କାଚ ଗୁଲିରେ ଗଣେଶ

ବାରିପଦା ଅଫିସ,୨୯ା୮: ବାରିପଦା ସହରର ତୁଳସୀଚଉରାର ଫ୍ରେଣ୍ଡସ ୟୁନିଅନ କ୍ଲବଠାରେ ପୂଜା ପାଇବେ ୧୩ ଫୁଟ ଉଚ୍ଚର ଗଜାନନ। ୫୫ହଜାର କାଚ ଗୁଲିିରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଛି। କ୍ଲବର ସଦସ୍ୟମାନେ ଚଳିତ ବର୍ଷ ଧୂମଧାମରେ ପୂଜା ପାଳନ କରିବା ପାଇଁ ଲାଗି ପଡ଼ିଛନ୍ତି। କୋଭିଡ୍‌ କଟକଣା ହଟିବା ପରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା କରିବାକୁ ସମଗ୍ର ଅଞ୍ଚଳ ଉତ୍ସବ ମୁଖରିତ ହୋଇପଡ଼ିଛି।
୧୫ବର୍ଷ ପୂର୍ବେ ୨୦ଜଣ ସଦସ୍ୟଙ୍କୁ ନେଇ ଫ୍ରେଣ୍ଡସ ୟୁନିଅନ କ୍ଲବ ଗଠନ ସହ ଗଣେଶଙ୍କ ପୂଜା ଆରମ୍ଭ ହୋଇଥିଲା ା ମାତ୍ର ୭ଶହ ଟଙ୍କାରେ ପ୍ରଥମ ବର୍ଷ ପୂଜା ସମ୍ପାଦିତ ହୋଇଥିଲା। ଚଳିତ ବର୍ଷ ୫ଶହ ସଦସ୍ୟଙ୍କୁ ନେଇ ପୂଜାରେ ୧୧ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ୧୫ଦିନ ପୂର୍ବରୁ ମୂର୍ତ୍ତି ତିଆରି ଚାଲିଥିବା ବେଳେ କାଚଗୁଲିରେ ଗଣେଶଙ୍କ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ୟୁନିଅନର ସଭାପତି ସୌମ୍ୟ ରଞ୍ଜନ ମିଶ୍ର ଓ ସମ୍ପାଦକ ଦେବାଶିଷ ଦାଶଙ୍କ ନେତୃତ୍ୱରେ ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବାକୁ ବସିଛି। ୨ଲକ୍ଷ ୫ହଜାର ଟଙ୍କାରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ଝଲମଲ ଆଲୋକମାଳାରେ ଅଞ୍ଚଳକୁ ସୁସଜ୍ଜିତ କରାଯାଇଛି। ଜାତୀୟସ୍ତରୀୟ ଡ୍ୟାନ ପ୍ରତିଯୋଗିତା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଞ୍ଚ ପ୍ରସ୍ତୁତ ହୋଇଛି। ଏହି ମଞ୍ଚରେ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଆମ ରାଜ୍ୟର ବହୁ କଳାକାର ସାମିଲ ହୋଇ ନିଜର କଳା ପ୍ରଦର୍ଶନ କରିବେ। ଓଡ଼ିଶାର ସୁନାମଧନ୍ୟ ପ୍ରବଚକ ଜିତୁ ଦାଶଙ୍କ ପ୍ରବଚନ ମୁଖ୍ୟ ଆକର୍ଷଣ ରହିଥିବା ବେଳେ ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଭୁପାଦଙ୍କ ସଙ୍ଗୀତରେ ଭକ୍ତ ଓ ଦର୍ଶକ ଝୁମିବେ ବୋଲି କର୍ମକର୍ତ୍ତାମାନେ ଜଣାଇଛନ୍ତି। ସେହିପରି ୧୦ଦିନ ଧରି ଚାଲିବାକୁ ଥିବା ମେଳାରେ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ସହିତ ଘରୋଇ ଉପକରଣ, ଦୋଳି ଓ ମିକି ମାଉସର ବ୍ୟବସ୍ଥା କରାଯାଇଛି। ଏଥିରେ କ୍ଲବର କୋଷାଧ୍ୟକ୍ଷ ଶ୍ରୀକାନ୍ତ ବାରିକ, ସଦସ୍ୟ ବୀରେନ୍ଦ୍ର ନାଥ, ବିଦ୍ୟାଧର ନାୟକ, ମନୋଜ ବାରିକ, ରମାକାନ୍ତ ଥାଟୋଇ, ପବିତ୍ର ଗିରି, ନିହାର ରଞ୍ଜନ ନାୟକ, ଚାନ୍ଦ ମୁଲ୍ଲା, ସେକ ଆୟୂବ, ଶୁଭ୍ରାଂଶୁ ଶେଖର ସାହୁ, ଶିବ ଶଙ୍କର ବେହେରା, ମନୋଜ ମହାପାତ୍ର, ରାହୁଲ ସିଂ, ରବି ସିଂ, ଭଗବାନ ବେହେରା, ସଞ୍ଜୟ ସିଂଙ୍କ ସମେତ କର୍ମକର୍ତ୍ତାମାନେ ସକ୍ରିୟ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri