ଖ୍ରୀଷ୍ଟମାସ ସପ୍ତାହାନ୍ତକୁ ଓମିକ୍ରନ୍‌ ମାଡ଼: ବିଶ୍ୱରେ ୬,୩୦୦ ବିମାନ ବାତିଲ

ନ୍ୟୁୟର୍କ,୨୭।୧୨: ବର୍ଷ ୨୦୨୧ କ୍ୟାଲେଣ୍ଡର ପୃଷ୍ଠାରୁ ଅପସରିଯିବାକୁ ବସିଥିବାବେଳେ ଖ୍ରୀଷ୍ଟମାସକୁ ନେଇ ସାରା ବିଶ୍ୱ ଉତ୍ସବମୁଖର। ତେବେ ଲୋକଙ୍କ ହର୍ଷୋଲ୍ଲାସରେ ବ୍ରେକ୍‌ ଲଗାଇଛି କୋଭିଡ୍‌-୧୯ ମହାମାରୀ। ଦକ୍ଷିଣ ଆଫ୍ରିକୀୟ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ବିଶ୍ୱରେ ଅନୂ୍ୟନ ୬,୩୦୦ ବିମାନକୁ ବାତିଲ କରାଯାଇଥିବାବେଳେ ହଜାର ହଜାର ଫ୍ଲାଇଟ୍‌ ଚଳାଚଳ ବିଳମ୍ବିତ ହୋଇଛି। ବିମାନ ଚଳାଚଳ ଉପରେ ଟ୍ରାକିଂ କରୁଥିବା ‘ଫ୍ଲାଇଟ୍‌ ଏଓ୍ବାର ଡଟ୍‌ କମ୍‌’ ଓ୍ବେବ୍‌ସାଇଟ୍‌ରେ ରବିବାର ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।
ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଓମିକ୍ରନ୍‌ ଭାରିଆଣ୍ଟ ଖ୍ରୀଷ୍ଟମାସ ଛୁଟିଦିନ ପାଇଁ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କ ମୁଣ୍ଡବ୍ୟଥା ବଢ଼ାଇଦେଇଛି। କେବଳ ଖ୍ରୀଷ୍ଟମାସ
ଦିନ (ଶୁକ୍ରବାର) ସାରା ବିଶ୍ୱରେ ପ୍ରାୟ ୨,୪୦୦ ବିମାନ ଚଳାଚଳ ବାତିଲ ଓ ୧୧,୦୦୦ ଫ୍ଲାଇଟ୍‌ ବିଳମ୍ବିତ ହୋଇଥିଲା। ସେଥିରୁ ୮୭୦ଟି ବିମାନ ଆମେରିକାରୁ ବାହାରିଥାଆନ୍ତା କିମ୍ବା ଅନ୍ୟ ଦେଶରୁ ଉଡ଼ାଣ କରି ଆମେରିକାର ବିମାନବନ୍ଦରଗୁଡ଼ିକୁ ଆସିଥାଆନ୍ତା। ସେହିପରି ଶନିବାର ୨,୮୦୦ ବିମାନ ଉଡ଼ାଣ ବାତିଲ କରାଯାଇଥିବାବେଳେ ୮,୦୦୦ ଫ୍ଲାଇଟ୍‌ ବିଳମ୍ବିତ ହୋଇଥିଲା। ରବିବାର ମଧ୍ୟ ହଜାର ହଜାର ବିମାନ ଚଳାଚଳ ବନ୍ଦ ଓ ଉଡ଼ାଣରେ ବିଳମ୍ବ ହୋଇଛି। କୋଭିଡ୍‌ ସଂକ୍ରମିତ ହେବା ପରେ ପାଇଲଟ, ଫ୍ଳାଇଟ୍‌ ଆଟେଣ୍ଡାଣ୍ଟ ଓ ଅନ୍ୟ କର୍ମଚାରୀମାନଙ୍କୁ ଚିକିତ୍ସା କରାଯାଉଛି କିମ୍ବା କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ୁଛି। ଏଥିଯୋଗୁ ଲୁଫ୍‌ସାନା, ଡେଲ୍ଟା, ୟୁନାଇଟେଡ୍‌ ଏୟାରଲାଇନ୍ସ, ଜେଟ୍‌ବ୍ଲ୍ୟୁ ଭଳି କମ୍‌ ଷ୍ଟାଫ୍‌ ଥିବା ଅନେକ କ୍ୟାରିୟର୍‌ ନୂଆବର୍ଷର ଅବ୍ୟବହିତ ପୂର୍ବରୁ ଉଡ଼ାଣ କରିପାରି ନାହାନ୍ତି। ଚାଇନାର ଏୟାରଲାଇନ୍ସଗୁଡ଼ିକ ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। କୋଭିଡ୍‌ ସଂକ୍ରମଣ ବୃଦ୍ଧି ଯୋଗୁ କେବଳ ପୂର୍ବ ଚାଇନାରେ ୧,୦୦୦ ବିମାନ ଉଡ଼ାଣ କରିପାରିନାହିଁ। ଏଥିଲାଗି ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ଯାତ୍ରୀମାନଙ୍କୁ କ୍ଷମା ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ଦେଖାକରିବାକୁ ଆସିଥିଲେ, ହଠାତ୍‌ ମା’ ଆସିଯିବାରୁ…

ଭୁବନେଶ୍ୱର,୧୩।୭: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଜଳବାୟୁ ଟାୱାର ତଳୁ ଛାତ୍ରଙ୍କ ମୃତଦେହ ମିଳିବା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ବେଳେ ୧୦ମ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଛେଳି ଚରାଇବାକୁ ଯାଇଥିଲେ ଫଗନୁ: ପଛପଟୁ ଆକ୍ରମଣ କଲା ଭାଲୁ: ଆଉ ତା’ପରେ ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଝରିଗାଁ, ୧୩।୭(କିଶୋର ଚନ୍ଦ୍ର ମଣ୍ଡଳ): ଜଙ୍ଗଲ ନଷ୍ଟ, ହିଂସ୍ରଜନ୍ତୁ ଏବେ ଗାଁ ମୁହାଁ। ଖାଦ୍ୟ ଅନ୍ବେଷଣରେ ଥିବା ମାଇ ଭାଲୁ ଏବେ ରକ୍ତମୁଖା l ଏହା ଦେଖିବାକୁ…

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏମ୍‌ପି: ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ସୋମବାର ପରିଦର୍ଶନ କରିଥିଲେ। ଏହି ବ୍ଲକର ବୋରିଆ ଓ ଉତ୍କେଳା, ଆଦି ଗ୍ରାମ…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ଜିମ କେନ୍ଦ୍ର: ନିମ୍ନମାନର କାମ ନେଇ ତେଜୁଛି ଅସନ୍ତୋଷ

କେସିଙ୍ଗା, ୧୩.୭.(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା ପଖାନ ବନ୍ଦ ନିକଟରେ ଏକ ଖୋଲା ଜିମ କେନ୍ଦ୍ର ନିର୍ମାଣାଧୀନ ରହିଛି। ଖୋଲା…

୯୬୭ ଦିନ ପରେ ଭାରତୀୟ କ୍ରିକେଟ୍‌ରେ ଘଟିବାକୁ ଯାଉଛି ଏମିତି: ନିଆରା ଦୃଶ୍ୟ ଦେଖିବାକୁ ଚାହିଁରହିଛନ୍ତି ପ୍ରଶଂସକ

ନୂଆଦିଲ୍ଲୀ,୧୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଜୁଲାଇ ୧୪ରେ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ ଏପରି ଏକ ଦୃଶ୍ୟ…

ଭାରତର କିଛି ବି ବିଗାଡ଼ି ପାରିବେନି ଶତ୍ରୁ; ରୁଷିଆ ଦେଲା ଏଭଳି ଅଫର, ଚାଇନା-ପାକିସ୍ତାନ ଶିବିରରେ କମ୍ପନ

ମସ୍କୋ ,୧୩।୭: ଭାରତର ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରୁଷିଆ ଏକ ବଡ଼ ପ୍ରସ୍ତାବ ଦେଇଛି। ନିଜର ସବୁଠାରୁ ଆଡଭାନ୍ସ ଏୟାର ଡିଫେନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri