Posted inଫୁରସତ

ଗଙ୍ଗାଜଳ ଦୂର କରିବ ବାସ୍ତୁଦୋଷ

ହିନ୍ଦୁଧର୍ମରେ ଗଙ୍ଗାଜଳକୁ ଖୁବ୍‌ ପବିତ୍ର ବୋଲି କୁହାଯାଇଥାଏ। ମନରେ ଶ୍ରଦ୍ଧା ରଖି ଗଙ୍ଗାଜଳକୁ ଘରେ ରଖିଲେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି। ତା’ଛଡ଼ା ବାସ୍ତୁଦୋଷ ହେଉ ଅବା କାହାର କୁ-ଦୃଷ୍ଟିକୁ ଦୂର କରିବାରେ ମଧ୍ୟ ଗଙ୍ଗାଜଳର ରହିଛି ଅନେକ ଭୂମିକା। ଯେମିତିକି:
ବାସ୍ତୁଦୋଷ ଯୋଗୁ ସମସ୍ୟା ଲାଗି ରହୁଥିଲେ, ମଝିରେ ମଝିରେ ପବିତ୍ର ମନରେ ଘରର ଚାରିଆଡ଼େ ଗଙ୍ଗାଜଳ ଛିଞ୍ଚତ୍ଦେଲେ ଘରେ ସକରାତ୍ମକ ଊର୍ଜ୍ଜା ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।
ପରିବାର ସଦସ୍ୟଙ୍କ ଭିତରେ କଳହ ଲାଗୁଥିଲେ, ପ୍ରତିଦିନ ସକାଳେ ଶୁଦ୍ଧପୁତ ହୋଇ ଘରର ପ୍ରତ୍ୟେକ ସଦସ୍ୟଙ୍କ ଉପରେ ଗଙ୍ଗାଜଳ ଟିକେ ଛିଞ୍ଚତ୍ଦେଲେ ସମ୍ପର୍କରେ ମଧୂରତା ବଢିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।
ଛୋଟ ପିଲାଙ୍କୁ କାହାର କୁ-ଦୃଷ୍ଟି ଲାଗିଥିବାର ଅନୁଭବ କଲେ, ସେହି ପିଲା ଉପରେ ଗଙ୍ଗାଜଳ ଛିଞ୍ଚତ୍ କୁ-ଦୃଷ୍ଟିର ପ୍ରଭାବକୁ କମ୍‌ କରାଯାଇପାରେ।
ରାତିରେ ଦୁଃସ୍ବପ୍ନ ଆସୁଥିଲେ, ଶୋଇବା ପୂର୍ବରୁ ଶେଯ ଉପରେ ଟିକେ ଗଙ୍ଗାଜଳ ଛିଞ୍ଚତ୍ ତା’ପରେ ଶୋଇଲେ ଆଉ ଖରାପ ସ୍ବପ୍ନ ଆସେନାହିଁ ବୋଲି ବିଶ୍ୱାସ ରହିଛି।
ଗଙ୍ଗାଜଳକୁ ପ୍ଲାଷ୍ଟିକ୍‌ ବୋତଲରେ ନ ରଖି ବରଂ କୌଣସି ଧାତୁରେ (ଲୁହାକୁ ଛାଡ଼ି) ତିଆରି ପାତ୍ରରେ ଭରି ଠାକୁର ଘରେ ରଖିବା ଠିକ୍‌ ହେବ।
ପିତଳ ହେଉ ଅବା ତମ୍ବା ଗଡୁରେ କିଛି ଗଙ୍ଗାଜଳ ଭରି ତାହାକୁ ଘରର ଉତ୍ତର-ପୂର୍ବ କୋଣରେ ରଖିଦେଲେ ଘରେ ସୁଖଶାନ୍ତି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏହି ସ୍ଥାନରେ ଏଯାଏଁ ପହଞ୍ଚିନି କଳିଯୁଗ? ରହସ୍ୟ ଜାଣିଲେ କାବା ହୋଇଯିବେ…

ନୂଆଦିଲ୍ଲୀ,୬।୮: ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଚାରୋଟି ଯୁଗ— ତ୍ରେତାୟୁଗ, ସତ୍ୟଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗର ବର୍ଣ୍ଣନା କରାଯାଇଛି। ତିନୋଟି ଯୁଗ ଶେଷ ହୋଇସାରିଛି ଏବଂ ଏବେ ଶେଷ…

ଏହି ମନ୍ଦିରରେ ୩୦୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ, ଦିନକୁ ୩ ଥର ହୋଇଥାଏ ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବାର ବହୁତ ମହତ୍ତ୍ୱ ରହିଛି। ସାରା ଦେଶରେ ଅନେକ ଶିବ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକକୁ ଚମତ୍କାର…

କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରେନ୍‌ରେ ଲଗେଜ୍‌ ଚୋରି ହେଲେ ଜରିମାନା ଦେବ ରେଳ ବିଭାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ,୬ା୮: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଆଉ ଏହି ସମୟରେ ଆପଣଙ୍କ ବ୍ୟାଗ କିମ୍ବା ମୂଲ୍ୟବାନ ଜିନିଷ ଚୋରି ହୋଇଯାଉଛି, ତେବେ ଆଉ ଚିନ୍ତା ନାହିଁ।…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri