଧୀୟ ଗଛ। ଏହା ପଛରେ ରହିଛି ଯୁବ ବ୍ୟବସାୟୀ ତଥା ସାମାଜିକ କର୍ମୀ ଜୟଗୁରୁଙ୍କ ନିଷ୍ଠାପର ଉଦ୍ୟମ। ଜୟଗୁରୁଙ୍କ ଏକ ଇଲେକ୍ଟ୍ରୋନିକ୍‌ ଦୋକାନ ଅଛି। ହେଲେ ଲକ୍‌ଡାଉନ୍‌ ସମୟରେ ଦୋକାନ ବନ୍ଦ ହୋଇଯିବା ଏବଂ କଟକଣା ଲାଗୁ ହେବା ପରେ ତାଙ୍କ ହାତରେ ଥିଲା ପର୍ଯ୍ୟାପ୍ତ ସମୟ। ସ୍ଥାନୀୟ ନିଗମାନନ୍ଦ ଆଶ୍ରମର ପରିତ୍ୟକ୍ତ ଜମିରେ ଔଷଧୀୟ ବଗିଚା କରିବାକୁ ମନ ବଳାଇଥିଲେ ସେ। ଏଥିଲାଗି ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଥିଲେ ଗଛ। ପାଣି ଖର୍ଚ୍ଚ କମାଇବାକୁ ଇଲେକ୍ଟ୍ରିକାଲ ଓ୍ବାୟାରିଂ ପାଇପ୍‌ ଏବଂ ସାଲାଇନ୍‌ ବୋତଲ ସହାୟତାରେ ବୁନ୍ଦା ଜଳସେଚନ ବ୍ୟବସ୍ଥା କରିଥିଲେ। ସାମାନ୍ୟ ଯତ୍ନରେ ଏବେ ବଗିଚା ହସିଉଠିଛି। ସୂଚନା ପାଇବା ପରେ ଜିଲା କୃଷି ବିଭାଗ, ଉଦ୍ୟାନ ବିଭାଗ ଏବଂ ଜଙ୍ଗଲ ବିଭାଗର ବୈଜ୍ଞାନିକମାନେ ନିଗମାନନ୍ଦ ଔଷଧୀୟ ବଗିଚା ପରିଦର୍ଶନ କରି ଜୟଗୁରୁଙ୍କ ମାର୍ଗଦର୍ଶନ କରିଛନ୍ତି। ଜିଲାରେ ପ୍ରଥମ କରି ବୁନ୍ଦା ଜଳସେଚନର ସଫଳ ପ୍ରୟୋଗ କରାଯାଇଥିବାରୁ ଉଚ୍ଚପ୍ରଶଂସା କରିଥିଲେ। ମନୁଷ୍ୟକୃତ କାରଣରୁ ଜୈବ ବିବିଧତା ଉପରେ ସଙ୍କଟ ଘନେଇବାରେ ଲାଗିଛି। ଜଙ୍ଗଲରୁ ମୂଲ୍ୟବାନ ବୃକ୍ଷଲତା ଲୋପ ପାଇବାକୁ ବସିଛି। ଜୟଗୁରୁଙ୍କ ଉଦ୍ୟମରେ ପ୍ରସ୍ତୁତ ବଗିଚା ଆଗାମୀ ଦିନରେ ପାଠପଢୁଆ ପିଲାଙ୍କ ଅଧ୍ୟୟନରେ କାମରେ ଆସିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଯୁବପିଢ଼ି ଚାହିଁଲେ ଗୁରୁତ୍ୱ ବଢ଼ିବ
ପରିବେଶ ସୁରକ୍ଷା ପାଇଁ ଚାରାରୋପଣ ଏକମାତ୍ର ବିକଳ୍ପ। ଘରବାଡ଼ିରେ ଔଷଧୀୟ ଗଛ ଲଗାଇଲେ ଆବଶ୍ୟକ ସମୟରେ କାମରେ ଆସିବ। ଯୁବପିଢ଼ି ଚାହିଁଲେ ଏଭଳି ଔଷଧୀୟ ବଗିଚାର ଗୁରୁତ୍ୱ ବଢ଼ିବ। ସରକାରୀସ୍ତରରେ ମଧ୍ୟ ଏଥିଲାଗି ପ୍ରୋତ୍ସାହନ ମିଳୁଛି। ଅବସର ସମୟର ସଦ୍‌ବିନିଯୋଗ କରିବାର ଏହା ଭଲ ବିକଳ୍ପ।
-ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି, ଢେଙ୍କାନାଳ ଜିଲା କୃଷି ବିଜ୍ଞାନ କେନ୍ଦ୍ର

ଆଗ୍ରହୀଙ୍କୁ ସହଯୋଗ କରାଯିବ
ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ମାଗଣା ଚାରା ଯୋଗାଇ ଦିଆଯାଉଛି। ଏଥିପ୍ରତି ସମସ୍ତେ ଅଧିକରୁ ଅଧିକ ସଚେତନ ହେବାକୁ ପଡ଼ିବ। ସାମାନ୍ୟ ଯତ୍ନନେଲେ ସୁନ୍ଦର ଔଷଧୀୟ ବଗିଚାଟିଏ ହୋଇପାରିବ। ଏହାର ସୁଫଳ ନିଶ୍ଚୟ ମିଳିବ। ଆଗ୍ରହୀ ବ୍ୟକ୍ତିଙ୍କୁ ସମସ୍ତ ସହଯୋଗ କରାଯିବ।
-ମନୋରଞ୍ଜନ ମହାନ୍ତି, ପରିବେଶ ବିଜ୍ଞାନୀ

ବିଲୁପ୍ତପ୍ରାୟ ଗଛକୁ ମିଳିବ ସୁରକ୍ଷା
ଅଳ୍ପ ଜମିରେ ଗୋଟିଏ ସୁନ୍ଦର ଔଷଧୀୟ ବଗିଚା କରାଯାଇ ପାରିବ। ସଘନ ପ୍ରଣାଳୀରେ ଅନ୍ୟ ଫୁଲ, ଫଳ ଚାଷ ମଧ୍ୟ ହୋଇପାରିବ। ବିଲୁପ୍ତ ହୋଇଯାଉଥିବା ଔଷଧୀୟ ଓ ଫଳ ଗଛଗୁଡ଼ିକୁ ସୁରକ୍ଷା ଦିଆଯାଇପାରିବ। ସ୍କୁଲ କଲେଜର ପିଲାମାନେ ଏହାକୁ ଦେଖି ଜ୍ଞାନ ଆହରଣ କରିବାର ସୁଯୋଗ ପାଇପାରିବେ। ଏଭଳି ବଗିଚା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ।
-ବୈଜ୍ଞାନିକ ଦିବ୍ୟସୁନ୍ଦର କର, ଉଦ୍ୟାନ ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

ତପୋବନ ପୀଠ ପରିଦର୍ଶନ କଲେ ଏମ୍‌ପି: ସୌରଶକ୍ତି ସମ୍ପନ୍ନ ହେବ ରୋଷଘର

ଢେଙ୍କାନାଳ ଅଫିସ, ୧୪।୬ – ମହିମା ସ୍ବାମୀଙ୍କ ଆତ୍ମଯୋଗ ସାଧନାସ୍ଥଳୀ ତଥା ମହିମା ଧର୍ମର ଆଦିପୀଠ ତପୋବନକୁ ବୁଧବାର ଅପରାହ୍ନରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ...

ହାତୀପଲ ଖାଇଗଲେ ରାଶନ

ଢେଙ୍କାନାଳ ଅଫିସ, ୧୯।୭-ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ନିମିଧା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ପଲରେ ୧୬ ହାତୀ ଉପଦ୍ରବ ସୃଷ୍ଟି କରିଛନ୍ତି। ହାତୀଙ୍କ...

୬୦୦୦ ଲିଟର କିରୋସିନ ଜବତ

ଢେଙ୍କାନାଳ ଅଫିସ୍‌, ୧୯।୫: ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ଅଧୀନ ୫୫ନଂ. ଜାତୀୟ ରାଜପଥର ରସାସିଂହ ନିକଟରୁ ବୁଧବାର ଭୋର୍‌ ସମୟରେ ୨ଟି ଟ୍ୟାଙ୍କରରେ...

୪୦ ଛୁଇଁଲା ପାରଦ, ସକାଳୁଆ ହେଲା ଅଫିସ୍‌

ଢେଙ୍କାନାଳ ଅଫିସ, ୧୬।୪: ଢେଙ୍କାନାଳ ଜିଲାରେ ଗତ ଦୁଇଦିନ ହେଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବୁଧବାର ସହରର ତାପମାତ୍ରା ୪୦ ଛୁଇଁଛି। ପୂର୍ବାହ୍ନ ୧୦ଟାରୁ...

ଅଢ଼େଇ ବର୍ଷରେ ୪,୧୭୪ ଲାଇସେନ୍ସ ରଦ୍ଦ

ଢେଙ୍କାନାଳ ଅଫିସ,୨୬।୩:  ଗାଡ଼ିଚାଳକ ଫୁ’ କରିଦେଉଛନ୍ତି ଟ୍ରାଫିକ୍‌ ନିୟମ। ଟ୍ରାଫିକ୍‌ ପୋଷ୍ଟରେ ଲାଲ୍‌ ରଙ୍ଗର ବତି ଜଳୁଥିବା ସତ୍ତ୍ୱେ ଏହାକୁ ବେଖାତିର କରୁଛନ୍ତି। ବାଇକ୍‌ ଆରୋହୀମାନେ...

ବୀରାଶାଳରେ ସୁରକ୍ଷିତ ବାଦୁଡ଼ି

କାମାକ୍ଷାନଗର, ୭।୩(ଡି.ଏନ.ଏ.): ପ୍ରକୃତିର ବିଚିତ୍ରମୟ ପ୍ରାଣୀ ମଧ୍ୟରେ ଅନ୍ୟତମ ବାଦୁଡ଼ି। ଉଭୟ ପକ୍ଷୀ ଏବଂ ପଶୁ ପ୍ରବୃତ୍ତିଧାରୀ ଏହି ସ୍ତନ୍ୟପାୟୀ ପ୍ରାଣୀକୁ ପ୍ରକୃତିର ବନ୍ଧୁ ବୋଲି ଆଖ୍ୟା...

କଟକଣାରେ ସ୍ବାଧୀନତା ଦିବସ

ଢେଙ୍କାନାଳ ଅଫିସ୍‌, ୩୦।୭ ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ସଦ୍‌ଭାବନା ଗୃହରେ ୭୬ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ...

କଟକଣା ମାନିଲେ କମିବ କରୋନା

ଢେଙ୍କାନାଳ ଅଫିସ, ୨୧।୪ ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା। ସହରାଞ୍ଚଳରେ ସଂକ୍ରମଣ ବଢିବାରେ ଲାଗିଛି। ଅଧିକ ଶକ୍ତିଶାଳୀ ହୋଇ ବାହୁଡ଼ିଥିବା ଭୂତାଣୁକୁ ପ୍ରତିହତ କରିବା ଏବେ...

Advertisement
Archives

Model This Week