ବିପଦରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ

ମହାକାଳପଡ଼ା,୨୭ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ବେଆଇନ୍‌ ଭାବେ ଅନୁପ୍ରବେଶ। ଏହାକୁ ନେଇ ଏବେ ପ୍ରଶାସନ ପକ୍ଷରୁ ଚିନ୍ତା ବଢ଼ୁଛି। ସେଥିପାଇଁ ବିଭିନ୍ନ ଗଳାବାଟ ଦେଇ କିପରି ବନ୍ୟ ଜୀବଜନ୍ତୁ ଓ ସାମୁଦ୍ରିକ ଜୀବ ଶିକାର କରିବେ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଲାଣି। ବ୍ଲକର ମହାକାଳପଡ଼ା ବନାଞ୍ଚଳ ବିସ୍ତୀର୍ଣ୍ଣ ଅଞ୍ଚଳରେ ବିଭିନ୍ନ ପ୍ରକାର ବନ୍ୟଜନ୍ତୁ ବସବାସ କରୁଛନ୍ତି। ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବିଭିନ୍ନ ପ୍ରକାର ଯଥା ଅଲିଭ ରିଡ୍‌ଲେ କଇଁଛ, ନୀଳରକ୍ତ କଙ୍କଡ଼ା, ଡଲ୍‌ଫିନ, ସାଙ୍କୁଚ, ଶଙ୍ଖ ଶାମୁକା ଆଦି ପ୍ରଚୁର ମାତ୍ରାରେ ଦେଖିବାକୁ ମିଳେ। ଶୀତଋତୁ ଆରମ୍ଭରେ ସମୁଦ୍ର ତଟ ଅଞ୍ଚଳ ଥିବା ବିସ୍ତୀର୍ଣ୍ଣ ହେନ୍ତାଳବଣ ବିଦେଶାଗତ ପକ୍ଷୀମାନଙ୍କ ଆଶ୍ରୟସ୍ଥଳ ପାଲଟିଥାଏ। ନିକଟ ଅତୀତରେ ଏହି ଗଳାବାଟ ଦେଇ ଶିକାରୀମାନେ ଅବାଧରେ ପ୍ରବେଶ କରି ବନ୍ୟ ଜୀବଜନ୍ତୁ, ପକ୍ଷୀ ଆଦିଙ୍କୁ ମାରି ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଛନ୍ତି। ବନ ବିଭାଗ ହାତରେ ପଡ଼ି କିଏ ଧରା ପଡ଼ିଥିବା ବେଳେ ଅନେକ ଶିକାରୀ ସମୁଦ୍ର ପଥରେ କର୍ମଚାରୀଙ୍କୁ ଚକ୍‌ମା ଦେଖାଇ ଖସିଯିବାକୁ ସକ୍ଷମ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ ମାସରେ ହରିଣ ମାଂସ ଏକ ଅଟୋ ଯୋଗେ ଚାଲାଣ ହେଉଥିବା ବେଳେ ଖବରପାଇ ବନ ବିଭାଗ କର୍ମଚାରୀ କେନ୍ତିଆ ଗ୍ରାମ ଛକରେ ଅଟୋ ଚାଳକ ସହ ୩୦ କିଲୋ ମାଂସ ଜବତ କରିଥିଲେ। ତେବେ ହରିଣ ଶିକାରୀ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ପରେ ବନ ବିଭାଗ ପକ୍ଷରୁ ମାଂସ ଜବତକରି ଅଧିକ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଥିଲା। ହେଲେ ହରିଣ ମାଂସ ନମୁନା ରିପୋର୍ଟ ଗୋମାଂସ ବୋଲି କିପରି ପରୀକ୍ଷାରେ ଆସିଲା ଅଞ୍ଚଳର ବହୁ ବୁଦ୍ଧିଜୀବୀ ମହଲରେ ବିସ୍ମୟ ପ୍ରକାଶ ପାଇଛି। ଅପରପକ୍ଷେ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟିରୁ ବାଦ୍‌ ପଡୁନାହାନ୍ତି ସାମୁଦ୍ରିକ ଜୀବ। ଜଳପଥରେ ବେଆଇନ ଭାବେ ପଶ୍ଚିମବଙ୍ଗ, ଦୀଘା, ବଳରାମଗଡ଼ି, କଷାଫଳ, ବାଲେଶ୍ୱର ଧାମରା ଆଦି ସମେତ ବିଦେଶୀ ମତ୍ସ୍ୟଜୀବୀମାନେ ଅବାଧରେ ପ୍ରବେଶକରି ମାଛ ମାରୁଛନ୍ତି। ସେମାନଙ୍କର ବଡ଼ ବଡ଼ ମାଛ ଧରା ବୋଟ୍‌ ଓ ଟ୍ରଲରଗୁଡ଼ିକ ବ୍ୟବହାର କରୁଥିବା ଗାଞ୍ଜ ଜାଲରେ ଅଲିଭ୍‌ ରିଡ୍‌ଲେ କଇଁଛଗୁଡ଼ିକ ପଡି ଅଣନିଃଶ୍ୱାସୀ ହୋଇ ଅକାଳରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହେଉଛି। ତେବେ ଏହି ତଟବର୍ତ୍ତୀ ହେନ୍ତାଳବଣଗୁଡ଼ିକରେ ବିଦେଶାଗତ ପକ୍ଷୀ ବସବାସ କରୁଥିବା ବେଳେ ବିଷ ଓ ଫାଶ ବସାଇ ଅନେକ ଶିକାରୀ ଶିକାର କରିଥିବା ନଜିର ରହିଛି। ବେଳ ଥାଉ ଥାଉ ଏହି ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ଓ ମହାକାଳପଡ଼ା ବନାଞ୍ଚଳ ଅଧୀନରେ ଥିବା ଲୁଣା ଜଙ୍ଗଲ ଅଞ୍ଚଳକୁ ସୁରକ୍ଷା କଡ଼ାକଡ଼ି କରାଯିବା ପାଇଁ ବିଭିନ୍ନ ମହଲରୁ ଦାବି ଜୋର୍‌ ଧରିଛି। ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଧିକାରୀ ଦେବାଶିଷ ଭୋଇଙ୍କୁ ପଚାରିବାରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବିଭାଗ ପକ୍ଷରୁ ପାଟ୍ରୋଲିଂ କଡ଼ାକଡି କରାଯାଉଛି। ଚଳିତ ବର୍ଷ ଜୁନ୍‌ ମାସଠାରୁ ଅଦ୍ୟାବଧି ସମୟ ମଧ୍ୟରେ ବେଆଇନ୍‌ ଚଳାଚଳ କରୁଥିବା ୨୫ରୁ ଅଧିକ ବୋଟ୍‌ ଓ ଟ୍ରଲରକୁ ସିଜ୍‌ କରାଯାଇଛି। ୨୦୦ରୁ ଅଧିକ ମତ୍ସ୍ୟଜୀବୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା

ଗୁଆହାଟି,୧୬।୨: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri