ପଦଯାତ୍ରାରେ ଗାନ୍ଧିଜୀ

ଆଧୁନିକ ପଦଯାତ୍ରାର ଜନକ ମହାମାନବ ମହାତ୍ମା ଗାନ୍ଧୀ। ତାଙ୍କ ପୂର୍ବରୁ ଧର୍ମପ୍ରବର୍ତ୍ତକମାନେ ଅନୁଗତ ଶିଷ୍ୟଙ୍କୁ ନେଇ ଯେଉଁ ପଦଯାତ୍ରା କରୁଥିଲେ, ତାହା କେବଳ ଥିଲା ନିଜ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ଉଦ୍ଦିଷ୍ଟ। ସତ୍ୟ ଓ ଅହିଂସାର ଆଜୀବନ ପୂଜାରୀ ଗାନ୍ଧିଜୀ ପ୍ରଥମକରି ଏହାକୁ ଅହିଂସ୍ର ଆନ୍ଦୋଳନ ସହିତ ଯୋଡ଼ିଲେ ଏକ ମହତ୍ତର କୌଶଳ ଭାବରେ। ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଅନେକ ବାର ପଦଯାତ୍ରା କରି ସଫଳତା ପାଇଛନ୍ତି ଏବଂ ସେଠାରେ ତାଙ୍କର ଶେଷ ପଦଯାତ୍ରା ଥିଲା (୧୯୧୩ ଅକ୍ଟୋବର ୨୫) ଡର୍ବାନରୁ ଜୋହାନ୍ସବର୍ଗର ଟଲଷ୍ଟୟ ଫାର୍ମ ପର୍ଯ୍ୟନ୍ତ ତିନିଶହ ମାଇଲ ଦୂରତାର ଦୀର୍ଘଯାତ୍ରା। ଦୀର୍ଘ ଦୁଇ ଦଶନ୍ଧି କାଳ (୧୮୯୩-୧୯୧୪) ଦକ୍ଷିଣ ଆଫ୍ରିକାରେ ସଂଗ୍ରାମୀ ଜୀବନ ଅତିବାହିତ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ (୯ ଜାନୁୟାରୀ ୧୯୧୫)ର ଅଳ୍ପ କେତେମାସ ପରେ (୨୫ ମେ’ ୧୯୧୫) ଗାନ୍ଧିଜୀ ପ୍ରତିଷ୍ଠା କଲେ ‘ସତ୍ୟାଗ୍ରହ ଆଶ୍ରମ’। ଇଂରେଜମାନଙ୍କୁ ଏ ଦେଶରୁ ହଟେଇବା ପାଇଁ ସେଠାରେ ସେ ପ୍ରସ୍ତୁତ କଲେ ଅହିଂସ୍ର ଆନ୍ଦୋଳନର ବିସ୍ତୃତ ଖସଡ଼ା। କମ୍ପାନୀ ସରକାରଙ୍କ ଏହି ଏକଚାଟିଆ ଲବଣ ଆଇନ (୧୯୧୪) ବିରୋଧରେ ଆନ୍ଦୋଳନ ପାଇଁ ଅନ୍ତରାତ୍ମାର ଆହ୍ବାନକ୍ରମେ ସଂକଳ୍ପ ନେଲେ। ଗାନ୍ଧିଜୀ ପଦଯାତ୍ରା ମାଧ୍ୟମରେ ଆଇନ ଅମାନ୍ୟ ଆନ୍ଦୋଳନ ବା ଲବଣ ସତ୍ୟାଗ୍ରହ ପାଇଁ ପ୍ରସ୍ତୁତ ହେଲା କାର୍ଯ୍ୟସୂଚୀ। ତଦନୁଯାୟୀ ୧୯୩୦ ମାର୍ଚ୍ଚ ୧୨ରେ ୭୮ ଜଣ ସହଯୋଗୀଙ୍କୁ ନେଇ ଗାନ୍ଧିଜୀ ଅହମ୍ମଦାବାଦରୁ ଆରମ୍ଭ କଲେ ଐତିହାସିକ ଦାଣ୍ଡିଯାତ୍ରା। ୨୪୧ ମାଇଲ ଯାତ୍ରା ପରେ ଏପ୍ରିଲ ୬ ରେ ସମୁଦ୍ରରୁ ଲୁଣ ମାରିଲେ ହଜାର ହଜାର ସତ୍ୟାଗ୍ରହୀ। ୨୪ ଦିନର ଏହି ପଦଯାତ୍ରାର ପ୍ରଭାବରେ ଓଡ଼ିଶାର ଇଞ୍ଚୁଡ଼ି ଓ କୁହୁଡ଼ି ସମେତ ଦେଶର ବିଭିନ୍ନ ସ୍ଥାନରେ ଚାଲିଲା ଲବଣ ସତ୍ୟାଗ୍ରହ। ବ୍ରିଟିଶ୍‌ ସାମ୍ରାଜ୍ୟରେ ସୃଷ୍ଟିହେଲା କମ୍ପନ। ମେ’ ୪ ମଧ୍ୟରାତ୍ରିରେ ଗିରଫ ହେଲେ ଗାନ୍ଧିଜୀ। ପରଦିନ ସକାଳେ ଏହି ଖବର ପ୍ରଚାର ହେବାମାତ୍ରେ ଆଇନ ଅମାନ୍ୟ କରି ପର୍ଯ୍ୟାୟକ୍ରମେ ଗିରଫ ହେଲେ ୬୦ ହଜାର ସତ୍ୟାଗ୍ରହୀ। ଫଳରେ ଗାନ୍ଧିଜୀଙ୍କୁ ଖଲାସ କରିବା ପାଇଁ ବାଧ୍ୟ ହେଲେ ସରକାର। ଶେଷରେ ଗାନ୍ଧୀ-ଇର୍‌ୱିନ ଚୁକ୍ତି ଅନୁଯାୟୀ ସରକାର ଭାରତୀୟଙ୍କ ଦାବି ମାନିନେବା ପରେ ପ୍ରତ୍ୟାହୃତ ହେଲା ଲବଣ ସତ୍ୟାଗ୍ରହ।
ପରାଧୀନତାର ନିର୍ଯାତନା ଗାନ୍ଧିଜୀଙ୍କୁ ଯେତିକି ଆଘାତ ଦେଇଥିଲା, ସେତିକି କଷ୍ଟ ଦେଇଥିଲା ଅସ୍ପୃଶ୍ୟତା ବ୍ୟାଧି। ଏହି ସାମାଜିକ ବ୍ୟାଧିର ନିରାକରଣ ପାଇଁ ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା ହରିଜନ ପଦଯାତ୍ରା। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଗାନ୍ଧିଜୀ ରେଳଯୋଗେ ଆସି ପୁରୀରେ ପହଞ୍ଚତ୍ଲା (୧୯୩୪ ଜୁନ ୭ ତାରିଖ) ବେଳକୁ ସହରସାରା ହାଉହାଉ। ହିନ୍ଦୁଧର୍ମର ସର୍ବନାଶ ପାଇଁ ଗାନ୍ଧୀବୁଢ଼ା ଆସୁଛି ବୋଲି ଦଳେ ରକ୍ଷଣଶୀଳ ସନାତନୀ ବୁଲି ବୁଲି ପ୍ରଚାର କରୁଥିଲେ ଏବଂ କାନ୍ଥବାଡ଼ରେ ଲେଖିଥିଲେ- ‘ଫେରିଯାଅ ଗାନ୍ଧୀ, ତୁମେ ହିନ୍ଦୁଧର୍ମର ଶତ୍ରୁ’। ଏଭଳି ବିରୋଧକୁ ଦୃଷ୍ଟିରେ ରଖି ରେଳଷ୍ଟେଶନରେ ବହୁ ସଂଖ୍ୟକ ପୋଲିସ ମୁତୟନ ଥିଲେ । ଗାନ୍ଧିଜୀ ରେଳରୁ ଗୋଡ଼ କାଢ଼ୁକାଢ଼ୁ ଏଭଳି ସୁରକ୍ଷା ବ୍ୟବସ୍ଥା ଦେଖି ଖୁବ୍‌ ଗମ୍ଭୀର ହୋଇଗଲେ ଓ ଭାବିଲେ, ହରିଜନ ଯାତ୍ରା ଭଳି ଏକ ଧର୍ମଯାତ୍ରାରେ ପୋଲିସ ତାଙ୍କୁ ଜଗିରହିବା କ’ଣ ଦରକାର? ସମସ୍ତଙ୍କୁ ଚକିତ କରି ସେଠାରେ ସେ ଘୋଷଣା କଲେ- କୋଠି ପର୍ଯ୍ୟନ୍ତ ଗାଡ଼ିରେ ନୁହେଁ, ସେ ଚାଲିଚାଲି ଯିବେ ପୋଲିସର ବିନା ସହାୟତାରେ। ଗାନ୍ଧୀଙ୍କ ନିଷ୍ପତ୍ତିର ପ୍ରତିବାଦ କରିବ କିଏ? ନୀରବରେ ବାଟକଢ଼େଇ ନେଲେ ଗୋପବନ୍ଧୁ ଚୌଧୁରୀ ଓ ହରେକୃଷ୍ଣ ମହତାବ ପ୍ରମୁଖ ନେତାଗଣ। ଗାନ୍ଧୀଙ୍କ ପଛେ ପଛେ ଚାଲିଲା ସାରା ସହର।
ମେ’ ୯ ତାରିଖ ପୁରୀ ସିଂହଦ୍ବାରରୁ ଆରମ୍ଭ ହେଲା ‘ହରିଜନ ପଦଯାତ୍ରା’। ବୈଶାଖ ମାସ ମୁଣ୍ଡଫଟା ଖରାରେ ଉଚ୍ଚ ରକ୍ତଚାପ ଓ ଅଗ୍ନିମାନ୍ଦ୍ୟ ରୋଗରେ ପୀଡ଼ିତ ପଞ୍ଚଷଠି ବର୍ଷର ଜଣେ ଦୁର୍ବଳ ବୃଦ୍ଧଙ୍କର ଦୀର୍ଘ ପଦଯାତ୍ରାକୁ ସହଜରେ ଗ୍ରହଣ କରି ପାରୁନଥିଲେ କଂଗ୍ରେସ ନେତୃମଣ୍ଡଳୀ। ମାତ୍ର ଗାନ୍ଧିଜୀଙ୍କ ନିଷ୍ପତ୍ତି ଆଗରେ ସମସ୍ତେ ନାଚାର। ଦାଣ୍ଡିଯାତ୍ରା ବେଳୁ ଗାନ୍ଧିଜୀ ଅନୁଭବ କରିଥିଲେ ଖାଲି ବାଟ ଚାଲିଲେ ତାହା ପଦଯାତ୍ରା ହୁଏନି, ସେଥିପାଇଁ ଲୋଡ଼ା ନିର୍ଦ୍ଦିଷ୍ଟ ଆଭିମୁଖ୍ୟ। ସେଥିପାଇଁ ପଦଯାତ୍ରା ସହ ସେ ଯୋଡ଼ିଥିଲେ ଗ୍ରାମ ସଫେଇ ଓ ହରିଜନଙ୍କ ସହ ପଂକ୍ତିଭୋଜନ ଇତ୍ୟାଦି। ରହଣି ସ୍ଥାନରେ ସକାଳେ ସଞ୍ଜେ ପ୍ରାର୍ଥନା ସଭା ଅନୁଷ୍ଠିତ ହେଉଥିଲା ଏବଂ ସେଠାରେ ଉଚ୍ଚବର୍ଣ୍ଣର ଲୋକଙ୍କ ସହ ବିସ୍ତୃତ ଆଲୋଚନା କରୁଥିଲେ ସେମାନଙ୍କ ମନ ପରିବର୍ତ୍ତନ ପାଇଁ। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ତୁହାକୁ ତୁହା ବର୍ଷା ମାଡ଼କୁ ସମ୍ଭାଳି ନେଇ ସେ ଆଗକୁ ବଢ଼ିଥିଲେ ଏବଂ ଜୁନ ୫ରେ ପହଞ୍ଚତ୍ଥିଲେ ଭଦ୍ରକ ଗରଦପୁରସ୍ଥିତ କଲ୍ୟାଣଜୀଙ୍କ ଆଶ୍ରମରେ। ଏଠାରେ ତିନିଦିନ ରହଣି ମଧ୍ୟରେ କେବଳ ଛୁଆଁଅଛୁଆଁ ଭେଦଭାବ ନୁହେଁ, ଏଥିସହିତ ସେ ଲୋକଙ୍କୁ ବୁଝେଇଥିଲେ ହିନ୍ଦୁ-ମୁସଲମାନ ମଧ୍ୟରେ ଉତ୍ତମ ଭାଇଚାରା ପ୍ରତିଷ୍ଠା ତଥା ଅର୍ଥନୀତିକୁ ସୁଦୃଢ଼ କରିବା ନିମନ୍ତେ ଚାଷକାର୍ଯ୍ୟ, ଗୋପାଳନ ଓ ସୂତାକାଟିବାର ଉପକାରିତା ସମ୍ପର୍କରେ। ପ୍ରତିକୂଳ ପାଗ ଯୋଗୁ ଏହିଠାରୁ ହରିଜନ ପଦଯାତ୍ରା ବନ୍ଦ ହୋଇଗଲା ସତ, ହେଲେ ଏହି ବିରଳ ପଦଯାତ୍ରା ଯୋଗୁ ଓଡ଼ିଶାରେ ସୃଷ୍ଟି ହେଲେ ହଜାର ହଜାର ସତ୍ୟାଗ୍ରହୀ ଓ ରଚନାତ୍ମକ କର୍ମୀ।
ଗାନ୍ଧିଜୀଙ୍କ ତୃତୀୟ ପଦଯାତ୍ରା ଥିଲା ପୂର୍ବ ବଙ୍ଗର ନୂଆଖାଲିରେ। ୧୯୪୬ ରେ ନୂଆଖାଲିରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ଥିଲା ଖୁବ ମର୍ମନ୍ତୁଦ। ଏହି ମୁସଲମାନବହୁଳ ଅଞ୍ଚଳରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଅବଗତ ହୋଇ ଗାନ୍ଧିଜୀ ଖୁବ୍‌ ବିମର୍ଷ ହୋଇପଡ଼ିଲେ ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ସେଠାରେ ପହଞ୍ଚତ୍ (୧୯୪୭ ଜାନୁୟାରୀ) ଆରମ୍ଭ କଲେ ପଦଯାତ୍ରା। ଏହି ଅବସରରେ ଗାଁ ଗାଁରେ ଯେଉଁ ସଦ୍ଭାବନା ସଭାମାନ ଆୟୋଜନ ହେଲା, ସେଠାରେ ଗାନ କରାଗଲା ରାମଧୁନ୍‌ ଓ ରଘୁପତି ରାଜାରାମ… ଆଦି ଗୀତ। ଦଙ୍ଗାବିଧ୍ବସ୍ତ ଗ୍ରାମଗୁଡ଼ିକୁ ପଦଯାତ୍ରାରେ ଯାଇ ଗାନ୍ଧିଜୀ ଲୋକଙ୍କୁ କେବଳ ଗୋଟିଏ କଥା କହି ଚାଲିଲେ- ସହିଷ୍ଣୁତା ଓ ଅହିଂସା ହେଉଛି ସବୁଧର୍ମର ସାରତତ୍ତ୍ବ।

  • ଡ. ପ୍ରଫୁଲ୍ଲ କୁମାର ସାହୁ
    ମୋ: ୬୩୭୧୬୪୨୪୬୪

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri