Odisha Elections 2024

ବାଇଡେନ, ସୁନକ, ଅଲବନିଜ…ସମସ୍ତେ ମୋଦିଙ୍କ ସହ ସେୟାର କଲେ ନିଜ ଫଟୋ, ଏମିତି ନଜର ଆସିଲା ‘ବନ୍ଧୁତ୍ୱ’ର ରଙ୍ଗ

ନୁଆଦିଲ୍ଲୀ,୧୦।୯: ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତ ନେତାଙ୍କ ମଧ୍ୟରେ ଭାରତକୁ ନେଇ ଅନେକ କ୍ରେଜ ଦେଖା ଦେଇଥିଲା। ନେତାମାନେ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଏବେ ଜି-୨୦ର ଫଟୋ ସେୟାର କରିବା ଆରମ୍ଭ କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜି-୨୦ସହ ଜଡିତ ଅନେକ ପୋଷ୍ଟ କରିଥିଲେ ଏକ ପୋଷ୍ଟରେ ସେ ଲେଖିଛନ୍ତି ଯେ ଭାରତରେ ଆଉ ଏକ ଅର୍ଥପୂର୍ଣ୍ଣ ଦିନ ପାଇଁ ପ୍ରସ୍ତୁତ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ମଧ୍ୟ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆୟୋଜିତ ଏକ ସଫଳ ଜି -୨୦ ବୈଠକ ପରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବ୍ୟାପକ ଅର୍ଥନୈତିକ ସହଯୋଗ ଚୁକ୍ତିନାମା ସମାପ୍ତ ହୋଇଛି।
ମୋଦିଙ୍କ ସହ ଆନ୍ଥୋନୀ ଦୁଇଟି ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋ ସେଲଫି ଏବଂ ଅନ୍ୟ ଫଟୋରେ ଉଭୟ ବସି କଥାବାର୍ତ୍ତା ହେଉଥିବା ଦେଖାଯାଏ ।

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଉଭୟ ବସି ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ସୁନକ ଏକ ମଜାଦାର କ୍ୟାପସନ ଲେଖିଛନ୍ତି। ସେ ଲେଖିଛନ୍ତି, ଦୁଇ ଦେଶ, ଗୋଟିଏ ଅଭିଳାଷ। ଆମର ସହଭାଗୀ ମୂଲ୍ୟବୋଧ, ଆମ ଲୋକଙ୍କ ମଧ୍ୟରେ ସଂଯୋଗ ଏବଂ କ୍ରିକେଟ ପ୍ରତି ଆମର ଉତ୍ସାହର ମୂଳଦୁଆ।

ସୁନକଙ୍କ ବ୍ୟତୀତ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଜି -୨୦ର ନେତୃତ୍ୱ ପାଇଁ ମୁଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଉଛି, ଯାହା ବିଶ୍ୱସ୍ତରୀୟ ଆହ୍ବାନ ଉପରେ ଏକ ଉଚ୍ଚାଭିଳାଷୀ ଏଜେଣ୍ଡା ଆଣିଛି। ଏହି ଶିଖର ସମ୍ମିଳନୀର ସଫଳତାକୁ ସୁନିଶ୍ଚିତ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିଛୁ ଏବଂ ଦ୍ୱିପାକ୍ଷିକ ସଂପର୍କରେ ଏବଂ ଜି୭ର ଇଟାଲୀ ରାଷ୍ଟ୍ରପତିଙ୍କ ଦୃଷ୍ଟିରେ ମଧ୍ୟ ଆମେ ସମନ୍ବୟ ଜାରି ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଧକ୍କାରେ ୪୦ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ

ମୁମ୍ବାଇ, ୨୨।୫: ଏମିରେଟ୍‌ସ ଏୟାରଲାଇନ୍ସର ଏକ ବିମାନ ସହ ଧକ୍କା ହୋଇ ୪୦ରୁ ଅଧିକ ବିଦେଶୀ ପକ୍ଷୀଙ୍କ ମୃତ୍ୟୁ ହୋଇଯାଇଛି। ସୋମବାର ବିଳମ୍ବିତ ରାତିରେ ମୁମ୍ବାଇର...

ଆକାଶରେ ଆତଙ୍କ

ବ୍ୟାଙ୍କକ୍‌,୨୨ା୫: ଲଣ୍ଡନରୁ ସିଙ୍ଗାପୁରକୁ ଉଡ଼ାଣ କରୁଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ଯାତ୍ରାବେଳେ ଭୟଙ୍କର ଟର୍ବୁଲାନ୍ସର ସମ୍ମୁଖୀନ ହୋଇଛି। ଏଥିରେ ବ୍ରିଟେନ୍‌ର ଜଣେ ୭୩ ବର୍ଷୀୟ...

ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ଭାରତକୁ ପାଇଁ କାହିଁକି ଝଟ୍‌କା? ଜାଣନ୍ତୁ କାହାକୁ ହେବ ଲାଭ…

ଦୁବାଇ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜରବୈଜାନ ସୀମାନ୍ତ ପ୍ରାର୍ବତ୍ୟାଞ୍ଚଳରେ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପଛରେ ଘନ କୁହୁଡ଼ି...

୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…

ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍‌କି ବାର୍‌ ୪୦୦ ପାର୍‌’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା...

ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ,୨୧।୫: ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ଭାଜପା...

ସିସୋଡିଆଙ୍କୁ ବଡ଼ ଝଟ୍‌କା; ଇଡି-ସିବିଆଇ ମାମଲାରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଆମ୍‌ ଆଦମୀ ପାର୍ଟୀ ନେତା ମନୀଷ ସିସୋଡିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଉଭୟ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri