ଫିକା ପଡ଼ିବ ଗଣପର୍ବ ଗଜଲକ୍ଷ୍ମୀ ପୂଜା

କେନ୍ଦ୍ରାପଡ଼ା ଅଫିସ,୩୦।୧୦: କରୋନା ସଂକ୍ରମଣ ଭୟ ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲାର ଗଣପର୍ବ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ଫିକା ପକାଇବ। କୋଭିଡ୍‌ ୧୯ର ସମସ୍ତ ନିୟମ ପାଳନ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାରୁ ସ୍ଥାନୀୟ ବ୍ୟବସାୟୀ ଚିନ୍ତାରେ ଅଛନ୍ତି। ଏଥିପ୍ରତି ଲାଗିଥିବା ରୋକ୍‌କୁ ନେଇ ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅପରପକ୍ଷେ ଆଉ ଦୁଇଦିନ ପରେ ମା’ଙ୍କ ପୂଜା ଆରମ୍ଭ ହେବାକୁ ଥିବାବେଳେ କୌଣସି ମଣ୍ଡପରେ ତୋରଣ ନାହିଁ।ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ୪ ଫୁଟ ଉଚ୍ଚତା ରଖିବା ସର୍ତ୍ତରେ ଜିଲା ପ୍ରଶାସନ ପକ୍ଷରୁ ଜିଲାରେ ମୋଟ ୨୧୧ ପୂଜା କମିଟିକୁ ଅନୁମତି ଦିଆଯାଇଛି।
ସହରର ଉପେନ୍ଦ୍ର ବେହେରା କୁହନ୍ତି, ମା’ଙ୍କ ଏହି ଗଣପୂଜାକୁ ଜିଲାବାସୀ ଚାତକ ପରି ଚାହିଁଥାନ୍ତି। ଜିଲାରେ ଅର୍ଥନୈତିକ ଭିତ୍ତିଭୂମି କୃଷିଭିତ୍ତିକ। ଏଠାରେ ଶିଳ୍ପ ନ ଥିବାରୁ ଯୁବବର୍ଗ ବାହାରକୁ ଯାଇ ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ ମା’ଙ୍କ ପୂଜା ସମୟ ଆସିଲେ ସମସ୍ତେ ଘରକୁ ଫେରିଥାନ୍ତି। ପୂଜା ପରେ ପୁନର୍ବାର ବର୍ଷଟିଏ ପାଇଁ କର୍ମ ଅନ୍ବେଷଣରେ ବାହାରିଯାଆନ୍ତି। ତେବେ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତ ମାର୍ଚ୍ଚରୁ କରୋନା ସଂକ୍ରମଣ ପାଇଁ ଜିଲାକୁ ଆସିଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ମାସକ ପୂର୍ବରୁ ଦେଶବିଦେଶକୁ ବାହାରି ଗଲେଣି। ପୂଜା କଟକଣା ଯୋଗୁ ଏଥର ବନ୍ଧୁବାନ୍ଧବ ଘରକୁ ଆସିବେ ନାହିଁ ବୋଲି ସେ କ୍ଷୋଭର ସହ କହିଛନ୍ତି। ଶିଳ୍ପୀ ବାସୁଦେବ ମହାରଣା କହନ୍ତି, କରୋନା ସଂକ୍ରମଣ ପୂଜା କଟକଣାର କାରଣ ସାଜିଛି। ଏହି କଟକଣା ମୂର୍ତ୍ତି କାରିଗରଙ୍କ ସମେତ ବାଜା, ରୋଶଣି, ତୋରଣ ବ୍ୟବସାୟୀଙ୍କ ରୋଜଗାର ବନ୍ଦ କରିଦେଇଛି। ଚଳିତବର୍ଷ ୪ ଫୁଟ ଉଚ୍ଚର ମୂର୍ତ୍ତି ନିର୍ମାଣ କରିବାକୁ ବରାଦ ଥିବାରୁ ପୂର୍ବପରି ଆକର୍ଷଣୀୟ ହେବ ନାହିଁ। ପୁରୁଣା ବସ୍‌ଷ୍ଟାଣ୍ଡର ବ୍ୟବସାୟୀ ସେକ ଜାକିରିଆ କୁହନ୍ତି, ମା’ଙ୍କ ଏହି ଗଣପର୍ବ ଭାଇଚାରର ଏକ ନମୁନା। ଏହି ସମୟରେ ବିଭିନ୍ନ ବ୍ୟବସାୟୀ ନିଜର ସାମଗ୍ରୀ ବିକ୍ରି ପାଇଁ ସୁଯୋଗ ପାଇଥାନ୍ତି। ଏପରି କି ସୁଦୂର ଜମ୍ମୁ କଶ୍ମୀର, ଉତ୍ତରପ୍ରଦେଶ, ମହାରାଷ୍ଟ୍ରରୁ ବ୍ୟବସାୟୀ ପସରା ମେଲାଇଥିବା ବେଳେ ଘରକରଣା ସାମଗ୍ରୀ ବିକ୍ରି ଅଧିକ ହୋଇଥାଏ। ସେହିପରି ରଙ୍ଗବେରଙ୍ଗ ତୋରଣ ଓ ମା’ଙ୍କ ସାଜସଜ୍ଜା ଦେଖିବା ପାଇଁ ଭିଡ଼ ଲାଗିଥାଏ। ମା’ଙ୍କ ଗଣପର୍ବ ମାତ୍ର ଦୁଇଦିନ ବାକି ଥିଲେ ମଧ୍ୟ ଚଳିତବର୍ଷ ଏ ନେଇ କୌଣସି ଚମକ ନ ଥିବାରୁ ବ୍ୟବସାୟ ମାନ୍ଦା ରହିଛି। ଏ ସମ୍ପର୍କରେ ଏଏସ୍‌ପି ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି କୁହନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍‌ ନିୟମାବଳୀର ସମସ୍ତ ନିୟମ ମଧ୍ୟରେ ଚଳିତବର୍ଷ ଏହି ଗଣପର୍ବ ପାଳନ ହେବ। ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ରହିବା ସହିତ ମଣ୍ଡପର ୩ ପାର୍ଶ୍ୱ ବନ୍ଦ ରହିବ। ଚତୁର୍ଥ ପାର୍ଶ୍ୱରେ କର୍ମକର୍ତ୍ତାଙ୍କ ଯାତାୟାତ ହେବ। ପୂଜାକର୍ମରେ ୭ ଜଣ ସାମିଲ ହୋଇପାରିବେ ବୋଲି ନିୟମ ହୋଇଥିବା ବେଳେ ପୂଜା ପାଇଁ ଜିଲାପାଳଙ୍କ ଅନୁମତି ନେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri