ରାମ ତେରୀ ଗଙ୍ଗା ମୈଲୀ ରୁ ହମ୍‌ ତୋ ଚଲେ ପରଦେଶ୍‌…

ମୁମ୍ବାଇ,୯।୨: ରାଜ କପୁରଙ୍କ ସାନ ପୁଅ ଅଭିନେତା ରାଜୀବ କପୁରଙ୍କର ୫୮ ବର୍ଷ ବୟସରେ ପରଲୋକ ଘଟିଛି। ବଲିଉଡ୍‌ରେ ସେ ୧୯୮୩ରେ ଏକ ଜାନ୍‌ ହୈ ହମ୍‌ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ତେବେ ୧୯୮୫ରେ ରାଜ କପୁରଙ୍କ ଫିଲ୍ମ ରାମ ତେରୀ ଗଙ୍ଗା ମୈଲୀରେ ତାଙ୍କୁ ସଫଳତା ମିଳିଥିଲା। ତେବେ ଏହି ଫିଲ୍ମ ପରେ ପିତା ରାଜ କପୁରଙ୍କ ସହିତ ରାଜୀବ କପୁରଙ୍କ ସମ୍ପର୍କ ଧୀରେଧୀରେ ଖରାପ ହୋଇଥିଲା। ଏ ସମ୍ପର୍କରେ ମଧୁ ଜୈନଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ ଦ କପୁର୍ସ’ରେ ଉଲ୍ଲେଖ କରାଯାଇଛି। ରାମ ତେରୀ ଗଙ୍ଗା ମୈଲୀ ପରେ ମନ୍ଦାକିନି ରାତାରାତି ଷ୍ଟାର ପାଲଟି ଯାଇଥିଲେ। ମାତ୍ର ରାଜୀବଙ୍କୁ ବିଶେଷ ସଫଳତା ମିଳି ନ ଥିଲା। ପିତା ରାଜ କପୁର ପୁଣି ଏକ ଫିଲ୍ମରେ ତାଙ୍କୁ ବ୍ରେକ୍‌ ଦିଅନ୍ତୁ ବୋଲି ରାଜୀବ ଚାହୁଁଥିଲେ। ମାତ୍ର ଏହା ହୋଇ ନ ଥିଲା। ରାଜ କପୁର ରାଜୀବଙ୍କୁ ନିଜ ଆସିଷ୍ଟାଣ୍ଟ୍‌ ଭାବେ ରଖିଥିଲେ। ରାଜୀବଙ୍କୁ ସ୍ପଟବୟ ଠାରୁ ଆରମ୍ଭ କରି ଅନ୍ୟ ସବୁ କାମ କରିବାକୁ ପଡୁଥିଲା। ରାଜୀବଙ୍କ ମନରେ ପିତାଙ୍କୁ ନେଇ ଆକ୍ରୋଶ ବଢ଼ିଥିଲା। ରାଜ କପୁରଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ରାଜୀବ ଯୋଗ ଦେଇ ନ ଥିଲେ। ରାଜୀବଙ୍କ ଫିଲ୍ମ କ୍ୟାରିୟର ସେତେେ ସଫଳ ନ ଥିଲା। ତାଙ୍କ ଦ୍ୱାରା ଅଭିନୀତ ଆସମାନ୍‌, ଲଭର ବୟ, ଜବରଦସ୍ତ, ହମ୍‌ ତୋ ଚଲେ ପରଦେଶ୍‌, ଜିମେଦାର ଆଦି ଫିଲ୍ମ ବିଶେଷ ସଫଳତା ହାସଲ କରି ପାରି ନ ଥିଲା। ୧୯୯୦ରେ ସେ ଶେଷ ଥର ପାଇଁ ଜବରଦସ୍ତରେ ଅଭିନୟ କରିଥିଲେ। ଏହାପରେ ନିର୍ଦ୍ଦେଶକ ଭାବେ ସେ କାମ ଆରମ୍ଭ କରିଥିଲେ। ପ୍ରେମଗନ୍ଥ ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା। ହେନା ଏବଂ ୧୯୯୯ରେ ଆ ଅବ୍‌ ଲୌଟ୍‌ ଚଲେ ଫିଲ୍ମ ସେ ନିର୍ମାଣ କରିଥିଲେ। ଆ ଅବ୍‌ ଲୌଟ୍‌ ଚଲେର ନିର୍ଦ୍ଦେଶନା ଋଷି କପୁର ଦେଇଥିଲେ। ଫିଲ୍ମ ଳାଇଫ୍‌ ପରି ରାଜୀବଙ୍କ ପାରିବାରିକ ଜୀବନ ମଧ୍ୟ ଅସଫଳ ରହିଥିଲା। ୨୦୦୧ରେ ରାଜୀବ ଆରତି ଶଭ୍ରାଓ୍ବାଲଙ୍କୁ ବିବାହ କରିଥିଲେ। ତେବେ ମାତ୍ର ଦୁଇବର୍ଷ ପରେ ୨୦୦୩ରେ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା। ରାଜୀବ ୧୯୬୨ ଅଗଷ୍ଟ ୨୫ରେ ମୁମ୍ବାଇର ଚେମ୍ବୁରଠାରେ ଜନ୍ମ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ବର୍ଷ ଇଦ୍‌ରେ ପୁଣି ଆସିବ ସଲମାନଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁଙ୍କ ପ୍ରଶଂସକ ବଡ ଉତ୍ସୁକତାର ସହ ତାଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା ରଖିଛନ୍ତି । ସଲମାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ...

ନର୍ଗିସ୍‌ଙ୍କୁ ବିବାହ ପୂର୍ବରୁ ସୁନୀଲ ଦତ୍ତଙ୍କୁ ମିଳିଥିଲା ଧମକ

ବଲିଉଡ୍‌ରେ ଅନେକ ଭେଟେରାନ ଅଭିନେତ୍ରୀ ଅଛନ୍ତି। କିନ୍ତୁ ବହୁତ କମ ଅଭିନେତ୍ରୀ ଅଛନ୍ତି, ଯାହାଙ୍କ ଅବଦାନ ବର୍ଷ ବର୍ଷ ପରେ ମଧ୍ୟ ସ୍ମରଣୀୟ ହୋଇ ରହିଛି।...

ରାନୁଙ୍କର ଖୋଲିଲା ଭାଗ୍ୟ: ପ୍ରଥମ ଗୀତ ପାଇଁ ନେଲେ ୭ ଲକ୍ଷ ପାରିଶ୍ରମିକ

ମୁମ୍ବାଇ, ୨୭।୮: ପଶ୍ଚିମବଙ୍ଗ ରେଳଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳଙ୍କ ଉପରେ ଭାଗ୍ୟ ଦେବୀ ପ୍ରସନ୍ନ ହୋଇଛନ୍ତି। ତାଙ୍କର ପ୍ରଥମ ଗୀତ ରେକର୍ଡିଂ...

ବିନା ମେକ୍‌ଅପ୍‌ର ଫଟୋକୁ ଦେଖି କ’ଣ କହିଲେ ୟୁଜର୍ସ

ମୁମ୍ବାଇ: ନିଜର ସୋନ୍ଦର୍ଯ୍ୟ ଓ ଜିରୋ ଫିଗର ପାଇଁ ବି ଟାଉନରେ ସବୁବେଳେ ଚର୍ଚ୍ଚା ସାଉଁଟୁଥିବା ବଲିଉଡ୍‌ର ବେବୋ ଏବେ ୟୁଜର୍ସଙ୍କ ଟ୍ରୋଲର ଶୀକାର ହୋଇଛନ୍ତି।...

ହିମାଂଶୁଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ରଘୁଙ୍କ ପ୍ରେମରେ ସ୍ବରା

ମୁମ୍ବାଇ: ଲେଖକ ହିମାଂଶୁ ଶର୍ମାଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଏକୁଟିଆ ହୋଇ ଯାଇଥିଲେ ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କର। ହେଲେ ଏବେ ତାଙ୍କ ଜୀବନରେ...

କରୋନା ଭୟ: ଘରେ ବାସନ ଧୋଉଛନ୍ତି ଏହି ଷ୍ଟାର

ମୁମ୍ବାଇ: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା...

ଅଡ଼ୁଆରେ ନିର୍ଦ୍ଦେଶକ କରନ୍‌ ଜୋହର: ଦୀପିକାଙ୍କ ଆଗାମୀ ଫିଲ୍ମରୁ ହଟିବ ନାମ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ହିନ୍ଦୀ ସିନେମାର ଭେଟେରାନ ନିର୍ମାତା, ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ବିରୋଧରେ ସୋସିଆଲ ମିଡିଆରେ ଅସନ୍ତୋଷ ବଢ଼ିବାରେ...

କେବିସି ସିଜିନ୍‌ ୧୨: ପୁଣି ଆରମ୍ଭ ହେବ ରେଜିଷ୍ଟ୍ରେଶନ୍‌ ପ୍ରକ୍ରିୟା, ଭାଗ ନେବା ପାଇଁ ରହିଛି ସର୍ତ୍ତ

କୌନ୍‌ ବନେଗା କରୋଡ୍‌ପତି ସିଜିନ୍‌ ୧୨ ପାଇଁ ପୁଣି ରେଜିଷ୍ଟ୍ରେଶନ୍‌ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ନୂଆ ସର୍ତ୍ତ ରଖାଯାଇଛି। କେବଳ ସୋନୀ ଲାଇଭ୍‌...

Advertisement

BGU

Archives

Model This Week

Why Dharitri