ଦଶହରାରେ ବି ଗଞ୍ଜାମ ଏନ୍‌ଏସିରେ ଉଠିଲାନି ଆବର୍ଜନା

ଗଞ୍ଜାମ,୨୫l୧୦(ଡି.ଏନ୍‌.ଏ.)-କୋଭିଡ୍‌ କଟକଣା ମଧ୍ୟରେ ଗଞ୍ଜାମ ସହରରେ ଦଶହରା ପର୍ବ ପାଳନ କରାଯାଉଛି। ସହରର ଦୁର୍ଗାଦେବୀସାହି ମା’ ଦୁର୍ଗା, ଶିଶୁମନ୍ଦିର ରାସ୍ତାରେ ମା’ ବୁଢ଼ୀ ଠାକୁରାଣୀ, ପୁଇଁତୋଳା ମା’ କନକଦୁର୍ଗା ଓ ଗ୍ରାମ ଠାକୁରାଣୀ ଆଦି ମନ୍ଦିରରେ ବିଜୟା ଦଶମୀ ପାଳିତ ହେଉଛି l କିନ୍ତୁ ଏନ୍‌ଏସି ପ୍ରଶାସନର ଅପାରଗତା ଯୋଗୁ ସହର ସାରା ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। ରବିବାରରେ ମଧ୍ୟ ସଫେଇ କର୍ମଚାରୀମାନେ ଝାଡୁ କରିବାକୁ ଆସି ନ ଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି। ଦଶହରା ପର୍ବରେ ବି ସ୍ବଚ୍ଛତା ପ୍ରତି ପ୍ରଶାସନ କିପରି ଧ୍ୟାନ ଦେଲେନାହିଁ ବୋଲି ପୂର୍ବତନ ଏମ୍‌ପି ପ୍ରତିନିଧି ତଥା ସାନବଜାର ବଣିକ ସଂଘ ଉପଦେଷ୍ଟା ସୁଧୀର କୁମାର ପାଢ଼ୀ କହିଛନ୍ତି। ସ୍ବଚ୍ଛ ସହର ଗଠନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ହେଲେ ଗଞ୍ଜାମ ଏନ୍‌ଏସିରେ ଏହାର ବ୍ୟତିକ୍ରମ ହେଉଥିବା ଅଭିଯୋଗ ହୋଇଛି l ଏ ନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ l


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ପଞ୍ଚାୟତ ସମ୍ପାଦକଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ, ୨୦ା୮-ଚାଉଳ ହେରଫେର ମାମଲାର ବିଚାର କରି ସୋମବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଭଗବାନ ପ୍ରଧାନ ପୂର୍ବତନ ପଞ୍ଚାୟତ ସମ୍ପାଦକଙ୍କୁ ୩ ବର୍ଷ...

କନିଅରଫଳ ଖାଇ ମହିଳାଙ୍କ ଆତ୍ମହତ୍ୟା

କେନ୍ଦୁଝର,୧୪।୧୨ ( ସ୍ବ.ପ୍ର.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପଣ୍ତାପଡ଼ା ଥାନା ପଟିଲ ଗ୍ରାମର ସରସ୍ବତୀ ପଲେଇ(୪୫) ନାମ୍ନୀ ଜଣେ ମହିଳା କନିଅର ଫଳ ଖାଇବାରୁ...

ନୟାଗଡ଼ ଜିଲାର ଭଲ ଗାଁ କଞ୍ଚନବିଲିରେ ୨୧ ଝିଅରେ ୧୬ ପୁଅ

ନୟାଗଡ଼ ଅଫିସ,୨୧।୧-ନୟାଗଡ଼ ଜିଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ହ୍ରାସ ନେଇ ବିଭିନ୍ନ ସମୟରେ ଉଦ୍‌ବେଗ ପ୍ରକାଶ ପାଇଥାଏ। ଜିଲାରେ ପୁଅଙ୍କ ସଂଖ୍ୟା ୧୦୦୦ ଥିଲାବେଳେ...

ତାମିଲନାଡୁରୁ ଅପହୃତା ନାବାଳିକା ଉଦ୍ଧାର

ରୂପ୍‌ସା, ୨୬।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ପରିକ୍ଷୀ ଫାଣ୍ଡି ଅଞ୍ଚଳର ଜଣେ ଅପହୃତା ନାବାଳିକାଙ୍କୁ ପୋଲିସ ତାମିଲନାଡୁରୁ ଉଦ୍ଧାର କରିଛି। ୧୦ଦିନ ପୂର୍ବରୁ ନାବାଳିକା ଜଣକ ଟ୍ୟୁଶନ...

ସାବୁନ ବାଣ୍ଟିଲେ ମହିଳା ଗ୍ରୁପ

ବାହାନଗା, ୩ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତର ବ୍ରହ୍ମପୁର ଗ୍ରାମରେ ଥିବା ମହାଲକ୍ଷ୍ମୀ ମହିଳା ଏସଏଚ୍‌ଜି ଦ୍ୱାରା କରୋନା ସତର୍କତା ନିମନ୍ତେ ଏକ ସଚେତନତା...

କଟକ ସହରରୁ ଚିହ୍ନଟ ହେଲେ ଆଉ ୧୧୭ ନୂଆ ଆକ୍ରାନ୍ତ

କଟକ ଅଫିସ, ୬।୧୦: କଟକ ସହରରୁ ମଙ୍ଗଳବାର ୧୧୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫୪ ଜଣ ଏବଂ ୬୩...

ଗଞ୍ଜାମରେ କରୋନାରେ ମୃତ, ଆକ୍ରାନ୍ତଙ୍କ ପାଇଁ ୧୦୪ ଆମ୍ବୁଲାନ୍ସ: ୨୪ ଘଣ୍ଟିଆ ମନିଟରିଂ ସେଲ

ଛତ୍ରପୁର,୧୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କରୋନା ଆକ୍ରାନ୍ତଙ୍କ ପାଇଁ ୧୦୪ ଟି ସ୍ବତନ୍ତ୍ର କୋଭିଡ ଆମ୍ବୁଲାନ୍ସସ ବ୍ୟବସ୍ଥା କରାଯାଇଛି। ଜିଲାର ପ୍ରତିଟି ବ୍ଲକରେ ୪ଟି, ବ୍ରହ୍ମପୁର ମହାନଗର...

ଆଜିଠୁ ପିତୃପକ୍ଷ ଆରମ୍ଭ

ପୁରୀ ଅଫିସ,୧୪ା୯: ପିତୃ ପକ୍ଷରେ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡ ଦାନ କରାଯାଇଥାଏ। ଶନିବାରଠାରୁ ଆରମ୍ଭ ହେବ ପିତୃପକ୍ଷ। ଏହା ୧୫...

Play 250+ Trending Games
Archives

Model This Week

Why Dharitri