ବର୍ଷାରେ ଚାଲିଛି ଡ୍ରେନ୍‌ରୁ ଆବର୍ଜନା ସଫେଇ

ଯାଜପୁର ରୋଡ,୧୫ା୭(ଡି.ଏନ.ଏ.): ବର୍ଷା ପୂର୍ବରୁ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଏବେ ବ୍ୟାସନଗର ପୌରପରିଷଦବାସୀ ଅଡୁଆରେ ପଡିଛନ୍ତି। ଏନେଇ ୧୦ା୭ା୨୦୨୧ରେ ଧରିତ୍ରୀରେ ସବିଶେଷ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ ବର୍ଷାରେ ଡ୍ରେନରୁ ଆବର୍ଜନା ଉଠା ଚାଲିଛି। ଏହା ସହରବାସୀଙ୍କ ପାଇଁ ପରିମଳ କ୍ଷେତ୍ରରେ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି। ବର୍ଷାରେ ଡ୍ରେନ ଆବର୍ଜନା ରାସ୍ତାରେ ଗଦା ହୋଇ ଉକତ୍ଟ ଦୁର୍ଗନ୍ଧ ସୃଷ୍ଟି କରିଛି। ଏଭଳି ଭାବେ ଧର୍ମକୁ ଆଖିଠାର ଭଳି ଘରୋଇକରଣରେ ସବ୍ୟସାଚୀ ମହାକୁଡ ନାମକ ଏକ ଅନୁଷ୍ଠାନକୁ ପରିମଳ ଦାୟିତ୍ୱ ଦିଆଯାଇଥିବା କୁହାଯାଉଥିଲେ ହେଁ ଏହା ସାଧାରଣ ଠିକା ବ୍ୟବସ୍ଥାରେ ପରିଣତ ହୋଇଛି । ଆଉ ଏହି ଠିକା ବ୍ୟବସ୍ଥାରେ ମିଳିମିଶି ଅର୍ଥ ଲୁଟ ହେଉଥିବା ଯୋଗୁ ରାଜ୍ୟର ଅନ୍ୟତମ ପ୍ରମୁଖ ବ୍ୟାସନଗର ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି।
ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୮ା୫ା୨୦୨୨ରେ ବର୍ଷା ପୂର୍ବରୁ ସହରର ସମସ୍ତ ଡ୍ରେନେଜ ସିଷ୍ଟମର ସଫେଇ, ପଙ୍କ ଉଦ୍ଧାର ଆଦି ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ବ୍ୟାସନଗର ସହରରେ ମାସିକ ଖର୍ଚ୍ଚ ହେଉଥିବା ଅର୍ଥକୁ ହରିଲୁଟ କରିବା ଲକ୍ଷ୍ୟ ରଖି ପ୍ରାୟ ଡ୍ରେନରୁ ପଙ୍କ, ଆବର୍ଜନା ଉଠାଯାଇ ନ ଥିଲା। ଫଳରେ ସହରର ଏକାଧିକ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ପଙ୍କ ଓ ଆବର୍ଜନା ରାସ୍ତାରେ ବୋହୁଥିବା ଦେଖିବାକୁ ମିଳିଛି। ସହରର ପରିମଳ ସ୍ବାୟତ୍ତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ ହୋଇଥିବାବେଳେ ବ୍ୟାସନଗର ମ୍ୟୁନିିସିପାଲଟି ପାଇଁ ଏହା ପ୍ରାଥମିକତା ରଖିନାହିଁ । ୧୦ବର୍ଷ ପୂର୍ବେ ଏହି ସହରର ଜନସଂଖ୍ୟା ପ୍ରାୟ ୫୦ ହଜାର ଥିବାବେଳେ ଏବେ ପ୍ରାୟ ଦେଢଲକ୍ଷ ପାଖାପାଖି ରହିଛି । ସହରର ପରିସୀମା ମଧ୍ୟ ବହୁ ଗୁଣରେ ବୃଦ୍ଧି ପାଇଛି । ଅପରପକ୍ଷେ ସେତେବେଳେ ମ୍ୟୁନିସିପାଲିଟି ଅଧୀନରେ ନିୟମିତ ଓ ଅସ୍ଥାୟୀ କର୍ମଚାରୀ ସଫେଇ ଦାୟିତ୍ୱରେ ରହୁଥିଲାବେଳେ ମୌଳିକ ଦାୟିତ୍ୱ ପରିମଳ କାର୍ଯ୍ୟକୁ ଘରୋଇକରଣ କରିବା ଦିଗରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଅଧିକ ଆଗ୍ରହ ଦେଖାଇଛନ୍ତି । ଏହି ଠିକାସଂସ୍ଥା ଜରିଆରେ ମାସକୁ ପ୍ରାୟ ୨୨ ରୁ ୨୫ ଲକ୍ଷ ଟଙ୍କା ସଫେଇ କାର୍ଯ୍ୟରେ ଖର୍ଚ୍ଚ କରାଯାଉଛି। ହେଲେ ବାସ୍ତବରେ କମ ଖର୍ଚ୍ଚ ହେଉଥିବା ରାସ୍ତା ସଫେଇକୁ ଅଗ୍ରାଧିକାର ଦେଇ ବାହାବା ମାରୁଥିବାବେଳେ ଅଧିକ ଖର୍ଚ୍ଚ ଭୟରେ ଡ୍ରେନ ସଫାକୁ ପ୍ରାଧାନ୍ୟ ଦିଆଯାଉନାହିଁ। ଏହିକ୍ରମରେ ମାସକୁ ପାଖାପାଖି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ବାକି ଅର୍ଥକୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏବଂ ଠିକାସଂସ୍ଥା ମିଳିମିଶି ହରିଲୁଟ କରୁଥିବା ଚର୍ଚ୍ଚା ଜୋର ଧରିଛି। ଏନେଇ ଯେତେ ଅଭିଯୋଗ କରାଗଲା ମଧ୍ୟ ବାଡ ଫସଲ ଖାଇବା ସଦୃଶ କର୍ତ୍ତୃପକ୍ଷ କାହା କଥା ଶୁଣୁ ନାହାନ୍ତି। ଓଲଟା ସଂପୃକ୍ତ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ କିଛି ହେବନାହିଁ ମାଡିଚାଲ ବୋଲି ଉସୁକାଉଥିବା ଶୁଣିବାକୁ ମିଳୁଛି। ଏହି କାରଣରୁ ଗୁରୁବାର ବର୍ଷାରେ ୩ ଦିନ ତଳେ ଷ୍ଟେଟବ୍ୟାଙ୍କ ସମ୍ମୁଖ ନଟପଡା ଗଳିରେ ଉଠାଯାଇଥିବା ମଇଳା ରାସ୍ତାରେ ଗଦା ହୋଇ ଥିବା ଦେଖିବାକୁ ମିଳିଛି।
ଏ ସଂକ୍ରାନ୍ତରେ ବ୍ୟାସନଗର ମ୍ୟୁନିସିପାଲିଟୀର ସାନିଟାରୀ ଇନ୍ସପେକ୍ଟର ମାଣିକ ରଞ୍ଜନ ନାଏକଙ୍କୁ ପଚାରିବାରୁ ସହରର ପରିମଳ ଓ ସ୍ବଚ୍ଛତା ନେଇ କୌଣସି ସାଲିସ କରାଯାଉନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ମାସିକ ପ୍ରାୟ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri