ପଞ୍ଜାବରେ ଗ୍ୟାଙ୍ଗ୍‌ୱାର

ଖ୍ୟାତନାମା ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୂସଓ୍ବୋଲା ନାମରେ ପରିଚିତ ଶୁଭଦୀପ୍‌ ସିଂ ସିଦ୍ଧୁଙ୍କୁ ୨୯ ମେ’ରେ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ପଞ୍ଜାବର ଭଗଓ୍ବନ୍ତ ମାନ୍‌ ସରକାର ସିଦ୍ଧୁଙ୍କ ସମେତ ୪୨୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନେବାର ୨୪ ଘଣ୍ଟା ପୂରି ନ ଥିବା ବେଳେ ଏଭଳି ହତ୍ୟାକାଣ୍ଡ ଘଟିବା ଏକ ରାଜନୈତିକ ଝଡ଼ ସୃଷ୍ଟି କରିଛି। ସୁରକ୍ଷାଜନିତ ବ୍ୟାପାରରେ ନିଷ୍ପତ୍ତି ନେବା ବେଳେ ପ୍ରଶାସନିକ ସ୍ତରରେ ଗୋପନୀୟତା ବଜାୟ ରଖାଯିବା କଥା। ସିଦ୍ଧୁ ଓ ଅନ୍ୟମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ସରକାର ଯଦିଓ ହଟେଇ ଦେଲେ ସେହି ବିଷୟ ସାଧାରଣରେ ପ୍ରକାଶ କରିବାର ଜରୁରୀ ଆବଶ୍ୟକତା ନ ଥିଲା। କିନ୍ତୁ ସରକାର ବାହାଦୁରି ଦେଖାଇବାକୁ ଯାଇ ଯେଉଁ ପଦକ୍ଷେପ ନେଲେ ତାହା ଦ୍ୱାରା ଜଣେ ର଼୍ୟାପ୍‌ ଗାୟକଙ୍କ ଜୀବନ ଚାଲିଗଲା।
ଯୁବ ଗାୟକ ସିଦ୍ଧୁ ତାଙ୍କ ଦୁଇ ବନ୍ଧୁଙ୍କ ସହ ଏକ ଜିପ୍‌ରେ ଯାଉଥିବା ବେଳେ ଜଓ୍ବାହରକେ ଗ୍ରାମ ନିକଟରେ ଆକ୍ରମଣ ହୋଇଥିଲା। ସିଦ୍ଧୁଙ୍କ ଶରୀରରେ ୩୦ ରାଉଣ୍ଡ୍‌ ଗୁଳି ବାଜିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା। ଲରେନ୍ସ ବିଷ୍ଣୋଇ ଗ୍ରୁପ୍‌ ଓ କାନାଡାଭିତ୍ତିକ ଗୋଲ୍ଡି ବ୍ରାର୍‌ ଗ୍ୟାଙ୍ଗ୍‌ ଏହି ହତ୍ୟାକାଣ୍ଡ ଭିଆଇଥିବା ଦାବି କରିଛି। ଏହି ଘଟଣାରେ ପଞ୍ଜାବ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଡେରାଡୁନ୍‌ରୁ ଗିରଫ କରିଥିବା ୩୦ ମେ’ରେ ପ୍ରକାଶ କରିଛି। ସିଦ୍ଧୁଙ୍କ ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ କୁହାଯାଉଛି ତାଙ୍କ ନିରାପତ୍ତା ବ୍ୟବସ୍ଥା ହଟାଯାଇଥିଲେ ମଧ୍ୟ ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ତାଙ୍କ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। କିନ୍ତୁ ସିଦ୍ଧୁ ସେମାନଙ୍କୁ ସାଥିରେ ନେଇ ନ ଥିଲେ ବୋଲି ଶୁଣିବାକୁ ମିଳୁଛି। ଉଲ୍ଲେଖଯୋଗ୍ୟ, ୧୭ ଜୁନ୍‌ ୧୯୯୩ରେ ଜନ୍ମିତ ସିଦ୍ଧୁ ୨୦୧୭ରେ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲେ। ୨୦୧୮ରେ ଆଲ୍‌ବମ୍‌ ‘ପିବିଏକ୍ସ ୧’ରେ ସିଦ୍ଧୁଙ୍କ ପ୍ରଥମ ପଦାର୍ପଣ ବିଲ୍‌ବୋଡ୍‌ କାନାଡିଆନ୍‌ ଆଲବମ୍ସ ଚାର୍ଟରେ ତାଙ୍କୁ ୬୬ ସ୍ଥାନରେ ପହଞ୍ଚାଇ ଦେଇ ଚହଳ ସୃଷ୍ଟି କରିଥିଲା। ଅବଶ୍ୟ ‘ଗ୍ୟାଙ୍ଗଷ୍ଟାର ରାପ୍ସ ଓ ବନ୍ଧୁକ ସଂସ୍କୃତି’କୁ ପ୍ରୋତ୍ସାହନ ଦେଉଥିବା ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଲୋକପ୍ରିୟତା ବଢ଼ିଯିବାରୁ ତାଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ସୁଯୋଗ ମିଳିଲା। ଡିସେମ୍ବର ୨୦୨୧ରେ ସେ କଂଗ୍ରେସରେ ଯୋଗଦେଇ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ମନ୍‌ସା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ଆମ୍‌ ଆଦ୍‌ମୀ ପାର୍ଟି ପ୍ରାର୍ଥୀଙ୍କଠାରୁ ସେ ହାରିଯାଇଥିଲେ।
କୁହାଯାଉଛି ସିଦ୍ଧୁଙ୍କର ଗ୍ୟାଙ୍ଗ୍‌ ଶତ୍ରୁତା ଥିବାରୁ ତାଙ୍କୁ ବହୁ ଦିନ ଧରି ଟାର୍ଗେଟ କରାଯାଉଥିଲା। ତେବେ ତାଙ୍କ ହତ୍ୟା ଘଟଣା ପରେ ପଞ୍ଜାବରେ ଗ୍ୟାଙ୍ଗ୍‌ଓ୍ବାର ତେଜିପାରେ ବୋଲି ପୋଲିସ ଆଶଙ୍କା କରିଛି। ଆଲୋଚନା ହେଉଛି ଆର୍ମେନିଆରୁ ଗ୍ୟାଙ୍ଗ୍‌ ପରିଚାଳନା କରୁଥିବା ଗୌରବ ପଟିଆଲ୍‌ ଓରଫ୍‌ ଲକି ଗ୍ୟାଙ୍ଗ୍‌ ସହ ସିଦ୍ଧୁଙ୍କର ସମ୍ପୃକ୍ତି ଥିଲା। ସୂଚନା ଦିଆଯାଇପାରେ ଯେ, କାନାଡ଼ାରୁ ପରିଚାଳିତ ଗୋଲ୍ଡି ବ୍ରାର୍‌ ଗ୍ୟାଙ୍ଗ୍‌ ସହିତ ଲକି ଗ୍ୟାଙ୍ଗ୍‌ର ମୁହାଁମୁହିଁ ଯୁଦ୍ଧ ଚାଲିଆସୁଛି। ଆର୍ମେନିଆରୁ ଗ୍ୟାଙ୍ଗ ପରିଚାଳନା କରୁଥିବା ଲକିଙ୍କର ବାବର ଖାଲ୍‌ସା ଉଗ୍ରପନ୍ଥୀ ହରବିନ୍ଦର ସିଂ ରିଣ୍ଡାଙ୍କ ସହ ନିବିଡ଼ ସମ୍ପର୍କ ଥିବା କୁହାଯାଉଛି। ତେବେ ଏହି ପଞ୍ଜାବୀ ଗ୍ୟାଙ୍ଗ୍‌ଗୁଡ଼ିକର ବିଦେଶରେ ଉପସ୍ଥିତିର କାରଣ ବୁଝିବା ଅତି ସହଜ। ଏହି ପଞ୍ଜାବୀ ଓ ଶିଖ୍‌ମାନେ ବିଭିନ୍ନ ଦେଶକୁ ଦୀର୍ଘବର୍ଷ ଧରି ପେଡ଼ିପୁଟୁଳା ସହିତ ଚାଲିଯାଇଛନ୍ତି। କାନାଡ଼ା ଭଳି ଦେଶରେ ସେମାନେ ସେଠାକାର ନାଗରିକତ୍ୱ ନେବା ସହ ରାଜନୀତିରେ ପ୍ରବେଶ କରି ସେଠାକାର କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇପାରିଛନ୍ତି।
ଭାରତର ସମସ୍ୟା ହେଉଛି, ଯେକୌଣସି ଘଟଣା ଘଟିଲେ ସେଥିରେ ଟାଣିଓଟାରି ରାଜନୈତିକ ଦିଗ ବାହାର କରିବାକୁ ସମସ୍ତେ ବ୍ୟାକୁଳ ହୋଇପଡ଼ନ୍ତି। ସେଥିପାଇଁ ସିଦ୍ଧୁଙ୍କ ହତ୍ୟାକୁ ନେଇ ଯେଉଁ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି ସେଥିରୁ କେବେହେଲେ ସତ୍ୟାସତ୍ୟ ପ୍ରକାଶ ପାଇପାରିବ ନାହିଁ। ବିଭିନ୍ନ ଗ୍ୟାଙ୍ଗ୍‌ ମଧ୍ୟରେ ହେଉଥିବା ଯୁଦ୍ଧକୁ ପୋଲିସ ସ୍ତରରେ ନିୟନ୍ତ୍ରଣ କରିବା ଦରକାର। ତାହାହେଲେ ସାଧାରଣ ନାଗରିକ ସୁରକ୍ଷିତ ରହିପାରିବେ। ନଚେତ୍‌ ରାଜନୈତିକ ମୋଡ଼ ଦେଇଦେଲେ ସତ୍ୟ ଘଟଣା ଲୁଚିଯିବ ଓ ଯେଉଁ କଥାକୁ ସେହି କଥା ରହିଯିବ। କ୍ଷତି ଭୋଗିବେ ଅସମ୍ପୃକ୍ତ ନାଗରିକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri