ଘରେ ପଶି ଚୋରି କରୁଥିବା ବେଳେ ପଡ଼ିଲେ ଧରା: ସୁନା, ରୂପା ଅଳଙ୍କାର ସହ ଟଙ୍କା ଜବତ କଲା ପୋଲିସ

ଗଜପତି,୨୧।୧୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଦୁଇ ଦୁର୍ବୃତ୍ତଙ୍କୁ ଚୋରୀ କରୁଥିବା ସମୟରେ ଧରିଥିବା ଜଣାପଡିଛି । ସେମାନଙ୍କଠାରୁ ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଜବତ ହୋଇଛି। ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୩୩୧/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ବେଳେ ଅଭିଯୁକ୍ତ ଦ୍ବୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପାରଳାଖେମୁଣ୍ଡି ସହରର ସଞ୍ଜୟଗାନ୍ଧୀ କଲୋନୀର ମଙ୍ଗଳମ ଚେଣ୍ଟି (୨୭) ଏବଂ ଦୋଳବନ୍ଧ ସାହିର ଏନ. ନାଗାରାନୁ (୩୧)।

ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ସୂଚନା ପ୍ରକାରେ ରାଣୀପେଣ୍ଠ ଗ୍ରାମ ସିଂହ ନଗର ଅଞ୍ଚଳର କର୍ଣ୍ଣମ ସିଂହାଦ୍ରି (୪୩) ନାମକ ଜଣେ ଅଟୋ ଚାଳକ ନିଜ ଘରେ କେହି ନଥିବାଯୋଗୁ ତାଲା ପକାଇ କାମରେ ବାହାରିଥିଲେ । ସେ ସମୟରେ ତାଙ୍କ ସ୍ତ୍ରୀ ଏକ ଘରୋଇ ବିଦ୍ୟାଳୟରେ କାମ କରୁଥିବା ଯୋଗୁଁ ସେ ଡ୍ୟୁଟି ରେ ଥିଲେ ଏବଂ ତାଙ୍କ ଛୁଆମାନେ ମଧ୍ୟ ସ୍କୁଲକୁ ଯାଇଥିଲେ । ଏହାର ସୁଯୋଗ ନେଇ ଦୁଇ ଜଣ ଦୁର୍ବୃତ୍ତ ମଧ୍ୟାହ୍ନ ସମୟରେ ମୁଖ୍ୟ ଫାଟକର ତାଲା ଭାଙ୍ଗି ଘର ଭିତରେ ପ୍ରବେଶ କରି ଦ୍ୱାର ଓ ଆଲମୀରା ଭାଙ୍ଗି ଚୋରି କରିଥିଲେ ।  ପ୍ରାୟ ଅଧାଘଣ୍ଟା ପରେ  ସିଂହାଦ୍ରି ଘରକୁ ଫେରି ଆସିଥିଲେ । ତାଲା ଭଙ୍ଗାଯାଇଥିବା ଦେଖି କାଳବିଳମ୍ବ ନକରି ସେ ଚୋରି ସନ୍ଦେହ କରି ଚିତ୍କାର କରିଥିଲେ। ସେତେବେଳେ ଦୁର୍ବୃତ୍ତଦ୍ବୟ ଘରଭିତରେ ଥିଲେ। ସିଂହାଦ୍ରିଙ୍କ ଚିତ୍କାର ଶୁଣି ଦୁଇ ଅଭିଯୁକ୍ତ ପଳାଇବାକୁ ଚେଷ୍ଟା କରିଥିଲେ। ଚିତ୍କାର ଶୁଣି ଏହି ସମୟରେ ସାହି ପଡ଼ୋଶୀ ଲୋକମାନେ ଜମାହୋଇ ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଦଳ ପହଞ୍ଚି ଗ୍ରାମବାସୀଙ୍କ ସାମ୍ନାରେ ଘର କବାଟ ଖୋଲି ଦୁଇ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଧରିଥିଲେ । ଘଟଣାସ୍ଥଳରେ ସେମାନଙ୍କ ଠାରୁ ୩ ତୋଳା ସୁନା ଆଭୂଷଣ, ୧୦ ତୋଳା ଚାନ୍ଦି ଆଭୂଷଣ, ନଗଦ ରାଶି ୨୦ ହଜାର ଟଙ୍କା ଚୋରି ସାମଗ୍ରୀ  ଜବତ କରାଯାଇଥିଲା ।  ଅଭିଯୁକ୍ତ ମାନଙ୍କ ଠାରୁ ଜବତ କରାଯାଇଥିବା ନଗଦ ରାଶି ସମେତ ସୁନା ଓ ରୂପା ସାମଗ୍ରୀର ମୂଲ୍ୟ ପ୍ରାୟ ୪ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଥାନା ସୂତ୍ରରୁ ଜଣାପଡିଛି । ତେବେ ଅଭିଯୁକ୍ତ ମଙ୍ଗଳମ ଚେଣ୍ଟି ୮ ଗୋଟି ଚୋରି ମାମଲାରେ ସମ୍ପୃକ୍ତ ଥିବାର ସୂଚନା ପ୍ରଦାନ କରାଯାଇଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?