ଭାରତୀୟ କୂଟନୀତିଜ୍ଞଙ୍କୁ ଭିସା ଦେବାକୁ ମନା କଲା ପାକିସ୍ତାନ

ଇସଲମାବାଦ,୨୦।୯: ଭାରତ ସହ ସମ୍ପର୍କ ବିଗାଡିବା ପାଇଁ ପାକିସ୍ତାନ ଆଉ ଏକ ପଦକ୍ଷେପ ନେଇଛି। ଭାରତୀୟ ହାଇକମିଶନର ଅଜୟ ବିସାରିଆଙ୍କୁ ବହିଷ୍କାର କରିବାର ମାସେ ପରେ ପାକିସ୍ତାନ ରବିବାର କୂଟନୀତିଜ୍ଞ ଜୟନ୍ତ ଖୋବରାଗଡେଙ୍କୁ ଭିସା ଦେବାକୁ ମନା କରିଦେଇଛି। ଇସଲାମାବାଦରେ ଭାରତ ପକ୍ଷରୁ ଖୋବରାଗଡେଙ୍କୁ କୂଟନୀତିଜ୍ଞ ଭାବେ ନିଯୁକ୍ତ କରାଯାଇଛି। ଏଭଳି ପରିସ୍ଥିତିରେ ପାକିସ୍ତାନର ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଖରାପ କରିବ ବୋଲି ଆଶଙ୍କା କରାଯାଉଛି। ଏଥି ସହିତ କୂଟନୈତିକ ଦୃଷ୍ଟିରୁ କୂଟନୀତିଜ୍ଞ ପଦରେ ଭାରତ କାହାକୁ ନିଯୁକ୍ତ କରାଯିବ ତାହା ପାକିସ୍ତାନକୁ କୁହାଯିବା କୌଣସି ନିୟମ ନାହିଁ। ଜୟନ୍ତ ଜଣେ ୧୯୯୫ ବ୍ୟାଚ ଆଇଏଫ୍‌ଏସ୍‌ ଅଧିକାରୀ। ସେ ପୂର୍ବରୁ ମଧ୍ୟ ପାକିସ୍ତାନରେ କାମ କରିଛନ୍ତି। ସେ ଏବେ ପରମାଣୁ ଶକ୍ତି ବିଭାଗରେ ଯୁଗ୍ମ ସଚିବ ଅଛନ୍ତି। ସେ କିର୍ଗିସ୍ଥାନରେ ଭାରତୀୟ ଉଚ୍ଚ କମିଶନର ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ରୁଷିଆ, ସ୍ପେନ ଏବଂ କାଜାଖସ୍ତାନରେ ଭାରତୀୟ ମିଶନରେ କାର୍ଯ୍ୟ କରିଥିଲେ।
ସୂଚନାଯୋଗ୍ୟ, ୨୦୧୯, ଅଗଷ୍ଟରେ ଜମ୍ମୁକଶ୍ମୀରରୁ ଧାରା ୩୭୦ ରଦ୍ଦ କରି ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଗଠନ ହେବାପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିବା ଧମକ ଦେଇ ଟ୍ରୋଲ୍‌ ହେଲେ ପାକିସ୍ତାନୀ ଗାୟିକା

ଇସଲାମାବାଦ୍‌,୨୩।୧୦: କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ତେଜନା ଦେଖାଦେଇଛି। ପାକିସ୍ତାନ ଆର୍ମି, ଆଇଏସ୍‌ଆଇ, ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ...

ଜି ୭କୁ ଚାଇନାର ଉପହାସ

କାର୍ବିସ୍‌ ବେ (ଇଂଲଣ୍ଡ), ୧୪।୬: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ କୋଣଠେସା କରିବା ପାଇଁ ୭ ଧନୀ ରାଷ୍ଟ୍ର ବ୍ରିଟେନ୍‌ରେ ରଣନୀତି ପ୍ରସ୍ତୁତ କରୁଥିବାବେଳେ ସେମାନଙ୍କୁ...

ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କୁ ଫାଶୀଦଣ୍ଡ

ବେଜିଂ, ୬ା୧: ଚାଇନାର ଜଣେ ପୂର୍ବତନ ବ୍ୟାଙ୍କ ଅଧିକାରୀ ଲାଇ ଜିଆଓମିନ୍‌ଙ୍କୁ ତିଆନଜିନ୍‌ସ୍ଥିତ ଏକ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଲାଇଙ୍କ ନାମରେ ୨୬୦ ଡଲାର...

କେହି କାହାର ଚିର ଶତ୍ରୁ ନୁହନ୍ତି କି ମିତ୍ର ନୁହନ୍ତି: ବାଇଡେନ

ଓ୍ବାଶିଂଟନ,୧୬ା୬: ଅନ୍ତର୍ଜାତୀୟ ରାଜନୀତିରେ ସମ୍ପର୍କକୁ ନେଇ ଏକ ପ୍ରବାଦ ଅଛି ଯେ ‘କେହି କାହାର ସ୍ଥାୟୀ ବନ୍ଧୁ ନୁହନ୍ତି କିମ୍ବା ସ୍ଥାୟୀ ଶତ୍ରୁ ନୁହନ୍ତି’। ଆମେରିକାର...

ରୁଷିଆ-ୟୁକ୍ରେନ ଶେଷ ଆଲୋଚନା ବିଫଳ

କ୍ୱିଭ୍‌,୩୦ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଶେଷ ଆଲୋଚନା ମଧ୍ୟ ବିଫଳ ହୋଇଥିବା ଜଣାପଡିଛି। ରୁଷିଆର ଶକ୍ତି କେନ୍ଦ୍ରର କ୍ରେମଲିନ କହିଛି, ୟୁକ୍ରେନ ସହ...

ନେପାଳରେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା

କାଠମାଣ୍ଡୁ,୨୫ା୧୨: ଦକ୍ଷିଣ ନେପାଳରେ ୫ ଜଣ ଅଜ୍ଞାତ ବନ୍ଧୁକଧାରୀ ଜଣେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ମୃତକଙ୍କ ନାମ...

ପ୍ରତି ୧୫ ସେକେଣ୍ଡରେ ଯାଉଛି ଜଣେ କରୋନା ରୋଗୀଙ୍କ ଜୀବନ, ଜାଣନ୍ତୁ ବିଶ୍ୱରେ ମୃତ୍ୟୁ ସଂଖ୍ୟା କେତେ

କରୋନା ଜୀବାଣୁ ସାରା ବିଶ୍ୱରେ ବିପର୍ଯ୍ୟୟ ଘଟାଇବାରେ ଲାଗିଛି। ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବିଶ୍ୱରେ ପ୍ରାଣ ହରାଇଥିବା କରୋନା ରୋଗୀଙ୍କ...

‘ଗଜ୍‌ନବୀ’ପରୀକ୍ଷା କଲା ପାକିସ୍ତାନ

ଜମ୍ମୁ-କଶ୍ମୀର ସମ୍ପର୍କିତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଭାରତକୁ ବାରମ୍ବାର ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେଇ ଯୁଦ୍ଧ ଭୟ ଦେଖାଉଥିବା ପାକିସ୍ତାନ ଶେଷରେ ଏକ...

Advertisement
Archives

Model This Week