ଭାକ୍ସିନ୍‌ ଅଭାବ ପୂରଣ ପାଇଁ ଗଡ଼କରୀଙ୍କ ନୂଆ ପରାମର୍ଶ: ୧୫-୨୦ ଦିନରେ ହେବ ସମସ୍ୟାର ସମାଧାନ…

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ରଚିଛି। ଏପରିସ୍ଥଳେ ଭାକ୍ସିନ୍‌ ଏବଂ କରୋନା ଔଷଧର ଅଭାବ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଦେଶରେ ସୃଷ୍ଟି ହୋଇଥିବା ଭାକ୍ସିନ୍‌ ଏବଂ କରୋନା ଔଷଧର ଅଭାବ ୧୫-୨୦ ଦିନ ମଧ୍ୟରେ ପୂରଣ ହୋଇପାରିବ। ଯଦି ଭାକ୍ସିନ୍‌ ପ୍ରସ୍ତୁତକାରୀ କମ୍ପାନୀ ଜଣଙ୍କୁ ଲାଇସେନ୍ସ୍‌ ନ ଦେଇ ୧୦ କମ୍ପାନୀକୁ ସ୍ବୀକୃତି ଦିଅନ୍ତେ ତେବେ ଏହି ସମସ୍ୟାର ସମାଧାନ ଶୀଘ୍ର ହୋଇ ପାରନ୍ତା। ଲାଇସେନ୍ସ୍‌ ଦିଆଯାଇଥିବା କମ୍ପାନୀଠାରୁ ଭାକ୍ସିନ୍‌ ପ୍ରସ୍ତୁତକାରୀ କମ୍ପାନୀ ରୟାଲିଟି ନେଇ ଏଭଳି କରିପାରିବେ। ଦେଶର ପ୍ରତି ରାଜ୍ୟରେ୨-୩ ଲ୍ୟାବ୍‌ ରହିଛି। ସେଠାରେ ଭାକ୍ସିନ୍‌ ପ୍ରସ୍ତୁତକାରୀ କମ୍ପାନୀର ଫର୍ମୂଲା ଆଧାରରେ ଆବଶ୍ୟକ ଔଷଧ ଏବଂ ଟିକାର ଡୋଜ୍‌ ପ୍ରସ୍ତୁତ ହୋଇ ପାରିବ ବୋଲି ସେ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା ସମୟରେ ଏଭଳି କହିଛନ୍ତି। ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଧ୍ୟ ଏହି ପରାମର୍ଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୧।୫: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ...

ଗୁଜରାଟ ଉପକୂଳରେ ୫ ପାକିସ୍ତାନୀ ବୋଟ୍‌ ଜବତ

ଗାନ୍ଧିନଗର,୧୨।୧୦: ଗୁଜରାଟ କଚ୍ଛ ଉପକୂଳରେ ୫ଟି ପାକିସ୍ତାନୀ ବୋଟ୍‌ ଜବତ କରାଯାଇଥିବା ସୂଚନା ମିଳିଛି। ବିଏସ୍‌ଏଫ୍‌ ଦ୍ୱାରା ଚାଲିଥିବା ସର୍ଚ୍ଚ ଅପରେଶନରେ ଏହି ସଫଳତା ମିଳିଛି।...

ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୩।୬: ସୁପ୍ରିମକୋର୍ଟଙ୍କ ଅନୁମତି ପରେ ପୁରୀରେ ମଙ୍ଗଳବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଯଥା ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଢେଙ୍କାନାଳରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି

ଢେଙ୍କାନାଳ ଅଫିସ, ୧୫।୫: ଢେଙ୍କାନାଳ ଜିଲାରେ ସୋମବାର ଆଉ ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

ଲକ୍‌ଡାଉନ୍‌ ନ ମାନି ୪ ଗିରଫ

ଦାରିଙ୍ଗବାଡ଼ି,୨୯।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ନେଇ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ...

୧୩୬ ବର୍ଷରେ ପ୍ରଥମଥର: ହାର୍ଭାର୍ଡ ଲ ରିଭ୍ୟୁର ଅଧ୍ୟକ୍ଷ ନିର୍ବାଚିତ ହେଲେ ଭାରତୀୟ ମୂଳ ବାସିନ୍ଦା ଅପସରା

ନୂଆଦିଲ୍ଲୀ/କେମ୍ବ୍ରିଜ,୭ ।୨: ଦେଶ ପାଇଁ ଗର୍ବର କଥା । ହାର୍ଭାର୍ଡ ଲ ସ୍କୁଲରେ ଦ୍ୱିତୀୟ ବର୍ଷର ଭାରତୀୟ-ଆମେରିକା ଛାତ୍ରୀ ଅପସରା ଅୟାରଙ୍କୁ ପ୍ରତିଷ୍ଠିତ ହାର୍ଭାର୍ଡ ଲ...

କରୋନା ଆକ୍ରାନ୍ତ ୨ ବିଧାୟକଙ୍କ ସହ କଥାହେଲେ ନବୀନ

ଭୁବନେଶ୍ୱର, ୧୧।୭(ବ୍ୟୁରୋ): ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଉଭୟ...

ଖାଦ୍ୟରୁ ମିଳିଲା ଅସରପା, ରେଲଓ୍ବେ ଖାଦ୍ୟ ସେବା ପ୍ରଦାନକାରୀଙ୍କୁ ୧ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୧୯।୧୨: ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ଭାରତୀୟ ରେଳବାଇ ପକ୍ଷରୁ ଦିଆଯିବା ଖାଦ୍ୟରେ ଏକ ଅସରପା ମିଳିଥିବା ଅଭିଯୋଗ ହୋଇଛି। ଏଥିରେ...

Advertisement
Archives

Model This Week