Posted inଖେଳ

ମୁଁ କାର୍ତ୍ତିକଙ୍କୁ ଟି୨୦ ବିଶ୍ୱକପ୍‌ ଟିମ୍‌ରେ ରଖିବି ନାହିଁ: ଗମ୍ଭୀର

ନୂଆଦିଲ୍ଲୀ,୧୫।୬: ଆଇପିଏଲ୍‌ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଏକ ଫିନିଶର ଭାବେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଦୀନେଶ କାର୍ତ୍ତିକ। ଏହାକୁ ନେଇ ତାଙ୍କୁ ଟି-୨୦ ବିଶ୍ୱକପ୍‌ରେ ଫିନିଶର ଭାବେ ଚୟନ କରାଯିବା ଉଚିତ ବୋଲି ପ୍ରଶଂସକମାନେ ଦାବି କରି ଆସୁଛନ୍ତି। ତେବେ ବିଶ୍ୱକପ୍‌କୁ ଆଉ କିଛି ମାସର ସମୟ ଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କାର୍ତ୍ତିକଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି।

ଷ୍ଟାର ସ୍ପୋଟ୍ସର ଶୋ’ ମ୍ୟାଚ୍‌ ପଏଣ୍ଟ ସହ ଆଲୋଚନାରେ ଗମ୍ଭୀରଙ୍କୁ କାର୍ତ୍ତିକଙ୍କୁ ୨୧ ବଲ୍‌ରେ ୩୦ ରନ୍‌ର ଇନିଂସକୁ ନେଇ କ’ଣ କହିବେ ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ଗମ୍ଭୀର କହିଥିଲେ, ଏହା ଅତ୍ୟନ୍ତ ମୂଲ୍ୟବାନ ଇନିଂସ ଥିଲା। ସେ ଦୁଇ ତିନି ମାସ ଧରି ଆର୍‌ସିବି ପାଇଁ ଏଭଳି ଖେଳି ଆସୁଛନ୍ତି। ହେଲେ କାର୍ତ୍ତିକଙ୍କ ପୂର୍ବରୁ ଅକ୍ଷର ପଟେଲଙ୍କୁ ପଠାଯିବା ବେଳେ ସେ ଚକିତ ହୋଇ ଯାଇଥିଲେ। ସେ ଯଦି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥାନ୍ତେ ଅଧିକ ଖୁସି ହୋଇଥାନ୍ତି ବୋଲି ଗମ୍ଭୀର କହିଛନ୍ତି।

ସେହିଭଳି ଟି୨୦ ବିଶ୍ୱକପ୍‌ ଟିମ୍‌ରେ କାର୍ତ୍ତିକଙ୍କ ଚୟନକୁ ନେଇ ସେ କହିଛନ୍ତି, କେ.ଏଲ୍‌. ରାହୁଲ, ବିରାଟ କୋହଲି, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା ପ୍ରମୁଖ ଦଳକୁ ଫେରିବା ପରେ କାର୍ତ୍ତିକଙ୍କ ପାଇଁ ସ୍ଥାନ ପାଇବା କଷ୍ଟକର ହେବ। ବିଶ୍ୱକପ୍‌କୁ ଏବେ ବି ବହୁତ ସମୟ ଅଛି। କାର୍ତ୍ତିକଙ୍କୁ ନିୟମିତ ଭାବେ ଭଲ ଖେଳିବାକୁ ହେବ। କାରଣ ତାଙ୍କୁ ଯଦି ଶେଷ ତିନି ଓଭରରେ ବ୍ୟାଟିଂ କରିବାକୁ ସୁଯୋଗ ମିଳେ ତେବେ ତାଙ୍କ ପାଇଁ କଷ୍ଟକର ହେବ। ଏଣୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନ ମିଳିଲେ ତାଙ୍କୁ ଦଳରେ ରଖିବାର କୌଣସି ଅର୍ଥ ନାହିଁ ବୋଲି ଗମ୍ଭୀର କହିଛନ୍ତି। ଏହାଛଡ଼ା ସେ କାର୍ତ୍ତିକଙ୍କୁ ବିଶ୍ୱକପ୍‌ ଦଳରେ ରଖିବେ ନାହିଁ। ଦଳରେ ଋଷଭ ପନ୍ତ ଏବଂ ଦୀପକ ହୁଡ଼ାଙ୍କ ଭଳି ଖେଳାଳିଙ୍କୁ ସେ ସାମିଲ କରିବେ। ଯଦି ଚୟନକର୍ତ୍ତା ଟପ୍‌-୪ ମଧ୍ୟରୁ ଗୋଟିଏ ଖେଳାଳିଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନିଅନ୍ତି ତେବେ କାର୍ତ୍ତିକଙ୍କୁ ଦଳରେ ସୁଯୋଗ ମିଳିପାରେ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri