ଜି୭ର ମିଥ୍ୟା ପ୍ରତିଶ୍ରୁତି

ଜେମ୍ସ କେ.ଗଲବ୍ରେଥ୍‌

ନିକଟରେ ଏକ ନିବନ୍ଧରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ୟୁନାଇଟେଡ୍‌ ଷ୍ଟେଟ୍‌ସ ୍‌ଏଜେନ୍ସି ଫର୍‌ ଇଣ୍ଟର୍‌ନ୍ୟାଶନାଲ ଡେଭଲପ୍‌ମେଣ୍ଟର ନୂଆ ପ୍ରଶାସକ ସାମଂଥା ପାଓ୍ବାରଙ୍କ ଉପରେ ଦି ନ୍ୟୁୟର୍କ ଟାଇମ୍ସ ମିଶେଲ ଗୋଲ୍ଡବର୍ଗ ଉଲ୍ଲେଖ କରିଛନ୍ତି ଯେ,କୋଭିଡ-୧୯ ବିରୋଧରେ ଆମେରିକା ବିଶ୍ୱର ଅନ୍ୟ ଦେଶଗୁୁଡ଼ିକୁ ଟିକାକରଣରେ ସାହାଯ୍ୟ କରିବାକୁ ଯାହା କରିଛି,ପାଓ୍ବାର ତାହା ଉପରେ ଠିକ୍‌ ଢଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆକଳନ ବା ବ୍ୟାଖ୍ୟ କରିଛନ୍ତି। ପାଓ୍ବାର ନିଜେ କହିଛନ୍ତି ଯେ, ଏହା ଏକ ଖୁବ ବାସ୍ତବ, ପରିଣାମମୁଖୀ କାର୍ଯ୍ୟକ୍ରମ । ପରିଣାମ ଭଲ ଆସିବ ବୋଲିି ଲାଗୁଥିଲା। ଜି୭ ସମ୍ମିଳନୀରେ ନିମ୍ନ ଓ ମଧ୍ୟମ ଆୟବର୍ଗର ଦେଶଗୁଡ଼ିକରେ ଟିକାକରଣ ପାଇଁ ଆମେରିକା ୫୦୦ ମିଲିୟନ ଟିକା ଯୋଗାଇ ଦେବାର ବାଇଡେନଙ୍କ ଘୋଷଣାକୁ ଗୋଲ୍ଡ୍ଡବର୍ଗ ବିଧିବଦ୍ଧ ଭାବେ ରିପୋର୍ଟ କରିଛନ୍ତି। ଗୋଲ୍ଡବର୍ଗଙ୍କ ଅନୁଯାୟୀ ଆମେରିକାର ଏହି ପଦକ୍ଷେପ ଟିକାକରଣ ଲାଗି ଅନ୍ୟ ଦେଶଗୁଡ଼ିକର ଯୋଗଦାନକୁ ବି ପ୍ରେରିତ କରିବ, ଯାହାଦ୍ୱାରା ଏହି ସବୁ ଦେଶଗୁଡ଼ିକୁ ୨୦୨୨ ସୁଦ୍ଧା ଏକ ବିଲିୟନ ଡୋଜ୍‌ ଯୋଗାଇ ଦେବା ନିଶ୍ଚତ ହୋଇପାରିବ। କିନ୍ତୁ ଘୋଷଣା ବ୍ୟତୀତ ଏମିତି କିଛି ଘଟିଲା ନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରକ୍‌ୃତରେ ଅଧିତ୍କ ୮୭୦ ମିଲିୟନ ଡୋଜ୍‌ ଦେବା ପାଇଁ ଏହା କଥା ଦେଇଥିଲା, ଏକ ବିଲିୟନ ପାଇଁ ନୁହେଁ। ୨୦୨୧ ଶେଷ ସୁଦ୍ଧା ଏହାର ପ୍ରାୟ ଅଧା ଯୋଗାଇ ଦେବାର ସଂକଳ୍ପ ନେଇଥିଲା। କହିବାକୁ ଗଲେ ୨୦୨୨ ସୁଦ୍ଧା କୋଭାକ୍ସ ଫ୍ୟାସିଲିଟି (ଗରିବ ଦେଶଗୁଡ଼ିକୁ ଟିକା ପାଇବାରେ ନିଶ୍ଚିତ କରିବାର ଅନ୍ତଃରାଷ୍ଟ୍ରୀୟ ପ୍ରକ୍ରିୟା ) କୁ ଅତି କମ୍‌ରେ ୪୩୫ ମିଲିୟନ ଅଧିକ ଟିକା ଡୋଜ ମିଳିବାର ଲକ୍ଷ୍ୟ ଥିତ୍ଲା। ଏପରି କି ଯେଉଁ ବିଲିୟନ ସଂଖ୍ୟକ ଟିକା କଥା କୁହାଯାଉଛି ,୨୦୨୨ରେ ଯଦି ତାହା ଆସେ ତେବେ ଏହା ସମୁଦ୍ରରେ ଏକ ଜଳବିନ୍ଦୁ ସଦୃଶ ହେବ। ଏହା ମଧ୍ୟ ଅପର୍ଯ୍ୟାପ୍ତ। ଡ୍ୟୁକ୍‌ ବିଶ୍ୱଦ୍ୟାଳୟର ଗାଭିନ ୟାମେ ଲାନସେଟ ଗ୍ରୁପ ପାଇଁ ଆସିଥିବା ସବୁ ପରିଣାମକୁ ଏକାଠି କରି କହିଛନ୍ତି ଯେ,ଧନୀ ଦେଶଗୁଡ଼ିକ ଏହି ସମୟରେ ସବୁଠୁ ଭୟଙ୍କର ମନୋଭାବ ପଦର୍ଶନ କରିଛନ୍ତି।
ଜି୭ର ପ୍ରତିବଦ୍ଧତା ବା ସଂକଳ୍ପ କେବଳ ଏକ ପ୍ରତିଶ୍ରୁତି। ଏହାକୁ ପୂରଣ କରିବାରେ ଜି ୭ର ଅତୀତର କାର୍ଯ୍ୟ ସମ୍ପାଦନ ଶୈଳୀ ଭଲ ନୁହେଁ। ଏବେ ବିଶ୍ୱକୁୁ ଟିକା ଯୋଗାଇ ଦେବା ହିଁ ତା’ର ଏକମାତ୍ର ଲକ୍ଷ୍ୟ ବୋଲି ଜି୭ ଘୋଷଣା କହୁଛି। ଏପରିକି ଜଣେ ବିଶ୍ୱାସ କରିବ ଯେ, ଜି୭ର ଏଭଳି ଘୋଷଣା ପୂରା ଠିକ୍‌। କିନ୍ତୁ ଏହା ଆଦୌ ସ୍ପଷ୍ଟ କିମ୍ବା ନିରପେକ୍ଷ ନୁହେଁ। ଏବେ ଆଫ୍ରିକା ଏବଂ ଭାରତ ଏମାନଙ୍କର ମୋଟ ପ୍ରାୟ ୨.୫ ବିଲିୟନ ଲୋକଙ୍କ ମଧ୍ୟରୁ ପାଖାପାଖିତ୍ ୩%ଙ୍କୁ ଟିକା ଦେଇଛନ୍ତି। ଏମିତି କାହିଁକି ହୋଇଛି। ୨୦୨୧ ଶେଷ ସୁଦ୍ଧା କେବଳ ଆମେରିକାର ୪.୭ ବିଲିୟନ ଡୋଜ୍‌ ଉପତ୍ାଦନ କରିବାର କ୍ଷମତା ରହିଛି। ଆମେରିକାର ଆବଶ୍ୟକ ଡୋଜ୍‌ ଠାରୁ ଏହା ୪ ବିଲିୟନ ବେଶି। ପୁନଶ୍ଚ ଆମ୍‌ନେଷ୍ଟି ଇଣ୍ଟର୍‌ନ୍ୟାଶନାଲ ଅନୁଯାୟୀ, ୨୦୨୧ ଶେଷ ସୁଦ୍ଧା ଆବଶ୍ୟକତାଠାରୁ ବଳକା ୩ ବିଲିୟନ ଟିକା ଜି୭ ପାଖରେ ରହିବ। ଏବେ ବଳକା ଡୋଜ୍‌ ଏବେ ଧନୀ ରାଷ୍ଟ୍ରଗୁଡ଼ିକ ପାଖକୁ ହିଁ ଯାଉଛି। ପ୍ରୋଗ୍ରେସିଭ ଇଣ୍ଟର୍‌ନ୍ୟାଶନାଲର ବର୍ଷା ଜି.ନେଲୁଟାଙ୍କ ରିପୋର୍ଟ ଅନୁଯାୟୀ ବୁଷ୍ଟର ଶଟ୍‌ ପାଇଁ ୟୁରୋପୀୟ ସଂଘକୁ ୧.୮ ବିଲିୟନ ଡୋଜ୍‌ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଏଥିରେ ରହିଛି। ଅଥଚ ଏହି ସମୟରେ ଧନୀ ଦେଶଗୁଡ଼ିକ ବାହାରେ ଏବେ କରୋନା ସଂକ୍ରମଣ ବ୍ୟାପକ କରିବା ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ଭୂତାଣୁକୁ ଯଦି ସମୂଳେ ନାଶ କରା ନ ଯାଏ,ତେବେ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ।
ଯାହା ଆମେ ଜାଣୁ କୌଣସି ଦେଶ କରୋନା ଭାଇରସକୁ ହରାଇବା ଲାଗି ଆବଶ୍ୟକ ଟିକା ପାଇପାରିନାହାନ୍ତି। ଅଧିତ୍କ ସମୟ ନଷ୍ଟ କଲେ ଭୟଙ୍କର ବିପଦ ମାଡିଆସିବ। କେବଳ ଗରିବ ଦେଶଗୁଡ଼ିକ ନୁହନ୍ତି ବରଂ ଅନ୍ୟମାନେ ବି ଏଥିରେ ଯେ ଭୀଷଣ କ୍ଷତିଗ୍ରସ୍ତ ନ ହେବେ ତାହା କେହି ନିଶ୍ଚିତ ଭାବେ କହିପାରିବେ ନାହିଁ। ଏହି ସମସ୍ୟା ସମାଧାନର ଏକ ଉପାୟ ହେଉଛି ଗଚ୍ଛିତ ଟିକା ଭଣ୍ଡାର ବିଶ୍ୱର ସବୁ ଦେଶକୁ ଦିଆଯାଉ। ଆମେରିକା ଭଳି ସେନା ଅଧୀନକୁ କିଛି ନିୟମ ଦିଆଯାଉ। ଦ୍ୱିତୀୟରେ ପାଶ୍ଚାତ୍ୟ ଟିକାଗୁଡ଼ିକ ଉପରେ ରହିଥିତ୍ବା ସଂରକ୍ଷିତ ପ୍ୟାଣ୍ଟେଟ ଛାଡ କରାଯାଉ ଓ ଯୋଗାଣ କଟକଣା ଦୂର କରାଯାଉ। ଏହାଦ୍ୱାରା ଏହି ଟିକା କମ୍ପାନୀଗୁଡ଼ିକ ଅନ୍ୟ ଦେଶରେ ଶୀଘ୍ର ଅଧିକ ଟିକା ଉପତ୍ାଦନ କରିପାରିବେ। ବିଶ୍ୱର ସର୍ବାଧିକ ଟିକା ଉପତ୍ାଦନକାରୀ ଦେଶ ଭାବେ କେବଳ ଭାରତ ଏବେ ଟିକା ଉପତ୍ାନର ସମସ୍ୟାକୁ ଦୂର କରିପାରିବ। ଏହା ମଧ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ନିଜର ଟିକା ଆବଶ୍ୟକତା ପୂରଣ କରିବା ସହ ଏସିଆ ଏବଂ ଆଫ୍ରିକା ଦେଶଗୁଡ଼ିକୁ ଟିକା ଯୋଗାଇ ଦେବ। କେବଳ ଏତିକି ନୁହେଁ ୨୦୨୨ ଶେଷ ସୁଦ୍ଧା ମହାମାରୀକୁ ଶେଷ କରିବା ପାଇଁ ଅଧିତ୍କ ଟିକା ଉପତ୍ାଦନ ହୋଇପାରିବ।
ମେ’ ପ୍ରାରମ୍ଭରେ ଟିକା ସହ କୋଭିଡ୍‌-୧୯ ପାଇଁ ଆବଶ୍ୟକ ଉପତ୍ାଦ ଯୋଗାଣ ଉପରେ ଲାଗୁ କରାଯାଇଥିବା ଟ୍ରେଡ ରିଲେଟେଡ୍‌ ଆସପେକ୍ଟସ୍‌ ଅଫ୍‌ ଇଣ୍ଟେଲେକ୍‌ଚୁଆଲ ପ୍ରପର୍ଟିି ରାଇଟସ୍‌କୁ ହଟାଇ ନେବା ଲାଗି ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦ୍ୱାରା ଆଗୁଆ ଦିଆଯାଇଥିବା ଏକ ପସ୍ତାବକୁ ବାଇଡେନ ପ୍ରଶାସନ ତା’ର ସମର୍ଥନ ଘୋଷଣା କରିଥିଲା। କିନ୍ତୁ କିଛି ଲାଭ ହେଲା ନାହିଁ। ଟିକାଗୁଡ଼ିକୁ ଆବିଷ୍କାର କରିବାକୁ ପ୍ରଚଳିତ ଗବେଷଣାକୁ ଆର୍ଥିକ ଓ ବ୍ୟବସାୟିକ ସମର୍ଥନ ଦେବା ସରକାରଙ୍କ କାମ, କୌଣସି ବଡ କମ୍ପାନୀଗୁଡ଼ିକର ନୁହେଁ। କମ୍ପାନୀଗୁଡ଼ିକର କେବଳ ପ୍ୟାଣ୍ଟେଟ ରହିଛି। ପ୍ୟାଣ୍ଟେଟ ନ ଥିତ୍ଲେ ସେମାନେ ଉପତ୍ାଦନ କରିବେ ନାହିଁ ବୋଲି ଯାହା କୁହାଯାଉଛି ତାହା ଅସଙ୍ଗତ। ଡିଫେନ୍ସ ପ୍ରଡକ୍‌ସନ ଆକ୍ଟରେ ଆମେରିକା ସରକାରଙ୍କ ଟିକା ଉପତ୍ାଦନ କରିବାକୁ ବାଧ୍ୟ କରିବାର କ୍ଷମତା ରହିଛି , ଯେଉଁଥିପାଇଁ ଶୀଘ୍ର ଅଧିକ ଟିକା ଉପତ୍ତ୍ାଦନ କରିବା ଲାଗି ଏହି ଆଇନକୁ ଉପଯୋଗ କରିସାରିଛି। ଆଉ ଏମିତି ଉପତ୍ାଦନ କରିଛି ଯେ, ତାହା ଭାରତର ଟିକା ଉପତ୍ାଦନରେ କମ୍‌ ସମୟ ପାଇଁ ବାଧା ଉପୁଜାଇଛିି। ଏବେ ଚାଇନା ଦିନକୁ ୧୦ ମିଲିୟନ କୋଟିି ଲୋକଙ୍କୁ ଟିକା ଦେଉଛି। ଏଭଳି ତୀବ୍ର ଗତିରେ ଟିକାକରଣ କରୁଥିତ୍ବାରୁ ଚଳିତ ବର୍ଷ ଶେଷ ସୁଦ୍ଧା ଏହା ସବୁ ଲୋକଙ୍କୁ ଟିକା ଦେଇଦେବ। ୨୦୨୨ରେ ଚାଇନା ବିଶ୍ୱ ପାଇଁ ୫ ବିଲିୟନ ଡୋଜ ଉପତ୍ାଦନ କରିପାରିବ। ଏହି ସଂଖ୍ୟକ ଟିକା ଏକାଠି ଭାରତ ଓ ଆଫ୍ରିକା ପାଇଁ ଯଥେଷ୍ଟ ହେବ। ସମ୍ପ୍ରତି ଚାଇନାର ଟିକା ଉପତ୍ାଦନକାରୀମାନେ ବିଶ୍ୱର ସବୁଆଡେ ଉପତ୍ାଦନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଶ୍ଚିତ ଅଛନ୍ତି। ବର୍ତ୍ତମାନ ଏହା ଇଜିପ୍ଟରେ ଆରମ୍ଭ ହୋଇଛି। ରୁଷିଆ ମଧ୍ୟ ଚଳିତ ବର୍ଷ ଭାରତରେ ୮୫୦ ମିଲିୟନରୁ ଅଧିକ ସ୍ଫୁଟନିକ-ଭି ଡୋଜ ଉପତ୍ାଦନ କରିବାକୁ ଯୋଜନା କରିଛି। ଏହି ସଂଖ୍ୟକ ଟିକା ସମ୍ପୂର୍ଣ୍ଣ ଜି୭ର ସଂକଳ୍ପ ସହ ପ୍ରାୟ ସମାନ। ରିପୋର୍ଟ ମୁତାବକ ଏହା ସତ ହୋଇପାରେ ଯେ,ଫାଇଜର ବାୟୋ ଏନ୍‌ ଟେକ୍‌, ମଡର୍ନା, ଆଷ୍ଟ୍ରାଜେନିକା, ଜନ୍‌ଶନ୍‌ ଆଣ୍ଡ ଜନ୍‌ଶନ୍‌ ଏବଂ ସ୍ଫୁଟନିକ୍‌ ଭି ଦ୍ୱାରା ଉପତ୍ାଦିତ ଟିକା ତୁଳନାରେ ଚାଇନାର ଟିକାଗୁଡ଼ିକ କମ୍‌ ପ୍ରଭାବୀ। କିନ୍ତୁ ବର୍ତ୍ତମାନ ପାଇଁ ସ୍ଥିତି କେଉଁ ଆଡେ ଗତି କରୁଛି,ତାହା ସ୍ପଷ୍ଟ ହୋଇଛି। ଆମେରିକା ଏବଂ ୟୁରୋପ କମ୍‌ ଟିକା ଦେଉଛନ୍ତି, ସେମାନଙ୍କ ଅତି ଧନୀ ବ୍ୟକ୍ତବିଶେଷଙ୍କୁ, ଫାମାସ୍ୟୁଟିକାଲ୍ସ ଲବିଗୁଡ଼ିକୁ ସୁରକ୍ଷା ପ୍ରଦାନ କରୁଛନ୍ତି। କିନ୍ତୁ ଅପରପକ୍ଷରେ ଚାଇନା ଏବଂ ରୁଷିଆ ଭିନ୍ନ ଚିନ୍ତାଧାରା ନେଇ ଆଗାଉଛନ୍ତି ଏବଂ ସେଗୁଡ଼ିକୁ ଭଲ ଭାବେ ଦୃଦୟଙ୍ଗମ କରିଛନ୍ତି। ଏଣୁ ମହାମାରୀର ମେରୁଦଣ୍ଡ ପୂରା ଭାଙ୍ଗିବାର ବହୁ ପୂର୍ବରୁ ବିଶ୍ୱ ନିକଟରେ କିଏ ବିଶ୍ୱସନୀୟ ଓ କିଏ ନୁହେଁ ତାହା ପ୍ରକାଶ ରହିବା ଦରକାର।
ମୁଁ ଏତିକି କହିବି ଯେ, ଏ ଘୋଷଣା ଅଭ୍‌ୂତପୂର୍ବ ଜଣାପଡୁଥିତ୍ଲେ ମଧ୍ୟ ଏହା ସେମିତି କିଛି ନୁହେଁ। ଏହା ଏକ ପ୍ରହେଳିକା। ଅତୀତର ଘଟଣାକୁ ଦେଖିଲେ ଏହା ସ୍ପଷ୍ଟ ହୋଇପାରିବ। ୧୯୪୭-୪୮ ଖାଦ୍ୟାଭାବ ଦେଖାଦେବାରୁ ଚେକୋସ୍ଲୋଭାକିଆର ବୈଦେଶିକ ମନ୍ତ୍ରୀ ଜାନ୍‌ ମାସାରିକ ଜାହାଜରେ ଖାଦ୍ୟ ପଠାଇବାକୁ ଆମେରିକାକୁ ଅନୁରୋଧ କରିଥିଲେ। କିନ୍ତୁ ଆମେରିକା ଏ ସମ୍ପର୍କରେ କିଛି ନିଷ୍ପତ୍ତି ନ ନେଇ ଦ୍ୱନ୍ଦ୍ୱରେ ରହିଥିଲା। ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରଖିଥିଲା। ପରେ ଚେକୋସ୍ଲୋଭାକିଆ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ କ୍ଲେମେଣ୍ଟ ଗୋଟଓ୍ବାଲ୍ଡ ଜୋଶେଫ ଷ୍ଟାଲିନଙ୍କୁ ଅନୁରୋଧ କରନ୍ତେ ସେ ୩୦୦, ୦୦୦ ଟନ ଗହମ ଟ୍ରେନରେ ପଠାଇଥିଲେ। ପରେ ୧୯୪୮ରେ ଚେକୋସ୍ଲୋଭାକିଆ ସମ୍ପୂର୍ଣ୍ଣ କମ୍ୟୁନିଷ୍ଟ ଅଧୀନକୁ ଆସିଥିଲା।
ୟୁନିଭର୍ସିଟି ଅଫ୍‌ ଟେକ୍ସାସ, ଅଷ୍ଟିନ


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri