ଫିକା ପଡ଼ିବ ଗଣପର୍ବ ଗଜଲକ୍ଷ୍ମୀ ପୂଜା

କେନ୍ଦ୍ରାପଡ଼ା ଅଫିସ,୩୦।୧୦: କରୋନା ସଂକ୍ରମଣ ଭୟ ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲାର ଗଣପର୍ବ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ଫିକା ପକାଇବ। କୋଭିଡ୍‌ ୧୯ର ସମସ୍ତ ନିୟମ ପାଳନ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାରୁ ସ୍ଥାନୀୟ ବ୍ୟବସାୟୀ ଚିନ୍ତାରେ ଅଛନ୍ତି। ଏଥିପ୍ରତି ଲାଗିଥିବା ରୋକ୍‌କୁ ନେଇ ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅପରପକ୍ଷେ ଆଉ ଦୁଇଦିନ ପରେ ମା’ଙ୍କ ପୂଜା ଆରମ୍ଭ ହେବାକୁ ଥିବାବେଳେ କୌଣସି ମଣ୍ଡପରେ ତୋରଣ ନାହିଁ।ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ୪ ଫୁଟ ଉଚ୍ଚତା ରଖିବା ସର୍ତ୍ତରେ ଜିଲା ପ୍ରଶାସନ ପକ୍ଷରୁ ଜିଲାରେ ମୋଟ ୨୧୧ ପୂଜା କମିଟିକୁ ଅନୁମତି ଦିଆଯାଇଛି।
ସହରର ଉପେନ୍ଦ୍ର ବେହେରା କୁହନ୍ତି, ମା’ଙ୍କ ଏହି ଗଣପୂଜାକୁ ଜିଲାବାସୀ ଚାତକ ପରି ଚାହିଁଥାନ୍ତି। ଜିଲାରେ ଅର୍ଥନୈତିକ ଭିତ୍ତିଭୂମି କୃଷିଭିତ୍ତିକ। ଏଠାରେ ଶିଳ୍ପ ନ ଥିବାରୁ ଯୁବବର୍ଗ ବାହାରକୁ ଯାଇ ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ ମା’ଙ୍କ ପୂଜା ସମୟ ଆସିଲେ ସମସ୍ତେ ଘରକୁ ଫେରିଥାନ୍ତି। ପୂଜା ପରେ ପୁନର୍ବାର ବର୍ଷଟିଏ ପାଇଁ କର୍ମ ଅନ୍ବେଷଣରେ ବାହାରିଯାଆନ୍ତି। ତେବେ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତ ମାର୍ଚ୍ଚରୁ କରୋନା ସଂକ୍ରମଣ ପାଇଁ ଜିଲାକୁ ଆସିଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ମାସକ ପୂର୍ବରୁ ଦେଶବିଦେଶକୁ ବାହାରି ଗଲେଣି। ପୂଜା କଟକଣା ଯୋଗୁ ଏଥର ବନ୍ଧୁବାନ୍ଧବ ଘରକୁ ଆସିବେ ନାହିଁ ବୋଲି ସେ କ୍ଷୋଭର ସହ କହିଛନ୍ତି। ଶିଳ୍ପୀ ବାସୁଦେବ ମହାରଣା କହନ୍ତି, କରୋନା ସଂକ୍ରମଣ ପୂଜା କଟକଣାର କାରଣ ସାଜିଛି। ଏହି କଟକଣା ମୂର୍ତ୍ତି କାରିଗରଙ୍କ ସମେତ ବାଜା, ରୋଶଣି, ତୋରଣ ବ୍ୟବସାୟୀଙ୍କ ରୋଜଗାର ବନ୍ଦ କରିଦେଇଛି। ଚଳିତବର୍ଷ ୪ ଫୁଟ ଉଚ୍ଚର ମୂର୍ତ୍ତି ନିର୍ମାଣ କରିବାକୁ ବରାଦ ଥିବାରୁ ପୂର୍ବପରି ଆକର୍ଷଣୀୟ ହେବ ନାହିଁ। ପୁରୁଣା ବସ୍‌ଷ୍ଟାଣ୍ଡର ବ୍ୟବସାୟୀ ସେକ ଜାକିରିଆ କୁହନ୍ତି, ମା’ଙ୍କ ଏହି ଗଣପର୍ବ ଭାଇଚାରର ଏକ ନମୁନା। ଏହି ସମୟରେ ବିଭିନ୍ନ ବ୍ୟବସାୟୀ ନିଜର ସାମଗ୍ରୀ ବିକ୍ରି ପାଇଁ ସୁଯୋଗ ପାଇଥାନ୍ତି। ଏପରି କି ସୁଦୂର ଜମ୍ମୁ କଶ୍ମୀର, ଉତ୍ତରପ୍ରଦେଶ, ମହାରାଷ୍ଟ୍ରରୁ ବ୍ୟବସାୟୀ ପସରା ମେଲାଇଥିବା ବେଳେ ଘରକରଣା ସାମଗ୍ରୀ ବିକ୍ରି ଅଧିକ ହୋଇଥାଏ। ସେହିପରି ରଙ୍ଗବେରଙ୍ଗ ତୋରଣ ଓ ମା’ଙ୍କ ସାଜସଜ୍ଜା ଦେଖିବା ପାଇଁ ଭିଡ଼ ଲାଗିଥାଏ। ମା’ଙ୍କ ଗଣପର୍ବ ମାତ୍ର ଦୁଇଦିନ ବାକି ଥିଲେ ମଧ୍ୟ ଚଳିତବର୍ଷ ଏ ନେଇ କୌଣସି ଚମକ ନ ଥିବାରୁ ବ୍ୟବସାୟ ମାନ୍ଦା ରହିଛି। ଏ ସମ୍ପର୍କରେ ଏଏସ୍‌ପି ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି କୁହନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍‌ ନିୟମାବଳୀର ସମସ୍ତ ନିୟମ ମଧ୍ୟରେ ଚଳିତବର୍ଷ ଏହି ଗଣପର୍ବ ପାଳନ ହେବ। ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ରହିବା ସହିତ ମଣ୍ଡପର ୩ ପାର୍ଶ୍ୱ ବନ୍ଦ ରହିବ। ଚତୁର୍ଥ ପାର୍ଶ୍ୱରେ କର୍ମକର୍ତ୍ତାଙ୍କ ଯାତାୟାତ ହେବ। ପୂଜାକର୍ମରେ ୭ ଜଣ ସାମିଲ ହୋଇପାରିବେ ବୋଲି ନିୟମ ହୋଇଥିବା ବେଳେ ପୂଜା ପାଇଁ ଜିଲାପାଳଙ୍କ ଅନୁମତି ନେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri