ଗଣତନ୍ତ୍ର ଓ ବ୍ୟକ୍ତି ସ୍ବାଧୀନତା

ଗଣତନ୍ତ୍ର ବ୍ୟବସ୍ଥା ମୁଖ୍ୟତଃ ବ୍ୟକ୍ତି ସ୍ବାଧୀନତାକୁ ବୁଝାଏ। ସାମାଜିକ ମାନଦଣ୍ଡ ଓ ସାଂସ୍କୃତିକ ମୂଲ୍ୟବୋଧର ପାଳନ ଯେ କୌଣସି ସରକାରଙ୍କ ଗଣତାନ୍ତ୍ରିକ ଗୁଣବତ୍ତା ହୋଇପାରେ। ଗଣତନ୍ତ୍ରର ସଂସ୍କୃତି, ପରମ୍ପରା ଓ ଭାବନା ଗୋଟିଏ ଦେଶର ନାଗରିକଙ୍କୁ ସଶକ୍ତ କରି ଉଚ୍ଚତର ସ୍ତରକୁ ନେଇ ସେହି ଦେଶକୁ ଆଗକୁ ବଢ଼ାଇଥାଏ। ଏହା କରିବା ଲାଗି ହିଁ ଗଣତନ୍ତ୍ର ଗଢ଼ାଯାଇଛି। ସିଏସ୍‌ ଲୁଇସ ତାଙ୍କ ପ୍ରବନ୍ଧରେ କହିଛନ୍ତି, କର୍କସ୍କ୍ରୁ (ମଦବୋତଲ ମୁହଁରେ ଦିଆଯାଇଥିବା କର୍କଠିପି ବାହାର କରିବା ଯନ୍ତ୍ର)ଠାରୁ ଆରମ୍ଭ କରି ଗୀର୍ଜା ଯାଏ, ସେଗୁଡ଼ିକର କାରିଗରି ବା ନିର୍ମାଣ କୌଶଳ ନିର୍ଣ୍ଣୟ କରିବାର ପ୍ରଥମ ଯୋଗ୍ୟତା ହେଉଛି, ଏହା କ’ଣ ଜାଣିବା ଆବଶ୍ୟକ। ଏହା ମଧ୍ୟ ଜାଣିବା ଦରକାର ଯେ, ଏହାର ଉଦ୍ଦେଶ୍ୟ କ’ଣ ଥିଲା ଓ ଏହାର ଉପଯୋଗ କେଉଁ ପ୍ରକାର କରାଯାଏ। ତାହା ଜାଣିବା ପରେ ଜଣେ ମଦ୍ୟପାନ କରୁ ନ ଥିବା ସମାଜ ସୁଧାରକ ଜାଣିବେ ଯେ, କର୍କସ୍କ୍ରୁ ଖରାପ ଉଦ୍ଦେଶ୍ୟରେ ତିଆରି କରାଯାଇଥିଲା ଏବଂ କମ୍ୟୁନିଷ୍ଟ ମଧ୍ୟ କାଥେଡ୍ରାଲ ସମ୍ପର୍କରେ ସମାନ ଚିନ୍ତା କରିପାରନ୍ତି। ପ୍ରଥମ ବିଷୟ ହେଉଛି, ତୁମ ସାମ୍ନାରେ ଥିବା ଲକ୍ଷ୍ୟକୁ ବୁଝିବା ଦରକାର। କର୍କସ୍କ୍ରୁ ଟିଣଡବା ଖୋଲିବା ପାଇଁ କିମ୍ବା କାଥେଡ୍ରାଲ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ବୋଲି ଯେତେବେଳଯାଏ ବିଚାର କରୁଥିବା ସେଗୁଡ଼ିକର ଲକ୍ଷ୍ୟ ସମ୍ପର୍କରେ କିଛି କହିପାରିବ ନାହିଁ। ସେହିଭଳି ଗଣତନ୍ତ୍ରକୁ ସ୍ପଷ୍ଟତଃ ନିର୍ବାଚନର ଏକ ଶୃଙ୍ଖଳା ଭାବେ ବିଚାର କରିବା ମାନେ ତାହାର ମହତ୍ତ୍ୱର ସ୍ବରୂପକୁ ଭୁଲ୍‌ ବୁଝିବା। ଏକ ଦମନକାରୀ ଓ ଏକ ନିର୍ବାଚିତ ଏକଚ୍ଛତ୍ରବାଦ ଶାସନରେ ଯଦି ବ୍ୟକ୍ତିଙ୍କ ଅଭିବ୍ୟକ୍ତିର ସ୍ବାଧୀନତାରେ ବାଧା ଆଣି, ମତ ଓ ସ୍ବାଧୀନତାକୁ ସୀମିତ କରି ଏବଂ ଗୋଟିଏ ପ୍ରକାର ବିଚାର ଲଦି ଦିଆଯାଇ ସେମାନଙ୍କୁ ଅବଦମିତ କରି ରଖାଯାଏ, ତେବେ ଉଭୟ ଶାସନ ମଧ୍ୟରେ କୌଣସି ପ୍ରଭେଦ ରହି ନ ଥାଏ। ବ୍ୟବସ୍ଥା ବିରୋଧରେ ବିଚାରପତିଙ୍କ ରାୟ ଉପରେ ଅସହମତି ପ୍ରକାଶ ପାଇବା ଗଣତନ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ, କାରଣ ବ୍ୟବସ୍ଥା ବିରୋଧରେ ଠିଆ ହୋଇ ବ୍ୟକ୍ତିକୁ ରକ୍ଷା କରିବା ପାଇଁ ବିଚାରପତିଙ୍କର ଅଧିକାର ଅଛି। ଏହା ଶୁଣିବାକୁ କଟୁ ଲାଗିପାରେ, କିନ୍ତୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଚାରପତି ଅତ୍ୟାଚାରୀ ଶାସନରୁ ବ୍ୟକ୍ତିଙ୍କୁ ମୁକ୍ତ କରିବା ଉଚିତ। ସବୁ ପ୍ରକାର ଶାସନ ଲୋକଙ୍କୁ ଏକାଠି ଧରି ରଖିବାକୁ ଚାହଁିଲେ ଏହା ହୋଇପାରିବ।
ଉପର ଉଲ୍ଲିଖିତ ଶବ୍ଦଗୁଡ଼ିକ (ଦମନକ ଓ ଏକଚ୍ଛତ୍ରବାଦ)ର ଅର୍ଥ ଆମ ଦେଶରେ ପ୍ରତ୍ୟେକ ଘଟଣାରେ ବୁଝିପାରିବ ଏବଂ ନିର୍ଦ୍ଦିଷ୍ଟ ଘଟଣା ସମ୍ପର୍କରେ କହିବା ଠିକ୍‌ ହେବ ନାହିଁ। ଯଦି କିଛି ପରିବର୍ତ୍ତନ ହେଉଥାଏ ତେବେ ଜଣେ ଲେଖକ ଭାବେ ଲକ୍ଷ୍ୟ ଓ ସମ୍ଭାବନା ପ୍ରତି ଆଗ୍ରହୀ ହେବା ଏବଂ ଦେଶର ଶାସନ ଦ୍ୱାରା ହେଉଥିବା ପରିବର୍ତ୍ତନ ପ୍ରତି ସାଧାରଣ ନାଗରିକ କିଭଳି ପ୍ରତିକ୍ରିୟା ପ୍ରକାଶ କରନ୍ତି ତାହା ଉପରେ ମଧ୍ୟ ଅନୁଧ୍ୟାନ କରିବା ସ୍ବାଭାବିକ। ବିଶେଷକରି ପରିବର୍ତ୍ତନ ସବୁ ଫଳପ୍ରଦ ନୁହେଁ କିମ୍ବା ଏହିଗୁଡ଼ିକ ଉପରେ ସବିଶେଷ ବର୍ଣ୍ଣନା କରିବା ଅନାବଶ୍ୟକ। କାରଣ ସେମାନେ ଶାସନରେ ଦୀର୍ଘ ସମୟ ରହିଲେଣି (ଏବେ ୧୨ ବର୍ଷରେ ପଦାର୍ପଣ କରିଛନ୍ତି) ଏବଂ ନିର୍ବାଚନରେ ଆମେ ସେମାନଙ୍କୁ ସମର୍ଥନ କରିଛୁ। କିନ୍ତୁ ଖବରର ଶୀର୍ଷକୁ ଦେଖିବା ଭଲ ହେବ ଏବଂ ଯଦି ଆଗ୍ରହୀ ହୁଅନ୍ତି, ତେବେ ପାଠକ ସବିଶେଷ ଜାଣିପାରିବେ ଏବଂ ଏଠାରେ ନାଗରିକଙ୍କୁ ସଶକ୍ତ ନା ଗଣତନ୍ତ୍ରକୁ ଦୃଢ଼ କରାଯାଉଛି କିମ୍ବା ତାହା ବିପରୀତ ଘଟୁଛି, ତାହା ଦେଖିପାରିବ। ଦେଶ ଆମକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ନେତୃତ୍ୱ ଦେଉଛି ଏବଂ ଲମ୍ବା ସମୟକୁ ଦେଖିଲେ ଏବକାର ବ୍ୟବସ୍ଥାରେ ଯାହାସବୁ ଏହା କରିଛି ଆମେ ସେଗୁଡ଼ିକ ଉପରେ ଦୀର୍ଘଦିନରୁ ଉଦାସୀନତା ପ୍ରକାଶ କରିଛୁ। ଆଇନ ମାଧ୍ୟମରେ ଆମକୁ ଏକ ଭିନ୍ନ ଦିଗ ଦେଖାଇଛି। ସେହିସବୁ ଆଇନ ମଧ୍ୟରୁ କେତୋଟି ଦେଖାଯାଉ। ଉତ୍ତରାଖଣ୍ଡ ଫ୍ରିଡମ୍‌ ଅଫ୍‌ ରିଲିଜିଅନ ଆକ୍ଟ ୨୦୧୮, ହିମାଚଳ ପ୍ରଦେଶ ଫ୍ରିଡମ୍‌ ଅଫ୍‌ ରିଲିଜିଅନ ଆକ୍ଟ ୨୦୧୯; ଉତ୍ତରପ୍ରଦେଶ ବିଧି ବିରୁଦ୍ଧ ଧର୍ମ ସମପରିବର୍ତ୍ତନ ପ୍ରତିବନ୍ଧ ଅଧ୍ୟାଦେଶ ୨୦୨୦, ମଧ୍ୟପ୍ରଦେଶ ଫ୍ରିଡମ ଅଫ୍‌ ରିଲିଜିଅନ ଆକ୍ଟ ୨୦୨୧, ଗୁଜରାଟ ଫ୍ରିଡମ୍‌ ଅଫ୍‌ ରିଲିଜିଅନ (ଆମେଣ୍ଡମେଣ୍ଟ)ଆକ୍ଟ ୨୦୨୧, କର୍ନାଟକ ପ୍ରୋଟେକ୍‌ସନ ଅଫ୍‌ ରାଇଟ୍‌ ଟୁ ଫ୍ରିଡମ୍‌ ଅଫ୍‌ ରିଲିଜିଅନ ୨୦୨୨, ହରିୟାଣା ପ୍ରିଭେନ୍‌ସନ ଅଫ୍‌ ଅନ୍‌-ଲ’ଫୁଲ କନ୍‌ଭର୍ସନ ଅଫ୍‌ ରିଲିଜିଅନ ଆକ୍ଟ ୨୦୨୨। ଅନ୍ୟ କେତେକ ଆଇନ ହେଉଛି-ମହାରାଷ୍ଟ୍ର ଆନିମଲ ପ୍ରୋଟେକ୍‌ସନ ଆକ୍ଟ ୨୦୧୫, ହରିୟାଣା ଗୋବଂଶ ସଂରକ୍ଷଣ ଆଣ୍ଡ୍‌ ଗୋସମ୍ବର୍ଦ୍ଧନା ଆକ୍ଟ ୨୦୧୫, ଗୁଜରାଟ ଆନିମଲ ପ୍ରିଜରଭେଶନ୍‌ (ଆମେଣ୍ଡମେଣ୍ଟ) ଆକ୍ଟ ୨୦୧୭, କର୍ନାଟକ ପ୍ରିଭେନ୍‌ସନ ଅଫ୍‌ ସ୍ଲାଟର ଆଣ୍ଡ୍‌ ପ୍ରିଜରଭେଶନ୍‌ ଅଫ୍‌ କ୍ୟାଟେଲ ଆକ୍ଟ ୨୦୧୭। ଆଉ କେତେକ ଆଇନ ମଧ୍ୟରେ ରହିଛି, ଅନ୍‌-ଲ’ଫୁଲ ଆକ୍ଟିଭିଟିଜ (ପ୍ରିଭେନ୍‌ସନ) ଆମେଣ୍ଡମେଣ୍ଟ ଆକ୍ଟ ୨୦୧୯, ରାଇଟ ଟୁ ଇନ୍‌ଫର୍‌ମେଶନ (ଆମେଣ୍ଡମେଣ୍ଟ) ଆକ୍ଟ ୨୦୧୯, ଉତ୍ତରପ୍ରଦେଶ ରିକଭରି ଅଫ୍‌ ଡ୍ୟାମେଜ୍‌ ଟୁ ପବ୍ଲିକ ଆଣ୍ଡ୍‌ ପ୍ରାଇଭେଟ ପ୍ରପର୍ଟି ଆକ୍ଟ ୨୦୨୦, ଟେମ୍ପୋରାରି ସସ୍‌ପେନ୍‌ସନ ଅଫ୍‌ ଟେଲିକମ୍‌ ସର୍ଭିସ (ପବ୍ଲିକ ଏମର୍ଜେନ୍ସି ଅର୍‌ ପବ୍ଲିକ ସେଫ୍ଟି) ରୁଲ୍ସ ୨୦୧୭, ଆଧାର ଆଣ୍ଡ୍‌ ଅଦର ଲ’(ଆମେଣ୍ଡମେଣ୍ଟ) ଆକ୍ଟ ୨୦୧୯।
ଦେଖିବାକୁ ଗଲେ ଏହିସବୁ ବର୍ଷ ଗୁରୁତ୍ୱପୂର୍ଣ୍ଣ, କାରଣ ଏଗୁଡ଼ିକ ଆମକୁ ପ୍ରଗତି ଆଣିଛି ବୋଲି କୁହାଯାଉଛି ଓ ଆନ୍ଦୋଳନର ବାଟ ଦେଖାଇଛି। ସେଗୁଡ଼ିକ ଆମକୁ ଏବକାର ସ୍ଥିତିକୁ ଆଣି ପହଞ୍ଚାଇଛି, ଯାହା ଆମେ ଅନୁଭବ କରୁଛୁ। ହେଲେ ଘଟିଥିବା ଘଟଣାଗୁଡ଼ିକୁ ନେଇ ପ୍ରକାଶ ପାଇଥିବା ଖବରସବୁ ଦେଖିଲେ ଆଇନ ଦ୍ୱାରା ଏବର ବ୍ୟବସ୍ଥା ବଳବତ୍ତର ରହିଛି। ତୁମର ଏକ ସୁବ୍ୟବସ୍ଥିତ ଏକଚ୍ଛତ୍ରବାଦ ଥାଇପାରେ ଏବଂ ସାରା ପୃଥିବୀରେ ଏହାର ଅନେକ ଉଦାହରଣ ଅଛି, ବିଶେଷକରି ଆମ ଚାରିପାଖର ପଡ଼ୋଶୀ ଦେଶଗୁଡ଼ିକରେ। ଏଠାରେ ବ୍ୟବସ୍ଥା ହେଉଛି ସମ୍ପୂର୍ଣ୍ଣ ଭାବେ ଅର୍ଥନୈତିକ ଶ୍ରେଣୀର ଏବଂ ନାଗରିକ ଚାହାନ୍ତୁ ବା ନ ଚାହାନ୍ତୁ, ତାଙ୍କ ସ୍ବତନ୍ତ୍ରତା ଓ ସ୍ବାଧୀନତାକୁ ସମର୍ପଣ କରିବାକୁ ପଡ଼ିବ। ଦୁର୍ଭାଗ୍ୟବଶତଃ, ବ୍ୟବସ୍ଥାଗତ ଦମନରେ ଏକ ଗଣତନ୍ତ୍ର ସୁସ୍ଥ ରହିବା ଓ ସଫଳହେବାର କୌଣସି ଦୃଷ୍ଟାନ୍ତ ନାହିଁ। ଗଣତନ୍ତ୍ରର ସୁଫଳ ଓ ଲାଭ ବ୍ୟାପକ ସ୍ବାଧୀନତା ଦ୍ୱାରା ହାସଲ ହୁଏ, ଦମନରେ ନୁହେଁ। ଏହା ସ୍ବୀକାର୍ଯ୍ୟ ଯେ, ସ୍ବାଧୀନ ନାଗରିକ ଦେଶପାଇଁ ଅଧିକ ଉପଯୋଗୀ, ସୃଜନଶୀଳ ତଥା ଅଧିକ ସକ୍ଷମ ହେବେ। ଏହାକୁ ଛାଡ଼ି ଅନ୍ୟ ରାସ୍ତାରେ ଗଲେ ସଫଳତା ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri