Advertisement

ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ

ଭବାନୀପାଟଣା,୭।୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସ ଏକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଗ୍ୟାଙ୍ଗର ୨ଜଣଙ୍କୁ ସୋମବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଜୁନାଗଡ଼ ବାବୁପଡ଼ାର ପ୍ରେମାନନ୍ଦ ବେହେରା ଓ ଅନ୍ୟଜଣେ ଚାରଭାଟି ଗ୍ରାମର ଯଶୋବନ୍ତ ନାଏକ।

ପୋଲିସ ତାଙ୍କଠାରୁ ୪ଟି ମୋବାଇଲ ଫୋନ ଓ ୪ଟି ବାଇକ୍‌ ଜବତ କରିଛି। ଗ୍ୟାଙ୍ଗର ଆଉ ୬ଜଣ ଅଭିଯୁକ୍ତ ଫେରାର ଥିବା ବେଳେ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଜୁନାଗଡ଼ ଆଇଆଇସି ଉତ୍ତମ କୁମାର ସାହୁ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗତ ୪ ତାରିଖ ରାତିରେ ସମ୍ପୃକ୍ତ ଅଭିଯୁକ୍ତମାନେ ବଣ୍ଡାକୁଟ୍ରା ସାପ୍ତାହିକ ବଜାର ନିକଟରେ ଏକ ବାଇକ୍‌ରେ ଆସୁଥିବା ଚିଚୈଗୁଡା ଗ୍ରାମର ୨ ଭାଇଙ୍କୁ ଆକ୍ରମଣ କରି ଟଙ୍କା, ମୋବାଇଲ ଓ ବାଇକ ଲୁଟି ଚମ୍ପଟ ମାରିଥିଲେ। ଅଭିଯୋଗ ପରେ ଜୁନାଗଡ଼ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂର୍ବୁରୁ ମଧ୍ୟ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଗଡ଼ରୁ ହରିଣ ଉଦ୍ଧାର

ପାରାଦୀପ, ୨୮।୩ (ସ୍ବ.ପ୍ର.)- ପାରାଦୀପ ଲକ୍‌ ଥାନା ଅଧୀନ ନୂଆଗଡ଼ ଗ୍ରାମ ଉପାନ୍ତ ମହାନଦୀ ପଠାରୁ ଶନିବାର ସକାଳୁ ଏକ ହରିଣ ଉଦ୍ଧାର କରାଯାଇଛି। ମହାନଦୀରେ...

ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବାକୁ ମିଳିଲା ସ୍ବୀକୃତି: ଆରମ୍ଭ ହେବ ନାମଲେଖା

ପୁରୁଷୋତ୍ତମପୁର,୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଭାଟକୁମରଡା ଆଦର୍ଶ ବିଦ୍ୟାଳୟକୁ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବା ପାଇଁ ଓଡିଶା ସରକାରଙ୍କ ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ...

ରାସ୍ତାରୋକୋ କରି ଆନ୍ଦୋଳନ କଲେ ଚାଷୀ

କୋରୁକୋଣ୍ଡା, ୧୬।୧୨ (ଡ଼ି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡାଠାରେ ଚାଷୀମାନେ ମାଲକାନଗିରି-ବାଲିମେଳା ରାସ୍ତାକୁ ଅବରୋଧ କଲେ। ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକେନ ନ ମିଳିବା, ଚାଷୀଙ୍କୁ...

ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ

ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ବଜାର ଅଧିନସ୍ତ ବଜାର ରାନ୍ଦିଆ ବଜାରରେ ଥିବା ଏସବିଆଇ ଏଟିଏମରୁ ଲୁଟ ଉଦ୍ୟମ। କେହି ଦୁର୍ବୃତ୍ତ ଏଟିଏମ୍‌ର ସମ୍ମୁଖ...

ନିଜସ୍ବ ଆଇନ ଆଣିବ ଅଗ୍ନିଶମ ବିଭାଗ

କଟକ ଅଫିସ,୧୩।୮: ପୋଲିସ ଓ ଜେଲ୍‌ ମାନୁଆଲ ଭଳି ଅଗ୍ନିଶମ ବିଭାଗ ନିଜସ୍ବ ମାନୁଆଲ ବା ଆଇନ ଲାଗୁ କରିବା ପାଇଁ ଯୋଜନା କରୁଛି। ପୂର୍ବରୁ...

ମିଳିଲା ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ,୨୨।୧: ହଟିଛି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କଟକଣା। ଦାରୁଦିଅଁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଛୁଟିଛନ୍ତି ଶ୍ରଦ୍ଧାଳୁ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ...

ମଣ୍ଡି ଖୋଲିବା ଦାବିରେ ରାସ୍ତାରେ ଗଛ ପକାଇ ଅବରୋଧ କଲେ ଚାଷୀ

କର୍ଲାମୁଣ୍ଡା,୧୨ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ  ଧାନମଣ୍ଡି ଖୋଲାଯିବା ଦାବିରେ ଗଜବାହଲ ଛକଠାରେ ଚାଲିଥିବା ରାସ୍ତାରୋକୋ ଶନିବାର ଦ୍ୱିତୀୟ ଦିନରେ...

ସୋସିଆଲ ମିଡିଆରେ ଗଞ୍ଜାମ ଜିଲାର ମିଥ୍ୟା କରୋନା ପଜିଟିଭ ତାଲିକା

ଛତ୍ରପୁର, ୧୧।୫( ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କରୋନା ପଜିଟିଭର ଏକ ମିଥ୍ୟା ତାଲିକା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ଉପରେ କେହି ବିଶ୍ୱାସ...

Advertisement
Archives

Model This Week