ବର୍ଷାରେ ଚାଲିଛି ଡ୍ରେନ୍‌ରୁ ଆବର୍ଜନା ସଫେଇ

ଯାଜପୁର ରୋଡ,୧୫ା୭(ଡି.ଏନ.ଏ.): ବର୍ଷା ପୂର୍ବରୁ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଏବେ ବ୍ୟାସନଗର ପୌରପରିଷଦବାସୀ ଅଡୁଆରେ ପଡିଛନ୍ତି। ଏନେଇ ୧୦ା୭ା୨୦୨୧ରେ ଧରିତ୍ରୀରେ ସବିଶେଷ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ ବର୍ଷାରେ ଡ୍ରେନରୁ ଆବର୍ଜନା ଉଠା ଚାଲିଛି। ଏହା ସହରବାସୀଙ୍କ ପାଇଁ ପରିମଳ କ୍ଷେତ୍ରରେ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି। ବର୍ଷାରେ ଡ୍ରେନ ଆବର୍ଜନା ରାସ୍ତାରେ ଗଦା ହୋଇ ଉକତ୍ଟ ଦୁର୍ଗନ୍ଧ ସୃଷ୍ଟି କରିଛି। ଏଭଳି ଭାବେ ଧର୍ମକୁ ଆଖିଠାର ଭଳି ଘରୋଇକରଣରେ ସବ୍ୟସାଚୀ ମହାକୁଡ ନାମକ ଏକ ଅନୁଷ୍ଠାନକୁ ପରିମଳ ଦାୟିତ୍ୱ ଦିଆଯାଇଥିବା କୁହାଯାଉଥିଲେ ହେଁ ଏହା ସାଧାରଣ ଠିକା ବ୍ୟବସ୍ଥାରେ ପରିଣତ ହୋଇଛି । ଆଉ ଏହି ଠିକା ବ୍ୟବସ୍ଥାରେ ମିଳିମିଶି ଅର୍ଥ ଲୁଟ ହେଉଥିବା ଯୋଗୁ ରାଜ୍ୟର ଅନ୍ୟତମ ପ୍ରମୁଖ ବ୍ୟାସନଗର ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି।
ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୮ା୫ା୨୦୨୨ରେ ବର୍ଷା ପୂର୍ବରୁ ସହରର ସମସ୍ତ ଡ୍ରେନେଜ ସିଷ୍ଟମର ସଫେଇ, ପଙ୍କ ଉଦ୍ଧାର ଆଦି ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ବ୍ୟାସନଗର ସହରରେ ମାସିକ ଖର୍ଚ୍ଚ ହେଉଥିବା ଅର୍ଥକୁ ହରିଲୁଟ କରିବା ଲକ୍ଷ୍ୟ ରଖି ପ୍ରାୟ ଡ୍ରେନରୁ ପଙ୍କ, ଆବର୍ଜନା ଉଠାଯାଇ ନ ଥିଲା। ଫଳରେ ସହରର ଏକାଧିକ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ପଙ୍କ ଓ ଆବର୍ଜନା ରାସ୍ତାରେ ବୋହୁଥିବା ଦେଖିବାକୁ ମିଳିଛି। ସହରର ପରିମଳ ସ୍ବାୟତ୍ତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ ହୋଇଥିବାବେଳେ ବ୍ୟାସନଗର ମ୍ୟୁନିିସିପାଲଟି ପାଇଁ ଏହା ପ୍ରାଥମିକତା ରଖିନାହିଁ । ୧୦ବର୍ଷ ପୂର୍ବେ ଏହି ସହରର ଜନସଂଖ୍ୟା ପ୍ରାୟ ୫୦ ହଜାର ଥିବାବେଳେ ଏବେ ପ୍ରାୟ ଦେଢଲକ୍ଷ ପାଖାପାଖି ରହିଛି । ସହରର ପରିସୀମା ମଧ୍ୟ ବହୁ ଗୁଣରେ ବୃଦ୍ଧି ପାଇଛି । ଅପରପକ୍ଷେ ସେତେବେଳେ ମ୍ୟୁନିସିପାଲିଟି ଅଧୀନରେ ନିୟମିତ ଓ ଅସ୍ଥାୟୀ କର୍ମଚାରୀ ସଫେଇ ଦାୟିତ୍ୱରେ ରହୁଥିଲାବେଳେ ମୌଳିକ ଦାୟିତ୍ୱ ପରିମଳ କାର୍ଯ୍ୟକୁ ଘରୋଇକରଣ କରିବା ଦିଗରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଅଧିକ ଆଗ୍ରହ ଦେଖାଇଛନ୍ତି । ଏହି ଠିକାସଂସ୍ଥା ଜରିଆରେ ମାସକୁ ପ୍ରାୟ ୨୨ ରୁ ୨୫ ଲକ୍ଷ ଟଙ୍କା ସଫେଇ କାର୍ଯ୍ୟରେ ଖର୍ଚ୍ଚ କରାଯାଉଛି। ହେଲେ ବାସ୍ତବରେ କମ ଖର୍ଚ୍ଚ ହେଉଥିବା ରାସ୍ତା ସଫେଇକୁ ଅଗ୍ରାଧିକାର ଦେଇ ବାହାବା ମାରୁଥିବାବେଳେ ଅଧିକ ଖର୍ଚ୍ଚ ଭୟରେ ଡ୍ରେନ ସଫାକୁ ପ୍ରାଧାନ୍ୟ ଦିଆଯାଉନାହିଁ। ଏହିକ୍ରମରେ ମାସକୁ ପାଖାପାଖି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ବାକି ଅର୍ଥକୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏବଂ ଠିକାସଂସ୍ଥା ମିଳିମିଶି ହରିଲୁଟ କରୁଥିବା ଚର୍ଚ୍ଚା ଜୋର ଧରିଛି। ଏନେଇ ଯେତେ ଅଭିଯୋଗ କରାଗଲା ମଧ୍ୟ ବାଡ ଫସଲ ଖାଇବା ସଦୃଶ କର୍ତ୍ତୃପକ୍ଷ କାହା କଥା ଶୁଣୁ ନାହାନ୍ତି। ଓଲଟା ସଂପୃକ୍ତ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ କିଛି ହେବନାହିଁ ମାଡିଚାଲ ବୋଲି ଉସୁକାଉଥିବା ଶୁଣିବାକୁ ମିଳୁଛି। ଏହି କାରଣରୁ ଗୁରୁବାର ବର୍ଷାରେ ୩ ଦିନ ତଳେ ଷ୍ଟେଟବ୍ୟାଙ୍କ ସମ୍ମୁଖ ନଟପଡା ଗଳିରେ ଉଠାଯାଇଥିବା ମଇଳା ରାସ୍ତାରେ ଗଦା ହୋଇ ଥିବା ଦେଖିବାକୁ ମିଳିଛି।
ଏ ସଂକ୍ରାନ୍ତରେ ବ୍ୟାସନଗର ମ୍ୟୁନିସିପାଲିଟୀର ସାନିଟାରୀ ଇନ୍ସପେକ୍ଟର ମାଣିକ ରଞ୍ଜନ ନାଏକଙ୍କୁ ପଚାରିବାରୁ ସହରର ପରିମଳ ଓ ସ୍ବଚ୍ଛତା ନେଇ କୌଣସି ସାଲିସ କରାଯାଉନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ମାସିକ ପ୍ରାୟ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri