ଗଞ୍ଜାମ ଐତିହସିକ ଦୋଳଯାତ୍ରା: ଥାନା ପରେ ଏନଏସି ପକ୍ଷରୁ ଶାନ୍ତି କମିଟି ବୈଠକ

ଗଞ୍ଜାମ,୪।୩(ବିଦ୍ୟାଧର ସାହୁ): ମାର୍ଚ୍ଚ ୧୦ରୁ ଗଞ୍ଜାମ ସହରରେ ଆରମ୍ଭ ହେବ ଐତିହାସିକ ଦୋଳ ଯାତ୍ରା। ଏହି ଯାତ୍ରା ପାଞ୍ଚ ଦିନ ଧରି ଚାଲିବ। ଏଥିପାଇଁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସାହିବାସୀ ଓ ଯାତ୍ରା ପରିଚାଳନା କମିଟିକୁ ନେଇ ଏକ ଶାନ୍ତି କମିଟି ବୈଠକ ପୂର୍ବରୁ ହୋଇଥିଲା। ସୋମବାର ଏନଏସି ପକ୍ଷରୁ ସଭା ଗୃହରେ ଶାନ୍ତି କମିଟିର ଏକ ବୈଠକ ବସି ସମସ୍ତଙ୍କ ସହାୟତା ଲୋଡ଼ା ଯାଇଥିଲା। ଏଥିରେ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ ସଂଯୋଜନା କରିଥିଲେ। ଉପନଗରପାଳ ସୁରେନ୍ଦ୍ର ବାରିକି, ପ୍ରୋବେସନାରୀ ଆଇପିଏସ ମନୀଷ ସଗୁନ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଅବକାରୀ ଅତରିକ୍ତ ଅଧୀକ୍ଷକ ଅଳକା ସୁନା, ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ବାଲକ ବିଶି, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ, ସେକ୍ସନ ସୁପର ଭାଇଜର ସୂର୍ଯ୍ୟ ନାରାୟଣ ବିଶୋୟୀ, ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଆଶିଷ ବରାଳ, ମେଡିକାଲ ଆୟୁଷ ଡାକ୍ତର ବନଜକାନ୍ତ କର, ଏସ୍‌ଆଇ ସୁପ୍ରଭା ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ପ୍ରଥମେ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ସବୁ ସାହି କମିଟିର ମତାମତ ଲୋଡ଼ିଥିଲା। ଯାତ୍ରା ସମୟରେ କୌଣସି ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଥାନା ପକ୍ଷରୁ କୁହାଯାଇଥିଲା। ସମସ୍ତ ସାହି ଯାତ୍ରା ପୂର୍ବରୁ ସାଉଣ୍ଡ ପାଇଁ ଅନୁମତି ଆଣିବାକୁ କୁହାଯାଇଛି। ଯାତ୍ରା ସମୟରେ ସବୁ ମଦ ଦୋକାନ ବନ୍ଦ କରାଯିବାକୁ ଆଲୋଚନା ହୋଇଥିଲା। ଯଦି କୌଣସି ଲୋକ ମଦ୍ୟପାନ କରି ବିଶୃଙ୍ଖଳା କରେ ସେଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବଜାର ଯାତ୍ରା ଦିନ କୌଣସି ବାଇକ କିମ୍ବା ଚାରି ଚକିଆ ଯାନ ବଜାର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟରେ ସମସ୍ତ ସାହି ଦୋଳ ବିମାନ ଯାତ୍ରା ସ୍ଥଳୀଠାରେ ପହଞ୍ଚତ୍ବେ। ଦୋଳ ବିମାନ ଯିବା ସମୟରେ ପ୍ରତ୍ୟେକ ସାହିରେ ପୋଲିସ ମୁତୟନ କରାଯିବ। ଏହି ଦୋଳଯାତ୍ରାରେ ୧୨ଟି ୱାର୍ଡର ପ୍ରାୟ ୧୬ ମେଢ଼ ସ୍ଥାନ ପାଇବ। ସବୁ ସାହିର ଠାକୁରଙ୍କୁ ସୁସଜ୍ଜିତ ବିମାନରେ ବିରାଜମାନ କରାଯାଇ ଠାକୁର ବଜାରରେ ପହଞ୍ଚତ୍ବା ପରେ ବଜାର ଯାତ୍ରା ଅନୁଷ୍ଠିତ ହେବ। ତା ପୂର୍ବ ଦିନ ସାହି ଯାତ୍ରା ହେବ। ସାହି କମିଟି ପକ୍ଷରୁ ଗୌରୀ ଶଙ୍କର ବାରିକି, ଶିବରାମ ଜେନା, କୈଳାସ ସାହୁ, ମଦନ ପାଢ଼ୀ, ନୀଳାଞ୍ଚଳ ବାରିକି, ଅଜୟ ବାରିକି, ରାମଚନ୍ଦ୍ର ବେହେରା, ସଞ୍ଜୟ ପଣ୍ଡା, ନିରଞ୍ଜନ ପରିଡା, କାମା ରେଡ୍ଡୀ, ପପୁ ମହାନ୍ତି, ସୋନୁ ପାଢ଼ୀଙ୍କ ସମେତ ସମସ୍ତ ସାହିର କମିଟି ସଭ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri