ଲଞ୍ଚ ହେଲା ଫିଲ୍ମ ‘ମୋଦି ଜି କି ବେଟି’ର ମଜାଦାର ଟ୍ରେଲର

ମୁମ୍ବାଇ: ଏକ ଭିନ୍ନ ଧରଣର ମଜାଦାର କମେଡି ଫିଲ୍ମ ‘ମୋଦି ଜି କି ବେଟି’ର ଟ୍ରେଲର ସୋମବାର ମୁମ୍ବାଇର ଅନ୍ଧେରୀ ସ୍ଥିତ ପିବିଆର ଆଇକନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି । ଉଲ୍ଲେଖନୀୟ, ଏହି ଫିଲ୍ମର ସମସ୍ତ କଳାକାର ଫିଲ୍ମ ନିର୍ମାଣ ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷ ଓ କେତେଜଣ ନାମିଦାମୀ ବ୍ୟକ୍ତିତ୍ୱ ଏହି ଅବସରରେ ଉପସ୍ଥିତ ଥିଲେ । ଫିଲ୍ମର ଟ୍ରେଲର ଲଞ୍ଚ ସମୟରେ ଏହାର କିଛି ଗୀତ ଗଣମାଧ୍ୟମକୁ ଦେଖାଯାଇଥିଲା ।
ଫିଲ୍ମ ‘ମୋଦି ଜି କି ବେଟି’ର ଟ୍ରେଲର ଲଞ୍ଚ ସମୟରେ ଫିଲ୍ମର କଳାକାର ଅବନି ମୋଦି, ପିତବାସ, ବିକ୍ରମ କୋଚ୍ଚର, ତରୁଣ ଖାନ୍ନାଙ୍କ ବ୍ୟତୀତ ଫିଲ୍ମର ନିର୍ଦ୍ଦେଶକ ଏଡି ସିଂହ, ନିର୍ମାତା ଅର୍ପିତ ସିଂହ, ଆସୋସିଏଟେଡ ପ୍ରଡ୍ୟୁସର ଅରଶଦ ସିଦ୍ଦିକି ଉପସ୍ଥିତ ଥିଲେ । ଏଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଫିଲ୍ଟିକୁ ସିନେମା ହଲରେ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ଅବନି ମୋଦି ପୂର୍ବରୁ ତାମିଲ ଫିଲ୍ମରେ ଅଭିନୟ କରିଥିବା ବେଳେ ‘ମୋଦି ଜି କି ବେଟି’ରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେ ଏଥିପାଇଁ ସମସ୍ତ ଗଣମାଧ୍ୟମକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଫିଲ୍ମଟି ମନୋରଞ୍ଜନରେ ଭରପୁର ଓ ଏଥିରେ ଏକ ଭଲ ବାର୍ତ୍ତା ଯାଉଛି । ହେଲେ ରାଜନୀତି ସହ ଫିଲ୍ମର କୌଣସି ସମ୍ପର୍କ ନାହିଁ ।
ନିର୍ଦ୍ଦେଶକ ଏଡି ସିଂହ ବି କହିଛନ୍ତି, ଫିଲ୍ମଟିି ଖୁବ୍ ମନୋରଞ୍ଜନଧର୍ମୀ । କୋଭିଡ ମହାମାରୀ ପରେ ଲୋକେ ଚିନ୍ତାମୁକ୍ତ ହେବାକୁ ଏଭଳି ଫିଲ୍ମ ନିଶ୍ଚିତ ଭାବେ ଦେଖିବା ଦରକାର । ଏଡି ସିଂହଙ୍କର ଏହା ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri