ଗାଁରୁ ସହର ପର୍ଯ୍ୟନ୍ତ…

ନ୍ଧିଜୀ କହିଥିଲେ ‘ଗାଁ ହିଁ ଭାରତର ମୂଳପିଣ୍ଡ’। ଏହାକୁ ସଶକ୍ତ କରିବା ପାଇଁ ସେ ‘ଗ୍ରାମ ସ୍ବରାଜ’ର ସ୍ବପ୍ନ ଦେଖିଥିଲେ। ତେବେ କ୍ଷମତା ବିକେନ୍ଦ୍ରୀକରଣ ନାଁରେ ଗାଁଗୁଡ଼ିକୁ ଅଧିକ କ୍ଷମତା ଦେବା ପାଇଁ ଗାନ୍ଧିଜୀଙ୍କର ଉଦ୍ୟମ ତଥା ପ୍ରୟାସକୁ ସେତେବେଳେ ଆମ୍ବେଡକର ଘୋର ବିରୋଧ କରିଥିଲେ। ତାଙ୍କ ମତରେ ଗାଁଗୁଡ଼ିକୁ ଅଧିକ କ୍ଷମତା ଦେବା ଅର୍ଥ ସାମାଜିକ ଅସନ୍ତୁଳନ ତଥା ଅସମାନତାକୁ ପ୍ରାଧାନ୍ୟ ଦେବା। କାରଣ, ତତ୍କାଳୀନ ଗାଁଗୁଡ଼ିକରେ ସାଧାରଣତଃ ଉଚ୍ଚଜାତିର ଲୋକମାନଙ୍କ ରାଜୁତି ଚାଲୁଥିଲା। ତେଣୁ ସେମାନଙ୍କୁ ଯଦି ‘ଗ୍ରାମ ସ୍ବରାଜ’ ନାଁରେ ଅଧିକ କ୍ଷମତା ଦେଇଦିଆଯାଏ ତା’ହେଲେ ଜାତିପ୍ରଥା ବିଲୋପହେବା ବଦଳରେ ନୀଚଜାତିର ଲୋକମାନେ ଆହୁରି ଅତ୍ୟାଚାରିତ ହେବେ। ବର୍ତ୍ତମାନ ସମୟ ବଦଳିଛି। ସମୟାନୁକ୍ରମେ ଗାଁଗୁଡ଼ିକ ସହରରେ ରୂପାନ୍ତରିତ ହେବାରେ ଲାଗିଲାଣି ଏବଂ ସେହି ଢଙ୍ଗରେ ସହରଗୁଡ଼ିକରେ ମଧ୍ୟ ଗାଁ ଭଳି ପୁରୁଷାନୁକ୍ରମିକ ପ୍ରତିବେଶୀ ତଥା ଭାଇଚାରା ବଢ଼ିବାରେ ଲାଗିଲାଣି। ସମ୍ବିଧାନର ୭୩ତମ ଏବଂ ୭୪ତମ ସଂଶୋଧନ ପରେ ପରେ ଉଭୟ ଗାଁ ଏବଂ ସହରଗୁଡ଼ିକ ପାଇଁ ସ୍ବାୟତ୍ତ ଶାସନର ବ୍ୟବସ୍ଥା ହୋଇଛି। ସହରରେ ପ୍ରବାସୀ ସମସ୍ୟାକୁ ଦୃଷ୍ଟିରେ ରଖି ଗାଁରେ ବିଭିନ୍ନ ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ, ତାଲିମ ତଥା ଋଣ ପ୍ରଦାନ ବ୍ୟବସ୍ଥା କରାଯିବା ସହ ଶିକ୍ଷା, ସ୍ବାସ୍ଥ୍ୟ ତଥା ଗମନାଗମନ ଭଳି ଅତ୍ୟାବଶ୍ୟକ ସେବା ତଥା ଭିତ୍ତିଭୂମିଗୁଡ଼ିକୁ ସୁଦୃଢ଼ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ଏସବୁ ସତ୍ତ୍ୱେ ଗଁାରେ ଥିବା ଚାକଚକ୍ୟ ଜୀବନଶୈଳୀର ସମ୍ଭାର ତଥା ଜୀବିକା ନିର୍ବାହ ପାଇଁ ପର୍ଯ୍ୟାପ୍ତ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଲୋକେ ସହରାଞ୍ଚଳକୁ ଧାଉଁଛନ୍ତି।
ଠିକ୍‌ ସେହିଭଳି ସହରତଳି ତଥା ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକମାନେ ସହରର ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିଲେ ମଧ୍ୟ ସେମାନଙ୍କର ଦୈନନ୍ଦିନ ଜୀବନ ସହରୀ ଢାଞ୍ଚା ଦ୍ୱାରା ସଂକ୍ରମିତ।
ସକାଳୁ ଗାଁରେ ଥିବା ଚାଷୀଭାଇମାନେ ବିଲବାଡ଼ିକୁ ଯାଇ କେମିତି କାମ ଆରମ୍ଭ କରିବେ କିମ୍ବା ଅଧୁରା କାମକୁ ସମ୍ପୂର୍ଣ୍ଣ କରିବେ ସେଥିପାଇଁ ପ୍ରସ୍ତୁତ ହେଉଥିବା ବେଳେ ସହରରେ ସ୍ବାସ୍ଥ୍ୟ ପାଇଁ ସଜାଗ ଲୋକମାନେ ସକାଳୁ ଉଠି ପ୍ରାତଃ ଭ୍ରମଣ ଲାଗି ରାସ୍ତାଘାଟ ତଥା ପାର୍କରେ ଭିଡ଼ ଲଗାନ୍ତି। ଉଭୟ ଗାଁ ଏବଂ ସହରରେ ବିଭୁ ସମର୍ପିତ ଭାବନାକୁ ପାଥେୟକରି ଲୋକମାନେ ଫୁଲ ତୋଳିବାର ଅଭ୍ୟାସ ରଖିଥାଆନ୍ତି। ଗାଁରେ ସର୍ବସାଧାରଣ ଜାଗା, ଭାଇଚାରା ତଥା ଗଛ ଲଗାଇବାର ଅଭ୍ୟାସ ହେତୁ ଫୁଲ ତୋଳିବାର ପ୍ରତିଯୋଗିତା ନ ଥାଏ। କିନ୍ତୁ ସହରରେ ରାତିର ଷ୍ଟ୍ରିଟ୍‌ ଆଲୁଅ କିମ୍ବା ଟର୍ଚ୍ଚ ଲାଇଟ୍‌ରେ ଫୁଲ ଖୋଜାଯାଏ।
ପରିଷ୍କାର ପରିଚ୍ଛନ୍ନତାକୁ ପ୍ରାଧାନ୍ୟ ଦେଇ ଗାଁରେ ସକାଳେ ଓ ସଞ୍ଜବେଳେ ଦାଣ୍ଡଠାରୁ ବାରି ଓ ଘରଠାରୁ ଗୁହାଳ ପର୍ଯ୍ୟନ୍ତ ଓଳାଇବା ପାଇଁ ଲକ୍ଷ୍ମୀପୁରାଣ ଭଳି ଅନେକ ଆଧ୍ୟାମତ୍ିକ ପୁସ୍ତକରେ ବର୍ଣ୍ଣନା ରହିଛି। ତଦ୍ରୂପଭାବେ ସହରାଞ୍ଚଳରେ ବିଭିନ୍ନ ନିୟମ ତଥା ଆଇନକାନୁନକୁ ପାଥେୟକରି ରାସ୍ତାଘାଟ ସଫାକରିବା ତଥା ପରିଷ୍କାର କରିବା ପାଇଁ ବିଭିନ୍ନ ସ୍ବାୟତ୍ତ ସଂସ୍ଥା ତରଫରୁ ବ୍ୟବସ୍ଥା କରାଯାଇଛି। ଗାଁରେ ପର୍ବପର୍ବାଣି, ଉତ୍ସବ ଅନୁଷ୍ଠାନ ହେଲେ ସାହି, ଭାଇ, କୁଟୁମ୍ବ, ସ୍ବଜନ, ପରିଜନ, ବନ୍ଧୁ ବାନ୍ଧବ ମିଶି ଏହାକୁ ପାଳିଥାନ୍ତି। ଆଉ ‘ସୁଖ ବାଣ୍ଟିଲେ ବଢ଼େ, ଦୁଃଖ ବାଣ୍ଟିଲେ ଛିଡ଼େ’ର ତାତ୍ତ୍ୱିକ ଅଥର୍ର୍କୁ ସେମାନେ ଯେମିତି ତନ୍ନ ତନ୍ନ କରି ବୁଝିଥିବା ପରି ମନେହୁଏ। ତେବେ ପରିବର୍ତ୍ତିତ ପରିସ୍ଥିତିରେ ସହରାଞ୍ଚଳରେ ମଧ୍ୟ ସାହିିପଡି଼ଶାର ଭାବଗତ ସମ୍ପର୍କ ବଢ଼ିଲାଣି।
ପୂର୍ବରୁ ନଈ ବଢ଼ି ଆସୁଥିଲା ଆଉ ଚାଲିଯାଉଥିଲା। ବର୍ତ୍ତମାନ ଗାଁରେ କିନ୍ତୁ ପରିସ୍ଥିତି ବଦଳିଛି। ଚାଷଜମି, ନଦୀନାଳ ପୋତାଯାଇ ଘର ତିଆରି ଚାଲିଛି। ନଦୀଜଳରେ ପଟୁମାଟି ଆସିବା ବଦଳରେ କେମିକାଲ ମିଶା ପାଣି ଆସୁଥିବାରୁ ଏହା ଚାଷକୁ ନଷ୍ଟ କରିବା ସହ ଜନସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି। ଅନ୍ୟପକ୍ଷରେ କେଉଁଠି ସହରର ଡ୍ରେନ୍‌ରେ ଭାସି କାହାର ପ୍ରାଣ ଗଲାଣି ତ ଆଉ କେଉଁଠି ରାସ୍ତାଘାଟରେ ପାଣି ଜମିବା ଫଳରେ ଦୀର୍ଘ ସମୟ ଧରି ଟ୍ରାଫିକ୍‌ ସମସ୍ୟା ଲାଗି ରହୁଛି।
କବିଙ୍କ ଭାଷାରେ ରାଜ୍ୟ କିମ୍ବା ଦେଶର ଭୂଗୋଳରେ ନାଁ ନ ଥିବା ଗାଁରେ ଜନ୍ମ ହୋଇଥିଲେ ମଧ୍ୟ ତା’ପାଇଁ ଆମେ ଗର୍ବିତ। କାରଣ ଅପରିଚିତରୁ ପରିଚିତ ହେବାରେ ଗାଁର ଅବଦାନ ଅନନ୍ୟ। ତେବେ ଆଜିର ଗୁଗଲ ମ୍ୟାପ୍‌ ଯୁଗରେ କୌଣସି ଗାଁ ଆଉ ଅପରିଚିତ ହୋଇ ରହିନାହିଁ ବରଂ ବିଭିନ୍ନ ପରିସ୍ଥିତିରୁ ଅନେକ ଗାଁ ଅଚିହ୍ନାରୁ ଚିହ୍ନା ହୋଇଯାଉଥିବା ବେଳେ ଅନେକ ଚିହ୍ନା ଗାଁ ବି ଅଚିହ୍ନା ହୋଇଯାଉଛନ୍ତି। ସମୁଦ୍ରର କରାଳ ଢେଉରେ ଓଡ଼ିଶାର ସାତଭାୟାର ଅସ୍ତିତ୍ୱ ଧ୍ୱଂସପାଇବା ଯେମିତି ହୃଦୟ ବିଦାରକ ବିଭିନ୍ନ ଖଣିଖାଦାନ ଓ ନଦୀବନ୍ଧ ଯୋଗୁ ବିସ୍ଥାପିତ ଗ୍ରାମବାସୀ ନିଜର ପରିଚୟ ତଥା ଅସ୍ତିତ୍ୱ ଖୋଜିବାରେ ସମୟ ବିତାଇବା ସେତିକି ଦୁଃଖଦାୟକ। ଅନେକ ସମୟରେ ଏଥିରେ ଅସଫଳ ହୋଇ ବିସ୍ଥାପିତମାନେ ଭଙ୍ଗାମନ ଓ ଶରୀରକୁ ନେଇ କାଳେ କେଉଁଠି ଥଇଥାନ ହୋଇଯିବେ ବୋଲି ଏଠିସେଠି ବୁଲିଥାଆନ୍ତି। ଠିକଣା ହଜାଇଥିବା ଗାଁଗୁଡିକ ମଧ୍ୟ ସହରରେ ରୂପାନ୍ତରିତ ହୋଇଯାଆନ୍ତି। ସେଠାରେ ରାସ୍ତାଘାଟ ସିନା କଂକ୍ରିଟ୍‌ ହୋଇଯାଇଥାଏ, କିନ୍ତୁ ସମ୍ପର୍କର କଂକ୍ରିଟ୍‌ଗୁଡିକ ଚୂର୍‌ମାର ହୋଇଯାଇଥାଆନ୍ତି।

ଡ. ସୀତାକାନ୍ତ ତ୍ରିପାଠୀ
ମୋ:୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri