ଟ୍ୟୁସନ ଶିକ୍ଷୟିତ୍ରୀରୁ ରିସର୍ଟ ମାଲିକ: ମହିଳା ଦିବସରେ ଏମିତି ଜଣେ ସଫଳ ମହିଳା କାହାଣୀ ଜାଣିଲେ କରିବେ ସଲାମ୍‌

ଦାରିଙ୍ଗବାଡି, ୮।୩ (ଅରୁଣ ସାହୁ ): ଜଣେ ଟ୍ୟୁସନ ଶିକ୍ଷୟିତ୍ରୀରୁ କାର୍ଯ୍ୟ ଆରମ୍ଭ କରି ଏବେ ଏକ ରିସର୍ଟର ମାଲିକ ଆଉ ଜଣେ ସଫଳ ଶିଳ୍ପପତି ହୋଇ କନ୍ଧମାଳ ଜିଲା ଦାରିଙ୍ଗବାଡି ସମେତ ସାରା ରାଜ୍ୟ ଓ ରାଜ୍ୟ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେ ହେଉଛନ୍ତି ଦାରିଙ୍ଗବାଡ଼ି ବୋହୁ ରେଣୁବାଳା ସାହୁ।
ପ୍ରକାଶ ଯେ, ସେ ଦାରିଙ୍ଗବାଡିର ପ୍ରଦୀପ କୁମାର ସାହୁଙ୍କୁ ବିବାହ କରିଛନ୍ତି। ପ୍ରଦୀପ ଜଣେ ଶିକ୍ଷକ ରହିଥିବା ବେଳେ ସେ ବିବାହ ସମୟରେ ଚୁକ୍ତିଭିତ୍ତିକ ଶିକ୍ଷକ ଭାବେ ସ୍ବଳ୍ପ ଦରମାରେ କାର୍ଯ୍ୟକରୁଥିଲେ ଏଥିରେ ଚିନ୍ତା ପ୍ରକଟ କରି ଜଣଙ୍କର ରୋଜଗାରରେ ପରିବାର ଚଲାଇବା ମୁସ୍କିଲ ଯୋଗୁ ରେଣୁବାଳା ଦାରିଙ୍ଗବାଡି ବଜାରର କିଛି ଛାତ୍ରୀଛାତ୍ରଙ୍କୁ ନେଇ ଟ୍ୟୁସନ ପଢାଇବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଏକ ଲେଡିଜ୍‌ କର୍ଣ୍ଣର ଖୋଲି ବ୍ୟବସାୟ ଆରମ୍ଭ କରିଥିଲେ। ଏହି ସମୟରେ ସେ ସ୍ବପ୍ନ ଦେଖିବା ଆରମ୍ଭ କଲେ ଯେ ସେ କିଭଳି କିଛି ବଡ଼ ଧରଣର ବ୍ୟବସାୟ କରିବେ। ଦାରିଙ୍ଗବାଡିକୁ ଦୈନିକ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି ଓ ରାତ୍ରିଯାପନ କରିବା ପାଇଁ କୌଣସି ସୁବିଧା ନ ଥିବାରୁ ସେ ଏକ ହୋଟେଲ କରିବାକୁ ଚିନ୍ତା କରି ଜମି କିଣିବା ସହ ହୋଟେଲ ଖୋଲିଲେ। ଏହା ବହୁତ ଭଲ ଚାଲିବା ପରେ ସେ ଏକ ପାହାଡିଆ ଅଞ୍ଚଳରେ ୩ଟା କଟେଜ ଆରମ୍ଭ କରି ବ୍ୟବସାୟକୁ ଆଗକୁ ବଢ଼ାଇଥିଲେ ଏବଂ କଟେଜରୁ ସେ ରିସର୍ଟ କରିବା ପାଇଁ ସ୍ବପ୍ନ ଦେଖିଥିଲେ। ଆଉ କଠିନ ପରିଶ୍ରମ କରିବା ସହ ନିଷ୍ଠାର ସହ କାର୍ଯ୍ୟକରି ତାକୁ ରିସର୍ଟରେ ପରିଣତ କରି ଆଜି ଟିୟୁସନ ଶିକ୍ଷୟିତ୍ରୀରୁ ଜଣେ ଶିଳ୍ପପତି ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ଚାରିଆଡେ ରାଜ୍ୟ ଓ ଦେଶ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ବେଳେ ରେଣୁବାଳାଙ୍କ ସଫଳତାକୁ ନେଇ ଚାରିଆଡେ ଆଲୋଚନା ଚାଲିଛି। ରାୟଗଡା ଜିଲାର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ତାଙ୍କୁ ବିଶ୍ୱ ମହିଳା ଦିବସରେ ସମ୍ବର୍ଦ୍ଧିତ କରାଯିବା ପାଇଁ ତାଙ୍କୁ ନିମନ୍ତ୍ରଣ ହୋଇଥିବା ଜଣାପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri