ଜି.ଉଦୟଗିରି, ୧୧ା୧(ଶିଶିର ପଟ୍ଟନାୟକ): କନ୍ଧମାଳନ୍ ଜିଲା ଜି.ଉଦୟଗିରି ସହରରେ ଚଳିତ ମାସ ୧ ତାରିଖରୁ ଶୀତ ଲହର ଜାରି ରହିଛି। ଶନିବାର ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ଗତ କିଛି ଦିନ ଧରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି ଜି. ଉଦୟଗିରି।
ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଗୁରୁବାର ୫.୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ଶୀତ ବଢ଼ି ଚାଲିଥିବାରୁ ଲୋକେ ଅସୁବିଧାରେ ପଡ଼ୁଛନ୍ତି । ଘନ କୁହୁଡ଼ି ଓ କୋହଲା ପବନ ଯୋଗୁ ଘରୁ ବାହାରକୁ ବାହାରିବା କଷ୍ଟକର ହେଉଛି।