Posted inଖେଳ

ଆଜିଠୁ ସିନିୟର ଆନ୍ତଃ ରାଜ୍ୟ ଆଥ୍‌ଲେଟିକ୍ସ

ଭୁବନେଶ୍ୱର, ୧୫ା୬(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଅନୁଷ୍ଠିତ ହେବ ୬୨ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌। ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଉଦ୍ୟମରେ ଏହି ସମ୍ମାନଜନକ ପ୍ରତିଯୋଗିତା ଚଳିତ ମାସ ୧୫ରୁ ୧୯ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଏଏଫ୍‌ଆଇ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଆଥ୍‌ଲେଟିକ୍ସ ଟିମ୍‌ର ମୁଖ୍ୟ କୋଚ୍‌ ରାଧାକ୍ରିଷ୍ଣନ ନାୟାରଙ୍କ ସମେତ ସ୍ପ୍ରିଣ୍ଟର ଅମିୟ ମଲିକ୍‌, ଜ୍ୟୋତି ୟାରାଜୀ ଓ ଷ୍ଟିପଲଚେଜର ପାରୁଲ ଚୌଧାରୀ ଏଥିରେ ଯୋଗ ଦେଇଥିଲେ। ରାଜ୍ୟରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ଭଳି ଏକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଚାଲିଥିବା ସମୟରେ ରାଜ୍ୟ ସରକାର ଯେଉଁଭଳି ଭାବରେ ତତ୍ପରତା ଦେଖାଇ ଏହି ଟୁର୍ନାମେଣ୍ଟ ଆୟୋଜନ କରିଛନ୍ତି ତାକୁ ବେଶ୍‌ ପ୍ରଶଂସା କରିଥିଲେ ନାୟାର। ଚଳିତ ଆନ୍ତଃରାଜ୍ୟ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ପ୍ରଦର୍ଶନ ଆଧାରରେ ହିଁ ଏସିଆନ୍‌ ଚାମ୍ପିୟନଶିପ୍‌ ଓ ଏସିଆନ୍‌ ଗେମ୍ସ ପାଇଁ ଆସନ୍ତା ୨୦ ତାରିଖରେ ଆଥ୍‌ଲେଟିକ୍ସ ଦଳ ଚୟନ କରାଯିବ ବୋଲି କହିଥିଲେ କୋଚ୍‌। ଏହି ଟୁର୍ନାମେଣ୍ଟରେ ନୀରଜ ଚୋପ୍ରା ଓ ଅବିନାଶ ସାବ୍‌ଲେ ଅଂଶଗ୍ରହଣ କରୁ ନ ଥିବା ବେଳେ ଆହତ କାରଣରୁ ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ଅଂଶଗ୍ରହଣ କରିବେ ନାହିଁ। ଉଭୟ ନୀରଜ ଓ ଅବିନାଶ ବର୍ତ୍ତମାନ ବିଦେଶରେ ପ୍ରଶିକ୍ଷଣ ନେବା ସହିତ ଡାଇମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରୁଛନ୍ତି। ଉଭୟ ଖେଳାଳିଙ୍କ ବିଶ୍ୱ ଚାମ୍ପିୟନଶିପ୍‌ ଅଂଶଗ୍ରହଣକୁ ପ୍ରାଥମିକତା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ଭିଜା ସମସ୍ୟା ପାଇଁ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ମହିଳା ଜାଭେଲିନ୍‌ ଥ୍ରୋୟର ଅନୁ ରାଣୀ ମଧ୍ୟ ଅଂଶଗ୍ରହଣ କରିବେ ବୋଲି କୋଚ୍‌ ମତ ଦେଇଥିଲେ। ଓଡ଼ିଶାର ପରିବେଶ ସାଧାରଣତଃ ଆର୍ଦ୍ର ରହୁଥିଲେ ମଧ୍ୟ ଏହା ଖେଳାଳିଙ୍କ ପ୍ରଦର୍ଶନକୁ ଏତେଟା ପ୍ରଭାବିତ କରିବ ନାହିଁ ବୋଲି କୋଚ୍‌ କହିଛନ୍ତି। ଜାତୀୟ ରେକର୍ଡଧାରୀ ଧାବି ଜ୍ୟୋତି ୟାରାଜି ବିଦେଶରେ ଅଭ୍ୟାସ ଦ୍ୱାରା ତାଙ୍କ ପ୍ରଦର୍ଶନରେ ସ୍ଥିରତା ଆସିଛି ଏବଂ ଚଳିତ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ପ୍ରକାଶ କରିଥିଲେ। ସେହିପରି ୨୦୨୩ରେ ଉଭୟ ୩୦୦୦ ଓ ୫୦୦୦ ମିଟର ଷ୍ଟିପଲଚେଜରେ ଜାତୀୟ ରେକର୍ଡ କରିଥିବା ପାରୁଲ ଚୌଧାରୀ ମଧ୍ୟ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଅଛନ୍ତି।

ଟାଇମିଂରେ ଉନ୍ନତି ପାଇଁ ପ୍ରୟାସ କରିବି: ପାରୁଲ

ଚଳିତ ବର୍ଷ ମୋର ପ୍ରଦର୍ଶନରେ ଢେର ଉନ୍ନତି ଆସିଛି। ଉଭୟ ୩୦୦୦ ଓ ୫୦୦୦ ମିଟର ଷ୍ଟିପଲଚେଜରେ ଜାତୀୟ ରେକର୍ଡ କରିଥିବା ବେଳେ କଳିଙ୍ଗ ଷ୍ଟାଡିୟମରେ ମୋ ଟାଇମିଂରେ ଉନ୍ନତି କରିବାକୁ ପ୍ରୟାସ କରିବି ବୋଲି କହିଛନ୍ତି ପାରୁଲ ଚୌଧାରୀ। ବିଦେଶର ପରିବେଶ ଏବଂ ଏଠିକାର ପରିବେଶ ମଧ୍ୟରେ ବିଶେଷ ଫରକ ରହିଛି। ତେବେ ମୁଁ ଏଠାରେ ପୂର୍ବରୁ ଖେଳି ସାରିଛି ଓ ଏଠିକାର ପରିବେଶ ସହିତ ଅଭ୍ୟସ୍ତ। ତେଣୁ ଭଲ ପ୍ରଦର୍ଶନ ନେଇ ଆଶା ରହିଛି। ଓଡ଼ିଶାରେ ସର୍ବଦା ଉନ୍ନତ ସୁବିଧା ସୁଯୋଗ ମିଳିଥାଏ। ଏହା ସହିତ ଏଠିକୁ ଆସିବା ପୂର୍ବରୁ ମୋର ପ୍ରସ୍ତୁତି ବେଶ୍‌ ଭଲ ରହିଛି। ଆର୍ଦ୍ରତା ଓ ଗରମକୁ ଦେଖି ଅଭ୍ୟାସ ଆରମ୍ଭ କରିବି।

ଘରୋଇ ପରିବେଶରେ ପ୍ରଦର୍ଶନ ପାଇଁ ଉତ୍ସାହିତ: ଅମିୟ

ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳିବାକୁ ନେଇ ବେଶ୍‌ ଉତ୍ସାହିତ ରହିଛି। ଏହା ସହିତ ଏସିଆନ୍‌ ଚାମ୍ପିୟନଶିପ ଓ ଏସିଆନ୍‌ ଗେମ୍ସ ପାଇଁ ଅନ୍ତିମ ଟ୍ରାଏଲ୍ସ ରହିଥିବାରୁ ଏକ ଚମତ୍କାର ଟାଇମିଂ ଆଶା କରୁଛି। ୟୁରୋପରେ ଅଭ୍ୟାସ କାରଣରୁ ମୋ ଟାଇମିଂ ଓ ପ୍ରଦର୍ଶନରେ ବେଶ୍‌ ଉନ୍ନତି ଆସିଛି। ମୋ ଟେକ୍‌ନିକ୍‌ ଓ ପ୍ରଦର୍ଶନ ଉପରେ ଦୃଢ ବିଶ୍ୱାସ ରହିଛି ବୋଲି କହିଥିଲେ ଅମିୟ। ଓଡ଼ିଶାରେ ବର୍ତ୍ତମାନ ପ୍ରବଳ ଖରା ହେଉଥିଲେ ହେଁ ଏହା କେବଳ ମଧ୍ୟମ ଓ ଦୂରଗାମୀ ଧାବକଙ୍କୁ ପ୍ରଭାବିତ କରିବ, ସ୍ପ୍ରିଣ୍ଟ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?