ବର୍ଜ୍ୟବସ୍ତୁରୁ ବଗିଚା

କାମାକ୍ଷାନଗର, ୧୭।୧(ଡି.ଏନ୍‌.ଏ.) ଅଗଣାରେ ହସୁଛି ରଙ୍ଗବେରଙ୍ଗ ଫୁଲ। କେଉଁଠି ସେବତୀ, ଗେଣ୍ଡୁ, ସଦାବିହାରୀ ତ ଆଉ କେଉଁଠି ଡାଲିଆ, ବରବିନା, ଦାଇଁଥସ୍‌, ପେଟୁନିଆ, ଇମ୍ପ୍ରେସନ, ଜେର୍‌ବେରା, ଗାଜାନିଆ, ଭିନକା ଭଳି ବିଦେଶୀ ଫୁଲ। କେବଳ ଫୁଲଗଛ ନୁହେଁ, ଲଙ୍କା, ବାଇଗଣ, କଲରା, ଭେଣ୍ଡି ସାଙ୍ଗକୁ ଭଳିକି ଭଳି କ୍ରୋଟନ ଗଛର ସମ୍ଭାର। କୌଣସି ନର୍ସରି କି ପାର୍କ ନୁହେଁ, କାମାକ୍ଷାନଗର ମେଡିକାଲ କ୍ୱାର୍ଟର୍ସର ସୀମିତ ଅଗଣାରେ ବର୍ଜ୍ୟ ସାମଗ୍ରୀ ବ୍ୟବହାର କରି କରାଯାଇଛି ଏଭଳି ଫୁଲ ବଗିଚା। ଆଉ ଏହା ପଛରେ ଯାହାର ହାତ ରହିଛି, ସେ ହେଉଛନ୍ତି ଅନିତା ସେନାପତି। ଅନିତାଙ୍କ ଏଭଳି ଉଦ୍ୟମକୁ ସ୍ବାସ୍ଥ୍ୟ ବିଭାଗ ଭୂୟସୀ ପ୍ରଶଂସା କରିଥିବାବେଳେ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଅନ୍ୟ କେତେଜଣ ଏଭଳି କିଚେନ ଗାର୍ଡେନ କରିବାକୁ ଆଗ୍ରହୀ ହୋଇଛନ୍ତି।
ଢେଙ୍କାନାଳ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଟେକ୍ନିସିଆନ ବିଜୟ ସେନାପତିଙ୍କ ସ୍ତ୍ରୀ ହେଉଛନ୍ତି ଅନିତା। ୫ବର୍ଷ ତଳେ ବଦଳି ହୋଇ ଏଠାକୁ ଆସିବା ବେଳକୁ କ୍ୱାର୍ଟର୍ସ ପରିତ୍ୟକ୍ତ ହୋଇପଡ଼ିଥିଲା। ଆଖପାଖ ଅଞ୍ଚଳ ପ୍ଲାଷ୍ଟିକ୍‌ ବର୍ଜ୍ୟରେ ଭର୍ତ୍ତି ହୋଇଥିଲା। ଖୁବ୍‌ କମ୍‌ ଜାଗାରେ କିଚେନ ଗାର୍ଡେନ କରାଯାଇପାରିବ ବୋଲି ପତ୍ରପତ୍ରିକା ଏବଂ ୟୁଟ୍ୟୁବ୍‌ରୁ ଜାଣିବା ପରେ ଏଥିପ୍ରତି ବଢ଼ିଥିଲା ତାଙ୍କର ଆଗ୍ରହ। ପାଖାପାଖି ୩ବର୍ଷ ତଳେ ତାଙ୍କ ଉଦ୍ୟମରେ ଅଗଣାରେ ଆରମ୍ଭ ହୋଇଥିବା ଫୁଲ ବଗିଚା ଏବେ ଅଞ୍ଚଳବାସୀଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। ‘ଇଚ୍ଛା ଥିଲେ ଉପାୟ ମିଳେ’ ଏହି ଆପ୍ତବାକ୍ୟକୁ ସେ ସତ କରି ଦେଖାଇଛନ୍ତି।
ଏ ସଂକ୍ରାନ୍ତରେ ଅନିତା କୁହନ୍ତି, ସରକାରୀ କ୍ୱାର୍ଟର୍ସର ସୀମିତ ଅଗଣା, ପାଇଖାନା ଟାଙ୍କିରେ ଏଭଳି ଫୁଲ ବଗିଚା ଏବଂ କିଚେନ ଗାର୍ଡେନ୍‌ କରିବା ଲାଗି ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଛି। କମ୍‌ ମାଟି ବ୍ୟବହାର କରି ଫୁଲକୁଣ୍ଡ, କୁଡୁଆରେ ଲଗାଯାଇଛି ଫୁଲଗଛ। ସ୍ଥାନାଭାବରୁ କେତେକ ଗଛ ପ୍ଲାଷ୍ଟିକ୍‌ ବୋତଲରେ ଲଗାଇ କାନ୍ଥରେ ଟଙ୍ଗାଯାଇଛି। ଏସବୁରେ ରାସାୟନିକ ସାର ପ୍ରୟୋଗ କରାଯାଉନାହିଁ। ରୋଷେଇ ଘରୁ ବାହାରୁଥିବା ଚା ପତି, ଜୈବିକ ଖତ ଦିଆଯାଉଛି। ଅଗଣାରୁ ବାହାରୁଥିବା ସ୍ବାଦିଷ୍ଟ ପନିପରିବା ଘର ଚଳାଇବାକୁ ଯଥେଷ୍ଟ ନ ହେଲେ ମଧ୍ୟ ବେଶ୍‌୍‌ ଖୁସି ଦେଉଛି। ଚାରା ସଂଗ୍ରହ, ଅଦରକାରୀ ପ୍ଲାଷ୍ଟିକ୍‌ ଡବାକୁ ଗଛ ଲଗାଇବା ଉପଯୋଗୀ କରିବା ଏବଂ କୁଣ୍ଡ ସଜାଡ଼ିବା ଆଦି କାର୍ଯ୍ୟ ଲାଗି ଦୈନିକ ସକାଳେ ଓ ଅପରାହ୍ନରେ ୨ ଘଣ୍ଟା ଦିଅନ୍ତି। ଏବେ କ୍ୱାର୍ଟର୍ସରେ ଥିବାରୁ ଇଚ୍ଛା ଥିଲେ ବି ଅଧିକ ଗଛ ଲଗାଇବା ସମ୍ଭବ ନୁହେଁ। ଭବିଷ୍ୟତରେ ନିଜର ଘର ତିଆରି କଲେ ଛାତ ଉପରେ ବଡ଼ କିଚେନ ଗାର୍ଡେନ ତିଆରି କରିବେ ବୋଲି ଅନିତା କହିଛନ୍ତି। ଅନିତାଙ୍କ ଦୁଇ ସନ୍ତାନଙ୍କ ମଧ୍ୟରୁ ଝିଅ ବିବାହ କରିସାରିଛନ୍ତି। ପୁଅ ବାହାରେ ରହି ଇଞ୍ଜିନିୟରିଂ ପାଠ ପଢୁଛନ୍ତି। ସ୍ବାମୀ କାମକୁ ଯିବାପରେ ଦିନ ତମାମ ଘରେ ବସି ଅନିତା ବୋର୍‌ ହେଉଥିଲେ। ଏବେ ବଗିଚାରେ ସମୟ ଅତିବାହିତ ହେବା ସହିତ ମାନସିକ ଶାନ୍ତି ମିଳୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?