Posted inଫୁରସତ

ସୂର୍ଯ୍ୟମୂଖୀ କାହିଁକି ହୁଏ ସୂର୍ଯ୍ୟମୁହାଁ? ଜାଣନ୍ତୁ…

ସୂର୍ଯ୍ୟମୁଖୀ ଏକ ସୁନ୍ଦର ଫୁଲ। ଏମିତିରେ ତ ସବୁ ଫୁଲ ସୁନ୍ଦର, ହେଲେ ଏହି ଫୁଲର ଅଛି ଏକ ବିଶେଷତ୍ୱ। ସେ ହେଉଛି ଏହା ସବୁବେଳେ ସୂର୍ଯ୍ୟମୁହାଁ ହୋଇ ରହେ। ସୂର୍ଯ୍ୟ ଯେଉଁ ଦିଗକୁ ଗତି କରନ୍ତି ଫୁଲର ମୁହଁ ସେଇ ଦିଗକୁ ରହେ। ତେବେ କେବେ ଭାବିଛନ୍ତି ଏହା ସମ୍ଭବ କେମିତି ହୁଏ? ଜାଣନ୍ତୁ ସେ ସମ୍ପର୍କରେ..
ସୂର୍ଯ୍ୟମୁଖୀ ! ନାଁରୁ ହିଁ ଜଣାଯାଏ ତା’ର ସ୍ବତନ୍ତ୍ରତା। ସୂର୍ଯ୍ୟଙ୍କୁ ମୁଖ କରି ରହେ ଯେଉଁ ଫୁଲ ସେ ହେଉଛି ସୂର୍ଯ୍ୟମୁଖୀ। ଏହି ଫୁଲ ଶୀତଋତୁ ଅପେକ୍ଷା ଗ୍ରୀଷ୍ମଋତୁରେ ଅଧିକ ଫୁଟେ। ଯେଉଁଠି ୬ ଘଣ୍ଟାରୁ ଅଧିକ ସମୟ ଖରା ରହେ ସେଠି ଏହି ଫୁଲ ଭଲ ହୁଏ। ପ୍ରଖର ଖରା ହେଉଥିବା ସ୍ଥାନରେ ହିଁ ସୂର୍ଯ୍ୟମୁଖୀ ଫୁଲର ଭଲ ବିକାଶ ହୁଏ। ଯେବେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି ସେତେବେଳେ ଏହି ଫୁଲର ମୁହଁ ପୂର୍ବ ଦିଗକୁ ହୋଇ ରହେ। ଏହାପରେ ପରେ ସୂର୍ଯ୍ୟଙ୍କର ଗତି ଯେଉଁ ଦିଗକୁ ହୁଏ ଫୁଲର ମୁହଁ ବି ସେଇ ଦିଗ ଆଡକୁ ଗତି କରେ। ସୂର୍ଯ୍ୟମୁଖୀର ନୂଆ ଫୁଲ, ପୁରୁଣା ଫୁଲ ଅପେକ୍ଷା ଅଧିକ ଭଲରେ ସୂର୍ଯ୍ୟଙ୍କ ଦିଗ ସହ ଗତି କରିପାରେ। ତେବେ ଏଭଳି ହେବା ପଛର ମୁଖ୍ୟ କାରଣ ହେଉଛି ହେଲିଓ ଟ୍ରାପିଜମ୍‌। ବୈଜ୍ଞାନିକଙ୍କ କହିବାନୁସାରେ ସୂର୍ଯ୍ୟମୁଖୀର ଏଭଳି ସୂର୍ଯ୍ୟମୁହାଁ ହେବା ହେଲିଓ ଟ୍ରାପିଜମ୍‌ କାରଣରୁ ହୋଇଥାଏ। ତେଣୁ ସନ୍ଧ୍ୟା ବେଳକୁ ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ହେବା ସହ ସୂର୍ଯ୍ୟମୁଖୀର ମୁହଁ ପଶ୍ଚିମ ଦିଗକୁ ହୋଇଯାଏ। ହେଲେ ରାତିରେ ଏହି ଫୁଲ ଦିଗ ବଦଳାଇ ପୁଣିଥରେ ପୂର୍ବ ଦିଗକୁ ହେଇଯାଏ। ଆଉ ପରଦିନ ସକାଳର ସୁରୁଜ ଅପେକ୍ଷାରେ ରହେ। ଏହି ପ୍ରକ୍ରିୟା ଲଗାତାର ଲାଗିରହେ। ମନରେ ଏବେ ପ୍ରଶ୍ନ ଉଠୁଥିବ ଏହି ହେଲିଓ ଟ୍ରାପିଜମ୍‌ ପ୍ରକୃତରେ କ’ଣ? ଯେମିତି ମଣିଷ ଭିତରେ ଏକ ବାୟୋଲୋଜିକାଲ କ୍ଲକ ଥାଏ, ସେହିଭଳି ସୂର୍ଯ୍ୟମୁଖୀ ଫୁଲର ବି ଏକ ସ୍ବତନ୍ତ୍ର ପ୍ରକାରର ବ୍ୟବସ୍ଥା ଥାଏ, ଯାହାକି ହେଲିଓ ଟ୍ରାପିଜମ୍‌ ନାମରେ ପରିଚିତ। ଏହା ସୂର୍ଯ୍ୟଙ୍କୁ ଡିଟେକ୍ଟ କରି ଫୁଲକୁ ସେହି ଦିଗକୁ ମୋଡିବା ଲାଗି ପ୍ରେରିତ କରେ ଯେଉଁ ଦିଗରେ ସୂର୍ଯ୍ୟ ଥାଆନ୍ତି। ଏକ ଗବେଷଣାରୁ ଏହା ବି ଜଣାପଡ଼ିଛି ଯେ, ଫୁଲ ରାତିରେ ଆରାମ କରନ୍ତି ଓ ସକାଳେ ସୂର୍ଯ୍ୟ ପଡ଼ିଲେ ଏମାନେ ସକ୍ରିୟ ହୋଇଯାଆନ୍ତି। ସୂର୍ଯ୍ୟ କିରଣ ଯେତେଯେତେ ପ୍ରଖର ହୁଏ ସୂର୍ଯ୍ୟମୁଖୀ ଫୁଲର ସକ୍ରିୟତା ବି ସେହିଭଳି ବଢିଚାଲେ। ଏହି ପ୍ରକ୍ରିୟା ହେଲିଓ ଟ୍ରାପିଜମ୍‌ ପ୍ରକ୍ରିୟା ଦ୍ୱାରା ସମ୍ଭବ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?