ଖ୍ରୀଷ୍ଟମାସ ସପ୍ତାହାନ୍ତକୁ ଓମିକ୍ରନ୍‌ ମାଡ଼: ବିଶ୍ୱରେ ୬,୩୦୦ ବିମାନ ବାତିଲ

ନ୍ୟୁୟର୍କ,୨୭।୧୨: ବର୍ଷ ୨୦୨୧ କ୍ୟାଲେଣ୍ଡର ପୃଷ୍ଠାରୁ ଅପସରିଯିବାକୁ ବସିଥିବାବେଳେ ଖ୍ରୀଷ୍ଟମାସକୁ ନେଇ ସାରା ବିଶ୍ୱ ଉତ୍ସବମୁଖର। ତେବେ ଲୋକଙ୍କ ହର୍ଷୋଲ୍ଲାସରେ ବ୍ରେକ୍‌ ଲଗାଇଛି କୋଭିଡ୍‌-୧୯ ମହାମାରୀ। ଦକ୍ଷିଣ ଆଫ୍ରିକୀୟ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ବିଶ୍ୱରେ ଅନୂ୍ୟନ ୬,୩୦୦ ବିମାନକୁ ବାତିଲ କରାଯାଇଥିବାବେଳେ ହଜାର ହଜାର ଫ୍ଲାଇଟ୍‌ ଚଳାଚଳ ବିଳମ୍ବିତ ହୋଇଛି। ବିମାନ ଚଳାଚଳ ଉପରେ ଟ୍ରାକିଂ କରୁଥିବା ‘ଫ୍ଲାଇଟ୍‌ ଏଓ୍ବାର ଡଟ୍‌ କମ୍‌’ ଓ୍ବେବ୍‌ସାଇଟ୍‌ରେ ରବିବାର ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।
ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଓମିକ୍ରନ୍‌ ଭାରିଆଣ୍ଟ ଖ୍ରୀଷ୍ଟମାସ ଛୁଟିଦିନ ପାଇଁ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କ ମୁଣ୍ଡବ୍ୟଥା ବଢ଼ାଇଦେଇଛି। କେବଳ ଖ୍ରୀଷ୍ଟମାସ
ଦିନ (ଶୁକ୍ରବାର) ସାରା ବିଶ୍ୱରେ ପ୍ରାୟ ୨,୪୦୦ ବିମାନ ଚଳାଚଳ ବାତିଲ ଓ ୧୧,୦୦୦ ଫ୍ଲାଇଟ୍‌ ବିଳମ୍ବିତ ହୋଇଥିଲା। ସେଥିରୁ ୮୭୦ଟି ବିମାନ ଆମେରିକାରୁ ବାହାରିଥାଆନ୍ତା କିମ୍ବା ଅନ୍ୟ ଦେଶରୁ ଉଡ଼ାଣ କରି ଆମେରିକାର ବିମାନବନ୍ଦରଗୁଡ଼ିକୁ ଆସିଥାଆନ୍ତା। ସେହିପରି ଶନିବାର ୨,୮୦୦ ବିମାନ ଉଡ଼ାଣ ବାତିଲ କରାଯାଇଥିବାବେଳେ ୮,୦୦୦ ଫ୍ଲାଇଟ୍‌ ବିଳମ୍ବିତ ହୋଇଥିଲା। ରବିବାର ମଧ୍ୟ ହଜାର ହଜାର ବିମାନ ଚଳାଚଳ ବନ୍ଦ ଓ ଉଡ଼ାଣରେ ବିଳମ୍ବ ହୋଇଛି। କୋଭିଡ୍‌ ସଂକ୍ରମିତ ହେବା ପରେ ପାଇଲଟ, ଫ୍ଳାଇଟ୍‌ ଆଟେଣ୍ଡାଣ୍ଟ ଓ ଅନ୍ୟ କର୍ମଚାରୀମାନଙ୍କୁ ଚିକିତ୍ସା କରାଯାଉଛି କିମ୍ବା କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ୁଛି। ଏଥିଯୋଗୁ ଲୁଫ୍‌ସାନା, ଡେଲ୍ଟା, ୟୁନାଇଟେଡ୍‌ ଏୟାରଲାଇନ୍ସ, ଜେଟ୍‌ବ୍ଲ୍ୟୁ ଭଳି କମ୍‌ ଷ୍ଟାଫ୍‌ ଥିବା ଅନେକ କ୍ୟାରିୟର୍‌ ନୂଆବର୍ଷର ଅବ୍ୟବହିତ ପୂର୍ବରୁ ଉଡ଼ାଣ କରିପାରି ନାହାନ୍ତି। ଚାଇନାର ଏୟାରଲାଇନ୍ସଗୁଡ଼ିକ ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। କୋଭିଡ୍‌ ସଂକ୍ରମଣ ବୃଦ୍ଧି ଯୋଗୁ କେବଳ ପୂର୍ବ ଚାଇନାରେ ୧,୦୦୦ ବିମାନ ଉଡ଼ାଣ କରିପାରିନାହିଁ। ଏଥିଲାଗି ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ଯାତ୍ରୀମାନଙ୍କୁ କ୍ଷମା ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri