କାତାରରୁ ଆତଙ୍କବାଦୀଙ୍କ ପାଇଁ ଫଣ୍ଡିଂ, ପଲିସି ରିସର୍ଚ୍ଚ ଗ୍ରୁପ୍‌ ରିପୋର୍ଟ…

ଲଣ୍ଡନ/ଦୋହା, ୧୨।୬ : କେବଳ ଧାର୍ମିକ ତିକ୍ତତା ବଢ଼ାଇବା ପାଇଁ ନୁହେଁ, ବରଂ ଆତଙ୍କବାଦକୁ ସାରା ବିଶ୍ୱରେ ବିସ୍ତାର କରିବା ପାଇଁ କାତାରର ବିଭିନ୍ନ ସଂଗଠନ ପକ୍ଷରୁ ଫଣ୍ଡିଂ ଯୋଗାଇ ଦିଆଯାଉଛି। ଏକ ପଲିସି ରିସର୍ଚ୍ଚ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ରିପୋର୍ଟ ଏହା ଉଲ୍ଲେଖ କରାଯାଇଛି। ଭାରତ ପରି ବହୁ-ଧାର୍ମିକ ଦେଶରେ ଲୋକଙ୍କ ମଧ୍ୟରେ ପାରସ୍ପରିକ ମତଭେଦକୁ ବଢ଼ାଇବା ପାଇଁ କାତାର ଭିତ୍ତିକ ସଂଗଠନ ପକ୍ଷରୁ ବିଭିନ୍ନ ମାଧ୍ୟମରେ ଅର୍ଥ ପ୍ରଦାନ କରାଯାଉଛି।

ବିଶ୍ୱ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ମସଜିଦ, ମଦ୍ରାସା ନିର୍ମାଣ ତଥା ଅନେକ ଦେଶରେ ମୁସଲମାନମାନଙ୍କୁ ଶିକ୍ଷା ତଥା ରୋଜଗାରର ସମାନ ସୁଯୋଗ ପ୍ରଦାନ କଥା କହି ଫଣ୍ଡିଂ ଯୋଗାଇ ଦିଆଯାଉଛି। ଏହି ରିପୋର୍ଟରେ ଲଣ୍ଡନର ଜେମ୍ସ ଡଗଲାସ କ୍ରିକଟନ କହିଛନ୍ତି ଯେ ‘ଶେଖ ଇଦ ବିନ ମହମ୍ମଦ ଅଲ ଥାନି’ ସଂଗଠନ ଭାରତ ସମେତ ସମଗ୍ର ବିଶ୍ୱରେ ଆତଙ୍କବାଦ ବୃଦ୍ଧି ପାଇଁ କାର୍ଯ୍ୟ କରୁଛି।

ଦାତବ୍ୟ ଅନୁଷ୍ଠାନ ଭାବରେ ଜଣାଶୁଣା ଏହି ସଂଗଠନର ପ୍ରତିଷ୍ଠାତା ସଦସ୍ୟ ଅବଦ ଅଲ-ରହମାନ ଅଲ-ନୁଅୟମିଙ୍କୁ ୨୦୧୩ ରେ ଆମେରିକାର ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଥିଲା। ସେ ସିରିଆ, ୟେମେନ, ଇରାକ ଏବଂ ସୋମାଲିଆରେ ଅଲ କାଏଦା ଏବଂ ଅନ୍ୟ ସହଯୋଗୀ ଆତଙ୍କବାଦୀ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଦେଇଥିବା ଅଭିଯୋଗ ହୋଇଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ କାତାରରୁ ସିଧାସଳଖ ବିପୁଳ ଅର୍ଥ ଗ୍ରହଣ କରୁଥିବା ସଂଗଠନ ଅଲ କାଏଦା, ଇସଲାମିକ ଷ୍ଟେଟ ଭଳି ଆତଙ୍କବାଦୀ ଗୋଷ୍ଠୀ ସହ ଜଡିତ ଛୋଟ ସଂଗଠନକୁ ସାହାଯ୍ୟ କରିଥାଏ। ଏହି ଟଙ୍କା ବିଭିନ୍ନ କମ୍ପାନୀଗୁଡିକର ନାମରେ ପଠାଯାଇଥାଏ।

‘ଶେଖ ଇଦ ବିନ ମହମ୍ମଦ ଅଲ ଥାନି’ ଦାତବ୍ୟ ଅନୁଷ୍ଠାନର ଲିକ ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ କେରଳ ସମେତ ଭାରତର ଆଠଟି ସଲାଫି ସଂଗଠନ ସ୍ଥାପନ, ମସଜିଦ ମରାମତି ଏବଂ ୱାଟର ପମ୍ପ ଲଗାଇବା ବାହାନାରେ କାତାରରୁ ବିପୁଳ ପରିମାଣର ଟଙ୍କା ଯୋଗାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ଦିନେ ନିରାଶ୍ରୟଙ୍କ ସାହା ଥିଲେ ମଗନ, ଏବେ ନିଜେ ମାଗୁଛନ୍ତି ସହାୟତା

କେନ୍ଦୁଝର,୨୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହରର କମାରଗୋଡାର ସମାଜସେବୀ ତଥା ବରିଷ୍ଠ ଖବରଦାତା ମଗନ କୁମାର ମଲ୍ଲିକ(୫୭)କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ‘ଏମ୍ସ’ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

ପୁରୀରେ ହେବ BRICS ସମ୍ମିଳନୀ: ଯୋଗଦେବେ ବିଭିନ୍ନ ରାଷ୍ଟ୍ରର…

ଭୁବନେଶ୍ୱର,୨୫।୫: ଓଡ଼ିଶାରେ ପୁଣି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଆସନ୍ତା ଜୁନ ୩ରୁ ପୁରୀରେ ହେବ BRICS ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଏହି ସମ୍ମିଳନୀରେ…

ଶାନ୍ତି ଦୂତ ସାଜିଥିବା ପାକିସ୍ତାନ ଏବେ ସାଜିବ ‘ଖଳନାୟକ’! ଟ୍ରମ୍ପଙ୍କ ଚକ୍ରବ୍ୟୂହରେ ଫସିଲେ ଶେହବାଜ

ନୂଆଦିଲ୍ଲୀ,୨୫।୫: ପାକିସ୍ତାନ ସମ୍ମୁଖରେ ଏଭଳି ଏକ ଦ୍ୱନ୍ଦ୍ୱ ଦେଖାଦେଇଛି, ଯେଉଁଥିରେ ଯଦି ସେ ସ୍ବୀକାର କରେ ତେବେ ବି ଫସିବ ଏବଂ ଯଦି ମନା କରେ ତେବେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ମୁଦ୍ରାସ୍ଫୀତି ମଧ୍ୟରେ PNG ଏବଂ LPG ଗ୍ରାହକଙ୍କୁ ଆଶ୍ୱସ୍ତି, ଉପକୃତ ହେବେ ଛାତ୍ରଙ୍କଠୁ ଆରମ୍ଭ କରି…

ନୂଆଦିଲ୍ଲୀ,୨୫।୫: କେନ୍ଦ୍ର ସରକାର ପାଇପ ମାଧ୍ୟମରେ ପ୍ରାକୃତିକ ଗ୍ୟାସ (PNG) ସଂଯୋଗ କରିଥିବା LPG ଗ୍ରାହକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର LPG ଯୋଗାଣ…

ଅଭିଷେକଙ୍କ ଘରେ ପଶିଲା ପୋଲିସ: ଥମୁନି ଦିଦିଙ୍କ ଅଡ଼ୁଆ

କୋଲକାତା,୨୫।୫: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ କୋଲକାତାସ୍ଥିତ ବାସଭବନରେ ପୋଲିସ ପହଞ୍ଚିଛି। ତାଙ୍କ ଘର ବାହାରେ ପ୍ରବଳ ପୋଲିସ ଫୋର୍ସ ମୁତୟନ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri