ବିପଦରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ

ମହାକାଳପଡ଼ା,୨୭ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ବେଆଇନ୍‌ ଭାବେ ଅନୁପ୍ରବେଶ। ଏହାକୁ ନେଇ ଏବେ ପ୍ରଶାସନ ପକ୍ଷରୁ ଚିନ୍ତା ବଢ଼ୁଛି। ସେଥିପାଇଁ ବିଭିନ୍ନ ଗଳାବାଟ ଦେଇ କିପରି ବନ୍ୟ ଜୀବଜନ୍ତୁ ଓ ସାମୁଦ୍ରିକ ଜୀବ ଶିକାର କରିବେ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଲାଣି। ବ୍ଲକର ମହାକାଳପଡ଼ା ବନାଞ୍ଚଳ ବିସ୍ତୀର୍ଣ୍ଣ ଅଞ୍ଚଳରେ ବିଭିନ୍ନ ପ୍ରକାର ବନ୍ୟଜନ୍ତୁ ବସବାସ କରୁଛନ୍ତି। ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବିଭିନ୍ନ ପ୍ରକାର ଯଥା ଅଲିଭ ରିଡ୍‌ଲେ କଇଁଛ, ନୀଳରକ୍ତ କଙ୍କଡ଼ା, ଡଲ୍‌ଫିନ, ସାଙ୍କୁଚ, ଶଙ୍ଖ ଶାମୁକା ଆଦି ପ୍ରଚୁର ମାତ୍ରାରେ ଦେଖିବାକୁ ମିଳେ। ଶୀତଋତୁ ଆରମ୍ଭରେ ସମୁଦ୍ର ତଟ ଅଞ୍ଚଳ ଥିବା ବିସ୍ତୀର୍ଣ୍ଣ ହେନ୍ତାଳବଣ ବିଦେଶାଗତ ପକ୍ଷୀମାନଙ୍କ ଆଶ୍ରୟସ୍ଥଳ ପାଲଟିଥାଏ। ନିକଟ ଅତୀତରେ ଏହି ଗଳାବାଟ ଦେଇ ଶିକାରୀମାନେ ଅବାଧରେ ପ୍ରବେଶ କରି ବନ୍ୟ ଜୀବଜନ୍ତୁ, ପକ୍ଷୀ ଆଦିଙ୍କୁ ମାରି ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଛନ୍ତି। ବନ ବିଭାଗ ହାତରେ ପଡ଼ି କିଏ ଧରା ପଡ଼ିଥିବା ବେଳେ ଅନେକ ଶିକାରୀ ସମୁଦ୍ର ପଥରେ କର୍ମଚାରୀଙ୍କୁ ଚକ୍‌ମା ଦେଖାଇ ଖସିଯିବାକୁ ସକ୍ଷମ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ ମାସରେ ହରିଣ ମାଂସ ଏକ ଅଟୋ ଯୋଗେ ଚାଲାଣ ହେଉଥିବା ବେଳେ ଖବରପାଇ ବନ ବିଭାଗ କର୍ମଚାରୀ କେନ୍ତିଆ ଗ୍ରାମ ଛକରେ ଅଟୋ ଚାଳକ ସହ ୩୦ କିଲୋ ମାଂସ ଜବତ କରିଥିଲେ। ତେବେ ହରିଣ ଶିକାରୀ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ। ପରେ ବନ ବିଭାଗ ପକ୍ଷରୁ ମାଂସ ଜବତକରି ଅଧିକ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଥିଲା। ହେଲେ ହରିଣ ମାଂସ ନମୁନା ରିପୋର୍ଟ ଗୋମାଂସ ବୋଲି କିପରି ପରୀକ୍ଷାରେ ଆସିଲା ଅଞ୍ଚଳର ବହୁ ବୁଦ୍ଧିଜୀବୀ ମହଲରେ ବିସ୍ମୟ ପ୍ରକାଶ ପାଇଛି। ଅପରପକ୍ଷେ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟିରୁ ବାଦ୍‌ ପଡୁନାହାନ୍ତି ସାମୁଦ୍ରିକ ଜୀବ। ଜଳପଥରେ ବେଆଇନ ଭାବେ ପଶ୍ଚିମବଙ୍ଗ, ଦୀଘା, ବଳରାମଗଡ଼ି, କଷାଫଳ, ବାଲେଶ୍ୱର ଧାମରା ଆଦି ସମେତ ବିଦେଶୀ ମତ୍ସ୍ୟଜୀବୀମାନେ ଅବାଧରେ ପ୍ରବେଶକରି ମାଛ ମାରୁଛନ୍ତି। ସେମାନଙ୍କର ବଡ଼ ବଡ଼ ମାଛ ଧରା ବୋଟ୍‌ ଓ ଟ୍ରଲରଗୁଡ଼ିକ ବ୍ୟବହାର କରୁଥିବା ଗାଞ୍ଜ ଜାଲରେ ଅଲିଭ୍‌ ରିଡ୍‌ଲେ କଇଁଛଗୁଡ଼ିକ ପଡି ଅଣନିଃଶ୍ୱାସୀ ହୋଇ ଅକାଳରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହେଉଛି। ତେବେ ଏହି ତଟବର୍ତ୍ତୀ ହେନ୍ତାଳବଣଗୁଡ଼ିକରେ ବିଦେଶାଗତ ପକ୍ଷୀ ବସବାସ କରୁଥିବା ବେଳେ ବିଷ ଓ ଫାଶ ବସାଇ ଅନେକ ଶିକାରୀ ଶିକାର କରିଥିବା ନଜିର ରହିଛି। ବେଳ ଥାଉ ଥାଉ ଏହି ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ଓ ମହାକାଳପଡ଼ା ବନାଞ୍ଚଳ ଅଧୀନରେ ଥିବା ଲୁଣା ଜଙ୍ଗଲ ଅଞ୍ଚଳକୁ ସୁରକ୍ଷା କଡ଼ାକଡ଼ି କରାଯିବା ପାଇଁ ବିଭିନ୍ନ ମହଲରୁ ଦାବି ଜୋର୍‌ ଧରିଛି। ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଧିକାରୀ ଦେବାଶିଷ ଭୋଇଙ୍କୁ ପଚାରିବାରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବିଭାଗ ପକ୍ଷରୁ ପାଟ୍ରୋଲିଂ କଡ଼ାକଡି କରାଯାଉଛି। ଚଳିତ ବର୍ଷ ଜୁନ୍‌ ମାସଠାରୁ ଅଦ୍ୟାବଧି ସମୟ ମଧ୍ୟରେ ବେଆଇନ୍‌ ଚଳାଚଳ କରୁଥିବା ୨୫ରୁ ଅଧିକ ବୋଟ୍‌ ଓ ଟ୍ରଲରକୁ ସିଜ୍‌ କରାଯାଇଛି। ୨୦୦ରୁ ଅଧିକ ମତ୍ସ୍ୟଜୀବୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?