ବାଇଡେନ, ସୁନକ, ଅଲବନିଜ…ସମସ୍ତେ ମୋଦିଙ୍କ ସହ ସେୟାର କଲେ ନିଜ ଫଟୋ, ଏମିତି ନଜର ଆସିଲା ‘ବନ୍ଧୁତ୍ୱ’ର ରଙ୍ଗ

ନୁଆଦିଲ୍ଲୀ,୧୦।୯: ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତ ନେତାଙ୍କ ମଧ୍ୟରେ ଭାରତକୁ ନେଇ ଅନେକ କ୍ରେଜ ଦେଖା ଦେଇଥିଲା। ନେତାମାନେ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଏବେ ଜି-୨୦ର ଫଟୋ ସେୟାର କରିବା ଆରମ୍ଭ କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜି-୨୦ସହ ଜଡିତ ଅନେକ ପୋଷ୍ଟ କରିଥିଲେ ଏକ ପୋଷ୍ଟରେ ସେ ଲେଖିଛନ୍ତି ଯେ ଭାରତରେ ଆଉ ଏକ ଅର୍ଥପୂର୍ଣ୍ଣ ଦିନ ପାଇଁ ପ୍ରସ୍ତୁତ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ମଧ୍ୟ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆୟୋଜିତ ଏକ ସଫଳ ଜି -୨୦ ବୈଠକ ପରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବ୍ୟାପକ ଅର୍ଥନୈତିକ ସହଯୋଗ ଚୁକ୍ତିନାମା ସମାପ୍ତ ହୋଇଛି।
ମୋଦିଙ୍କ ସହ ଆନ୍ଥୋନୀ ଦୁଇଟି ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋ ସେଲଫି ଏବଂ ଅନ୍ୟ ଫଟୋରେ ଉଭୟ ବସି କଥାବାର୍ତ୍ତା ହେଉଥିବା ଦେଖାଯାଏ ।

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଉଭୟ ବସି ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ସୁନକ ଏକ ମଜାଦାର କ୍ୟାପସନ ଲେଖିଛନ୍ତି। ସେ ଲେଖିଛନ୍ତି, ଦୁଇ ଦେଶ, ଗୋଟିଏ ଅଭିଳାଷ। ଆମର ସହଭାଗୀ ମୂଲ୍ୟବୋଧ, ଆମ ଲୋକଙ୍କ ମଧ୍ୟରେ ସଂଯୋଗ ଏବଂ କ୍ରିକେଟ ପ୍ରତି ଆମର ଉତ୍ସାହର ମୂଳଦୁଆ।

ସୁନକଙ୍କ ବ୍ୟତୀତ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଜି -୨୦ର ନେତୃତ୍ୱ ପାଇଁ ମୁଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଉଛି, ଯାହା ବିଶ୍ୱସ୍ତରୀୟ ଆହ୍ବାନ ଉପରେ ଏକ ଉଚ୍ଚାଭିଳାଷୀ ଏଜେଣ୍ଡା ଆଣିଛି। ଏହି ଶିଖର ସମ୍ମିଳନୀର ସଫଳତାକୁ ସୁନିଶ୍ଚିତ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିଛୁ ଏବଂ ଦ୍ୱିପାକ୍ଷିକ ସଂପର୍କରେ ଏବଂ ଜି୭ର ଇଟାଲୀ ରାଷ୍ଟ୍ରପତିଙ୍କ ଦୃଷ୍ଟିରେ ମଧ୍ୟ ଆମେ ସମନ୍ବୟ ଜାରି ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

ଛୋଲେ-ଭଟୁରେ ତିଆରି କଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଫଟୋ ସେୟାର କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି…

ଭୋପାଳ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ଟଳିଲା ବଡ଼ ବିପଦ

ଭୋପାଳ/ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ (AI-୧୮୮୬) ଜୟପୁର ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ଉଡ଼ାଣ ସମୟରେ ବିମାନଟିକୁ ଜୟପୁରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ…

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ମଧ୍ୟରେ, ସୁନିତା ଆହୁଜା କରିବାକୁ ଯାଉଛନ୍ତି ଏମିତି କାମ ଯାହାକୁ ନେଇ ଉଠିପାରେ ବିରାଟ ଝଡ଼! କହିଲେ ଗଣେଶ ପୂଜା ସୁଦ୍ଧା…

ମୁମ୍ବାଇ,୧୩।୯: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଚାଲିଥିବା ମନୋମାଳିନ୍ୟ ସମ୍ପ୍ରତି ସୋସିଆଲ ମିଡିଆ ଏବଂ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚାର ବିଷୟ…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?