ଆଶୀର୍ବାଦ କଲ୍ୟାଣ ମଣ୍ଡପ ପରିସରରେ କୁଢ଼ କୁଢ଼ ଆବର୍ଜନା

ନବରଙ୍ଗପୁର,୨୮।୯(ସଦାଶିବ ପ୍ରହରାଜ): ମଶାମାଛିଙ୍କ ଦାଉରୁ କିଭଳି ଦୂରେଇ ରହିବା ଓ ପରିବେଶ ସଫାସୁତୁରା ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ଆବର୍ଜନା ଜମି ରହିଲେ ଡେଙ୍ଗୁ, ମ୍ୟାଲେରିଆ ଆଦି ବ୍ୟାପିବ ବୋଲି କୁହାଯାଉଛି। ନାଳ, ଆବର୍ଜନା ସଫା କରିବା ପୌରସଂସ୍ଥାର ମୌଳିକ କାର୍ଯ୍ୟ। ଏବେ କିନ୍ତୁ ଆଶୀର୍ବାଦ କଲ୍ୟାଣ ମଣ୍ଡପରେ କୁଢ଼କୁଢ଼ ଆବର୍ଜନା ଜମି ରହୁଛି, ଯାହାକୁ ଦେଖିଲେ ଡମ୍ପିଂୟାର୍ଡ ଭ୍ରମ ସ୍ୟଷ୍ଟି ହେଉଛି। ଜମିଥିବା ସ୍ଥାନଟି ଆଶୀର୍ବାଦ ଓ ପୁଷ୍ପାଞ୍ଜଳି କଲ୍ୟାଣ ମଣ୍ଡପ ଭାବେ ପରିଚିତ ଥିଲା। ଉକ୍ତ ସ୍ଥାନରେ କଲ୍ୟାଣ ମଣ୍ଡପ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ୨୦୦୨ରେ ଆଦିବାସୀ ସଂଗ୍ରହାଳୟ ଭାବେ ଉଦ୍‌ଘାଟନ କରିଥିଲେ। ଏହାପରେ ଉକ୍ତ ସ୍ଥାନର କୋଠା ଅବ୍ୟବହୃତ ଭାବେ ନିଆଗଲା। ପରେ କିଛିଦିନ ପାଇଁ ପୌରସଂସ୍ଥା ବୁଲା ଗୋରୁଙ୍କୁ ଉକ୍ତ ସ୍ଥାନରେ ରଖି କାଞ୍ଜିଆହୁଦା କଲେ। ଏବେ ସେହି ସ୍ଥାନରେ ସହରର ଆବର୍ଜନା ଡମ୍ପିଂୟାର୍ଡ କରିଛନ୍ତି। ସହରର ମଧ୍ୟଭାଗରେ ଥିବା ଏହି ସ୍ଥାନ ଏବେ ମ୍ୟାଲେରିଆ ଓ ଡେଙ୍ଗୁ ମଶାଙ୍କ ପାଇଁ ଉତ୍ତମ ସ୍ଥାନ ହୋଇଛି। ନିକଟରେ ଦୈନିକ କୃଷକ ବଜାର, ଏଲ୍‌ଆଇସି ଅଫିସ ଓ ମାର୍କେଟ କମ୍ପ୍ଲେକ୍ସ ରହିଛି। ନବରଙ୍ଗପୁର ଘରୋଇ ବସ୍‌ଷ୍ଟାଣ୍ଡରୁ ମଙ୍ଗଲମ ଟିମ୍ବର ବାଇପାସ୍‌ ରାସ୍ତା ଭଳି ପ୍ରମୁଖ ରାସ୍ତାକଡରେ ଏହି ସ୍ଥାନ ରହିଛି। ଉକ୍ତ ସ୍ଥାନ ଏବେ ଗନ୍ଧମୟ ଓ ସେଠାରେ ମାଛି ମଶାର ପ୍ରାଦୁର୍ଭାବ ବଢୁଛି। ପୌରସଂସ୍ଥାର ଦୂର ଦୃଷ୍ଟି ନ ଥିବା ଲାଗି ଜନସାଧାରଣ ସମସ୍ୟା ଭୋଗୁଛନ୍ତି ବୋଲି ଅଭିଯୋଗ ହେଉଛି। ଏନେଇ ପୌରସଂସ୍ଥା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ପଚାରିବାରୁ ମେଶିନ ଲଗାଇ ଆବର୍ଜନା ହଟାଇଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?