Posted inଜାତୀୟ

୮ଦିନିଆ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ

ଚଣ୍ଡିଗଡ଼,୨୮।୬: ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ମଙ୍ଗଳବାର ଅମୃତଶର କୋର୍ଟରେ ହାଜର କରାଯାଇଥିଲା। କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନ ଉପୁଜେ ସେଥିପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବଳୟରେ ବିଷ୍ଣୋଇଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଏହି ମାମଲା ଆବେଦନର ଶୁଣାଣି କରି ତାଙ୍କୁ ୮ଦିନିଆ ରିମାଣ୍ଡରେ ପଠାଇଦେଇଛନ୍ତି। ଜୁଲାଇ ୬ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ରିମାଣ୍ଡରେ ପଠାଇଥିବା ଜଣାପଡ଼ିଛି। ଅମୃତଶର ଏସିପି ପାଲବିନ୍ଦର ସିଂ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର ରାଣା କାନ୍ଧୋୱାଲିଆ ହତ୍ୟାକାଣ୍ଡ ମାମଲାର ପଚରାଉଚରା କରିବା ପାଇଁ ଅମୃତଶର ପୋଲିସ ସୋମବାର-ମଙ୍ଗଳବାର ମଧ୍ୟରାତ୍ରିରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଅମୃତଶରକୁ ଆଣିଥିଲା। ଅମୃତଶର ପୋଲିସ ବିଷ୍ଣୋଇଙ୍କୁ ମନସାରୁ ଦିନିକିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଥିଲା। ମଙ୍ଗଳବାର ସକାଳେ କଡ଼ା ସୁରକ୍ଷା ବଳୟରେ କୋର୍ଟରେ ହାଜର କରାଯିବା ପରେ ତାଙ୍କୁୁ ୮ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ଗ୍ୟାଙ୍ଗଷ୍ଟର ବିଷ୍ଣୋଇଙ୍କୁ ଷ୍ଟେଟ ସ୍ପେଶାଲ ଅପରେଶନ ସେଲ୍‌ରେ ରଖାଯାଇଛି। କୋର୍ଟରେ ହାଜର କରିବା ପାଇଁ ତାଙ୍କୁ ସେଠାରୁ ଏକ ବୁଲେଟ ପ୍ରୁଫ୍‌ ଗାଡିରେ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଟିପତି ବେକେରି ମାଲିକାଣୀ ‘ଯଶମିନ୍‌’: ଯାହାଙ୍କ ପାଖରେ ହାର୍‌ ମାନିଛି କ୍ୟାନ୍‌ସର

ଇନ୍ଦୋର: ନୂଆ କରି ଆରମ୍ଭ କରିଥିଲେ ଛୋଟିଆ କେକ୍‌ ଦୋକାନଟିଏ। ୨ଜଣ ସହକର୍ମୀଙ୍କୁ ନେଇ ଆଗକୁ ବଢ଼ିବା ବେଳକୁ ଦାରୁଣ ହେଲା ସମୟ। ମାଡ଼ିବସିଲା ଦୁରାରୋଗ୍ୟ...

୨୯୫.୬୭ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ

ନୂଆଦିଲ୍ଲୀ,୧୬ା୫(ପି.ଟି.): ଚଳିତ ୨୦୧୯-୨୦ ଫସଲ ବର୍ଷରେ ଦେଶରେ ୨୯୫.୬୭ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି। ଭଲ ବର୍ଷା ଯୋଗୁ କ୍ରମାଗତ...

୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ିଲା ଆଂଶିକ ଲକ୍‌ଡାଉନ୍‌…

ଆଇଜଲ୍‌,୬।୯: ମିଜୋରାମ ସରକାର ଆଇଜଲ ମ୍ୟୁନିସିପାଲିଟି କର୍ପୋରେସନ ଅଞ୍ଚଳରେ ଆଂଶିକ ଲକ୍‌ଡାଉନ ଘୋଷଣା କରିବା ସହିତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ କୋଭିଡ ସମ୍ବନ୍ଧୀୟ କଟକଣାକୁ ସେପ୍ଟେମ୍ବର...

‘ଭାରତ ଯୋଡୋ ଯାତ୍ରା’ରୁ ମିଳିଥିବା ଲାଭକୁ ଭୋଟରେ ପରିବର୍ତ୍ତନ କରିବା ସହଜ ନୁହେଁ: ଥରୁର

ନୂଆଦିଲ୍ଲୀ,୩୦ ।୧୨: କଂଗ୍ରେସ ନେତା ଶଶି ଥରୁର ତାଙ୍କ ବେକାବୁ ବୟାନକୁ ନେଇ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ । ଗୁରୁବାର କଂଗ୍ରେସର ‘ଭାରତ ଯୋଡୋ...

କମୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହେଲେ, ଶ୍ମଶାନ ଆଗରେ ଏବେ ବି ଧାଡ଼ିଧାଡ଼ି ମୃତଦେହ…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌...

ଶବ୍ଦ ପ୍ରଦୂଷଣ ନିୟମ ପାଳନ କର

ବେଙ୍ଗାଲୁରୁ,୭।୪(ପି.ଟି.): ମସ୍‌ଜିଦରେ ଡାକବାଜି ଯନ୍ତ୍ରର ଉତ୍କଟ ଶବ୍ଦକୁ ବିରୋଧ କରି କେତେକ ହିନ୍ଦୁ ସଂଗଠନ ଏହାକୁ ବନ୍ଦ କରିବା ଲାଗି ଦାବି କରିଥିଲେ। ଅନୁମୋଦିତ ଡେସିବେଲ୍‌...

ଅଘୋଷିତ ଡ୍ରୋନ୍‌ ଉଡ଼ାଇଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧ା୨: ଦେଶର ୨୦,୦୦୦ରୁ ଊର୍ଦ୍ଧ୍ୱ ଡ୍ରୋନ୍‌ ବ୍ୟବହାରକାରୀ ସରକାରଙ୍କ ନିକଟରେ ପଞ୍ଜୀକୃତ ହୋଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ପୋର୍ଟାଲରେ ପ୍ରାୟ ୧୫ ଦିନ ଧରି...

୪ ବିଧାୟକଙ୍କୁ ଭାଜପା ଦେଇଛି ୨୦ କୋଟି ଟଙ୍କା ଲେଖାଏଁ ଅଫର, ଏଏପି ଆଣିଲା ଅଭିଯୋଗ…

ନୂଆଦିଲ୍ଲୀ, ୨୪।୮ : ଦିଲ୍ଲୀର ମଦ ନୀତିକୁ ନେଇ ରାଜନୈତିକସ୍ତରରେ ଜାରି ରହିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ବୁଧବାର ଆମ ଆଦମୀ ପାର୍ଟି(ଏଏପି) ଏକ ଗଣମାଧ୍ୟମ...

Advertisement
Archives

Model This Week