ଗାଡି ଯାଞ୍ଚ ବେଳେ ଧରାପଡ଼ିଲା ଗଞ୍ଜେଇ: ୨ ଯାତ୍ରୀ ସମେତ ଅଟୋ ଚାଳକଙ୍କୁ ପୋଲିସର ପଚରାଉଚରା

ଦାରିଙ୍ଗବାଡି,୧୪।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ୫୯ ନମ୍ବର ଜାତୀୟ ରାଜପଥରେ ଏସଏସ୍‌ଟି ଟିମର ଗାଡି ଯାଞ୍ଚ ବେଳେ ୨ ପ୍ୟାକେଟ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତି ଥିବା ସନ୍ଦେହରେ ପୋଲିସ ଓ ଏସଏସଟି ଟିମ୍‌ ୨ଜଣ ଯାତ୍ରୀ ଏବଂ ଅଟୋ ଚାଳକଙ୍କୁ ଥାନାକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଯୋଗ୍ୟ, କନ୍ଧମାଳରେ ୨୦ ତାରିଖରେ ନିର୍ବାଚନ ହେବ। ଏନେଇ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ ଉଭୟ ଜିଲା ପୋଲିସ ଏବଂ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି।

ଏହି ପରିପ୍ରେକ୍ଷୀରେ ୨ଟି ଟିମ୍‌ ତଥା ଫ୍ଲାଇଂ ସ୍କ୍ବାଡ୍‌ ଏବଂ ଏସ୍‌ଏସଟି ଟିମ ପକ୍ଷରୁ ବିଭିନ୍ନ ସ୍ଥାନରେ କଡାକଡି ଯାଞ୍ଚ କରାଯାଉଛି। ସେହିପରି ନିର୍ବାଚନ ସମୟରେ ଗଞ୍ଜେଇ ଚାଲାଣ ଆଦିକୁ ରୋକିବାକୁ ପୋଲିସ ଦୃଢ଼ ପଦକ୍ଷେପ ନେଇଛି। ଏହି କ୍ରମରେ ପ୍ରତିଦିନ ଭଳି ମଙ୍ଗଳବାର ରାଜପଥର ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା-ସୁଲୁମାହା ମଝି ରାସ୍ତାରେ ନାକା ଲଗାଇ ଏସଏସଟି ଟିମର ଗାଡି ଯାଞ୍ଚ ବେଳେ ସିମନବାଡିରୁ ଦାରିଙ୍ଗବାଡି ଯାଉଥିବା ଏକ ଯାତ୍ରୀବାହୀ ଅଟୋକୁ ଅଟକା ଯାଇଥିଲା। ଯାଞ୍ଚ ବେଳେ ଅଟୋରେ ଥିବା ଏକ ବ୍ୟାଗରୁ ୨ ପ୍ୟାକେଟ ଗଞ୍ଜେଇ ମିଳିଥିଲା।

ଏନେଇ ଟିମ୍‌ ମୁଖ୍ୟ ସୀତାଂଶୁ ମଲିକ ଦାରିଙ୍ଗବାଡି ଥାନାକୁ ଜଣାଇଥିଲେ। ଖବର ପାଇ ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର, ଏଏସ୍‌ଆଇ ଶ୍ରୀନିବାସ ରାଓ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଟୋ ଚାଳକ ଏବଂ ୨ ଯାତ୍ରୀଙ୍କୁ ଥାନାକୁ ନେଇ ପଚରାଉଚରା କରୁଛନ୍ତି।

ତେବେ ଅଟୋ ଚାଳକ ଜଣକ ଗଞ୍ଜେଇ ଯାତ୍ରୀଙ୍କ ବୋଲି କହୁଥିବା ବେଳେ ଯାତ୍ରୀମାନେ ତାଙ୍କ ବ୍ୟାଗ ହୋଇ ନ ଥିବା କହିଛନ୍ତି। ଏନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଖବର ଲେଖି ହେବା ସୁଦ୍ଧା ଗଞ୍ଜେଇ କାହାର ସ୍ପଷ୍ଟ ହୋଇ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri