ତେଲଙ୍ଗାନାରୁ ଭାରତ

ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ଲାଗି ଏବେଠାରୁ ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ରଣନୀତି ଅପଣାଇବାରେ ବ୍ୟସ୍ତ। ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦ୍ରରେ ଦୀର୍ଘ ସମୟ ଶାସନରେ ଥିବାରୁ ତାହାର ଗତିରୋଧ କରିବା ଲାଗି ଆଞ୍ଚଳିକ ଦଳଗୁଡ଼ିକ ଏକାଠି ହେବାକୁ ଏକାଧିକ ପ୍ରୟାସ କରୁଛନ୍ତି। ଏଭଳି ସମୟରେ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ଜାତୀୟ ଦଳ ହେବାର ଆଶା ରଖି ପାର୍ଟିର ନାମକୁ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ରେ ପରିଣତ କରିଛି। ଏହି ପାର୍ଟିର ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) କହିଛନ୍ତି ଯେ, ଦେଶରେ ଜାତୀୟ ଦଳର ଅଭାବ ଥିବାରୁ ତାହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ରାଜନୈତିକ ସମୀକ୍ଷକଙ୍କ ମତରେ କେସିଆର୍‌ ଦେଶର ନେତୃତ୍ୱ ନେବାକୁ ଅଣ୍ଟା ଭିଡ଼ିଛନ୍ତି। ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଅନ୍ୟ ନେତାମାନଙ୍କୁ ସେ ଭେଟି ଭାଜପାକୁ ଗାଦିଚ୍ୟୁତ କରିବା ଲାଗି ଆଲୋଚନା କଲାଭଳି ଲାଗୁଛି।
ଭାଜପାର ବିଗତ ୮ ବର୍ଷର ଶାସନ ଏବେ ଦେଶବାସୀଙ୍କୁ ଅତିଷ୍ଠ କଲାଣି। ବିଶେଷକରି ଆର୍ଥିକ ଓ ବୈଦେଶିକ ନୀତି ଦୁର୍ବଳ ରହିଥିବାରୁ ଭାରତ ବହୁବିଧ ସମସ୍ୟା ଦେଇ ଗତି କରୁଛି। ତେଣୁ ୨୦୨୪ ଲୋକ ସଭା ନିର୍ବାଚନରେ ପରିବର୍ତ୍ତନ ଆସିବା ଦରକାର ବୋଲି ସମସ୍ତେ ଅନୁଭବ କଲେଣି। ଏଭଳି ପରିପ୍ରେକ୍ଷୀରେ କେସିଆର୍‌ଙ୍କ ନେତୃତ୍ୱାଧୀନ ପାର୍ଟି ଭାଜପାକୁ ଏକାକୀ ପ୍ରତିରୋଧ କରିବ ବୋଲି କେହି ଭାବୁନାହାନ୍ତି। ତେଲଙ୍ଗାନାରେ ଲୋକ ସଭା ସିଟ୍‌ ସଂଖ୍ୟା ମାତ୍ର ୧୭। ଅର୍ଥାତ୍‌ ତେଲଙ୍ଗାନାର ନେତା ପ୍ରଧାନମନ୍ତ୍ରୀ ଆସନ ଅକ୍ତିଆର କରିପାରିବେ ବୋଲି କେସିଆର୍‌ କେବେ ହିସାବ କରୁ ନ ଥିବେ। ଅପରପକ୍ଷରେ ଆନ୍ଧ୍ରପ୍ରଦେଶକୁ ବିଭାଜନ କରିବାର ଦୀର୍ଘକାଳର ସଂଗ୍ରାମକୁ ମୁଣ୍ଡିମାରିବାରେ ଏକାକୀ କେସିଆର୍‌ ସଫଳ ହୋଇଥିଲେ। ସେହି ରାଜ୍ୟରେ ତାଙ୍କୁ ବିରୋଧ କରି ତାଙ୍କ ଭଳି ଭାବମୂର୍ତ୍ତି ରଖିଥିବା ନେତା ଅନ୍ୟ କୌଣସି ଦଳରେ ଥିବା ପରି ଦିଶୁନାହିଁ। ଅର୍ଥାତ୍‌ ଆଜି ପର୍ଯ୍ୟନ୍ତ କେସିଆର୍‌ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ନିଜକୁ ରଖିପାରିଛନ୍ତି। ଏଥିସହିତ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନର ଅଳ୍ପ କେତେକ ମାସ ପୂର୍ବରୁ ତେଲଙ୍ଗାନା ବିଧାନସଭା ନିର୍ବାଚନ ହେବ। ସେଥିରେ ଯଦି ତାଙ୍କ ଦଳ ସଫଳତା ଲାଭ କରେ, ତେବେ ଲୋକ ସଭା ନିର୍ବାଚନ ବେଳକୁ କେସିଆର୍‌ ଅତି ସହଜରେ ଦେଶବ୍ୟାପୀ ବୁଲି ବିଭିନ୍ନ ସହଯୋଗୀ ଦଳ ସକାଶେ ପ୍ରଚାର କରିପାରିବେ। ସମସ୍ତେ ବୁଝିଗଲେଣି ଯେ, ମୋଦିଙ୍କ ପାଖରେ ବିପୁଳ ଅର୍ଥ ଅଛି। ତେଣୁ ସେଭଳି ଅର୍ଥକୁ ନିର୍ବାଚନୀ ପ୍ରକ୍ରିୟାରେ ସାମ୍ନା କରିବା ପାଇଁ ସମସ୍ତେ କୌଶଳ ପ୍ରସ୍ତୁତ କରିସାରିବେଣି। ରଣନୀତି ପ୍ରସ୍ତୁତିର ପ୍ରୟାସ ଆରମ୍ଭ ହୋଇଗଲାଣି ବୋଲି ଟିଆର୍‌ଏସ୍‌ ଦଳର ନାମ ପରିବର୍ତ୍ତନ ସୂଚାଉଛି। ତାହା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ହେବାର ଅର୍ଥ ହେଉଛି କୌଣସି ଗୋଟିଏ ରାଜ୍ୟରେ ଆବଦ୍ଧ ହୋଇ ରହିବା ପରିବର୍ତ୍ତେ ପଡ଼ୋଶୀ ଆନ୍ଧ୍ରଠାରୁ ଆରମ୍ଭକରି ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରାର୍ଥୀ ଦେବା ସହଜ ହୋଇଯିବ। କାରଣ ସମସ୍ତେ ବୁଝିଲେଣି ଯେ, ୨୦୨୪ ଲୋକ ସଭା ନିର୍ବାଚନ କୌଣସି ଦଳ ପାଇଁ ସହଜ ହେବ ନାହିଁ। ୨୦୧୪ ଓ ୨୦୧୯ର ହିନ୍ଦୁତ୍ୱ ଧ୍ୱନିକୁ ଧ୍ୱସ୍ତବିଧ୍ୱସ୍ତ ଭାରତୀୟ ଅର୍ଥନୀତି ଅତି ସହଜରେ ମୁକାବିଲା କରିଦେଇପାରେ। ସାଧାରଣ ନାଗରିକର ପେଟରେ ଭୋକ ଓ ବର୍ଦ୍ଧିତ ଋଣ କିସ୍ତି ପଇଠ ତାଙ୍କର ଧାର୍ମିକ ଚିନ୍ତାଧାରାକୁ ବାଉଳା କରିଦେଇପାରେ। ସେଥିପାଇଁ କେଜ୍‌ରିଓ୍ବାଲ, ନୀତୀଶ ଓ କେସିଆର୍‌ଙ୍କ ଭଳି ରାଜନେତା ଏବେ ନିଜ ନିଜ ଢଙ୍ଗରେ ଅଣ୍ଟା ଭିଡ଼ିଲେଣି। ରାହୁଲଙ୍କୁ ଯେତେ ଥଟ୍ଟା କରି ପପୁ କହିଲେ ମଧ୍ୟ ‘ଭାରତ ଯୋଡ଼ୋ’ ପଦଯାତ୍ରାର କିଛିଟା ସକାରାତ୍ମକ ପ୍ରଭାବ ପଡ଼ିପାରେ। କାରଣ ପ୍ରତ୍ୟେକ ପ୍ରୟାସର ଏକ ପ୍ରତିକ୍ରିୟା ଦେଖାଦେଇଥାଏ। ହୁଏତ ବିଭାଜିତ ହିନ୍ଦୁ ସମାଜରୁ ଯଥେଷ୍ଟ ଭୋଟ ମିଳିବାର ସନ୍ଦେହ କରି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଏବେ ଜାତି ଓ ବର୍ଣ୍ଣକୁ ଭୁଲିଯିବାକୁ ଆହ୍ବାନ ଦେବାକୁ ଆରମ୍ଭ କଲେଣି। ଏହିଭଳି ମନ୍ତବ୍ୟକୁ ତାଙ୍କ ସଙ୍ଗଠନ ବିଭିନ୍ନ ସମୟରେ ବିଫଳ କରିଦେବାର ଇତିହାସ ଜଣାପଡ଼େ। ତେବେ ଏହି ଡାକରା ମାଧ୍ୟମରେ ସଂଘ ସଂରକ୍ଷଣକୁ ବିରୋଧ କରୁଥାଇପାରେ ବୋଲି କେତେକେ ମତ ଦେଉଛନ୍ତି। ଆସନ୍ତା କିଛି ମାସ ମଧ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବା ସହିତ ଛବି କ୍ରମଶଃ ସ୍ପଷ୍ଟ ହେବାକୁ ଆରମ୍ଭ କରିବ।

ରଣନୀତି ପ୍ରସ୍ତୁତିର ପ୍ରୟାସ ଆରମ୍ଭ ହୋଇଗଲାଣି ବୋଲି ଟିଆର୍‌ଏସ୍‌ ଦଳର ନାମ ପରିବର୍ତ୍ତନ ସୂଚାଉଛି। ତାହା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ହେବାର ଅର୍ଥ ହେଉଛି କୌଣସି ଗୋଟିଏ ରାଜ୍ୟରେ ଆବଦ୍ଧ ହୋଇ ରହିବା ପରିବର୍ତ୍ତେ ପଡ଼ୋଶୀ ଆନ୍ଧ୍ରଠାରୁ ଆରମ୍ଭକରି ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରାର୍ଥୀ ଦେବା ସହଜ ହୋଇଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri