ବାସ୍ତୁ ଅନୁସାରେ ବଗିଚା

ଘରର ପରିବେଶକୁ ନିର୍ମଳ ଆଉ ସୁସ୍ଥ ରଖିବା ସହ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ବଗିଚା। ଆଉ ଯଦି ଏହି ବଗିଚାର ସବୁ ଜିନିଷକୁ ବାସ୍ତୁ ଅନୁଯାୟୀ ସଜାଯାଏ, ତା’ହେଲେ ଏହା ଘର ପାଇଁ କି ଉପକାର ଆଣିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

*ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ବଗିଚା ପାଇଁ ଉତ୍ତର ତଥା ପୂର୍ବ ଦିଗ ହେଉଛି ସର୍ବୋତ୍ତମ। କୁହାଯାଏ, ଘରର ଉତ୍ତର ଦିଗରେ ବଗିଚା ରହିଲେ ଘର ଲୋକଙ୍କର ଉନ୍ନତି ହୋଇଥାଏ। ବିଶେଷକରି ଏହି ଦିଗରେ ଥିବା ବଗିଚାରେ ତୁଳସୀ ଗଛ ରହିଲେ ଶୁଭ ଫଳ ମିଳିଥାଏ।

* ଉତ୍ତର ଦିଗରେ ଥିବା ବଗିଚାରେ ଛୋଟ ଛୋଟ ଗଛ ତଥା ବିନା କଣ୍ଟା ବାଲା ଗଛ ଲଗାଇବା ଶୁଭ ହୋଇଥାଏ।

* ବଗିଚାରେ ଓ୍ବାଟର୍‌ ଫାଉଣ୍ଟେନ୍‌ ଲଗାଇବାର ଇଚ୍ଛା ଥିଲେ ଏହାକୁ ଆପଣ ଚାହିଁଲେ ଉତ୍ତର ଦିଗରେ ଥିବା ବଗିଚାରେ ଲଗାଇପାରିବେ।

* ଅନ୍ୟପକ୍ଷେ ପୂର୍ବ ଦିଗରେ ଥିବା ବଗିଚାରେ ଫଳ ହେଉଥିବା ଗଛ ଲଗାଇଲେ ଭଲ ଲାଭ ହୋଇଥାଏ। ଆଉ ଯଦି ଏହି ଦିଗରେ କିଛି ଛୋଟ ଛୋଟ ଗଛ ଲଗାଇବାକୁ ଚାହୁଁଥାନ୍ତି, ତା’ହେଲେ କୁଣ୍ଡରେ ଏହାକୁ ଲଗାଇ ରଖିପାରିବେ।

* ଯଦି ଉତ୍ତର କିମ୍ବା ପୂର୍ବ ଦିଗରେ ବଗିଚା କରିବା ପାଇଁ ସୁବିଧା ନାହିଁ, ତା’ହେଲେ ସେ କ୍ଷେତ୍ରରେ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ବଗିଚା କରିପାରିବେ। କିନ୍ତୁ ଏହି ବଗିଚାରେ ଲାଗିଥିବା ଗଛ ଘରର କାନ୍ଥକୁ ନଲାଗି ଟିକେ ଛାଡିକି ରହିଲେ ଭଲ।

* ସେହିପରି ଘରର ମୁଖ୍ୟଦ୍ୱାର ଯଦି ପଶ୍ଚିମ କିମ୍ବା ଦକ୍ଷିଣ ଦିଗକୁ ରହିଥାଏ, ତା’ହେଲେ ଉକ୍ତ ଦ୍ୱାର ନିକଟରେ କୌଣସି ଲତା ଜାତୀୟ ଗଛ ଲଗାଇ ଘରର ବାସ୍ତୁଦୋଷକୁ ଦୂର କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କୁ ADHD ରୁ ରକ୍ଷା କରିପାରେ ମା’ କ୍ଷୀର, ଜାଣନ୍ତୁ କଣ କହୁଛି ନୂଆ ଗବେଷଣା

ନୂଆଦିଲ୍ଲୀ,୩୦।୬ (ପି.ଟି.): ଆଜିକାଲି ଅନେକ କ୍ଷେତ୍ରରେ ବିଭିନ୍ନ କାରଣକୁ ନେଇ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ହ୍ରାସ ପାଉଥିବା ଦେଖାଯାଉଛି। କେତେକ ସ୍ଥଳରେ ମା’ର ସ୍ବାସ୍ଥ୍ୟଗତ କାରଣ ଏବଂ…

ଆଜିଠୁ ୪ ରାଶିର ଖୋଲୁଛି ଭାଗ୍ୟ! ବ୍ୟବସାୟ-ଇନକମ୍ ଏବଂ ଚାକିରି କ୍ଷେତ୍ରରେ ଡବଲ୍ ଲାଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ପୂର୍ଣ୍ଣିମାକୁ ଅତ୍ୟନ୍ତ ଶୁଭ ଭାବରେ ବର୍ଣ୍ଣନା କରାଯାଇଛି । ଏହା ସହିତ ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଅତ୍ୟନ୍ତ ସ୍ବତନ୍ତ୍ର ଭାବରେ ବିବେଚନା…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସହଜ ଉପାୟ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଇତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ,…

ବ୍ରେନ୍‌ ଷ୍ଟ୍ରୋକ୍‌ରୁ ରକ୍ଷା ପାଇବାକୁ ହେଲେ…

ଆମ ଶରୀରରେ ସୁଗାର ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଏହାଦ୍ୱାରା ଆମେ ନିଜକୁ କେତେକ ସ୍ବାସ୍ଥ୍ୟ ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିପାରିବା। ଯଦି ରକ୍ତରେ ସୁଗାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri