ଜଙ୍ଗଲ ପରିବେଶ ବିଭାଗ ବିଟ୍‌ହାଉସ ପାଖରେ ଆବର୍ଜନା ଗଦା

ପାରାଦୀପ,୧୫।୧୦(ସ୍ବ.ପ୍ର.): ପାରାଦୀପ ଷଣ୍ଢକୁଦ ଉପକଣ୍ଠ କଂସାରୀପାଟିଆ ନଦୀ ଓ ଅନତି ଦୂରରେ ଥିବା ସମୁଦ୍ର ମଧ୍ୟସ୍ଥଳ ଅଞ୍ଚଳ ହେଉଛି ସଂରକ୍ଷିତ ଜଙ୍ଗଲ। ସେହି ସ୍ଥାନରେ ଜଙ୍ଗଲ ପରିବେଶ ବିଭାଗର ଫରେଷ୍ଟ ବିଟ୍‌ହାଉସ ରହିଛି। ବିଟ୍‌ହାଉସ ପାଖରେ ଜଙ୍ଗଲୀ ଜୀବଜନ୍ତୁ ପାଣି ପିଇବା ପାଇଁ ଖୋଳାଯାଇଛି ପୋଖରୀ। ବିଟ୍‌ହାଉସ ପାଖରେ କିଛି ବର୍ଷ ହେଲା ପାରାଦୀପ ପୌରପାଳିକା ପକ୍ଷରୁ ସହରର ସମସ୍ତ ବର୍ଜ୍ୟବସ୍ତୁ ଗଦା କରାଯାଉଛି। ପ୍ରାୟ ୧ କିମି ବ୍ୟାପି ରାସ୍ତା କଡରେ ଆବର୍ଜନା ଗଦା ହୋଇ ରହିବା ଯୋଗୁ ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଏସବୁ ଆବର୍ଜନାକୁ ବୁଲା କୁକୁର ଓ ଗୋରୁ ଖାଉଛନ୍ତି। ପବନରେ ପଲିଥିନ ଉଡ଼ିି ନିକଟସ୍ଥ ନଦୀ ଓ ସମୁଦ୍ରରେ ମିଶୁଛି। ସବୁଠାରୁ କୌତୂହଳ ହେଲା ବିଟ୍‌ହାଉସ ଗଲା କିଛି ଦିନ ହେଲା ବନ୍ଦ ରହିଛି। ତାର ଚତୁଃପାଶର୍‌ବରେ ଥିଲା ଝାଉଁ ଜଙ୍ଗଲ। ଏହାକୁ ଲୋକମାନେ କାଟି ନେବାରେ ଲାଗିଛନ୍ତି। ଏବେ ଆବର୍ଜନା ସେଠାରେ ପଡୁଥିବାରୁ ବିଟହାଉସ ଭୂତକୋଠିପରି ଦୃଶ୍ୟମାନ ହେଉଛି। ଏଭଳିସ୍ଥିତିରେ ତୈଳ ବିଶୋଧନାଗାର, ଜେଏସ୍‌ଡବ୍ଲ୍ୟୁ କମ୍ପାନୀ କର୍ମଚାରୀ, ଶ୍ରମିକ ଓ ଢ଼ିଙ୍କିଆ ଗଡକୁଜଙ୍ଗ ନୂଆଗାଁ ପଞ୍ଚାୟତ ଲୋକ ଉକ୍ତ ବାଟ ଦେଇ ଯାତାୟାତ କରୁଛନ୍ତି। ପାରାଦୀପ ପୌରପାଳିକା ୨୦୧୬ରୁ ଆବର୍ଜନା ପରିଚାଳନା ପାଇଁ ୩ଟି ଏମ୍‌ସିସି (ମ୍ୟୁନିସିପାଲିଟି କମ୍ପୋଷ୍ଟ ସେଣ୍ଟର) ନିିର୍ମାଣ କରିଛି। ଏହି ଏମ୍‌ସିସି ଦ୍ୱାରା ଓଦା ଶୁଖିଲା ଅଳିଆ ଅଲଗା କରାଯାଇ ତାକୁ ଖତ କରାଯାଉଛି। ତାକୁ ‘ମୋ ଖତ’ ବୋଲି ନାମିତ କରାଯାଇଛି। ରାଜ୍ୟରେ ପାରାଦୀପ ପୌରପାଳିକା ଏହି ଏମ୍‌ସିସି ପ୍ରକଳ୍ପ ପ୍ରଥମ କରି ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା। ଏପରିକି ୨୦୧୮ରେ ସ୍ବଚ୍ଛ ସହର ଭାବେ ରାଷ୍ଟ୍ରପତି ପୁରସ୍କାର ପାଇଥିଲା। କିନ୍ତୁ ପଲିଥିନ ପ୍ଲାଷ୍ଟିକର ପୁନଃ ବ୍ୟବହାର କରିବା ପାଇଁ ଘୋଷଣା ହୋଇଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଏହାଦ୍ୱାରା ଠିକ୍‌ଭାବେ ପୌରାଞ୍ଚଳରୁ ସଂଗୃହୀତ ପଲିଥିନ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସବୁ କଂସାରୀପାଟିଆରେ ପକାଯାଉଛି।
ଏରସମା ତହସିଲ ଅଧୀନ ନଦୀ ଓ ସମୁଦ୍ର ମଧ୍ୟସ୍ଥଳ ସଂରକ୍ଷିତ ଜଙ୍ଗଲରେ ଏଭଳି ବର୍ଜ୍ୟବସ୍ତୁ ପକାଯିବା ସମ୍ପର୍କରେ ଜଙ୍ଗଲ ପରିବେଶ ବିଭାଗର କୁଜଙ୍ଗ ରେଞ୍ଜ ଅଧିକାରୀ ରଞ୍ଜନ ମିଶ୍ରଙ୍କୁ ପଚାରିଲେ ଆମେ କିଛି ଜାଣିନାହୁଁ ବୋଲି କହିଛନ୍ତି। ଅପରପକ୍ଷେ ବିଟହାଉସ କାହିଁକି ବନ୍ଦ ରହିଛି ପଚାରିଲେ, କିଛି କହିବେ ନାହିଁ ବୋଲି କହିଥିଲେ। ଆବର୍ଜନାଗୁଡିକୁ କଂସାରୀପାଟିଆରେ ପକାଯିବା ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ କାହ୍ନୁଚରଣ ଧୀରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ମୋବାଇଲ୍‌ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri