ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ ବିଜେତାଙ୍କ ମୁହଁରୁ…

ଆଗାମୀ ପିଢ଼ିଙ୍କ ପାଇଁ ସମର୍ପିତ ହେବୁ
ପ୍ରକୃତି ଚାହେଁ ପରିବର୍ତ୍ତନ ହେଉ, କିନ୍ତୁ ପ୍ରାକୃତିକ ଶୈଳୀରେ ନୁହେଁ, ବରଂ ମଣିଷ ଚାହୁଁଥିବା ଢାଞ୍ଚାରେ। ମଣିଷ ନିଜ ସୁବିଧା ପାଇଁ ପ୍ରକୃତିକୁ ନଷ୍ଟ କରୁଥିବାରୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛି। ଖାଲି ମଣିଷ ନୁହନ୍ତି, ଉଦ୍ଭିଦ ଓ ଜୀବଜନ୍ତୁଙ୍କ ବଂଶବୃଦ୍ଧି କମିବାରେ ଲାଗିଛି। ସେଥିପାଇଁ ସମସ୍ତଙ୍କ ସହଯୋଗରେ ଆମେ ପରିବେଶକୁ ରକ୍ଷା କରିବା। ଆଗାମୀ ପିଢ଼ିଙ୍କ ପାଇଁ ଏକ ସୁସ୍ଥ ପରିବେଶ ତିଆରି କରିବା ନିମନ୍ତେ ନିଜକୁ ସମର୍ପଣ କରିବାକୁ ଲକ୍ଷ୍ୟ ରଖିଛୁ। ପାଠ ପଢ଼ିବା ସହିତ ଜୀବଜନ୍ତୁ ଓ ଉଦ୍ଭିଦଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ।
– ପରିବେଶବିତ୍‌ ବିଶ୍ୱଜିତ ପଣ୍ଡା, ବିକାଶ ସାଥୀ

ଧରିତ୍ରୀର ଏହି ପ୍ରୟାସରେ ବହୁ ପରିବେଶବିତ୍‌ ସାମ୍ନାକୁ ଆସୁଛନ୍ତି
ଆମେ ବର୍ତ୍ତମାନ ବହୁ ସମସ୍ୟା ଦେଇ ଗତି କରୁଛୁ। ପ୍ଲାଷ୍ଟିକ ପରିମାଣ ବଢ଼ୁଥିବାରୁ ମଣିଷଠାରୁ ଆରମ୍ଭ କରି ଜୀବଜନ୍ତୁ ସମସ୍ତେ ପ୍ରଭାବିତ। ଗୋପ ଅଞ୍ଚଳଟି ବାତ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଶହ ଶହ ଗଛ ନଷ୍ଟ ହୋଇଯାଉଛି। ଆମେ ଏକ ଲକ୍ଷ ତାଳଚାରା ଲଗାଇବାକୁ ଯୋଜନା ରଖିଛୁ। ଆମ ଭଳି ଅନ୍ୟ ଯୁବପିଢ଼ି ଏହିଭଳି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ। ଧରିତ୍ରୀ ମାଧ୍ୟମରେ ବହୁ ପରିବେଶବିତ୍‌ ସାମ୍ନାକୁ ଆସୁଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଅଞ୍ଚଳର ପରିବେଶବିତ୍‌ଙ୍କ ସହିତ ମିଶିବାର ସୁଯୋଗ ମିଳୁଛି। ଧରିତ୍ରୀର ଏଭଳି ପ୍ରୟାସକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର।
– ପରିବେଶବିତ୍‌ ପରିକ୍ଷିତ ରଥ, ସବୁଜ ସଂକଳ୍ପ
ଧରିତ୍ରୀର ପୁରସ୍କାର ଅଧିକ ପ୍ରୋତ୍ସାହିତ କରିବ
ଦୀର୍ଘ ୨୦ ବର୍ଷ ହେଲା ଏଭଳି ପରିବେଶ ସଚେତନତା କାର୍ଯ୍ୟ କରିଆସୁଛି। ଗଛ ଲଗାଇବାଠାରୁ ଆରମ୍ଭକରି ପ୍ଲାଷ୍ଟିକ ବ୍ୟବହାର ରୋକିବା ଉଦ୍ୟମ ଭଳି ବିଭିନ୍ନ କାର୍ଯ୍ୟରେ ନିଜକୁ ସାମିଲ କରିଛି। କେବେ ଭାବି ନ ଥିଲି ଏଭଳି ଏକ କାର୍ଯ୍ୟକ୍ରମରେ ପୁରସ୍କୃତ ହେବି। ମାଲକାନଗିରି ଅଞ୍ଚଳରେ ଜଙ୍ଗଲ ଜମି ନିଅଁା, ଜୀବଜନ୍ତୁ ସୁରକ୍ଷା ଏବଂ ଶିକାର ଭଳି ସମସ୍ୟା ରହିଛି। ଏହି ସବୁ କାର୍ଯ୍ୟ କରିବାକୁ ଧରିତ୍ରୀର ପୁରସ୍କାର ମୋତେ ଅଧିକ ପ୍ରୋତ୍ସାହିତ କରିବ। ଏ ନେଇ କାର୍ଯ୍ୟ ଆମେ ଖୁବ୍‌ଶୀଘ୍ର ଆରମ୍ଭ କରିବୁ। ଏଭଳି ସହଯୋଗ ଓ ପ୍ରୟାସ ପାଇଁ ଧରିତ୍ରୀକୁ ଧନ୍ୟବାଦ ଜଣାଉଛି।
– ଦୀପାରାଣୀ ନାୟକ, ପରିବେଶ କର୍ମୀ, ମାଲକାନଗିରି

ପରିବେଶ ସୁରକ୍ଷା ପାଇଁ ପ୍ରୟାସ ଜାରି ରହିବ
ଏଭଳି କାର୍ଯ୍ୟକ୍ରମ ପାଇଁ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଓ ସମ୍ପାଦକ ତଥାଗତ ସତପଥୀଙ୍କୁ ଧନ୍ୟବାଦ ଜଣାଉଛି। ଆଗାମୀ ଦିନରେ ସ୍କୁଲ ପିଲାଙ୍କୁ ସୁରକ୍ଷିତ ଦିଗ ପ୍ରତି ସଚେତନ କରିବି। ପରିବେଶ ସୁରକ୍ଷା ପାଇଁ ନିଜେ କାର୍ଯ୍ୟ କରିବା ସହିତ ଯୁବପିଢ଼ିଙ୍କୁ ଏଥିରେ ସାମିଲ କରିବି। ଏହି ପ୍ରୟାସ ସବୁଦିନ ପାଇଁ ଜାରି ରହିବ।
– ବାପି ଗୋଚ୍ଛାୟତ, ପରିବେଶ କର୍ମୀ, କେନ୍ଦ୍ରାପଡ଼ା

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?