ଆଜି ଓଡ଼ିଶା ଆସୁଛନ୍ତି ଗଡକରୀ, ବହୁ ପ୍ରକଳ୍ପର ଶିଳାନ୍ୟାସ କରିବେ

ଭୁବନେଶ୍ୱର, ୧୭ା୪(ସୁନିତ୍‌ ମିଶ୍ର): ଓଡ଼ିଶାରେ ଏନ୍‌ଏଚ୍‌ଏଆଇର ଅନେକ ପ୍ରକଳ୍ପର ଶିଳାନ୍ୟାସ ଗୁରୁବାର କରାଯିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ପ୍ରାୟ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ। ରୋଡ୍‌ କନେକ୍ଟିଭିଟିରେ ଓଡ଼ିଶା ନମ୍ବର ୧ ହେବ ବୋଲି ଭାଜପା ସରକାର ଘୋଷଣା କରିଥିଲେ। ସେହି କ୍ରମରେ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର-ପୁରୀ, ମେରାଇନ୍‌ ଡ୍ରାଇଭ୍‌ ଓ ପୁରୀ-ସାତପଡ଼ା ରୋଡ୍‌ ପ୍ରଶସ୍ତ ହେବ। ଖୁବ୍‌ଶୀଘ୍ର ଆରମ୍ଭ ହେବ ଉପକୂଳ ରାଜପଥ କାମ। ରାଜ୍ୟ ପାଇଁ ଏମିତି କିଛି କିଛି ବଡ଼ ବଡ଼ ପ୍ରକଳ୍ପ ନେଇ ମନ୍ତ୍ରୀ ଗଡକରୀ ଆସୁଛନ୍ତି। ଏହା ଭିତରେ ୨୯ଶହ ୫ କୋଟି ଟଙ୍କାର ୧୩ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ରହିଛି। ୪୨୭ କୋଟି ଟଙ୍କାର ୪ ସିଆର୍‌ଆଇଏଫ୍‌ ବ୍ରିଜ୍‌ର ଭିତ୍ତିପ୍ରସ୍ତର ସ୍ଥାପନ, ୮୪୧ କୋଟି ଟଙ୍କାରେ ୪୪ କି.ମି. ବିଶିଷ୍ଟ ୨ଟି ଜାତୀୟ ରାଜପଥକୁ ଗଡକରୀ ଉଦ୍‌ଘାଟନ କରିବେ। ସେହିପରି ୧୪୪ କୋଟି ବ୍ୟୟରେ ଟିଟିଲାଗଡ଼ ଏନ୍‌ଏଚ୍‌-୫୯ରେ ବାଇପାସ୍‌ ରୋଡ୍‌, ୧୭୨ କୋଟି ବ୍ୟୟରେ ଧର୍ମଗଡଠାରେ ଏନ୍‌ଏଚ୍‌-୧୩୦ରେ ବାଇପାସ୍‌ ପ୍ରକଳ୍ପ ମଧ୍ୟ ରହିଛି। ଏହାସହ ୪୨୬ କୋଟି ଟଙ୍କା ବ୍ୟୟରେ ୪ଟି ହାଇଲେଭଲ୍‌ ବ୍ରିଜ୍‌, ୨୭୩ କୋଟି ବ୍ୟୟରେ ବରଗଡ଼-ଝାରସୁଗୁଡ଼ା ରାସ୍ତାରେ ମହାନଦୀ ଉପରେ ହାଇ ଲେଭଲ୍‌ ବ୍ରିଜ, ରାଉରକେଲା-ଘୁନ୍‌ସର ରାସ୍ତାରେ ତେଲ ନଦୀଠାରେ, କଳାହାଣ୍ଡିର ଖଣିଡ଼ାଙ୍ଗିରିଗୁଡ଼ା-ବାଙ୍କପାଳ ରାସ୍ତାର ହାତୀ ନଦୀ ଉପରେ ଏବଂ କେଶିଙ୍ଗା ଏବଂ ଭବାନୀପାଟଣା ରାସ୍ତାର ତେଲ ନଦୀ ଉପରେ ବ୍ରିଜ ହେବ। ଏହାଛଡ଼ା ଗଡକରୀ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଓଡ଼ିଶା ପକ୍ଷରୁ ଚଳିତ ବର୍ଷ ୨୮ ହଜାର କୋଟିର ଅନୁଦାନ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

ବନ୍ଧାହେଲେ କୋଟିପତି ଫରେଷ୍ଟର

ଭୁବନେଶ୍ୱର,୨୭।୧୨: କୋରାପୁଟ ଜିଲା ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri