ବାସନ୍ତୀକ ନବରାତ୍ର ପର୍ବ: ଚଳଚଞ୍ଚଳ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୩।୩(ଡି.ଏନ.ଏ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ପୀଠରେ ବାସନ୍ତୀକ ନବରାତ୍ର ପର୍ବ ଲାଗି ବୁଧବାର ରାତ୍ରରୁ ଚଳଚଞ୍ଚଳ ହୋଇ ଉଠିଛି। ପଣ୍ଡିତଙ୍କ ବେଦ ଧ୍ବନିରେ ରତ୍ନଗିରି ପାହାଡ ପ୍ରକମ୍ପିତ ହେବାରେ ଲାଗିଛି। ଏହି ପର୍ବ ଚୈତ୍ର ପ୍ରତିପଦା ଠାରୁ ଶ୍ରୀରାମ ନବମୀ ପର୍ଯ୍ୟନ୍ତ ଚାଲିବ। ଏହି ନବଦିନ ବ୍ୟାପି ସେବାୟତଙ୍କ ଦ୍ୱାରା ଦୈନନ୍ଦିନ ନିତିକାନ୍ତି ସହ ମା’ଙ୍କ ମୁଖ୍ୟ ପୁରୋହିତ ପଣ୍ଡିତ ସୀମାଞ୍ଚଳ ଦାଶ ଶର୍ମାଙ୍କ ଦ୍ୱାରା ପରମ୍ପରା ପ୍ରକାରେ ସ୍ବତନ୍ତ୍ର ଷୋଡଶ ଉପଚାର, ଚଣ୍ଡି ପାଠ, ମଣ୍ଡଳ ଦେବତା ପୂଜା ଓ ହୋମଯଜ୍ଞ ଆଦି କାର୍ଯ୍ୟ ପରମ୍ପରା ପ୍ରକାରେ ପର୍ଯ୍ୟାୟ କ୍ରମେ ହେବାରେ ଲାଗିଛି। ମା’ ତାରାତାରିଣୀ ଦୁଇ ଭଉଣୀଙ୍କ ପ୍ରତିମାକୁ ରତ୍ନ ସିଂହାସନରୁ ଓହ୍ଲାଇ ୨୧ ପାହାଛ ପହଣ୍ଡି ବିଜେ କରାଇ ମହାବେଦୀ ଯଜ୍ଞସ୍ଥଳକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଏ। ପୁଣି ପହଣ୍ଡି ବିଜେ କରାଇ ରତ୍ନ ସିଂହାସନକୁ ଫେରାଇ ନିଆଯାଏ। ଅଶୋକା ଅଷ୍ଟମୀରେ ସ୍ବତନ୍ତ୍ର ପୂଜା ସହ ମା’ଙ୍କ ମହାଦୀପ ଉଠିବ। ମୁଖ୍ୟ ପୁରୋହିତଙ୍କ ସହ ବହୁ ପଣ୍ଡିତ ଉପସ୍ଥିତ ରହି ପୂଜାର୍ଚ୍ଚନା କରୁଥିବାବେଳେ କର୍ତ୍ତା ଭାବେ ସେବାୟତ ସଂଘ ସଭାପତି ତପନ କୁମାର ରଣା ରହିଛନ୍ତି। ଏହା ସହ ସେବାୟତ ବାପୁଜୀ ରଣା, ଧୃବ ରଣାଙ୍କ ସମେତ ସମସ୍ତ ସେବାୟତ ଓ ତାଙ୍କ ପରିବାର ସହଯୋଗ କରିବାରେ ଲାଗିଛନ୍ତି। ଏହାକୁ ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି, ଉନ୍ନୟନ ପରିଷଦ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ପରିଚାଳନା କରୁଥିବାବେଳେ ଦେବୋତ୍ତର ବିଭାଗୀୟ ଇନ୍ସପେକ୍ଟର ପୁଷ୍ପିତା ବେହେରା ଆସି ତଦାରଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri