
ଜି.ଉଦୟଗିରି,୧୮ା୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ପୂର୍ତ୍ତ ବିଭାଗ ବଙ୍ଗଳାରେ ଅଚାନକ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଅଚାନକ ପହଞ୍ଚତ୍ଥିଲେ। ପୂର୍ତ୍ତ ବିଭାଗ ବଙ୍ଗଳାରେ କିଛି ସମୟ ରହିବା ପରେ ମନ୍ତ୍ରୀ ନାୟକ ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ ସର୍କି ଇକୋପାର୍କ ବୁଲି ଦେଖିଥିଲେ। ମୁକୁଲିଙ୍ଗିଆ କାଲିଗାଡୁ ହିଲଟପ ଗସ୍ତକରି ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ। ଉକ୍ତ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି। ମନ୍ତ୍ରୀଙ୍କ ଗସ୍ତ ସମୟରେ ବିଡିଓ ମନୋଜ ଦେବତା, ଭାଜପା ନଗର ସଭାପତି ଉଦେଶନ ପ୍ରଧାନ, ଲକ୍ଷ୍ମଣ ଆଚାର୍ଯ୍ୟ, ସନ୍ତୋଷ ମୁନୀ, ସୁସ୍ମିତା ଜେନା, ବସନ୍ତ ପ୍ରଧାନ, ମାନଗୋବିନ୍ଦ ପ୍ରଧାନ, ପ୍ରିୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ନାୟକ ଜି.ଉଦୟଗିରିର ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା, ରାସ୍ତା କଡ଼ରେ ବସୁଥିବା ଉଠା ପରିବା ବ୍ୟବସାୟୀଙ୍କ ପାଇଁ ଦୈନିକ ବଜାରର ବ୍ୟବସ୍ଥା କରିବାକୁ ବିଡିଓଙ୍କୁ ପରାମର୍ଶ ଦେଇଥିଲେ।