ପଞ୍ଜାବରେ ଗ୍ୟାଙ୍ଗ୍‌ୱାର

ଖ୍ୟାତନାମା ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୂସଓ୍ବୋଲା ନାମରେ ପରିଚିତ ଶୁଭଦୀପ୍‌ ସିଂ ସିଦ୍ଧୁଙ୍କୁ ୨୯ ମେ’ରେ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ପଞ୍ଜାବର ଭଗଓ୍ବନ୍ତ ମାନ୍‌ ସରକାର ସିଦ୍ଧୁଙ୍କ ସମେତ ୪୨୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନେବାର ୨୪ ଘଣ୍ଟା ପୂରି ନ ଥିବା ବେଳେ ଏଭଳି ହତ୍ୟାକାଣ୍ଡ ଘଟିବା ଏକ ରାଜନୈତିକ ଝଡ଼ ସୃଷ୍ଟି କରିଛି। ସୁରକ୍ଷାଜନିତ ବ୍ୟାପାରରେ ନିଷ୍ପତ୍ତି ନେବା ବେଳେ ପ୍ରଶାସନିକ ସ୍ତରରେ ଗୋପନୀୟତା ବଜାୟ ରଖାଯିବା କଥା। ସିଦ୍ଧୁ ଓ ଅନ୍ୟମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ସରକାର ଯଦିଓ ହଟେଇ ଦେଲେ ସେହି ବିଷୟ ସାଧାରଣରେ ପ୍ରକାଶ କରିବାର ଜରୁରୀ ଆବଶ୍ୟକତା ନ ଥିଲା। କିନ୍ତୁ ସରକାର ବାହାଦୁରି ଦେଖାଇବାକୁ ଯାଇ ଯେଉଁ ପଦକ୍ଷେପ ନେଲେ ତାହା ଦ୍ୱାରା ଜଣେ ର଼୍ୟାପ୍‌ ଗାୟକଙ୍କ ଜୀବନ ଚାଲିଗଲା।
ଯୁବ ଗାୟକ ସିଦ୍ଧୁ ତାଙ୍କ ଦୁଇ ବନ୍ଧୁଙ୍କ ସହ ଏକ ଜିପ୍‌ରେ ଯାଉଥିବା ବେଳେ ଜଓ୍ବାହରକେ ଗ୍ରାମ ନିକଟରେ ଆକ୍ରମଣ ହୋଇଥିଲା। ସିଦ୍ଧୁଙ୍କ ଶରୀରରେ ୩୦ ରାଉଣ୍ଡ୍‌ ଗୁଳି ବାଜିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା। ଲରେନ୍ସ ବିଷ୍ଣୋଇ ଗ୍ରୁପ୍‌ ଓ କାନାଡାଭିତ୍ତିକ ଗୋଲ୍ଡି ବ୍ରାର୍‌ ଗ୍ୟାଙ୍ଗ୍‌ ଏହି ହତ୍ୟାକାଣ୍ଡ ଭିଆଇଥିବା ଦାବି କରିଛି। ଏହି ଘଟଣାରେ ପଞ୍ଜାବ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଡେରାଡୁନ୍‌ରୁ ଗିରଫ କରିଥିବା ୩୦ ମେ’ରେ ପ୍ରକାଶ କରିଛି। ସିଦ୍ଧୁଙ୍କ ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ କୁହାଯାଉଛି ତାଙ୍କ ନିରାପତ୍ତା ବ୍ୟବସ୍ଥା ହଟାଯାଇଥିଲେ ମଧ୍ୟ ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ତାଙ୍କ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। କିନ୍ତୁ ସିଦ୍ଧୁ ସେମାନଙ୍କୁ ସାଥିରେ ନେଇ ନ ଥିଲେ ବୋଲି ଶୁଣିବାକୁ ମିଳୁଛି। ଉଲ୍ଲେଖଯୋଗ୍ୟ, ୧୭ ଜୁନ୍‌ ୧୯୯୩ରେ ଜନ୍ମିତ ସିଦ୍ଧୁ ୨୦୧୭ରେ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲେ। ୨୦୧୮ରେ ଆଲ୍‌ବମ୍‌ ‘ପିବିଏକ୍ସ ୧’ରେ ସିଦ୍ଧୁଙ୍କ ପ୍ରଥମ ପଦାର୍ପଣ ବିଲ୍‌ବୋଡ୍‌ କାନାଡିଆନ୍‌ ଆଲବମ୍ସ ଚାର୍ଟରେ ତାଙ୍କୁ ୬୬ ସ୍ଥାନରେ ପହଞ୍ଚାଇ ଦେଇ ଚହଳ ସୃଷ୍ଟି କରିଥିଲା। ଅବଶ୍ୟ ‘ଗ୍ୟାଙ୍ଗଷ୍ଟାର ରାପ୍ସ ଓ ବନ୍ଧୁକ ସଂସ୍କୃତି’କୁ ପ୍ରୋତ୍ସାହନ ଦେଉଥିବା ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଲୋକପ୍ରିୟତା ବଢ଼ିଯିବାରୁ ତାଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ସୁଯୋଗ ମିଳିଲା। ଡିସେମ୍ବର ୨୦୨୧ରେ ସେ କଂଗ୍ରେସରେ ଯୋଗଦେଇ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ମନ୍‌ସା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ଆମ୍‌ ଆଦ୍‌ମୀ ପାର୍ଟି ପ୍ରାର୍ଥୀଙ୍କଠାରୁ ସେ ହାରିଯାଇଥିଲେ।
କୁହାଯାଉଛି ସିଦ୍ଧୁଙ୍କର ଗ୍ୟାଙ୍ଗ୍‌ ଶତ୍ରୁତା ଥିବାରୁ ତାଙ୍କୁ ବହୁ ଦିନ ଧରି ଟାର୍ଗେଟ କରାଯାଉଥିଲା। ତେବେ ତାଙ୍କ ହତ୍ୟା ଘଟଣା ପରେ ପଞ୍ଜାବରେ ଗ୍ୟାଙ୍ଗ୍‌ଓ୍ବାର ତେଜିପାରେ ବୋଲି ପୋଲିସ ଆଶଙ୍କା କରିଛି। ଆଲୋଚନା ହେଉଛି ଆର୍ମେନିଆରୁ ଗ୍ୟାଙ୍ଗ୍‌ ପରିଚାଳନା କରୁଥିବା ଗୌରବ ପଟିଆଲ୍‌ ଓରଫ୍‌ ଲକି ଗ୍ୟାଙ୍ଗ୍‌ ସହ ସିଦ୍ଧୁଙ୍କର ସମ୍ପୃକ୍ତି ଥିଲା। ସୂଚନା ଦିଆଯାଇପାରେ ଯେ, କାନାଡ଼ାରୁ ପରିଚାଳିତ ଗୋଲ୍ଡି ବ୍ରାର୍‌ ଗ୍ୟାଙ୍ଗ୍‌ ସହିତ ଲକି ଗ୍ୟାଙ୍ଗ୍‌ର ମୁହାଁମୁହିଁ ଯୁଦ୍ଧ ଚାଲିଆସୁଛି। ଆର୍ମେନିଆରୁ ଗ୍ୟାଙ୍ଗ ପରିଚାଳନା କରୁଥିବା ଲକିଙ୍କର ବାବର ଖାଲ୍‌ସା ଉଗ୍ରପନ୍ଥୀ ହରବିନ୍ଦର ସିଂ ରିଣ୍ଡାଙ୍କ ସହ ନିବିଡ଼ ସମ୍ପର୍କ ଥିବା କୁହାଯାଉଛି। ତେବେ ଏହି ପଞ୍ଜାବୀ ଗ୍ୟାଙ୍ଗ୍‌ଗୁଡ଼ିକର ବିଦେଶରେ ଉପସ୍ଥିତିର କାରଣ ବୁଝିବା ଅତି ସହଜ। ଏହି ପଞ୍ଜାବୀ ଓ ଶିଖ୍‌ମାନେ ବିଭିନ୍ନ ଦେଶକୁ ଦୀର୍ଘବର୍ଷ ଧରି ପେଡ଼ିପୁଟୁଳା ସହିତ ଚାଲିଯାଇଛନ୍ତି। କାନାଡ଼ା ଭଳି ଦେଶରେ ସେମାନେ ସେଠାକାର ନାଗରିକତ୍ୱ ନେବା ସହ ରାଜନୀତିରେ ପ୍ରବେଶ କରି ସେଠାକାର କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇପାରିଛନ୍ତି।
ଭାରତର ସମସ୍ୟା ହେଉଛି, ଯେକୌଣସି ଘଟଣା ଘଟିଲେ ସେଥିରେ ଟାଣିଓଟାରି ରାଜନୈତିକ ଦିଗ ବାହାର କରିବାକୁ ସମସ୍ତେ ବ୍ୟାକୁଳ ହୋଇପଡ଼ନ୍ତି। ସେଥିପାଇଁ ସିଦ୍ଧୁଙ୍କ ହତ୍ୟାକୁ ନେଇ ଯେଉଁ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି ସେଥିରୁ କେବେହେଲେ ସତ୍ୟାସତ୍ୟ ପ୍ରକାଶ ପାଇପାରିବ ନାହିଁ। ବିଭିନ୍ନ ଗ୍ୟାଙ୍ଗ୍‌ ମଧ୍ୟରେ ହେଉଥିବା ଯୁଦ୍ଧକୁ ପୋଲିସ ସ୍ତରରେ ନିୟନ୍ତ୍ରଣ କରିବା ଦରକାର। ତାହାହେଲେ ସାଧାରଣ ନାଗରିକ ସୁରକ୍ଷିତ ରହିପାରିବେ। ନଚେତ୍‌ ରାଜନୈତିକ ମୋଡ଼ ଦେଇଦେଲେ ସତ୍ୟ ଘଟଣା ଲୁଚିଯିବ ଓ ଯେଉଁ କଥାକୁ ସେହି କଥା ରହିଯିବ। କ୍ଷତି ଭୋଗିବେ ଅସମ୍ପୃକ୍ତ ନାଗରିକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri