Posted inଜାତୀୟ

୮ଦିନିଆ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ

ଚଣ୍ଡିଗଡ଼,୨୮।୬: ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ମଙ୍ଗଳବାର ଅମୃତଶର କୋର୍ଟରେ ହାଜର କରାଯାଇଥିଲା। କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନ ଉପୁଜେ ସେଥିପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବଳୟରେ ବିଷ୍ଣୋଇଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଏହି ମାମଲା ଆବେଦନର ଶୁଣାଣି କରି ତାଙ୍କୁ ୮ଦିନିଆ ରିମାଣ୍ଡରେ ପଠାଇଦେଇଛନ୍ତି। ଜୁଲାଇ ୬ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ରିମାଣ୍ଡରେ ପଠାଇଥିବା ଜଣାପଡ଼ିଛି। ଅମୃତଶର ଏସିପି ପାଲବିନ୍ଦର ସିଂ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର ରାଣା କାନ୍ଧୋୱାଲିଆ ହତ୍ୟାକାଣ୍ଡ ମାମଲାର ପଚରାଉଚରା କରିବା ପାଇଁ ଅମୃତଶର ପୋଲିସ ସୋମବାର-ମଙ୍ଗଳବାର ମଧ୍ୟରାତ୍ରିରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଅମୃତଶରକୁ ଆଣିଥିଲା। ଅମୃତଶର ପୋଲିସ ବିଷ୍ଣୋଇଙ୍କୁ ମନସାରୁ ଦିନିକିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଥିଲା। ମଙ୍ଗଳବାର ସକାଳେ କଡ଼ା ସୁରକ୍ଷା ବଳୟରେ କୋର୍ଟରେ ହାଜର କରାଯିବା ପରେ ତାଙ୍କୁୁ ୮ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ଗ୍ୟାଙ୍ଗଷ୍ଟର ବିଷ୍ଣୋଇଙ୍କୁ ଷ୍ଟେଟ ସ୍ପେଶାଲ ଅପରେଶନ ସେଲ୍‌ରେ ରଖାଯାଇଛି। କୋର୍ଟରେ ହାଜର କରିବା ପାଇଁ ତାଙ୍କୁ ସେଠାରୁ ଏକ ବୁଲେଟ ପ୍ରୁଫ୍‌ ଗାଡିରେ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ବରଗଡ଼ରେ ବଢ଼ିଲା ସ୍କୁଲ-କଲେଜ ଛୁଟି ଅବଧି, ଏହି ଦିନ ଖୋଲିବ

ବରଗଡ଼,୧୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କୁଲ, କଲେଜର ଗ୍ରୀଷ୍ମ ଅବକାଶ(ଖରାଛୁଟି) ଅବଧିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପାଣିପାଗ ବିଭାଗର ରିପୋର୍ଟକୁ ନେଇ…

୪ ନୂଆ ଟାଉନ୍‌ ପ୍ଲାନ୍‌ ସ୍କିମ୍‌ ଘୋଷଣାକଲା ବିଡିଏ

ଭୁବନେଶ୍ୱର,୧୮ା୬(ରବିନାରାୟଣ ଜେନା): ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଓଡିଏ) ଆକ୍ଟର ୧୯୮୨ର ଧାରା ୨୩(୧)ର ବ୍ୟବସ୍ଥା ଅନୁଯାୟୀ, ବିଡିଏ ଭୁବନେଶ୍ୱର ବିକାଶ ଯୋଜନା ଅଞ୍ଚଳ (ବିଡିପିଏ)ରେ ୪ଟି ନୂଆ…

ମାଟିତଳୁ ମିଳିଲା ବଙ୍କର ହିଲ୍‌ ଯୁଦ୍ଧ ସମୟର ଦୁର୍ଗ, ଗୁଳି

ବୋଷ୍ଟନ, ୧୮ା୬ (ଏ.ପି.): ଆମେରିକାର ସ୍ୱାଧୀନତା ସଂଗ୍ରାମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣାଙ୍ଗନ ଭାବେ ପରିଚିତ ‘ବଙ୍କର ହିଲ୍‌’ର ମାଟି ତଳୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ୧୭୭୫ ମସିହା ଯୁଦ୍ଧର ଅନେକ…

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଆମେରିକା-ଇରାନ ମଧ୍ୟରେ ୧୪ ସୂତ୍ରୀ ବୁଝାମଣାପତ୍ର ସ୍ୱାକ୍ଷରିତ, ଡିଜିଟାଲ୍‌ ସ୍ୱାକ୍ଷର କଲେ…

ଓ୍ବାଶିଂଟନ, ୧୮।୬: ମାସ ମାସ ଧରି ଚାଲିଥିବା ଦୀର୍ଘ ଅଚଳାବସ୍ଥା ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ…

ଜୁଲାଇ ୧୫ରେ କାର୍ଯ୍ୟକାରୀ ହେବ ଭାରତ-ବ୍ରିଟେନ୍‌ ଟ୍ରେଡ୍‌ ଡିଲ୍‌

ଏଭିଆନ୍‌-ଲେସ୍‌-ବାଏନ୍ସ, ୧୮।୬: ଭାରତ ଓ ବ୍ରିଟେନ୍‌ ମଧ୍ୟରେ ବିସ୍ତୃତ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତିନାମା ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବ। ଏହି ଐତିହାସିକ ଚୁକ୍ତି ସ୍ବାକ୍ଷର ହେବାର…

ମୋଦିଙ୍କୁ ଭେଟିବା ପରେ ଭନ୍‌ ଡେର୍‌ ଲେୟେନ୍‌ଙ୍କ ଘୋଷଣା, ବର୍ଷ ଶେଷ ସୁଦ୍ଧା ଭାରତ-ୟୁରୋପୀୟ ସଂଘ ମଧ୍ୟରେ…

ଏଭିଆନ୍‌-ଲେସ୍‌ବାଏନ୍ସ,୧୮।୬(ପି.ଟି.): ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଏବଂ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ମହତ୍ତ୍ୱାକାଂକ୍ଷୀ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ସ୍ବାକ୍ଷର ହେବ ବୋଲି ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri