ଫ୍ୟାମିଲି ଟାଇମ୍‌

କ୍ୟାରିୟରରେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ସମସ୍ତେ ଚାହାନ୍ତି। କିନ୍ତୁ କେତେକେ ଏଥିପାଇଁ ପରିବାରକୁ ଅଣଦେଖା କରିଥାନ୍ତି, ଯାହାର ଭିନ୍ନ ପ୍ରଭାବ ଦେଖିବାକୁ ମିଳେ। ତେଣୁ ବ୍ୟସ୍ତତା ଭିତରେ ବି ପରିବାର ସହ ସମୟ ବିତାନ୍ତୁ, ଯାହାଫଳରେ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ବି ପାଇପାରିବେ…

ପରିବାର ସହ କେବେ କେବେ ବୁଲିବାକୁ ଯିବା, ଏକାଠି ଖାଇବା, ଏକାଠି ବସି ହସମଜା କରିବାକୁ ସମସ୍ତଙ୍କୁ ଭଲ ଲାଗେ। ଏମିତି ସମୟ କଟାଇବାରେ ବି ଲୁଚି ରହିଥାଏ ସଫଳତା। କାରଣ ପରିବାର ସହ ଖୁସିରେ ସମୟ କାଟିଲେ ମାନସିକ ଅବସାଦ ଭଳି ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ତେଣୁ କାର୍ଯ୍ୟବ୍ୟସ୍ତତା ଭିତରେ ବି କିଛି ସମୟ ବାହାରକରି ପରିବାର ସହ ରହିବା ଜରୁରୀ। କହିବାକୁ ଗଲେ ସବୁ କ୍ଷେତ୍ରରେ ସଫଳ ହେବା ପାଇଁ ହେଲେ ପରିବାର ସହିତ ଏକାଠି ରହିବାକୁ ଅନେକେ ପରାମର୍ଶ ଦେଉଛନ୍ତି।
ଚିନ୍ତାରୁ ମୁକ୍ତି: ଅଫିସ କାମର ଚାପ ହେଉ କିମ୍ବା ଅନ୍ୟ କୌଣସି ଦୁଶ୍ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ ପରିବାର ସହ ଖୁସିରେ କିଛି ସମୟ କଟାନ୍ତୁ। ପରିବାରରେ ଆତ୍ମୀୟଙ୍କ ସହ ରହିବା ଫଳରେ ଅନେକ ସମସ୍ୟାର ସମାଧାନ ସହଜରେ ହୋଇଯାଏ ଏବଂ ମନ ଖୁସି ରହେ। ନିଜର ଚିନ୍ତା ବା କୌଣସି ସମସ୍ୟାକୁ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିବା ଫଳରେ ସମାଧାନର ଅନେକ ରାସ୍ତା ବାହାରିଥାଏ। ନିଜର ଲୋକେ ସାହାଯ୍ୟ କରିବା ପାଇଁ ମଧ୍ୟ ଆଗେଇ ଆସନ୍ତି। ଫଳରେ ଚିନ୍ତା ବା ଅବସାଦ କମ୍‌ ହୋଇଥାଏ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିଥାଏ।
ପିଲାଙ୍କ ଭବିଷ୍ୟତ: ପିଲାମାନେ ସମସ୍ତଙ୍କ ସହ ପରିବାରରେ ଏକାଠି ରହିଲେ ବେଶ୍‌ ଖୁସି ହୁଅନ୍ତି। ତେଣୁ ସେମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ଗୁରୁଜନଙ୍କ ସହ ଅଧିକାଂଶ ସମୟ ରହିବା ଫଳରେ ସେମାନଙ୍କ ବ୍ୟବହାର ମଧ୍ୟ ସେହି ଅନୁରୂପ ମାର୍ଜିତ ହୋଇଥାଏ। ତେଣୁ ପିଲାଙ୍କ ଲାଳନପାଳନ ବି ଆପେ ଆପେ ଭଲ ହୋଇଥାଏ।
ସଫଳତା ମିଳେ: ମନ ଖୁସି ରହିଲେ କାମ କରିବା ପାଇଁ ଆଗ୍ରହ ବୃଦ୍ଧି ପାଇଥାଏ। ତେଣୁ କମ୍‌ ସମୟରେ ଭଲ କାମ କରିବାର ଊର୍ଜା ସୃଷ୍ଟି ହୋଇଥାଏ। ପରିବାର ସହ ଏକାଠି ରହିଲେ ଉଭୟ ମାନସିକ ସ୍ବାସ୍ଥ୍ୟ ଭଲ ରହିବା ସହ ଶରୀର ମଧ୍ୟ ଭଲ ରହିଥାଏ। ତେଣୁ ଅଫିସ ହେଉ କି ଅନ୍ୟ ଯେକୌଣସି କ୍ଷେତ୍ର ସବୁଠାରେ ପ୍ରତି କାମରେ ସଫଳତା ମିଳିଥାଏ।

ଏମାନେ କ’ଣ କରନ୍ତି

ପ୍ରତି ସପ୍ତାହରେ ବୁଲିବା ପ୍ଲାନ୍‌ କରୁ: ପ୍ରତି ସପ୍ତାହରେ ଆମେ ସମସ୍ତେ ଏକାଠି ବାହାରେ ଖାଇବାକୁ ଯାଉ। କୌଣସି ଉତ୍ସବ ଥିଲେ ଥରଟେ ହେଲେ ବି ଆମେ ବୁଲିବା ପାଇଁ ପ୍ଲାନ୍‌ କରିଥାଉ। ଅଳ୍ପ ସମୟ ପାଇଁ ହେଲେ ବି ଥରେ ବାହାରକୁ ଯାଇ ବୁଲି ଆସିବା ପରେ ପିଲାମାନେ ତ ବହୁତ ଖୁସି ହୋଇଯାନ୍ତି ତା’ ସହ ଶାଶୁ ଶ୍ୱଶୁର ବି ଖୁସି ହୋଇଥାନ୍ତି। ଆଉ ଘରେ ସମସ୍ତଙ୍କୁ ଖୁସିରେ ଦେଖିଲେ ମତେ ବି ବହୁତ ଖୁସି ଲାଗେ। -ମହାଶ୍ୱେତା ତ୍ରିପାଠୀ, କର୍ମଜୀବୀ, ଭୁବନେଶ୍ୱର
ଫ୍ରେଶ୍‌ ଲାଗେ: ସବୁ ଶନିବାର ମୁଁ ପୁଅକୁ ନେଇ ଗାଁକୁ ଯାଏ। ସେଠି ଶାଶୁ ଶ୍ୱଶୁର ଆଉ ଅନ୍ୟ ସମସ୍ତଙ୍କ ସହ ଏକାଠି ରହି ପୁଅ ବହୁତ ଖୁସି ହୋଇଯାଏ। ମତେ ବି ଗାଁ ପରିବେଶରେ ରହିବାକୁ ବହୁତ ଭଲ ଲାଗେ। ଦିନଟିଏ ସେଠି ରହି ଆସିବା ପରେ ପୁଣି ସପ୍ତାହ ସାରା କାମ କରିବା ପାଇଁ ଫ୍ରେଶ୍‌ ଲାଗେ।
-ଦେବେନ୍ମିତା ଦାଶ, କର୍ମଜୀବୀ, ପାରାଦୀପ
ସମ୍ପର୍କ ମଜଭୁତ ହୁଏ: ଘରେ ପ୍ରାୟ ଭୋଜି କରିବା ବାହାନାରେ ଅନେକ ଥର ସମସ୍ତେ ଏକାଠି ହେଉ। ବେଳେବେଳେ ପାଖରେ ଥିବା ବନ୍ଧୁ ସମ୍ପର୍କୀୟମାନେ ବି ଆସନ୍ତି। ଏମିତି ଭୋଜି ମାଧ୍ୟମରେ ସମସ୍ତେ ଏକାଠି ହେଲେ ଭଲ ଲାଗେ। ତା’ ଛଡ଼ା ଦିନସାରା କାମରେ ଏପଟ ସେପଟ ହେବା ପରେ ଆମେ ରାତିରେ ଘରେ ସମସ୍ତେ ଏକାଠି ସାଙ୍ଗ ହୋଇ ଖାଉ। ଯଦି ଘରକୁ ଫେରିବା ପାଇଁ କାହାର ଡେରି ହୁଏ ତା’ହେଲେ ମୁଁ ପିଲାମାନଙ୍କୁ ଠିକ୍‌ ସମୟରେ ଖାଇବାକୁ ଦେଇ ଶୁଆଇଦିଏ। କିନ୍ତୁ ମୁଁ ଅପେକ୍ଷା କରିଥାଏ, ସେ ଫେରିବା ପରେ ହିଁ ସାଙ୍ଗ ହୋଇ ଖାଉ। ଏକାଠି ଖାଇବା ଦ୍ୱାରା ସ୍ନେହ ପ୍ରେମ ଭାବ ବଢ଼ିଥାଏ ଆଉ ସମ୍ପର୍କ ମଜଭୁତ ହୋଇଥାଏ।
-ସସ୍ମିତା ମଞ୍ଜରୀ ଦାଶ, କର୍ମଜୀବୀ, ରାହାମା, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri