Posted inଫୁରସତ

ନୃତ୍ୟଶିଳ୍ପୀରୁ ଡାକ୍ତର ହେବା ଲକ୍ଷ୍ୟ

ପିଲାଟି ଦିନରୁ ନୃତ୍ୟ ପ୍ରତି ଥିବା ରୁଚି ଆଜି ତାଙ୍କୁ ଦେଇଛି ରାଜ୍ୟରୁ ଆରମ୍ଭ କରି ଜାତୀୟ ସ୍ତରୀୟ ନୃତ୍ୟଶିଳ୍ପୀର ପରିଚୟ। ସେ ହେଉଛନ୍ତି ବ୍ରହ୍ମପୁର ସହରସ୍ଥ ଶରଧାବାଲି ଅଞ୍ଚଳର ମା’ ସ୍ବାଗତିକା ଦାସ ଏବଂ ବାପା ହିମାଂଶୁ ଶେଖର ମହାନ୍ତିଙ୍କ ଝିଅ ଦେବାଂଶୀ।
ଚାଲିବା ଆରମ୍ଭ କରିବା ଦିନଠୁ ଗୀତ ଶୁଣିବାମାତ୍ରେ ସେ ନାଚିବା ଆରମ୍ଭ କରି ଦେଉଥିଲେ। ଏହା ଦେଖି ମା’ ନୃତ୍ୟ ଶିକ୍ଷା ପାଇଁ ପ୍ରୋତ୍ସାହନ ଦେଇଥିଲେ ଏବଂ ଗୁରୁ ଶିବରାମ ବାରିକଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରାଇଥିଲେ। ୨୦୧୪ ମସିହାରେ ସୋନାଲୀ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ। ଏହାପରେ ସେ ଗୋଟେ ପରେ ଗୋଟେ ସଫଳତାର ପାହାଚ ଚଢ଼ି ଚାଲିଥିଲେ। ସେ ଚଳିତ ବର୍ଷ ମେ ୯ ତାରିଖରେ ମୁମ୍ବାଇ ଗ୍ଲୋବାଲ ଦ୍ୱାରା ପ୍ରେଜେଣ୍ଟ ମିସ୍‌ ହିନ୍ଦୁସ୍ତାନୀ ୨୦୨୨ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ଏଥିରେ ସେ ମିସ୍‌ ଟ୍ୟାଲେଣ୍ଟେଡ ଆୱାର୍ଡ ମଧ୍ୟ ପାଇଛନ୍ତି। ଏଥିପୂର୍ବରୁ ୨୦୧୮ରେ ବେଷ୍ଟ ଅଫ୍‌ ବ୍ରହ୍ମପୁର ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ୨୦୨୧ରେ ବ୍ରହ୍ମପୁରଠାରେ ମିସ୍‌ ଓଡ଼ିଶା ପ୍ରତିଯୋଗିତାରେ ବ୍ରହ୍ମପୁର ସ୍ପେକ୍ଟାକୁଲାର ଆୟି ଆୱାର୍ଡ ପାଇଥିଲେ। ଦେବାଂଶୀଙ୍କୁ ବାପା ଓ ପରିବାରର ସମସ୍ତ ସଦସ୍ୟଙ୍କ ସହଯାଗ ରହିଛି। ଏପରିକି ଦେବାଂଶୀ ଓଡ଼ିଶୀ ବିଶାରଦ କରିଥିବା ବେଳେ ହିନ୍ଦୁସ୍ତାନୀ ଭୋକାଲରେ ଡିପ୍ଲୋମା କରିଛନ୍ତି। ଏଥିସହିତ ସେ ୨୦୧୬ରେ ବ୍ରହ୍ମପୁରରେ ଶିଶୁ କୃତିି ଆୱାର୍ଡ, ୨୦୧୫ରେ ନବୀନ କଳାକାର ଓ ଘୁମୁସର ମହୋତ୍ସବ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ୨୦୧୬ରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା ଓ ଚେନ୍ନାଇଠାରେ ଉତ୍କଳ ସମାଜ ସମାରୋହରେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କଠାରୁ ବେଶ୍‌ ପ୍ରଶଂସିତ ହୋଇଛନ୍ତି। ୨୦୧୯ରେ ମୁମ୍ବାଇଠାରେ ନୃତ୍ୟ କଳା ଆୱାର୍ଡ, ଜିଲାସ୍ତରୀୟ ଯୁବ ମହୋତ୍ସବରେ ରନର୍ସ ଅପ୍‌ ହେବା ସହ ଗୋପାଳପୁର ବେଳାଭୂମି ମହୋତ୍ସବ, ଟାଟା ଷ୍ଟିଲ, କଳିଙ୍ଗ ହରବାଲ ମେଳା ଓ ଘୁମୁସର ମହୋତ୍ସବରେ ଭାଗ ନେଇ ସଫଳତା ହାସଲ କରିଛନ୍ତି। ବର୍ତ୍ତମାନ ଦେବାଂଶୀ ଡ୍ୟାନ୍ସ କ୍ୟୁପିଡ ନାମରେ ଏକ ୟୁଟ୍ୟୁବ ଚାନେଲ ଖୋଲିବା ସହ ନିଜ ଘରେ ଡ୍ୟାନ୍ସ ୱିଥ୍‌ ଦେବାଂଶୀ ନାମକ ଏକ ଇନ୍‌ଷ୍ଟିଚ୍ୟୁଟ ଆରମ୍ଭ କରିଛନ୍ତି। ସେ ନିଜ ସଫଳତାର ଶ୍ରେୟ ଗୁରୁ ଏବଂ ଅଭିଭାବକଙ୍କୁ ଦିଅନ୍ତି। ବର୍ତ୍ତମାନ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ପଢୁଥିବା ଦେବାଂଶୀ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀସେବା ସାଙ୍ଗକୁ ମଡେଲିଂ ଓ ନୃତ୍ୟ ମଧ୍ୟ ଜାରି ରଖିବେ ବୋଲି ଆଶା ରଖିଛନ୍ତି।
-ସ୍ମୃତିରଞ୍ଜନ ମହାଲିକ୍‌


Enter your email to get our daily news in your inbox.

All Right Reserved By Dharitri.Com

ଏକାକୀ ମହିଳାଙ୍କ ଭରସା ରାଜି ଆକ୍କା

ଚେନ୍ନାଇର ପିଭି ରାଜି ଅଶୋକ ଜଣେ ଅଟୋ ଚାଳିକା। ମଧ୍ୟରାତ୍ର ହେଉକି ଉଦୁଉଦିଆ ଖରାବେଳ, ସେ କେବେ ବି କୌଣସି ମହିଳାଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ...

ଗ୍ରୀଷ୍ମରେ ଶୈଳନିବାସ ଭ୍ରମଣ

ଖରାଦିନେ ମନ ଚାହେଁ ଏମିତି କୌଣସି ସ୍ଥାନକୁ ବୁଲି ଯିବାକୁ ଯେଉଁଠି ଖରାର ତେଜ ଖୁବ୍‌ କମ୍‌ ଥିବ ଆଉ ତା’ସାଙ୍ଗକୁ ଶୀତଳ ପବନର ସ୍ପର୍ଶ...

ଏହି ଦେଶର ମହିଳାମାନେ ଦେଖିବାକୁ ଖୁବ୍‌ ସୁନ୍ଦର

ଦୁନିଆର ଅଲଗା ଅଲଗା ଦେଶରେ ସୌନ୍ଦର୍ଯ୍ୟର ବିଭିନ୍ନ ଦୃଶ୍ୟ ଦେଖିବାକୁ ମିଳେ। ପ୍ରତ୍ୟେକ ଦେଶର ନିଜର ସ୍ବତନ୍ତ୍ର ପରିଚୟ ଅଛି ଏବଂ ଏହା ଦ୍ୱାରା ସେମାନେ...

ଏମିତି ମନ୍ଦିର, ଯାହା ରାକ୍ଷସଙ୍କ ନଖରେ ହୋଇଛି ତିଆରି, ପ୍ରଭୁ ଗଣେଶ ପାଉଛନ୍ତି ପୂଜା

ଦୁନିଆରେ ଅନେକ ଆଶ୍ଚର୍ଯ୍ୟଜନକ ସ୍ଥାନ ରହିଛି। ପ୍ରତ୍ୟେକ ସ୍ଥାନ ନିଜ ନିଜର ସ୍ବତନ୍ତ୍ରତା ପାଇଁ ବେଶ୍‌ ପରିଚିତ। ସେମିତି ଏକ ଆଶ୍ଚର୍ଯ୍ୟଜନକ ମନ୍ଦିର ରହିଛି ଇଣ୍ଡୋନେସିଆର...

ରୋମ୍‌ ରାସ୍ତାରେ ଶାଢ଼ି ପିନ୍ଧା ମହିଳାଙ୍କୁ ଦେଖି ତାଳି ମାରିଲେ ଲୋକେ, ଭାଇରାଲ ହେଉଛି ଭିଡିଓ…

ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ପଲ୍ଲବୀ ରାଜ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। କାରଣ ସେ...

ଇକୋ ଭିଲେଜ: ମୁଦୁଲିଗାଡ଼ିଆ

ଢାଉ ରଙ୍ଗର କାନ୍ଥରେ ଧଳା ରଙ୍ଗର ଝୋଟି । ରାସ୍ତାଘାଟ ସୁନ୍ଦର ପରିଚ୍ଛନ,ଘରେ ଘରେ ଶୌଚାଳୟ, ଗ୍ୟାସ୍‌ ଆଉ ବିଶୁଦ୍ଧ ପିଇବା ପାଣି। ପଲିଥିନ, ପ୍ଲାଷ୍ଟିକ୍‌...

ଅଜବ ପରମ୍ପରା: ଯେଉଁଠି ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ କରାଯାଏ ହତ୍ୟା

ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ପରମ୍ପରା ରହିଛି। ତନ୍ମଧ୍ୟରୁ କିଛି ପରମ୍ପରା ସମ୍ପର୍କରେ ଶୁଣିଲେ ଦେହମନ ଶିହରି ଉଠେ। ତଥାପି ପରମ୍ପରାକୁ ପାଳନ କରୁଥିବା ଲୋକେ...

ଏହି ବ୍ୟକ୍ତି ଏମିତି ଶବ୍ଦ କରନ୍ତି ଯେ ଚାରିଆଡୁ ଉଡିଆସି ଏକାଠି ହୋଇଯାଆନ୍ତି କାଉ; ଭିଡିଓ ଦେଖିଲେ…

ଭାରତରେ ପ୍ରତିଭାର ଅଭାବ ନାହିଁ। ହେଲେ ଅନେକ ସମୟରେ ପ୍ରତିଭା ଦେଖାଇବା ପାଇଁ ସମସ୍ତଙ୍କୁ ପ୍ଲାଟଫର୍ମ ମିଳି ନ ଥାଏ। ଫଳରେ ବଣମଲ୍ଲୀର ମହକ ବଣରେ...

Advertisement
Archives

Model This Week