ରାସ୍ତା ନିର୍ମାଣରେ ଅର୍ଥ ଆତ୍ମସାତ୍‌

କୋରେଇ,୨୮ା୩(ଡି.ଏନ.ଏ.):ଯାଜପୁର ଜିଲାର ୧୦ ବ୍ଲକ ଅଧୀନରେ ଅନେକ ଗ୍ରାମ୍ୟ ଉନ୍ନୟନ ରାସ୍ତା ସମ୍ପ୍ରସାରଣ ଓ ମରାମତି ଚାଲୁଛି। ତେବେ ଏ ସବୁ ରାସ୍ତା ମରାମତିରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। କୋରେଇ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଚାଲୁଥିବା ୧୩ଟି ରାସ୍ତା ନିର୍ମାଣରେ ଯେନତେନ ପ୍ରକାରେ କାମ କରି ଅର୍ଥ ହରିଲୁଟ ହେଉଥିବା ଅଭିଯୋଗ କରାଯାଇଛି। ଅଭିଯୋଗ ହେଲେ ମଧ୍ୟ ତଳୁ ଉପର ଯାଏ ସମସ୍ତେ ଚୁପ ରହୁଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ କୋରେଇ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତର ପାଣିକୋଇଲି-ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତାଠାରୁ କେନ୍ଦୁଝର ସୀମା ଭାୟା କଡ଼ମା ୭.୦୩ କି.ମି. ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତାକୁ ଉଦାହରଣ ଭାବେ ନିଆଯାଇଛି। ଏହି ରାସ୍ତାର ସମ୍ପ୍ରସାରଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୧୨ କୋଟି ୬୪ ଲକ୍ଷ ଟଙ୍କାର ଅନୁଦାନ ବରାଦ କରାଯାଇଛି।
କୌଣସି କାରଣରୁ କାମ ୨ବର୍ଷ ବିଳମ୍ବ ହୋଇଥିଲେ ମଧ୍ୟ ଚଳିତ ବର୍ଷ ଠିକାଦାର ଏହାର ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି। ରାସ୍ତା ନିର୍ମାଣରେ ମଧ୍ୟ ଜମି ଅଧିଗ୍ରହଣକୁ ନେଇ ବିଭିନ୍ନ ସମସ୍ୟା ଦେଖାଦେଇଛି। ଠିକାଦାର ବ୍ୟାସନଗର ତହସିଲର ବିନା ଅନୁମତିରେ ମା’ କାମୁଡେଇ ନିକଟରେ ଥିବା ସରକାରୀ ଜମିରୁ ରାସ୍ତାର ମୂଳଦୁଆ ପାଇଁ ମୋରମ ସଂଗ୍ରହ କରିଛନ୍ତି। ସେହିପରି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଚାଷଜମିଗୁଡ଼ିକରୁ ମାଟି ତାଡ଼ିନେବା ଫଳରେ ସାମାନ୍ୟ ବର୍ଷାହେଲେ ରାସ୍ତାର ମୂଳଦୁଆ ଧୋଇଯିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ତାଙ୍କୁ କ୍ଷତିପୂରଣ ଦିଆଯାଉନାହିଁ। ଚାଷୀଙ୍କୁ ଧମକଚମକ ଦେଇ ଜମିରୁ ମାଟି ସଂଗ୍ରହ କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି।
ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬.୮୦୦ ମିଟର ପିଚୁ କାମ ପାଇଁ ୫ କୋଟି ୮୪ ଲକ୍ଷ ୮୭ ହଜାର ଟଙ୍କାର ବିଲ୍‌ ଅନୁମୋଦନ ହୋଇଥିବା ବେଳେ ୫୦୦ ମିଟର କଂକ୍ରିଟ କାମ ପାଇଁ ୪୯ ଲକ୍ଷ ୭ ହଜାର ଟଙ୍କାର ଅଟକଳ ବରାଦ ହୋଇଛି। ସେହିପରି ୩ଟି କଲଭର୍ଟରେ ୧୨୦୦ ମିଟର ଷ୍ଟୋନ ପ୍ୟାକିଂ ପାଇଁ ୬୪ ଲକ୍ଷ ୩ ହଜାର, ରିଟେନିଂ ୱାଲ ୬୦୦ ମିଟର ପାଇଁ ୬୧ ଲକ୍ଷ ୩୬ ହଜାର, କ୍ରସ୍‌ ଡ୍ରେନେଜ ଷ୍ଟ୍ରକଚର୍‌ ଏବଂ ୩ଟି କଲଭର୍ଟ ନିର୍ମାଣ ବାବଦରେ ୨ କୋଟି ୭୨ ଲକ୍ଷ ୧୩ ହଜାର, ୫ବର୍ଷର ରକ୍ଷଣାବେକ୍ଷଣ ପାଇଁ ୫୧ ଲକ୍ଷ ୬୭ ହଜାର ସହିତ ଜମି ଅଧିଗ୍ରହଣ ପାଇଁ ୨୩ ଲକ୍ଷ ଏବଂ ଅନ୍ୟାନ୍ୟ ମରାମତି ୨୫ ଲକ୍ଷ ୨୭ ହଜାର ଟଙ୍କା ବରାଦ ହୋଇଛି। ମାତ୍ର ପରିତାପର ବିଷୟ ଠିକାଦାର ସେହି କାମକୁ ନିମ୍ନମାନର କରୁଥିବା ଅଭିଯୋଗ ହୋଇଛି। ପୁରୁଣା ପିଚୁ ନ ଖୋଳି ପୂର୍ବରୁ ଥିବା ମେଟାଲ ଓ ଆରମ୍ଭରୁ ଶେଷ ଯାଏ ଅତ୍ୟଧିକ ଡଷ୍ଟ ସାହାଯ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଛି। ଏଷ୍ଟିମେଟ୍‌ ଅନୁଯାୟୀ ସିମେଣ୍ଟ, ବଜୁରି ଓ ଚିପ୍ସ ଦିଆଯାଉନାହିଁ। ଆବଶ୍ୟକ ଅନୁଯାୟୀ ପାଣି ଦିଆଯାଇ ରୋଲିଂ ହେଉନାହିଁ। କେବଳ ଡଷ୍ଟ ଓ ସାମାନ୍ୟ ବଜୁରି ଦେଇ ରାସ୍ତାର ମୂଳଦୁଆ ତିଆରି ହେଉଛି। ରାସ୍ତାର ପ୍ରଥମରୁ ଶେଷ ଯାଏ ନିର୍ଦ୍ଧାରିତ ଅନୁଯାୟୀ ମୋଟେଇ ହୋଇ ନ ଥିବା ଅଭିଯୋଗ ହୋଇଛି। ଫଳରେ ସମୟସୀମା ପୂର୍ବରୁ ରାସ୍ତାଟି ନଷ୍ଟ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଚାଷୀଙ୍କ କ୍ଷତିପୂରଣ ପାଇଁ ୨୩ ଲକ୍ଷ ଟଙ୍କା ବରାଦ ହୋଇଥିବା ଆର୍‌ଟିଆଇ ତଥ୍ୟରୁ ଜଣାପଡିଛି। ମାତ୍ର ଠିକାଦାର ଏବଂ ଅଧିକାରୀ ମିଶି ଏହି ଅର୍ଥକୁ ମଧ୍ୟ ଆତ୍ମସାତ କରିବାକୁ ବସିଛନ୍ତି। କାମ ଚାଲୁଥିବା ସମୟରେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ଠିକାଦାରଙ୍କୁ ବେଶ୍‌ ସୁହାଉଥିବା ଚର୍ଚ୍ଚା ହେଉଛି।
ଯେନତେନ କାମ କରି ୧୨ କୋଟିର କାମ କିଭଳି ୬ କୋଟିରେ ଶେଷହୋଇ ପାରିବ ସେନେଇ ଠିକାଦାର ଓ ବିଭାଗୀୟ ଅଧିକାରୀ ଲାଗି ପଡ଼ିଥିବା ଆଲୋଚନା ହେଉଛି। କେତେଜଣ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ ସରକାରଙ୍କ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁ ନ ଥିବା ମତପ୍ରକାଶ ପାଇଛି। ତେଣୁ ଏହା ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ସତ୍ୟ ପଦାକୁ ଆସିପାରନ୍ତା ବୋଲି କେତେଜଣ ବୁଦ୍ଧିଜୀବୀ ମତ ରଖିଛନ୍ତି। ରାସ୍ତା କାର୍ଯ୍ୟ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ବେହେରାଙ୍କୁ ପଚାରିବାରେ କାମ ଠିକ୍‌ ଭାବେ ହେଉଥିବା ସେ କହିଛନ୍ତି। ଅନ୍ୟପକ୍ଷରେ କିଛିଦିନ ପୂର୍ବରୁ ଏହି ବ୍ଲକ ତାରାକୋଟଠାରୁ ପୂର୍ବକୋଟ ରାସ୍ତା କାର୍ଯ୍ୟ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ରାତିଅଧିଆ ଶେଷହୋଇଛି। ଏହି ରାସ୍ତାରେ ମଧ୍ୟ ବିପୁଳ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri