ଗମ୍ଭୀରା ଭିତରକୁ ପ୍ରବେଶ ମନା

ପୁରୀ ଅଫିସ,୧୧ା୩:କୋଭିଡ୍‌ କଟକଣା ମଧ୍ୟରେ ଗୁରୁବାର ଶ୍ରୀଲୋକନାଥଙ୍କ ପୀଠରେ ଜାଗରଯାତ୍ରା ଅନୁଷ୍ଠିତ ହେବ। କଟକଣା ମାନି ଭକ୍ତମାନେ ଶ୍ରୀଲୋକନାଥ ଦେବଙ୍କୁ ଦର୍ଶନ କରିବାକୁ ଥିବାବେଳେ ମନ୍ଦିର ପ୍ରଶାସନ କମିଟି ପକ୍ଷରୁ ଗମ୍ଭୀରା ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି। ଗୁରୁବାର ରାତ୍ର ୧୨ଟା ୩୦ ମିନିଟ୍‌ ସମୟରେ ରାତ୍ର ପହୁଡ଼ ଦ୍ୱାର ଖୋଲିବ। ରାତ୍ର ୧ଟାରୁ ୪ଟା ମଧ୍ୟରେ ମଙ୍ଗଳ ଆଳତି, ଅବକାଶ ନୀତି ଓ ସୂର୍ଯ୍ୟପୂଜା ଆଦି ଅନୁଷ୍ଠିତ ହେବ। ଏହାପରେ ଭୋର୍‌ ୪ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇ ରାତ୍ର ୧୦ଟା ପର୍ଯ୍ୟନ୍ତ ଚାଲୁ ରହିବ। ୧୦ଟା ପରେ ଦର୍ଶନ ବନ୍ଦ ହୋଇ ଲୋକନାଥ ଦେବଙ୍କର ନୀତିକାନ୍ତି ଆରମ୍ଭ ହୋଇ ପାଖାପାଖି ରାତ୍ର ୨ଟା ପର୍ଯ୍ୟନ୍ତ ଚାଲିବ। ରାତ୍ର ୨ଟାରୁ ୩ଟା ମଧ୍ୟରେ ହରିହର ପୂଜାଭୋଗ ସମ୍ପନ୍ନ, ଚତୁର୍ଦ୍ଦଶୀ ଭୋଗ, ବଡ଼ସିଂହାର ଭୋଗ ଓ ମହାଦୀପ ପ୍ରଜ୍ଜ୍ୱଳନ ହେବ। ଉଲ୍ଲେଖଯୋଗ୍ୟ, ଶ୍ରୀଶ୍ରୀ ଲୋକନାଥ ଦେବଙ୍କ ଚଳନ୍ତି ପ୍ରତିମା ଜଗନ୍ନାଥ ମନ୍ଦିରରୁ ବାହାରି ସହରର ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ଖାଇ ରାତ୍ର ୧୧ଟା ୩୦ ମିନିଟ୍‌ ସମୟରେ ଲୋକନାଥ ମନ୍ଦିରରେ ପହଞ୍ଚିବେ। ଅନ୍ୟପକ୍ଷେ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବା ସହ ମନ୍ଦିରଠାରୁ ୨ଶହ ମିଟରକୁ ଯାନବାହନ ନିଷିଦ୍ଧାଞ୍ଚଳରେ ପରିଣତ କରାଯାଇଛି। ଏପରିକି କୌଣସି ଦୋକାନ ବଜାରର ଆସର ବସିବ ନାହିଁ। ଧାଡ଼ି ଦର୍ଶନକୁ ଗୁରୁତ୍ୱ ଦିଆଯିବା ସହ ଆପରାଧିକ କାର୍ଯ୍ୟକଳାପକୁ ଟ୍ରାକ୍‌ କରିବା ନେଇ କଡ଼ା ନଜର ରଖାଯାଇଥିବା ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି। ଜଣେ ଅତିରିକ୍ତ ଏସ୍‌ପି, ୫ଜଣ ଡିଏସ୍‌ପି, ୧୧ଜଣ ଇନ୍ସପେକ୍ଟର, ୪୦ଜଣ ଅଫିସର, ୨ଶହ ହୋମଗାର୍ଡ ଓ ଶହେ କନଷ୍ଟେବଳଙ୍କୁ ଜାଗର ଯାତ୍ରା କାର୍ଯ୍ୟରେ ନିୟୋଜିତ କରାଯିବ। ସେହିଭଳି ଅଗ୍ନିଶମ ବାହିନୀ ଓ ଡାକ୍ତରୀ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ମହଜୁଦ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ଆଜିଠୁ ଆରମ୍ଭ ହେଲା ଖରାପ ସମୟ: ମେଷ ସମେତ ଏହି ରାଶି ରୁହନ୍ତୁ ସତର୍କ, କେତୁ -ଚନ୍ଦ୍ରଙ୍କ ସଂଯୋଗ କରିଦେବ ବର୍ବାଦ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ଓ ଚନ୍ଦ୍ରମାଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ମାନ୍ୟତା ରହିଛି ଯେ, ଏହି ଦୁଇ ଗ୍ରହଙ୍କ ଯୁତି ଜାତକଙ୍କ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri