ଗଞ୍ଜାମ ଜିଲାପାଳଙ୍କ ତଦାରଖ: ୮ରେ ଉଦ୍‌ଘାଟନ ହେବ କୋର୍ଟ କୋଠା

ହିଞ୍ଜିଳିକାଟୁ,୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁର ନୂତନ ଜେଏମ୍‌ଏଫ୍‌ସି କୋର୍ଟ କୋଠା ଆସନ୍ତା ମଙ୍ଗଳବାର (୮ ଡିସେମ୍ବର) ସନ୍ଧ୍ୟା ୫ରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ ହେବ। ଏଥିନେଇ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଚିଠି ସଂଖ୍ୟା ୧୧୫୮୬ରେ ସୂଚିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତି ଭିଡିଓ କନ୍‌ଫରେନ୍ସିଂରେ ଭାଗ ନେଇ ଏହି କୋର୍ଟ କୋଠାକୁ ଉଦ୍‌ଘାଟନ କରିବେ। ଉଦ୍‌ଘାଟନ ପୂର୍ବରୁ ଶନିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ହିଞ୍ଜିଳିକାଟୁ ଗସ୍ତ କରି କୋର୍ଟ କୋଠାର ତଦାରଖ କରିଛନ୍ତି।
ସୂଚନାଯୋଗ୍ୟ, ୨ ବର୍ଷ ତଳେ ନୂତନ କୋର୍ଟ କୋଠା ନିର୍ମାଣ ସରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଉଦ୍‌ଘାଟନ ହୋଇ ପାରିନାହିଁ। ଶନିବାର ଜିଲାପାଳଙ୍କ ଗସ୍ତ ବେଳେ ବିଡିଓ ପ୍ରସନ୍ନ କୁମାର ପାତ୍ର, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଡ. ମନୋରଞ୍ଜନ ସାହୁ, ତହସିଲଦାର ପ୍ରଭାତ କୁମାର ପରିଡ଼ା, ଜିଲା କୋର୍ଟର ରେଜିଷ୍ଟ୍ରାର ଅଭିତ ସୌରଭ କୁମାର ସେଠ୍‌, ହିଞ୍ଜିଳିକାଟୁ ଜେଏମ୍‌ଏଫ୍‌ସି କୋର୍ଟର ବିଚାରପତି ରାଜଶ୍ରୀ ପଟ୍ଟନାୟକ, ଓକିଲ ସଂଘ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

ଥୁଆମୂଳ ରାମପୁର ଥାନା ଏସ୍‌ଆଇଙ୍କ ମେଡିକାଲରେ ଚିକିତ୍ସା ଅବହେଳା ନେଇ ତୀବ୍ର ଅସନ୍ତୋଷ, କ୍ୱାର୍ଟର୍ସରେ ଶୋଇଥିଲେ ଡାକ୍ତର-ନର୍ସ, ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୩।୫ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଭାସ୍କର ଖୋସ୍ଲାଙ୍କର (୫୬) ଗତକାଲି ବିଳମ୍ବିତ ରାତିରେ ଅକାଳ…

ରାଉରକେଲାରେ ବଡ଼ ଧରଣର ବ୍ରାଉନସୁଗାର ଜବତ: ୭ ମହିଳା ସମେତ ୮ ଡ୍ରଗ୍ସ ବେପାରୀ ଗିରଫ, ୧ କୋଟି ଟଙ୍କାରୁ ଅଧିକ

ରାଉରକେଲା, ୨୩।୫ (ସଙ୍ଗୀତା ଜେନା): ଓଡ଼ିଶାରେ ଚାଲିଥିବା ନିଶା ନିବାରଣ ଅଭିଯାନରେ ଏକ ବଡ଼ ସଫଳତା। ରାଉରକେଲା ପୋଲିସ ପ୍ଲାଣ୍ଟସାଇଟ୍ ଥାନା ସୀମା ଅନ୍ତର୍ଗତ ମୀନାପଡ଼ା ଅଞ୍ଚଳରେ…

ଭୂମିହୀନଙ୍କୁ ପୋଖରୀ ମଝିରେ ପଟ୍ଟା ପ୍ରଦାନ

ନୂଆପଡ଼ା,୨୩ା୫ (ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଭୂମିହୀନମାନଙ୍କୁ ଚାଷକରି ପରିବାର ପ୍ରତିପୋଷଣ ପାଇଁ ଜମି ଯୋଗାଇଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଭୁଲ୍‌…

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କେନ୍ଦୁଝର,୨୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ କାନଝରୀ ଡ୍ୟାମରେ ଶନିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ…

ଆମ୍ବ ଗୋଟାଇବା ଲାଗି ତୋଟାକୁ ଯାଇଥିଲେ ନାବାଳକ, ହଠାତ୍‌ ହେଲା ବଜ୍ରପାତ, ଆଉ ତା’ ପରେ…

ଲାଞ୍ଜିଗଡ଼,୨୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗେରଗୁଡା ଗ୍ରାମର ଜଣେ ନାବାଳକର ବଜ୍ରାଘାତରେ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri