Posted inଖେଳ

ମୁଁ କାର୍ତ୍ତିକଙ୍କୁ ଟି୨୦ ବିଶ୍ୱକପ୍‌ ଟିମ୍‌ରେ ରଖିବି ନାହିଁ: ଗମ୍ଭୀର

ନୂଆଦିଲ୍ଲୀ,୧୫।୬: ଆଇପିଏଲ୍‌ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଏକ ଫିନିଶର ଭାବେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଦୀନେଶ କାର୍ତ୍ତିକ। ଏହାକୁ ନେଇ ତାଙ୍କୁ ଟି-୨୦ ବିଶ୍ୱକପ୍‌ରେ ଫିନିଶର ଭାବେ ଚୟନ କରାଯିବା ଉଚିତ ବୋଲି ପ୍ରଶଂସକମାନେ ଦାବି କରି ଆସୁଛନ୍ତି। ତେବେ ବିଶ୍ୱକପ୍‌କୁ ଆଉ କିଛି ମାସର ସମୟ ଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କାର୍ତ୍ତିକଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି।

ଷ୍ଟାର ସ୍ପୋଟ୍ସର ଶୋ’ ମ୍ୟାଚ୍‌ ପଏଣ୍ଟ ସହ ଆଲୋଚନାରେ ଗମ୍ଭୀରଙ୍କୁ କାର୍ତ୍ତିକଙ୍କୁ ୨୧ ବଲ୍‌ରେ ୩୦ ରନ୍‌ର ଇନିଂସକୁ ନେଇ କ’ଣ କହିବେ ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ଗମ୍ଭୀର କହିଥିଲେ, ଏହା ଅତ୍ୟନ୍ତ ମୂଲ୍ୟବାନ ଇନିଂସ ଥିଲା। ସେ ଦୁଇ ତିନି ମାସ ଧରି ଆର୍‌ସିବି ପାଇଁ ଏଭଳି ଖେଳି ଆସୁଛନ୍ତି। ହେଲେ କାର୍ତ୍ତିକଙ୍କ ପୂର୍ବରୁ ଅକ୍ଷର ପଟେଲଙ୍କୁ ପଠାଯିବା ବେଳେ ସେ ଚକିତ ହୋଇ ଯାଇଥିଲେ। ସେ ଯଦି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥାନ୍ତେ ଅଧିକ ଖୁସି ହୋଇଥାନ୍ତି ବୋଲି ଗମ୍ଭୀର କହିଛନ୍ତି।

ସେହିଭଳି ଟି୨୦ ବିଶ୍ୱକପ୍‌ ଟିମ୍‌ରେ କାର୍ତ୍ତିକଙ୍କ ଚୟନକୁ ନେଇ ସେ କହିଛନ୍ତି, କେ.ଏଲ୍‌. ରାହୁଲ, ବିରାଟ କୋହଲି, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା ପ୍ରମୁଖ ଦଳକୁ ଫେରିବା ପରେ କାର୍ତ୍ତିକଙ୍କ ପାଇଁ ସ୍ଥାନ ପାଇବା କଷ୍ଟକର ହେବ। ବିଶ୍ୱକପ୍‌କୁ ଏବେ ବି ବହୁତ ସମୟ ଅଛି। କାର୍ତ୍ତିକଙ୍କୁ ନିୟମିତ ଭାବେ ଭଲ ଖେଳିବାକୁ ହେବ। କାରଣ ତାଙ୍କୁ ଯଦି ଶେଷ ତିନି ଓଭରରେ ବ୍ୟାଟିଂ କରିବାକୁ ସୁଯୋଗ ମିଳେ ତେବେ ତାଙ୍କ ପାଇଁ କଷ୍ଟକର ହେବ। ଏଣୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନ ମିଳିଲେ ତାଙ୍କୁ ଦଳରେ ରଖିବାର କୌଣସି ଅର୍ଥ ନାହିଁ ବୋଲି ଗମ୍ଭୀର କହିଛନ୍ତି। ଏହାଛଡ଼ା ସେ କାର୍ତ୍ତିକଙ୍କୁ ବିଶ୍ୱକପ୍‌ ଦଳରେ ରଖିବେ ନାହିଁ। ଦଳରେ ଋଷଭ ପନ୍ତ ଏବଂ ଦୀପକ ହୁଡ଼ାଙ୍କ ଭଳି ଖେଳାଳିଙ୍କୁ ସେ ସାମିଲ କରିବେ। ଯଦି ଚୟନକର୍ତ୍ତା ଟପ୍‌-୪ ମଧ୍ୟରୁ ଗୋଟିଏ ଖେଳାଳିଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନିଅନ୍ତି ତେବେ କାର୍ତ୍ତିକଙ୍କୁ ଦଳରେ ସୁଯୋଗ ମିଳିପାରେ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ଲିଗ୍ ଇତିହାସରେ ନୂଆ ରେକର୍ଡ କଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୨୦ା୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଟି୨୦ ଲିଗ୍ ଇତିହାସରେ ପାୱାର୍ ପ୍ଲେ ମଧ୍ୟରେ ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛି। ହାଇଦ୍ରାବାଦ ପାଇଁ...

ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର, କୋଚ୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୦।୪: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ଲାଗି ଖରାପ ଖବର। ଗୋଟିଏ ପଟେ ଥାଲାଙ୍କ ବ୍ୟାଟିଂ ଦେଖି ପ୍ରଶଂସକ ତାଙ୍କୁ ବିଶ୍ୱକପ୍‌ ଟିମ୍‌ରେ ଦେଖିବାକୁ...

ପୁଣି ପଡ଼ିଆରେ ମୁହାଁମୁହିଁ ହେଲେ ବିରାଟ-ଗମ୍ଭୀର, କିନ୍ତୁ ଅନ୍ଦାଜ ଥିଲା ଅଲଗା

କୋଲକାତା,୨୦।୪: ଆଇପିଏଲ୍ ୨୦୨୩ ରେ କଥା ଭାରତର ଦୁଇ ଷ୍ଟାର ବ୍ୟାଟର ଗୌତମ ଗମ୍ଭୀର ଏବଂ ବିରାଟ କୋହଲି ସାମାନ୍ୟ କିଛି କଥାକୁ ନେଇ ମୁହାଁମୁହିଁ...

Video: କେବଳ ଗୋଟିଏ ବଲ୍‌ରେ ବଡ଼ କାମ କରିଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୪: କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକ କାହିଁରେ କେତେ। ଅନେକଙ୍କର ସେ ପ୍ରେରଣା। ଏଣୁ ସେମାନେ ତାଙ୍କ ଭଳି ହେବାକୁ ଚାହାନ୍ତି। ଅନ୍ତର୍ଜାତୀୟ...

ଲାଇଭ୍‌ ମ୍ୟାଚ୍‌ରେ IPL ନିୟମ ଉଲ୍ଲଂଘନ; ୪୮ ଘଣ୍ଟା ପରେ ମୁମ୍ବାଇ ଟିମ୍‌ର କୋଚ୍‌-ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୦।୪: ଆଇପିଏଲ୍‌ ନିୟମ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା। ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କୋଚ୍‌ କିରନ୍‌ ପୋଲାର୍ଡ ଏବଂ ବ୍ୟାଟ୍ସମ୍ୟାନ୍‌ ଟିମ୍‌ ଡେଭିଡ୍‌ଙ୍କୁ ଲାଇଭ୍‌ ମ୍ୟାଚ୍‌ରେ...

ଆକାଶ ଅମ୍ବାନୀଙ୍କ ନିଷ୍ପତ୍ତି ଯୋଗୁ ମୁମ୍ବାଇ ଟିମ୍‌ ଦୁଇ ଫାଳ! ରୋହିତ-ହାର୍ଦ୍ଦିକଙ୍କୁ ଏଭଳି ଦେଖି ହେବେ ଚକିତ…

ଭୁବନେଶ୍ୱର,୨୦।୪: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ସେତେଟା ଆଖିଦୃଶିଆ ପ୍ରଦର୍ଶନ ହୋଇନାହିଁ। ପ୍ରଥମେ ଦଳ ୧୦ ନଂରେ ରହୁଥିବା ବେଳେ ଏବେ ୭ନଂରେ ପହଞ୍ଚିଛି। ଦଳ...

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri