ଜି-୭ ଓ ସର୍ବନିମ୍ନ ଟିକସ ହାର

ଡାନି ରୋଡ୍ରିକ

ବିଶ୍ୱ ଅର୍ଥବ୍ୟବସ୍ଥାରେ ବେଶ୍‌ ଆଗୁଆ ଦେଶଗୁଡ଼ିକ ୫ ଜୁନ୍‌ରେ ଏକ ଚୁକ୍ତି ଘୋଷଣା କରିଛନ୍ତି। ଏହା ବିଶ୍ୱର କର୍ପୋରେଟ୍‌ଗୁଡ଼ିକ ଉପରେ ଟ୍ୟାକ୍ସ ବା ଟିକସ ବୃଦ୍ଧି କରିବାରେ ସେମାନଙ୍କ କ୍ଷମତାର ଆଧାର ହେବ। ତଥାପି ଏହି ଚୁକ୍ତି ପାଇଁ ବିଶ୍ୱରୁ ଆହୁରି ଅଧିକ ଦେଶଗୁଡ଼ିକର ଓ୍ୟପଚାରିକ ସୀକୃତି ଆବଶ୍ୟକ।
ଏହି ଚୁକ୍ତିକୁ ଅଧିକ ପ୍ରଭାବୀ କରିବା ଲାଗି ଅନେକ ବିଷୟ ଉପରେ କାର୍ଯ୍ୟ କରିବାକୁ ବାକି ଅଛି। ନଚେତ ଏହାକୁ ଏ୍ୟତିହାସିକ ବୋଲି ବର୍ଣ୍ଣନା କରିହେବ ନାହିଁ। ଜି-୭ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ରହିଛି। ପ୍ରଥମେ ଏହା ବହୁ କର୍ପୋରେଟ ଉପରେ ୧୫% ଗ୍ଲୋବାଲ ମିନିମମ୍‌ ଟ୍ୟାକ୍ସ ବା ସରା ବିଶ୍ୱରେ ଏକ ସର୍ବନିମ୍ନ ଟିକସ ଲାଗୁ କରିବାର ପ୍ରସ୍ତାବ ରଖିଛି। ଦ୍ୱିତୀୟରେ କର୍ପୋରେଟ୍‌ଗୁଡ଼ିକର ବିଶ୍ୱସ୍ତରୀୟ ଲାଭର ଏକ ଅଂଶ ସେମାନେ ବ୍ୟବସାୟ କରୁଥିବା ଦେଶଗୁଡ଼ିକୁ ଦେବାର ପ୍ରସ୍ତାବ ରଖାଯାଇଛି। ଏଥିପାଇଁ ସେହି ଦେଶରେ କେବଳ ସେମାନଙ୍କର ମୁଖ୍ୟାଳୟ ରହିବା ଦରକାର ତାହା ନୁହେଁ,ଏହା ନ ଥିଲେ ବି ସେମାନଙ୍କୁ ଏଥିପାଇଁ ବିଚାରକୁ ନେବାକୁ ହେବ। ଏହି ଲକ୍ଷ୍ୟଗୁଡ଼ିକ କୌଣସି ହାଇପର୍‌ ଗ୍ଲୋବାଲାଇଜେଶନ ରୁଲ୍ସ ଭଳି ସ୍ପଷ୍ଟ ସଙ୍କେତ ପ୍ରଦାନ କରେ। ହାଇପର ଗ୍ଲୋବାଲାଇଜେଶନ ରୁଲ୍ସରେ ଦେଶଗୁଡ଼ିକ ଭଲ ଚୁକ୍ତି କରିବା ବା ଚୁକ୍ତିର ପୁନଃ ଲିଖନ ପାଇଁ ଗ୍ଲୋବାଲ କର୍ପୋରେଶନ ବା ବୈଶ୍ୱିକ ସହଯୋଗ ଦେବା ଲାଗି ପ୍ରତିଯୋଗିତା କରିବା ଉଚିତ। କିନ୍ତୁ ଆମେରିକା ଏଭଳି ନିୟମକୁ ବିରୋଧ କରିବା ଯୋଗୁ ବିଶ୍ୱ ଟିକସରେ ଏକମତ ହାସଲ କରିବାର ବ୍ୟବସ୍ଥା ପୂରା ବନ୍ଦ ହୋଇଯାଇଥିଲା। ଅନ୍ୟପକ୍ଷରେ ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କ୍ଷମତାକୁ ଆସିବା ପରେ ଏହାକୁ ଆଗକୁ ବଢ଼ାଇଲେ।
୧୯୮୦ରୁ ଲାଗୁ କର୍ପୋରେଟ ଟିକସ ହାର କମାଇବା ଦୌଡ ଆରମ୍ଭ ହୋଇଥିଲା। ସେବେଠାରୁ ଟିକସର ବୈଧାନିକ ରେଟ୍‌ ବା ହାର ପାଖାପାଖିତ୍ ୫୦%ରୁ ଖସି ୨୦୨୦ରେ ପ୍ରାୟ ୨୪%ରେ ରହିଛି। ଏମିତି ହେଲା ଯେ,ଅନେକ ଦେଶ ଭୁଲ ବାଟରେ ଗଲେ ଏବଂ ଟିକସ ଛାଡ଼ ନିୟମ ଯୋଗୁ ପ୍ରଭାବଶାଳୀ ଟିକସ ରେଟ୍‌ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚିଗଲା। ବିଶ୍ୱସ୍ତରୀୟ କର୍ପୋରେଟଗୁଡ଼ିକ ପିୟୋର ଟ୍ୟାକ୍ସ ହେଭେନ କୁହାଯାଉଥିତ୍ବା ବ୍ରିଟିଶ ଭର୍ଜିନ ଆଇଲାଣ୍ଡ, କୋମ୍ୟାନ ଆଇଲାଣ୍ଡ କିମ୍ବା ବରମୁଣ୍ଡାକୁ ଏହାର ଲାଭରୁ କିଛି ଅଂଶ ଦେବାରେ ଅଧିତ୍କ କ୍ଷତି ହେଲା। ଏପରି କି ସେଠାରେ ଏହି କର୍ପୋରେଟ୍‌ଗୁଡ଼ିକର ବାସ୍ତବରେ କୌଣସି ଆଖିଦୃଶିଆ ବ୍ୟବସାୟ ଚଳାଉ ନ ଥିତ୍ଲେ ବି ଏହା କରିବାକୁ ପଡ଼ିଲା। ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆର ଗ୍ରାବିଲେ ଜୁକ୍‌ମ୍ୟାନଙ୍କ ଆକଳନ ଅନୁଯାୟୀ,ଆମେରିକାରେ କର୍ପୋରେଶନଗୁଡ଼ିକର ବୈଦେଶିକ ଲାଭର ଏକ ସିଂହଭାଗ ଟ୍ୟାକ୍ସ ହେଭେନଗୁଡ଼ିକରେ ବ୍ୟବସ୍ଥିତ କରାଗଲା, ଯେଉଁଠି କି ସେମାନେ ଅଳ୍ପ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରଶାସନିକ ସୁଗମତାକୁ ନେଇ ଉଠୁଥିତ୍ବା ପ୍ରଶ୍ନ କଥା ଛାଡ। ଏହା ବାଦ୍‌ ଆମେରିକାର ନୂଆ ସରକାର ଚୁକ୍ତିର ଦୁଇଟି ସିଦ୍ଧାନ୍ତକୁ ନେଇ ବିରୋଧର ସମ୍ମୁଖୀନ ବି ହୋଇପାରନ୍ତି। ଟ୍ୟାକ୍ସ ଜଷ୍ଟିସ କର୍ପୋରେଟଗୁଡ଼ିକ ବୈଶ୍ୱିକ ସର୍ବନିମ୍ନ ୧୫% ଟିକସକୁ ଅତି କମ୍‌ ବୋଲି ସମାଲୋଚନା କରିବାକୁ ଆଗେଇ ଆସିବେ। ଏହାସହ ବହୁ ବିକାଶଶୀଳ ଦେଶ ଏହି ଟିକସ ରେଟ୍‌କୁ ଏକ ଅନୁଚିତ ସୀମା ବା କଟକଣା ବୋଲି କହି ଦୋଷ ଲଦିବେ। ଏହି ବ୍ୟବସ୍ଥା ନିବେଶକୁ ଆକର୍ର୍ଷିିତ କରିବାରେ ବାଧା ଦେବ। ବିକାଶଶୀଳ ଦେଶଗୁଡ଼ିକ ମଧ୍ୟରେ କେବଳ ଆୟର୍ଲାଣ୍ଡର ବୈଧାନିକ ଟିକସ ୧୨.୫%, ଯାହା ପ୍ରସ୍ତାବିତ ସର୍ବନିମ୍ନ ହାର ଠାରୁ କମ୍‌। କିନ୍ତୁ ଛୋଟ ଛୋଟ ଦେଶ ଯଥା; ମାଲ୍‌ଡୋଭା (୧୨%), ପାରାଗୁଏ (୧୦%), ଉଜ୍‌ବେକିସ୍ତାନ (୭.୫%) ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବା ଲାଗି ଜାଣିଶୁଣି ସେମାନଙ୍କ ଟ୍ୟାକ୍ସ ରେଟ୍‌ କମ୍‌ କରିଛନ୍ତି। ଏହି ନିବେଶକୁ ସେମାନେ ଗୁଣବତ୍ତା ନିଯୁକ୍ତି ଓ ଆଧୁନିକ ପ୍ରଯୁକ୍ତିର ମୁଖ୍ୟ ଉତ୍ସ ଭାବେ ବିଚାର କରୁଛନ୍ତି। ଅଣସ୍ବାସ୍ଥ୍ୟ ନିବେଶ କ୍ଷେତ୍ରରେ କମ୍‌ ଟିକସର ତତ୍‌କାଳୀକ ବ୍ୟବସ୍ଥାରେ କମ୍ପାନୀଗୁଡ଼ିକ ସମ୍ମୁଖୀନ ହେଉଥିତ୍ବା କ୍ଷତିକୁ ଭରଣା କରାଯାଇପାରିବ ବୋଲି ସେମାନେ ମନେକରନ୍ତି। ଏହା ବ୍ୟତୀତ କିଛି ଏସୀୟ ଦେଶ , ଉଦାହରଣ ସ୍ବରୂପ ସିଙ୍ଗାପୁର (ଯେଉଁଠି ବୈଧାନିକ ଟ୍ୟାକ୍ସ ରେଟ୍‌ ୧୭% ହୋଇଥିଲେ ବି ସେଠାରେ କେତେକ ବିଜ୍‌ନେସ ପାଇଁ କମ୍‌ ଟିକସ ରେଟ୍‌ ଲାଗୁ କରାଯାଇଛି)ରେ ସର୍ବନିମ୍ନ ଟିକସର ଭୁଲ୍‌ ସମର୍ଥନକୁ ଶେଷ କରିଦେଇପାରେ। କର୍ପୋରେଟ ଟିକସ ନିର୍ଦ୍ଧାରଣ ଉପରେ ଏକ ସାଧାରଣ ସ୍ତର ଲାଗୁ କରାଯିବାକୁ ନେଇ ବିତର୍କ ମଜଭୁତ ହୋଇଛି। କିନ୍ତୁ ଏହି ଦେଶଗୁଡ଼ିକ ଏଭଳି ବ୍ୟବସ୍ଥାକୁ ପସନ୍ଦ କରୁଥିବାବେଳେ ବି ସେମାନେ ଏକ ଦ୍ୱନ୍ଦ୍ୱ ପରିସ୍ଥିତିରୁ ଦୂରେଇ ରହିବାକୁ ଚାହଁୁଛନ୍ତି। ଏହାର ଏକମାତ୍ର କାରଣ ହେଉଛି, ଦେଶରୁ ପୁଞ୍ଜି ଅନ୍ୟତ୍ର ଚାଲି ନ ଯିବା ପାଇଁ ଚାହଁୁଛନ୍ତି।
ଟ୍ୟାକ୍ସ ରେଟ୍‌ କମାଇବା ବ୍ୟବସ୍ଥା ଅଧିକାଂଶ ବିକଶିତ ଦେଶ ପାଇଁ ପ୍ରଯୁଜ୍ୟ ହୋଇପାରେ, କିନ୍ତୁ ସମସ୍ତଙ୍କ ଲାଗି ନୁହେଁ। ଯଥା; ଆୟର୍ଲାଣ୍ଡ, ନେଦର୍‌ଲାଣ୍ଡ ଏବଂ ସିଙ୍ଗାପୁର ଭଳି ଦେଶରେ ଏହା କେବେ ସମ୍ଭବ ହେବ ନାହିଁ। କିନ୍ତୁ ବିକାଶ ଏବଂ ଅନ୍ୟ କାର୍ଯ୍ୟରେ ଟିକସ ସ୍ତରକୁ ଲକ୍ଷ୍ୟ କଲେ ବିରାଟ ପ୍ରଭେଦ ରହିଥିବା ମନେହେଉଛି। ଜଣଙ୍କ ପାଇଁଏହା ଯୁକ୍ତିଯୁକ୍ତ ହୋଇପାରେ କିନ୍ତୁ ଅନ୍ୟର ଅଭିବୃଦ୍ଧିରେ ଏହା ବାଧା ସୃଷ୍ଟି କରିବ।
ଗରିିବ ଦେଶଗୁଡ଼ିକ କମ୍‌ ଟ୍ୟାକ୍ସ୍‌ ରେଟ୍‌ ବ୍ୟବସ୍ଥିତ କରିଥିବାରୁ ଟ୍ୟାକ୍ସ ରେଭିନ୍ୟୁ ବା ରାଜସ୍ବ ହରାଇବାର ସମ୍ଭାବନା ରହିଛି। ଏଣୁ ଏହାକୁ ନେଇ ଆମେରିକା ଏବଂ ଉଚ୍ଚ ଟ୍ୟାକ୍ସ ଲାଗୁ କରୁଥିବା ୟୁରୋପୀୟ ଦେଶଗୁଡ଼ିକ ନିଶ୍ଚିତ ଅଭିଯୋଗ କରିବେ। କିନ୍ତୁ ଏହି ଦେଶଗୁଡ଼ିକୁ ସେମାନଙ୍କ ଦେଶରେ ଥିବା କମ୍ପାନୀଗୁଡ଼ିକ ଉପରେ ଏକତରଫା ଉଚ୍ଚ ହାରର ଟିକସ ଲାଗାଇବାରେ କୌଣସି ବାଧା ନାହିଁ। ଘରୋଇ କମ୍ପାନୀଗୁଡ଼ିକର ବୈଶ୍ୱିକ ଲାଭ ଲାଗି ସେମାନେ ଏଭଳି ଟ୍ୟାକ୍ସ ବ୍ୟବସ୍ଥା ଲାଗୁ କରିପାରନ୍ତି। ସେମାନେ ଘରୋଇ ମାର୍କେଟରୁ ପାଇବାକୁ ଥିତ୍ବା ରାଜସ୍ବ ଶେୟାରର ଅନୁପାତରେ ଏହା କରିପାରନ୍ତି। ଜୁକ୍‌ମ୍ୟାନ ଦାବି କରିଛନ୍ତି ଯେ, ବୈଶ୍ୱିକ ଏକମତ କିମ୍ବା ସହଯୋଗ ବିନା ପ୍ରତ୍ୟେକ ଦେଶ ଏହା କରିପାରିବେ। ଜି-୭ ପରିକଳ୍ପନା କରିଥିତ୍ବା ଦ୍ୱିତୀୟ ଦିଗଟି ଠିକ୍‌ଠାକ୍‌ ଲାଗୁଛି। ଏହି ଚୁକ୍ତିରେ ଅତି କମ୍‌ରେ ୧୦% ପ୍ରଫିଟ୍‌ ମାର୍ଜିନ ଥିବା ବୃହତ୍‌ ବହୁ ରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ସେମାନଙ୍କ ବୈଶ୍ୱିକ ଲାଭର ୨୦% ସେମାନେ ଉପତ୍ାଦ ବିକ୍ରିକରୁଥିବା ଏବଂ ସେବା ଯୋଗାଇ ଦେଉଥିତ୍ବା ଦେଶଗୁଡ଼ିକୁ ଆବଣ୍ଟନ କରିବାକୁ ହେବ। ଆମେରିକା ଏକ ଜାତୀୟ ଆବଣ୍ଟନ ସହ ବୈଶ୍ୱିକ ସର୍ବନିମ୍ନ ଟିକସ ହାରକୁ ପସନ୍ଦ କରିବାର କାରଣ ହେଉଛି, ଅନ୍ୟ ଦେଶଗୁଡ଼ିକର ଫାର୍ମଗୁଡ଼ିକ ଉପରେ ଅଧିକ ଟିକସ ଲଗାଇ ତା’ଦେଶରେ କର୍ପୋରେଟଗୁଡ଼ିକୁ କ୍ଷତି ପହଞ୍ଚାଇବା ଲାଗି ସେ ଚାହଁୁ ନାହାଁି। କିନ୍ତୁ ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ଗରିବ ଦେଶଗୁଡ଼ିକର ଆକାଂକ୍ଷାରୁ ଭିନ୍ନ ନୁହେଁ ଯେଉଁଥିରେ ସେମାନେ କମ୍‌ ଟିକସ ହାରରେ ନିବେଶକଙ୍କୁ ଆକର୍ଷିତ କରିପାରୁଛନ୍ତି। ଯଦି ଆମେରିକା ଏହାକୁ ଲାଗୁ କରି ଜିତି ପୁଣି ପରେ ହାରିଯାଏ, ତେବେ ଏହା କ୍ଷମତା ଯୋଗୁ ହିଁ ହେବ, ଆର୍ଥିକ ନୀତି କାରଣରୁ ନୁହେଁ।
ବାଇଡେନ୍‌ ପ୍ରଶାସନ ଆରମ୍ଭରୁ ବୈଶ୍ୱିକ ସର୍ବନିମ୍ନ ଟିକସ ସ୍ତର ୨୧%ରେ ସ୍ଥିର କରାଯାଉ ବୋଲି ଚାହିଁଥିଲା। କିନ୍ତୁ ଅନ୍ତିମ ବୁଝାମଣାରେ ଯେଉଁ ୧୫% ସ୍ଥିର କରାଯାଇଛି ତାହା ଗରିବ ଦେଶଗୁଡ଼ିକର ଚାପକୁ ଯଥେଷ୍ଟ କମାଇପାରିବ ଓ ଏହି ଦେଶଗୁଡ଼ିକୁ ଚୁକ୍ତିରେ ସ୍ବାକ୍ଷର କରିବାକୁ ଅନୁମତି ଦେବ। ଏହି ଘଟଣାରେ ବୈଶ୍ୱିକ ନୀତି ଏବଂ ଜାତୀୟ ସାର୍ବଭୌମତ୍ୱ ମଧ୍ୟରେ ଥିବା ସମନ୍ବୟ ସାମାନ୍ୟ ପ୍ରଭାବିତ ହୋଇପାରେ। ଆମେରିକା ଭଳି ଦେଶରେ କମ୍‌ ଟ୍ୟାକ୍ସ ରାଜସ୍ବ ଯୋଗୁ ହୁଏତ ଏଭଳି ପରିସ୍ଥିତି ଆସିବ।
ଯଦି ଜି-୭ ଆବଣ୍ଟନର ଦ୍ୱିତୀୟ ସିଦ୍ଧାନ୍ତକୁ ମଜଭୁତ କରା ନ ଯାଏ ତେବେ ଏଭଳି ଘଟିବ। ବୈଶ୍ୱିକ ବ୍ୟବସ୍ଥା ପ୍ରତ୍ୟେକ ଦେଶକୁ ସେମାନଙ୍କ ନିଜର ଟିକସ ବ୍ୟବସ୍ଥା ଗଠନ କରି ତାହାକୁ ଲାଗୁ କରିବା ଲାଗି ସେମାନଙ୍କ ଦକ୍ଷତା ବୃଦ୍ଧି କରିଛି। ସେମାନଙ୍କ ନିଜସ୍ବ ଆବଶ୍ୟକତା ଏବଂ ପସନ୍ଦକୁ ଦୃଷ୍ଟିରେ ରଖି ସେମାନେ ଏହା କରିପାରବେ। ଏହା ଅନ୍ତଃରାଷ୍ଟ୍ରୀୟ ଟ୍ୟାକ୍ସ ଏକୀକରଣ ଦ୍ୱାରା କରାଯାଉଥିବା ପ୍ରୟାସଠାରୁ ଅଧିତ୍କ ମଜଭୁତ ଏବଂ ସ୍ଥାୟୀ ହେବାର ସମ୍ଭାବନା ରହିଛି। ଏବେ ସ୍ପଷ୍ଟ ହୋଇଛି ଯେ, ଯେଉଁମାନେ ପିୟୋର ଟ୍ୟାକ୍ସ ହେଭେନ ସଞ୍ଚାଳନ କରୁଛନ୍ତି ସେମାନେ କେବଳ ନୂଆ ପୁଞ୍ଜି ନ ଆଣି ପେପର ପ୍ରଫିଟ ଶିଫ୍ଟ କରିବାରେ ଆଗ୍ରହୀ ଅଛନ୍ତି। ସେମାନଙ୍କର ଏହା ଉପରେ କମ୍‌ ଅଭିଯୋଗ ରହିଛି। ସେମାନେ ବୈଶ୍ୱିକ ସମନ୍ବୟର ବଡ଼ ସେବା କରି ଆସୁଛନ୍ତି। ଆର୍ଥିକ ନୀତି ଆଣି ନିଜର ଲାଭ କରିବା ସହ ପଡ଼ୋଶୀ ଦେଶଗୁଡ଼ିକର କ୍ଷତି କରିବା ଭଲି କାର୍ଯ୍ୟକୁ ବାଧା ଦେବାରେ ଏକ ବୈଶ୍ୱିକ ନୀତି ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ। ଜି-୭ ଚୁକ୍ତି ଠିକ୍‌ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ପ୍ରଫେସର, ଇଣ୍ଟର୍‌ନ୍ୟାଶନାଲ ପଲିଟିକାଲ ଇକୋନୋମି
(ଜନ୍‌. ଏଫ୍‌.କେନେଡି ସ୍କୁଲ୍‌ ଅଫ୍‌ ଗଭର୍ନମେଣ୍ଟ,ହାର୍ଭାର୍ଡ ୟୁନିଭର୍ସିଟି)


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri