ବର୍ଜ୍ୟବସ୍ତୁରୁ ବଗିଚା

କାମାକ୍ଷାନଗର, ୧୭।୧(ଡି.ଏନ୍‌.ଏ.) ଅଗଣାରେ ହସୁଛି ରଙ୍ଗବେରଙ୍ଗ ଫୁଲ। କେଉଁଠି ସେବତୀ, ଗେଣ୍ଡୁ, ସଦାବିହାରୀ ତ ଆଉ କେଉଁଠି ଡାଲିଆ, ବରବିନା, ଦାଇଁଥସ୍‌, ପେଟୁନିଆ, ଇମ୍ପ୍ରେସନ, ଜେର୍‌ବେରା, ଗାଜାନିଆ, ଭିନକା ଭଳି ବିଦେଶୀ ଫୁଲ। କେବଳ ଫୁଲଗଛ ନୁହେଁ, ଲଙ୍କା, ବାଇଗଣ, କଲରା, ଭେଣ୍ଡି ସାଙ୍ଗକୁ ଭଳିକି ଭଳି କ୍ରୋଟନ ଗଛର ସମ୍ଭାର। କୌଣସି ନର୍ସରି କି ପାର୍କ ନୁହେଁ, କାମାକ୍ଷାନଗର ମେଡିକାଲ କ୍ୱାର୍ଟର୍ସର ସୀମିତ ଅଗଣାରେ ବର୍ଜ୍ୟ ସାମଗ୍ରୀ ବ୍ୟବହାର କରି କରାଯାଇଛି ଏଭଳି ଫୁଲ ବଗିଚା। ଆଉ ଏହା ପଛରେ ଯାହାର ହାତ ରହିଛି, ସେ ହେଉଛନ୍ତି ଅନିତା ସେନାପତି। ଅନିତାଙ୍କ ଏଭଳି ଉଦ୍ୟମକୁ ସ୍ବାସ୍ଥ୍ୟ ବିଭାଗ ଭୂୟସୀ ପ୍ରଶଂସା କରିଥିବାବେଳେ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଅନ୍ୟ କେତେଜଣ ଏଭଳି କିଚେନ ଗାର୍ଡେନ କରିବାକୁ ଆଗ୍ରହୀ ହୋଇଛନ୍ତି।
ଢେଙ୍କାନାଳ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଟେକ୍ନିସିଆନ ବିଜୟ ସେନାପତିଙ୍କ ସ୍ତ୍ରୀ ହେଉଛନ୍ତି ଅନିତା। ୫ବର୍ଷ ତଳେ ବଦଳି ହୋଇ ଏଠାକୁ ଆସିବା ବେଳକୁ କ୍ୱାର୍ଟର୍ସ ପରିତ୍ୟକ୍ତ ହୋଇପଡ଼ିଥିଲା। ଆଖପାଖ ଅଞ୍ଚଳ ପ୍ଲାଷ୍ଟିକ୍‌ ବର୍ଜ୍ୟରେ ଭର୍ତ୍ତି ହୋଇଥିଲା। ଖୁବ୍‌ କମ୍‌ ଜାଗାରେ କିଚେନ ଗାର୍ଡେନ କରାଯାଇପାରିବ ବୋଲି ପତ୍ରପତ୍ରିକା ଏବଂ ୟୁଟ୍ୟୁବ୍‌ରୁ ଜାଣିବା ପରେ ଏଥିପ୍ରତି ବଢ଼ିଥିଲା ତାଙ୍କର ଆଗ୍ରହ। ପାଖାପାଖି ୩ବର୍ଷ ତଳେ ତାଙ୍କ ଉଦ୍ୟମରେ ଅଗଣାରେ ଆରମ୍ଭ ହୋଇଥିବା ଫୁଲ ବଗିଚା ଏବେ ଅଞ୍ଚଳବାସୀଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। ‘ଇଚ୍ଛା ଥିଲେ ଉପାୟ ମିଳେ’ ଏହି ଆପ୍ତବାକ୍ୟକୁ ସେ ସତ କରି ଦେଖାଇଛନ୍ତି।
ଏ ସଂକ୍ରାନ୍ତରେ ଅନିତା କୁହନ୍ତି, ସରକାରୀ କ୍ୱାର୍ଟର୍ସର ସୀମିତ ଅଗଣା, ପାଇଖାନା ଟାଙ୍କିରେ ଏଭଳି ଫୁଲ ବଗିଚା ଏବଂ କିଚେନ ଗାର୍ଡେନ୍‌ କରିବା ଲାଗି ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଛି। କମ୍‌ ମାଟି ବ୍ୟବହାର କରି ଫୁଲକୁଣ୍ଡ, କୁଡୁଆରେ ଲଗାଯାଇଛି ଫୁଲଗଛ। ସ୍ଥାନାଭାବରୁ କେତେକ ଗଛ ପ୍ଲାଷ୍ଟିକ୍‌ ବୋତଲରେ ଲଗାଇ କାନ୍ଥରେ ଟଙ୍ଗାଯାଇଛି। ଏସବୁରେ ରାସାୟନିକ ସାର ପ୍ରୟୋଗ କରାଯାଉନାହିଁ। ରୋଷେଇ ଘରୁ ବାହାରୁଥିବା ଚା ପତି, ଜୈବିକ ଖତ ଦିଆଯାଉଛି। ଅଗଣାରୁ ବାହାରୁଥିବା ସ୍ବାଦିଷ୍ଟ ପନିପରିବା ଘର ଚଳାଇବାକୁ ଯଥେଷ୍ଟ ନ ହେଲେ ମଧ୍ୟ ବେଶ୍‌୍‌ ଖୁସି ଦେଉଛି। ଚାରା ସଂଗ୍ରହ, ଅଦରକାରୀ ପ୍ଲାଷ୍ଟିକ୍‌ ଡବାକୁ ଗଛ ଲଗାଇବା ଉପଯୋଗୀ କରିବା ଏବଂ କୁଣ୍ଡ ସଜାଡ଼ିବା ଆଦି କାର୍ଯ୍ୟ ଲାଗି ଦୈନିକ ସକାଳେ ଓ ଅପରାହ୍ନରେ ୨ ଘଣ୍ଟା ଦିଅନ୍ତି। ଏବେ କ୍ୱାର୍ଟର୍ସରେ ଥିବାରୁ ଇଚ୍ଛା ଥିଲେ ବି ଅଧିକ ଗଛ ଲଗାଇବା ସମ୍ଭବ ନୁହେଁ। ଭବିଷ୍ୟତରେ ନିଜର ଘର ତିଆରି କଲେ ଛାତ ଉପରେ ବଡ଼ କିଚେନ ଗାର୍ଡେନ ତିଆରି କରିବେ ବୋଲି ଅନିତା କହିଛନ୍ତି। ଅନିତାଙ୍କ ଦୁଇ ସନ୍ତାନଙ୍କ ମଧ୍ୟରୁ ଝିଅ ବିବାହ କରିସାରିଛନ୍ତି। ପୁଅ ବାହାରେ ରହି ଇଞ୍ଜିନିୟରିଂ ପାଠ ପଢୁଛନ୍ତି। ସ୍ବାମୀ କାମକୁ ଯିବାପରେ ଦିନ ତମାମ ଘରେ ବସି ଅନିତା ବୋର୍‌ ହେଉଥିଲେ। ଏବେ ବଗିଚାରେ ସମୟ ଅତିବାହିତ ହେବା ସହିତ ମାନସିକ ଶାନ୍ତି ମିଳୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

ରାଜନଗର,୨୬ା୬(ଭାସ୍କର ରାଉତରାୟ): ସମଗ୍ର ରାଜ୍ୟରେ କେଉଁଠି କେଉଁଠି ବେଆଇନ ବାଲି ଚାଲାଣକୁ ନେଇ ପୋଲିସ ପ୍ରଶାସନଙ୍କ ସହିତ ମାଫିଆଙ୍କର ମୁକାବିଲା ଏପରକି ଆକ୍ରମଣ ଭଳି ଅନେକ ଘଟଣା…

ତାମିଲନାଡୁ ଗ୍ୟାସ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ବବି ଦାସଙ୍କୁ ଭେଟିଲେ ସୁଜାତା ପାଣ୍ଡିଆନ: ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର,୨୬।୬: ପୂର୍ବତନ ଆଇଏଏସ୍‌ ଅଫିସର ତଥା କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଜେଡିରେ ସାମିଲ ହେବାପରେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଆଗକୁ ସେ କୁଆଡେ…

ବହି ତ୍ରୁଟି ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୬: ଓଡ଼ିଆ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି, ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର…

ଅନିଶ୍ଚିତତାରେ ଆଖଡ଼ାଶାଳି ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର, ଭାଜପା ସରକାର ଗଠନ ପରେ ବି ରାଜନେତାମାନେ ଚୁପ୍‌

କେନ୍ଦ୍ରାପଡ଼ା,୨୬ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଆଖଡ଼ାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପିପିପି ମୋଡ୍‌ରେ ପାରାଦୀପ ପୋର୍ଟ ଏହାର…

ନିଜ କାର୍ଯ୍ୟକୁ ଫେରିଲେ ସରପଞ୍ଚ ଚାମେଲୀ ଓଝା, ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି…

ମହାକାଳପଡ଼ା, ୨୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରୀ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ରୋକାଯିବା ଓ କରାଯାଇଥିବା କାମର ବିଲ୍‌ ପ୍ରଦାନ କରାଯାଉ ନ…

ଷ୍ଟାଣ୍ଡିଙ୍ଗ କମିଟି ଗଠନ କଲେ ବାଚସ୍ପତି: କେଉଁ ନେତାଙ୍କୁ କି ଦାୟିତ୍ୱ ମିଳିଲା, ଦେଖନ୍ତୁ ଲିଷ୍ଟ…

ଭୁବନେଶ୍ୱର,୨୬।୬: ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଓ ପିଏସି କମିଟି ଗଠନ କଲେ ବାଚସ୍ପତି। ୩୫ରୁ ଅଧିକ ପିଏସି କମିଟି ଓ ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି।…

କବାଟ ବନ୍ଦ କରି ମିଶ୍ରଣ: ସୁଜାତା ପାଣ୍ଡିଆନ୍‌ ବିଜେଡିରେ ମିଶିବା ପଛରେ ଅଛି…

ଭୁବନେଶ୍ୱର,୨୬ା୬(ସୁନିତ୍‌ ମିଶ୍ର):ଶଙ୍ଖ ଭବନ ଅଡିଟୋରିୟମ ଭିତରେ ଖୁବ୍‌ କମ୍‌ ଲୋକଙ୍କୁ ନେଇ ଏକ କବାଟ ବନ୍ଦ ମିଶ୍ରଣ ପର୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri