Posted inଜାତୀୟ

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମାମଲା: ୨ ପୋଲିସ ସମେତ ୭ ନିଲମ୍ବିତ

ରାଜକୋଟ,୨୮ା୫(ପି.ଟି.): ରାଜକୋଟ ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ଘଟଣାରେ ଗୁଜରାଟ ସରକାର ସୋମବାର ୨ ଜଣ ପୋଲିସ ଅଫିସରଙ୍କ ସମେତ ୭ ଜଣଙ୍କୁ ନିଲମ୍ବନ କରିଛନ୍ତି। ଏହି ଅଫିସରମାନଙ୍କ ଦାୟିତ୍ୱହୀନତା ଯୋଗୁ ଆବଶ୍ୟକ ଅନୁମୋଦନ ନ ଥାଇ ଗେମିଂ ଜୋନ୍‌ ଚାଲୁଥିଲା ବୋଲି ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଏହାବ୍ୟତୀତ ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗବଙ୍କ ସମେତ ୬ ପୋଲିସ ଅଧିକାରୀଙ୍କୁ ବଦଳି କରାଯାଇଛି। ରାଜକୋଟ ପୌର ନିଗମ କମିଶନର ଆନନ୍ଦ ପଟେଲଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଡି.ପି. ଦେଶାଇଙ୍କୁ ନିଯୁକ୍ତ କରାଯାଇଛି। ଦେଶାଇ ଅହମଦାବାଦ ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏୟୁଡିଏ)ର ସିଇଓ ରହିଛନ୍ତି।
ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ରାଜକୋଟ ପୌର ନିଗମ ଟାଉନ ପ୍ଲାନିଂ ବିଭାଗ ସହକାରୀ ଯନ୍ତ୍ରୀ ଜୟଦୀପ ଚୌଧରୀ, ଆର୍‌ଏମ୍‌ସିର ଆସିଷ୍ଟାଣ୍ଟ ଟାଉନ ପ୍ଲାନର ଗୌତମ ଜୋଷୀ, ସଡ଼କ ଓ ଅଟ୍ଟାଳିକା ବିଭାଗ ଉପକାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏମ୍‌.ଆର୍‌. ସୁମା ଏବଂ ପାରସ କୋଠିୟା, ପୋଲିସ ଇନ୍ସପେକ୍ଟର ଭି.ଆର୍‌. ପଟେଲ ଏବଂ ଏନ୍‌.ଆଇ. ରାଠୋଡ। ପରେ ଆର୍‌ଏମ୍‌ସିର କାଲାଭାଦ୍‌ ରୋଡ୍‌ ଫାୟାରଷ୍ଟେଶନର ଷ୍ଟେଶନ ଅଫିସର ରୋହିତ ଭିଗୋରାଙ୍କୁ ନିଲମ୍ବନ କରାଯାଇଛି।
ଗେମିଂ ଜୋନ୍‌ର ଆଉ ଜଣେ ଅଂଶୀଦାର ରାହୁଲ ରାଡୋଡ୍‌ଙ୍କୁ ପୋଲିସ ସୋମବାର ଗିରଫ କରିଛି। ଏହାକୁ ମିଶାଇ ଅଗ୍ନିକାଣ୍ଡ ଘଟଣାରେ ଗିରଫ ସଂଖ୍ୟା ୩ରେ ପହଞ୍ଚତ୍ଛି। ରବିବାର ଅନ୍ୟତମ ଅଂଶୀଦାର ଯୁବରାଜ ସିଂ ସୋଲାଙ୍କି ଏବଂ ମ୍ୟାନେଜର ନିତୀନ ଜୈନଙ୍କୁ ଗିରଫ କରାଯାଇଥିଲା। ଗତ ଶନିବାର ରାଜକୋଟ ଗେମିଂ ଜୋନ୍‌ରେ ନିଆଁ ଲାଗି ଛୋଟ ପିଲାଙ୍କ ସମେତ ୨୮ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଏକ ନବ ଦମ୍ପତି ଓ କନ୍ୟାର ଭଉଣୀ ଅଛନ୍ତି।

ରାଜ୍ୟ ପ୍ରଶାସନ ଉପରେ ବିଶ୍ୱାସ ନାହିଁ: ହାଇକୋର୍ଟ

ରାଜକୋଟ ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ଘଟଣାରେ ଗୁଜରାଟ ହାଇକୋର୍ଟ ପୌର ନିଗମକୁ ଭର୍ତ୍ସନା କରିଛନ୍ତି। ନିରୀହ ଲୋକମାନଙ୍କ ଜୀବନ ଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ରାଜ୍ୟ ପ୍ରଶାସନ ଉପରେ ବିଶ୍ୱାସ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏକ ଜନସ୍ବାର୍ଥ ମାମଲାରେ ପୂର୍ବରୁ ନିଆଯାଇଥିବା ଅଗ୍ନି ନିରାପତ୍ତା ନିର୍ଦ୍ଦେଶନାମାକୁ ପୌର ପ୍ରଶାସନ ୧୮ ମାସ ହେଲା ଚାପିଦେଇଥିଲା ବୋଲି ଜଷ୍ଟିସ୍‌ ବୀରେନ ବୈଷ୍ଣବ ଏବଂ ଦେବନ ଦେଶାଇଙ୍କ ସ୍ବତନ୍ତ୍ର ଖଣ୍ଡପୀଠ କହିଛନ୍ତି। ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ଘଟଣାରେ ହାଇକୋର୍ଟ ନିଜଆଡ଼ୁ ଜନସ୍ବାର୍ଥ ମାମଲା ବିଚାର ପାଇଁ ଗ୍ରହଣ କରିଥିଲେ। ଏହା ଏକ ମାନବକୃତ ବିପର୍ଯ୍ୟୟ ବୋଲି ହାଇକୋର୍ଟ କହିଥିଲେ। ଟିଆର୍‌ପି ଗେମ୍‌ ଜୋନ୍‌ ଆବଶ୍ୟକ ଅନୁମତି ପାଇଁ ଆବେଦନ କରି ନ ଥିଲା ବୋଲି ପୌର ନିଗମ ପକ୍ଷରୁ କୁହାଯିବାରୁ ନିଜ ଅଞ୍ଚଳରେ ଏତେବଡ଼ ନିର୍ମାଣ ପ୍ରତି କର୍ତ୍ତୃପକ୍ଷ କିପରି ଆଖି ବୁଜିଦେଇଥିଲେ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଅଗ୍ନିକାଣ୍ଡ ପାଇଁ ୨୦୨୧ରେ ଟିଆର୍‌ପି ଗେମିଂ ଜୋନ୍‌ ନିର୍ମାଣ ଦିନଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ପୌର କମିଶନର ଦାୟୀ ରହିବା ଆବଶ୍ୟକ। ସେମାନଙ୍କ ଅଲଗା ଅଲଗା ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri