ଫ୍ୟାମିଲି ଟାଇମ୍‌

କ୍ୟାରିୟରରେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ସମସ୍ତେ ଚାହାନ୍ତି। କିନ୍ତୁ କେତେକେ ଏଥିପାଇଁ ପରିବାରକୁ ଅଣଦେଖା କରିଥାନ୍ତି, ଯାହାର ଭିନ୍ନ ପ୍ରଭାବ ଦେଖିବାକୁ ମିଳେ। ତେଣୁ ବ୍ୟସ୍ତତା ଭିତରେ ବି ପରିବାର ସହ ସମୟ ବିତାନ୍ତୁ, ଯାହାଫଳରେ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ବି ପାଇପାରିବେ…

ପରିବାର ସହ କେବେ କେବେ ବୁଲିବାକୁ ଯିବା, ଏକାଠି ଖାଇବା, ଏକାଠି ବସି ହସମଜା କରିବାକୁ ସମସ୍ତଙ୍କୁ ଭଲ ଲାଗେ। ଏମିତି ସମୟ କଟାଇବାରେ ବି ଲୁଚି ରହିଥାଏ ସଫଳତା। କାରଣ ପରିବାର ସହ ଖୁସିରେ ସମୟ କାଟିଲେ ମାନସିକ ଅବସାଦ ଭଳି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ତେଣୁ କାର୍ଯ୍ୟବ୍ୟସ୍ତତା ଭିତରେ ବି କିଛି ସମୟ ବାହାରକରି ପରିବାର ସହ ରହିବା ଜରୁରୀ। କହିବାକୁ ଗଲେ ସବୁ କ୍ଷେତ୍ରରେ ସଫଳ ହେବା ପାଇଁ ହେଲେ ପରିବାର ସହିତ ଏକାଠି ରହିବାକୁ ଅନେକେ ପରାମର୍ଶ ଦେଉଛନ୍ତି।
ଚିନ୍ତାରୁ ମୁକ୍ତି: ଅଫିସ କାମର ଚାପ ହେଉ କିମ୍ବା ଅନ୍ୟ କୌଣସି ଦୁଶ୍ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ ପରିବାର ସହ ଖୁସିରେ କିଛି ସମୟ କଟାନ୍ତୁ। ପରିବାରରେ ଆତ୍ମୀୟଙ୍କ ସହ ରହିବା ଫଳରେ ଅନେକ ସମସ୍ୟାର ସମାଧାନ ସହଜରେ ହୋଇଯାଏ ଏବଂ ମନ ଖୁସି ରହେ। ନିଜର ଚିନ୍ତା ବା କୌଣସି ସମସ୍ୟାକୁ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିବା ଫଳରେ ସମାଧାନର ଅନେକ ରାସ୍ତା ବାହାରିଥାଏ। ନିଜର ଲୋକେ ସାହାଯ୍ୟ କରିବା ପାଇଁ ମଧ୍ୟ ଆଗେଇ ଆସନ୍ତି। ଫଳରେ ଚିନ୍ତା ବା ଅବସାଦ କମ୍‌ ହୋଇଥାଏ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିଥାଏ।
ପିଲାଙ୍କ ଭବିଷ୍ୟତ: ପିଲାମାନେ ସମସ୍ତଙ୍କ ସହ ପରିବାରରେ ଏକାଠି ରହିଲେ ବେଶ୍‌ ଖୁସି ହୁଅନ୍ତି। ତେଣୁ ସେମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଗୁରୁଜନଙ୍କ ସହ ଅଧିକାଂଶ ସମୟ ରହିବା ଫଳରେ ସେମାନଙ୍କ ବ୍ୟବହାର ମଧ୍ୟ ସେହି ଅନୁରୂପ ମାର୍ଜିତ ହୋଇଥାଏ। ତେଣୁ ପିଲାଙ୍କ ଲାଳନପାଳନ ବି ଆପେ ଆପେ ଭଲ ହୋଇଥାଏ।
ସଫଳତା ମିଳେ: ମନ ଖୁସି ରହିଲେ କାମ କରିବା ପାଇଁ ଆଗ୍ରହ ବୃଦ୍ଧି ପାଇଥାଏ। ତେଣୁ କମ୍‌ ସମୟରେ ଭଲ କାମ କରିବାର ଊର୍ଜା ସୃଷ୍ଟି ହୋଇଥାଏ। ପରିବାର ସହ ଏକାଠି ରହିଲେ ଉଭୟ ମାନସିକ ସ୍ବାସ୍ଥ୍ୟ ଭଲ ରହିବା ସହ ଶରୀର ମଧ୍ୟ ଭଲ ରହିଥାଏ। ତେଣୁ ଅଫିସ ହେଉ କି ଅନ୍ୟ ଯେକୌଣସି କ୍ଷେତ୍ର ସବୁଠାରେ ପ୍ରତି କାମରେ ସଫଳତା ମିଳିଥାଏ।

ଏମାନେ କ’ଣ କରନ୍ତି

ପ୍ରତି ସପ୍ତାହରେ ବୁଲିବା ପ୍ଲାନ୍‌ କରୁ: ପ୍ରତି ସପ୍ତାହରେ ଆମେ ସମସ୍ତେ ଏକାଠି ବାହାରେ ଖାଇବାକୁ ଯାଉ। କୌଣସି ଉତ୍ସବ ଥିଲେ ଥରଟେ ହେଲେ ବି ଆମେ ବୁଲିବା ପାଇଁ ପ୍ଲାନ୍‌ କରିଥାଉ। ଅଳ୍ପ ସମୟ ପାଇଁ ହେଲେ ବି ଥରେ ବାହାରକୁ ଯାଇ ବୁଲି ଆସିବା ପରେ ପିଲାମାନେ ତ ବହୁତ ଖୁସି ହୋଇଯାନ୍ତି ତା’ ସହ ଶାଶୁ ଶ୍ୱଶୁର ବି ଖୁସି ହୋଇଥାନ୍ତି। ଆଉ ଘରେ ସମସ୍ତଙ୍କୁ ଖୁସିରେ ଦେଖିଲେ ମତେ ବି ବହୁତ ଖୁସି ଲାଗେ। -ମହାଶ୍ୱେତା ତ୍ରିପାଠୀ, କର୍ମଜୀବୀ, ଭୁବନେଶ୍ୱର
ଫ୍ରେଶ୍‌ ଲାଗେ: ସବୁ ଶନିବାର ମୁଁ ପୁଅକୁ ନେଇ ଗାଁକୁ ଯାଏ। ସେଠି ଶାଶୁ ଶ୍ୱଶୁର ଆଉ ଅନ୍ୟ ସମସ୍ତଙ୍କ ସହ ଏକାଠି ରହି ପୁଅ ବହୁତ ଖୁସି ହୋଇଯାଏ। ମତେ ବି ଗାଁ ପରିବେଶରେ ରହିବାକୁ ବହୁତ ଭଲ ଲାଗେ। ଦିନଟିଏ ସେଠି ରହି ଆସିବା ପରେ ପୁଣି ସପ୍ତାହ ସାରା କାମ କରିବା ପାଇଁ ଫ୍ରେଶ୍‌ ଲାଗେ।
-ଦେବେନ୍ମିତା ଦାଶ, କର୍ମଜୀବୀ, ପାରାଦୀପ
ସମ୍ପର୍କ ମଜଭୁତ ହୁଏ: ଘରେ ପ୍ରାୟ ଭୋଜି କରିବା ବାହାନାରେ ଅନେକ ଥର ସମସ୍ତେ ଏକାଠି ହେଉ। ବେଳେବେଳେ ପାଖରେ ଥିବା ବନ୍ଧୁ ସମ୍ପର୍କୀୟମାନେ ବି ଆସନ୍ତି। ଏମିତି ଭୋଜି ମାଧ୍ୟମରେ ସମସ୍ତେ ଏକାଠି ହେଲେ ଭଲ ଲାଗେ। ତା’ ଛଡ଼ା ଦିନସାରା କାମରେ ଏପଟ ସେପଟ ହେବା ପରେ ଆମେ ରାତିରେ ଘରେ ସମସ୍ତେ ଏକାଠି ସାଙ୍ଗ ହୋଇ ଖାଉ। ଯଦି ଘରକୁ ଫେରିବା ପାଇଁ କାହାର ଡେରି ହୁଏ ତା’ହେଲେ ମୁଁ ପିଲାମାନଙ୍କୁ ଠିକ୍‌ ସମୟରେ ଖାଇବାକୁ ଦେଇ ଶୁଆଇଦିଏ। କିନ୍ତୁ ମୁଁ ଅପେକ୍ଷା କରିଥାଏ, ସେ ଫେରିବା ପରେ ହିଁ ସାଙ୍ଗ ହୋଇ ଖାଉ। ଏକାଠି ଖାଇବା ଦ୍ୱାରା ସ୍ନେହ ପ୍ରେମ ଭାବ ବଢ଼ିଥାଏ ଆଉ ସମ୍ପର୍କ ମଜଭୁତ ହୋଇଥାଏ।
-ସସ୍ମିତା ମଞ୍ଜରୀ ଦାଶ, କର୍ମଜୀବୀ, ରାହାମା, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?