Posted inଫୁରସତ

ଇଜ୍ୟା ପାଇଁ ପରିଚିତା ପାରମିତା

ସ୍କୁଲ ବୟସରୁ ହିଁ ସେ ଗପ, କବିତା ଲେଖିବା ଆରମ୍ଭ କରିଥିଲେ। ପରେ ପରେ ଓଡ଼ିଆ ଓ ହିନ୍ଦୀ ଭାଷାରେ କବିତା ଲେଖିବା ସହ ଅନୁବାଦ ବି କଲେ। ସେ ହେଲେ ପାରମିତା ଷଡ଼ଙ୍ଗୀ। ମା’ କବିତା ଷଡ଼ଙ୍ଗୀ ଓ ପିତା ବଂଶୀଧର ଷଡ଼ଙ୍ଗୀ; ଯିଏକି ଜଣେ ବିଶିଷ୍ଟ କବି ଓ ଶିକ୍ଷାବିତ୍‌। ଘର ପୁରୀ ଜିଲାର ନିମାପଡ଼ାରେ। ସେ ରହୁଛନ୍ତି କାନ୍ଦିବଲି, ପୂର୍ବ ମୁମ୍ବାଇରେ। ପାରମିତା କୁହନ୍ତି, ‘ମୋ ନନା ନିମାପଡ଼ା କଲେଜରେ ଅଧ୍ୟାପକ ଥିବାରୁ ଆମ ତିନିଭଉଣୀ ଓ ଭାଇଙ୍କ ପିଲାଦିନ ନିମାପଡ଼ାରେ କଟିଛି। ଜନତା ସ୍କୁଲ, ଓ.ଜେ.ବି.ଆର୍‌. ବାଳିକା ବିଦ୍ୟାଳୟ, ନିମାପଡ଼ା କଲେଜ ଓ ବାଣୀବିହାରରେ ମୋର ପାଠପଢ଼ା। ପିଲାବେଳୁ ଦେଖିଛି ନନା ସାହିତ୍ୟାନୁରାଗୀ। ଯେଉଁଥିପାଇଁ ମୋ ଅଜାଣତରେ ମୁଁ ପିଲାଟିବେଳୁ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଯାଇଥିଲି। ମୋର ମନେଅଛି, ନନା ଖୁବ୍‌ ପଢ଼ନ୍ତି। ସେ ପଢ଼ିଲାବେଳେ ମା’ ଖୁବ୍‌ ସଜାଗ ଥାଏ। ଆମେ ତାଙ୍କୁ କେହି ବ୍ୟସ୍ତ କରି ନ ଥାଉ। ନନା ଯେତେବେଳେ ଭାଗବତର ଦଶମ ସ୍କନ୍ଧ ଉପରେ ରିସର୍ଚ୍ଚ କରୁଥିଲେ, ତାଙ୍କର ଲେଖାକୁ ଆମେ ୩ ଭଉଣୀ କାର୍ବନ ପେପର ଦେଇ ହାତରେ ଲେଖି ୩/୪ଟି କପି ପ୍ରସ୍ତୁତ କରୁଥିଲୁ। ସେସବୁ ବିଷୟକୁ ସେତେବେଳେ କିଛି ବୁଝିପାରୁ ନ ଥିଲି ମାତ୍ର ସମୟକ୍ରମେ ସେହି ସବୁ ଶବ୍ଦ, ମୋ ସାହିତ୍ୟ ଯାତ୍ରାରେ ସାଥିହୋଇ ବାଟ କଢ଼େଇ ନେଇଥିଲା। ୭ମ/୮ମରେ ପଢ଼ିଲାବେଳେ ମୁଁ ଲେଖିଥିବା ଗୋଟିଏ ଗପ ପ୍ରଥମ ଥର ପାଇଁ ସ୍କୁଲ ପତ୍ରିକାରେ ପ୍ରକାଶିତ ହୋଇଥିଲା। ତା’ପରେ କଲେଜରେ ପଢ଼ିଲାବେଳେ ଯାହା କିଛି ଲେଖୁଥିଲି ତାହାକୁ ଲୁଚାଇ ଡାଏରିରେ ରଖୁଥିଲି। କାରଣ କବି ବଂଶୀଧର ଷଡ଼ଙ୍ଗୀଙ୍କ ଝିଅଭାବେ, କାଳେ ଲେଖାର ମାପଦଣ୍ଡରେ ନିଜକୁ ଖାପଖୁଆଇ ପାରିବିନି, ସେଇ ଡର ସବୁବେଳେ ମାଡି ବସୁଥିଲା। ବାହାଘର ପରେ ମୁମ୍ବାଇ ଚାଲି ଆସିଲି। ଘର ସଂସାରରେ ବ୍ୟସ୍ତତା ହେତୁ ଲେଖାଲେଖି ପାଇଁ ସମୟ ପାଉ ନ ଥିଲି। ପୁଣି ଗପ ଡାଏରି ରହିଯାଇଥିଲା ନିମାପଡ଼ାରେ। କିନ୍ତୁ ୨୦୦୫ରେ ଦିନେ ମୋ ସାନ ଭଉଣୀ ଈପ୍ସିତା କହିଲା, ବଢ଼ିଆ ଗପ ଲେଖୁଥିଲୁ, ଛାଡିଦେଲୁ କାହିଁକି? ଏଇ କଥାଟି ମନ ଭିତରେ କିଛିଦିନ ଘାଣ୍ଟିହେଲା। ପରେ ‘ଗୋଟିଏ ରାତିର ଅନୁଭୂତି’ ଗପ ଓ କବିତା ‘ଅହଲ୍ୟା’ ଲେଖିଥିଲି; ଯାହା ପ୍ରକାଶିତ ବି ହୋଇଥିଲା। ତା’ପରଠାରୁ ଗପ ଓ କବିତା ସହ ମୋର ଯାତ୍ରା ଚାଲିଛି। ଯଦିଓ ହିନ୍ଦୀରେ କବିତା ବେଶି ପ୍ରତିଷ୍ଠା ଦେଇଛି କିନ୍ତୁ କାହାଣୀ ପଢ଼ିବାକୁ, ଲେଖିବାକୁ ବେଶି ଭଲଲାଗେ। ୧୯୯୬ରେ ମୁମ୍ବାଇ ଆସିଥିଲି। ଏଠି ଓଡ଼ିଆ ବହି ପାଇ ନ ଥିଲି। କିଛି ହିନ୍ଦୀ ପତ୍ରିକା କିଣି ପଢ଼ୁଥିଲି। ବହୁଦିନ ଯାଏଁ କେହି ଚିହ୍ନା ପରିଚିତ ନ ଥିଲେ। ବୋଧହୁଏ ସେଥିପାଇଁ ଏଇ ହିନ୍ଦୀ ପତ୍ରିକା ଖୁବ୍‌ ଭଲ ସାଥୀ ହୋଇଯାଇଥିଲେ। ଏବେ ମୁମ୍ବାଇର ବାସିନ୍ଦା କିନ୍ତୁ ମୁଁ ଓଡ଼ିଆ, ମୋ ସଂସ୍କୃତି ଜଗନ୍ନାଥ ସଂସ୍କୃତି। ଦିନେ ହିନ୍ଦୀ ଭାଷାର ବିଶିଷ୍ଟ କବି ଅଗ୍ନିଶେଖର ଆମ ଘରକୁ ଆସିଥିଲେ। ତାଙ୍କୁ କିଛି କବିତା ଶୁଣାଇବା ବେଳେ ସେ ଭାବବିଭୋର ହୋଇଗଲେ। ଖୁବ୍‌ ପ୍ରଶଂସା କରିଥିଲେ। ସାହସକରି ନନାଙ୍କୁ କିଛି କବିତା ହ୍ବାଟ୍ସଆପ୍‌ରେ ପଠାଇଲି। ନନାଙ୍କୁ ପସନ୍ଦ ଆସିଲା, ସାହସ ହେଲା ଆଉ ଲେଖିବାକୁ। ‘ଇଜ୍ୟା’ ନାମରେ ଏକ କବିତା ସଙ୍କଳନ କରିଥିଲି। ଇଜ୍ୟାର ଅର୍ଥ ଯଜ୍ଞ, ଏହା ଏକ ସଂସ୍କୃତ ଶବ୍ଦ। ଏଥିରେ ନାରୀ ସମସ୍ୟାକୁ ଉଜାଗର କରିବା ସହ ଅନ୍ୟ କିଛି କବିତା ସମାଜର ବିଭିନ୍ନ ଦିଗକୁ ଦର୍ଶାଇଛି। ମୋ ଗପ ଓ କବିତାର ପ୍ରଥମ ସମାଲୋଚକ ମୋ ନନା, ପ୍ରଥମ ପ୍ରଶଂସକ ମୋ ମା’। ‘ଇଜ୍ୟା’ ହିନ୍ଦୀର ବିଶିଷ୍ଟ ଲେଖକଙ୍କ ଦ୍ୱାରା ଆଦୃତ ହେବା ସହ କେତେକ ସମ୍ମାନ ଓ ପୁରସ୍କାର ପ୍ରାପ୍ତ ମଧ୍ୟ। ଇଜ୍ୟାର କିଛି କବିତା ଫେସ୍‌ବୁକ୍‌ରୁ ପଢି ହୀନା ମୋଦି, ତାଙ୍କ ମାତୃଭାଷା ଗୁଜରାଟୀ ଭାଷାରେ ଅନୁବାଦ କରିବାକୁ ଆଗ୍ରହ ପ୍ରକାଶକଲେ। ଆଜି ଇଜ୍ୟା, ହିନ୍ଦୀ, ଗୁଜରାଟୀ ଓ ମରାଠୀ ସାହିତ୍ୟ ଜଗତରେ ଖୁବ୍‌ ଆଦୃତ ହୋଇଛି। ଏହାକୁ ଲେଖିଲା ବେଳେ ଏମିତି କିଛି ଭାବି ନ ଥିଲି। ‘ଇଜ୍ୟା’ ପାଇଁ ପୁରସ୍କାର ଓ ସମ୍ମାନ ପତ୍ର ଗ୍ରହଣ ନିମନ୍ତେ ନାସିକ ଯାଇଥିଲି। ସେଠାରେ କବି ପରିଚୟ ବେଳେ ମୋ ନାଁ କହିବା ସମୟରେ ଜଣେ ବରିଷ୍ଠ ଲେଖିକା କହିଥିଲେ, ”ପାରମିତା ମାନେ ଯିଏ ‘ଇଜ୍ୟା’ଲେଖିଛନ୍ତି । ସେହିପରି ଏକ ଓଡ଼ିଆ ପତ୍ରିକା ପାଇଁ ମରାଠୀ କବିଙ୍କ ସହ ଯୋଗାଯୋଗ କରିବା ସମୟରେ ମୁଁ ତାଙ୍କୁ ମୋ ନାମ କହିଲାବେଳେ ସେ କହିଲେ, ଆପଣଙ୍କ ‘ଇଜ୍ୟା’ ମୋ ପାଖରେ ଅଛି । ଏସବୁ ମତେ ଖୁବ୍‌ ରୋମାଞ୍ଚିତ କରିଥିଲା । ଏବେ ଓଡ଼ିଆରୁ ହିନ୍ଦୀ ଓ ହିନ୍ଦୀରୁ ଓଡ଼ିଆ କିଛି ଅନୁବାଦ କାର୍ଯ୍ୟରେ ବ୍ୟସ୍ତ ରହୁଛି। ତେବେ ଓଡ଼ିଆ ସାହିତ୍ୟ ଅତ୍ୟନ୍ତ ଉଚ୍ଚକୋଟୀର। ଭାବ ଓ ଭାଷାର ସଂଯୋଜନା, ଧ୍ବନିର ପରିପ୍ରକାଶ ଏତେ ଉନ୍ନତ ଯେ, ତା’ର ତୁଳନା କରିହେବ ନାହିଁ। କିନ୍ତୁ ଓଡ଼ିଆ ଭାଷାରେ ରଚିତ କବିତା,ଗପ କି ଆଲେଖ୍ୟ ଓଡ଼ିଶା ବାହାରେ ସେତେ ମାତ୍ରାରେ ପହଞ୍ଚତ୍ ପାରୁନାହିଁ । ଏ ଦିଗରେ ଆମେ ଅଧିକ କାମ କରିବା ଉଚିତ। ଓଡ଼ିଆ ସାହିତ୍ୟକୁ ହିନ୍ଦୀ ଭାଷାଭାଷୀଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛି। ସେଥିପାଇଁ ଅନୁବାଦ କ୍ଷେତ୍ରରେ ପାଦ ଥାପିଲି । ମୁଁ ମୋ ନନାଙ୍କ କବିତା ପୁସ୍ତକ ସୂତ୍ରଧରର ହିନ୍ଦୀ ଅନୁବାଦ କରିଛି। ୟା ଭିତରେ ସର୍ବମୋଟ ୧୨ଟି ବହି ପ୍ରକାଶିତ ହୋଇସାରିଛି। ହିନ୍ଦୀ ଭାଷାରେ ରଚିତ କବିତା ସଙ୍କଳନ ଇଜ୍ୟା (୨୦୨୧ରେ ପ୍ରକାଶିତ) ଉତ୍ତର ପ୍ରଦେଶର କେ.ବି.ହିନ୍ଦୀ ସେବାନ୍ୟାସ ତରଫରୁ ‘କୈଳାସ ଦେବୀ ସ୍ମୃତି ସମ୍ମାନ’ ଏବଂ ବିଦ୍ୟୋତତ୍ମା (ନାସିକ) ସଂସ୍ଥା ତରଫରୁ ‘ସାହିତ୍ୟ ଆରାଧନା ସମ୍ମାନ’, ଉଇଙ୍କସ ପବ୍ଲିକେଶନ ତରଫରୁ ‘ଗୋଲ୍ଡେନ ବୁକ୍‌ ଆଓ୍ବାର୍ଡ’ ପ୍ରାପ୍ତ କରି ସାରିଛି । ହୀନା ମୋଦିଙ୍କ ଦ୍ୱାରା ଗୁଜରାଟୀ ଭାଷାରେ ଏହା ଅନୁବାଦିତ ହୋଇ ଗୁଜରାଟୀ ସାହିତ୍ୟ ଏକାଡେମୀର ଶ୍ରେଷ୍ଠ ଅନୁବାଦ ପୁସ୍ତକ ପୁରସ୍କାର ପାଇଁ ନିର୍ବାଚିତ ହୋଇଛି। ତା’ଛଡ଼ା ‘ଇଜ୍ୟା’ର ମରାଠୀ ଭାଷାରେ ଅନୁବାଦ କରିଥିଲେ ମରାଠୀ କବି ଏସ୍‌. ରଚନା; ଯାହା ଗ୍ରନ୍ଥରତ୍ନ ଓ ଅଗ୍ରୋଓ୍ବନ ପୁରସ୍କାର ଲାଭ କରିଛି। ଗଳ୍ପ-ସମ୍ପର୍କର ପାହଚରୁ ଓହ୍ଲାଇଲା ପରେ, ମୁଁ ନ ଥିଲା ବେଳେ, ଅନ୍ତରାଳେ, ବିରୋଧାଭାସ, ଅଭିଧା। କବିତା-‘ଚାଲ କିଛି ଆଙ୍କିବା’, ‘ଏବେ ତୁମେ ନାହଁ’, ହିନ୍ଦୀ କବିତା ସଙ୍କଳନ ‘ଇଜ୍ୟା’ ଅନ୍ୟତମ। ସେହିପରି ଅନୁବାଦ ଭାବେ ‘ଜବାହର ଟନେଲ’, ‘ସୂତ୍ରଧାର’, ‘କବିତାର ଋତୁ’ ଆଦି ପୁରସ୍କାରପ୍ରାପ୍ତ। ଯେଉଁଥିରେ ସାହିତ୍ୟ ଦର୍ପଣ ଗାଳ୍ପିକା ସମ୍ମାନ, ବ୍ରହ୍ମପୁର ସାହିତ୍ୟ ପରିଷଦ, ବମ୍ବେ ଓଡ଼ିଆ ମହିଳା ସଂଗଠନ, ୟୁବା ଉତ୍କର୍ଷ ସାହିତି୍ୟକ ମଞ୍ଚ କାବ୍ୟ ଗୌରବ, ପ୍ରବାସୀ ସାହିତ୍ୟ ସମ୍ଭାର, ଷ୍ଟୋରି ମିରର, ଇଙ୍ଗଡିୟୁ ଲିଟ୍‌ ଫେଷ୍ଟ, ଜୟ ମା’ ବିରଜା ସାହିତ୍ୟ ସଂସଦ, କାହାଣୀ ଶୂନ୍ୟ ଇଲାକା ବ୍ରହ୍ମପୁର ସାହିତ୍ୟ ପରିଷଦ, ସାହିତ୍ୟ ସଂସ୍କୃତି ସମାରୋହ, ବିନ୍ଦୁ ସାହିତ୍ୟ ସଂସ୍ଥା, ରାଷ୍ଟ୍ରୀୟ ନବ ସାହିତ୍ୟ କୁମ୍ଭ, ସାହିତ୍ୟ ସେତୁ ପରିଷଦ, ‘କାବ୍ୟ ଶ୍ରୀ’, ବିବିଧ ଭାରତୀୟ ଭାଷା ସଂସ୍କୃତି ସଙ୍ଗମ ‘ହିନ୍ଦୀ ଭାଷା ସାହିତ୍ୟ, ସିଏଫ୍‌ଏମ୍‌ରୁ ହାସ୍ୟ କବି,ସାହିତ୍ୟ ସେତୁ ପରିଷଦରୁ ସାହିତ୍ୟ ଗୌରବ’ପୁରସ୍କାପ୍ରାପ୍ତ। ସିଏଫ୍‌ଏମ୍‌ ତରଫରୁ ‘ନାରୀରତ୍ନ’, ବୀର ଭାଷା ସାହିତ୍ୟ ସମ୍ମିଳନୀ, ଇଣ୍ଟରନ୍ୟାଶନାଲ ପ୍ରେସ୍‌ କମ୍ୟୁନିଟି, ନ୍ୟୁଜ ୨୪ର କବି ସମ୍ମିଳନୀରେ ସମ୍ମାନିତ ଏବଂ ଓ୍ବିଙ୍ଗସ ପବ୍ଲିକେଶନ ତରଫରୁ ଗୋଲ୍ଡେନ୍‌ ବୁକ୍‌ ଆଓ୍ବାର୍ଡ ୨୦୨୩ରେ ମିଳିଛି। ଅନ୍ୟପକ୍ଷେ ଏକାଧିକ ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନରେ ଯୋଗ ଦେଇ ସୃଜନଶୀଳତାର ବିକାଶ ସମ୍ପର୍କରେ ମତବ୍ୟକ୍ତ କରିଥାଏ। ଜୀବନରେ ଲୁଚି ରହଥିବା ରହସ୍ୟମୟ ସ୍ମୃତି, ଭାବନା ଏବଂ କଳ୍ପନା ପ୍ରକାଶକରିବାକୁ ଏକ ମାଧ୍ୟମ ଖୋଜେ। ସେଥିପାଇଁ କଲମ ଉଠେଇନିଏ, କାଗଜରେ ଲେଖିଚାଲେ।-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?