ଆଦିବାସୀ ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଗଙ୍ଗାଧର, ମୁକ୍ତା

କୋରାପୁଟ,୧୩ା୧୨(ସ୍ବ.ପ୍ର.):ଆଜିର ଆଧୁନିକ ଯୁଗରେ ଲୋକେ ନିଜ କଳା, ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସେତେଟା ଆଗଭର ହେଉ ନ ଥିବା ବେଳେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପେଟୁରୁ ପଞ୍ଚାୟତର ଦିବ୍ୟାଙ୍ଗ ଦମ୍ପତି ଗଙ୍ଗାଧର ଓ ମୁକ୍ତା ଏ କ୍ଷେତ୍ରରେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଡୁଡୁଙ୍ଗା ଓ ଦେଶିଆ ଗୀତ ପରିବେଷଣ କରି ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ସେମାନେ ବଞ୍ଚାଇ ରଖିଛନ୍ତି। ଭାଟିଗୁଡା ଗ୍ରାମ ବାସିନ୍ଦା ଗଙ୍ଗାଧର ଆଡକାଟିଆ (୫୫) ଓ ସ୍ତ୍ରୀ ମୁକ୍ତା (୪୮) ଜନ୍ମାନ୍ଧ ରୂପେ ପରିଚିତ। ଉଭୟେ ଆଦିବାସୀ ବାଦ୍ୟ ଡୁଙ୍ଗଡୁଙ୍ଗା ବଜାଇବା ଓ ଦେଶିଆ ଗୀତ ଗାଇବାରେ ରୁଚି ରଖିଛନ୍ତି। ଆଦିବାସୀଙ୍କ ପରମ୍ପରା ଓ ରୀତିନିତୀ ଉପରେ ଆଧାରିତ ବିଭିନ୍ନ ବିଷୟକୁ ନେଇ ନିଜେ ଗୀତ ଗାଉଥିବାବେଳେ ପରବର୍ତ୍ତୀ ସମୟରେ ଆଦିବାସୀ ଗୀତମରା ଓ ଦେଶିଆ ସଙ୍ଗୀତ ଗାଇ ନିଜ ଗ୍ରାମ ସହ ଆଖପାଖ ଅଞ୍ଚଳରେ ଲୋକଙ୍କ ପ୍ରିୟ ହୋଇପାରିଛନ୍ତି। ସେମାନଙ୍କ ଗୀତରେ ଖୁସି ହୋଇ ଗ୍ରାମବାସୀ ଯାହା ଦେଇଥାନ୍ତି ଉଭୟେ ଗ୍ରହଣ କରି ପରିବାର ପ୍ରତିପୋଷଣ କରିଥାନ୍ତି। କୋରାପୁଟରେ ହେଉଥିବା ଲୋକ ମହୋତ୍ସବ ପରବରେ ଗଙ୍ଗାଧର ଓ ମୁକ୍ତା ଡୁଙ୍ଗାଡୁଙ୍ଗା ବାଜା ବଜାଇ ଦେଶିଆ ଗୀତ ପରିବେଷଣ କରି ଲୋକ ଲୋଚନକୁ ଆସନ୍ତି। ଏଥିପାଇଁ ଏହି ଦମ୍ପତି ପୁରସ୍କୃତ ହୋଇଥିବା ବେଳେ ଉଭୟଙ୍କୁ ପ୍ରଶାସନ ପକ୍ଷରୁ କଳାକାର ଭତା ପ୍ରଦାନ କରାଯାଉଛି ା ୨ ପୁଅ ଓ ଗୋଟିଏ ଝିଅକୁ ନେଇ ସେମାନଙ୍କ ପରିବାର। ବଡପୁଅ ପର୍ଣ୍ଣା (୧୫), ମଝିଆଁ ପୁଅ ପାଳନ(୧୩) ହୋଇଥିବା ବେଳେ ଝିଅର ନାଁ ରହିଛି ନୟମୀ (୧୧) ା ପାଳନ ଓ ନୟମୀ କୋରାପୁଟର ଏକ ଆଶ୍ରମରେ ରହି ପାଠ ପଢୁଛନ୍ତି। ଏହି ଦିବ୍ୟାଙ୍ଗ ଦମ୍ପତଙ୍କ ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ସୁକୁମାର ବିଶ୍ୱାଳ କହନ୍ତି, ଦୀର୍ଘ ବର୍ଷ ହେଲା ଉଭୟେ ଡୁଙ୍ଗାଡୁଙ୍ଗା ବଜାଇ ଦେଶିଆ ଗୀତ ଗାଇ ସେମାନଙ୍କ ପରିବାର ଚଳାଇ ଆସୁଛନ୍ତି। ସେହିପରି ଜିଲା ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝି ଏହି ଦିବ୍ୟାଙ୍ଗ ଦମ୍ପତିଙ୍କ ପାଇଁ ଗୃହ ଓ ଆର୍ଥତ୍କ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri